ଶୁଭ୍ରାଂଶୁ ନାୟକ

ଉଇକିପିଡ଼ିଆ‌ରୁ
ଶୁଭ୍ରାଂଶୁ ନାୟକ
୨ୟ ଓଡ଼ିଶା ରାଜ୍ୟ ଟେଲିଭିଜନ୍ ପୁରସ୍କାର ଉତ୍ସବରେ ପିତା ପ୍ରପିତା ପିତାମହ ଧାରାବାହିକ ପାଇଁ ଶୁଭ୍ରାଂଶୁ ପୁରସ୍କାର ଗ୍ରହଣ କରୁଛନ୍ତି ।
ବୃତ୍ତିଅଭିନେତା (ଓଡ଼ିଆ)
ସକ୍ରିୟ ବର୍ଷ୧୯୯୯ – ଏବେଯାଏଁ

ଶୁଭ୍ରାଂଶୁ ନାୟକ ଜଣେ ଓଡ଼ିଆ ଅଭିନେତା, ଯିଏକି ମୁଖ୍ୟତଃ ଓଡ଼ିଆ ଦୂରଦର୍ଶନ ଧାରାବାହିକ ଓ କଥାଚିତ୍ର ଆଦିରେ ଅଭିନୟ କରନ୍ତି । ୧୯୯୯ ମସିହାରେ ସେ ଡିଡି ଓଡ଼ିଆର ଧାରାବାହିକ ସଂସ୍କାର ଜରିଆରେ ଅଭିନୟ କରିବା ଆରମ୍ଭ କରିଥିଲେ । ଏହାପରେ ସେ ୨୦୦୧ ମସିହାର ଧାରାବାହିକ ଦୁହିତାରେ ପ୍ରଥମ ଥର ପାଇଁ ନାୟକ ଭାବରେ କାମ କରିଥିଲେ । ପରବର୍ତ୍ତୀ ସମୟରେ ସେ କାହାର ହେବି ମୁଁ କଣ୍ଢେଇ, ମହାଯଜ୍ଞ, ଦୁହିତା, କହିଲେ ତୋ କୂଳ କୁଟୁମ୍ବକୁ ଲାଜ, ସଂସ୍କାର ବଡ଼ ଘର ବଡ଼ ଗୁମର କଥା, ଅବୁଝା ଏ ମନ, ବେବି, ଜୀବନ ସାଥୀ ଆଦି ଧାରାବାହିକରେ ନାୟକ, ଖଳନାୟକ ଓ ସହ-ଅଭିନେତା ଭାବରେ କାମ କରିଛନ୍ତି । ଧାରାବାହିକ ବ୍ୟତୀତ ସେ ଓଡ଼ିଆ କଥାଚିତ୍ର ଜଗତରେ ବିଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି । ଚୁପ୍ କିଏ ଆସୁଛି, ଲଭ୍ ଷ୍ଟେସନ୍, ମୁଁ କ'ଣ ଏତେ ଖରାପ, ସୁନ୍ଦରଗଡ଼ର ସଲମାନ୍ ଖାନ୍, ସିଷ୍ଟର ଶ୍ରୀଦେବୀ, ଗୁଣ୍ଡା, ବିଜୁ ବାବୁ ଆଦି ଓଡ଼ିଆ କଥାଚିତ୍ରରେ ଅଭିନୟ କରିଛନ୍ତି ।[୧]

ଅଭିନୟ ଜୀବନ[ସମ୍ପାଦନା]

ଶୁଭ୍ରାଂଶୁ ୧୯୯୪ ମସିହାରେ ଦୁଇଟି ଲକ୍ଷ୍ୟ ନେଇ କାମକ୍ଷାନଗରରୁ ଭୁବନେଶ୍ୱର ଆସିଥିଲେ; ଡାକ୍ତରୀ ପଢ଼ିବେ କିମ୍ବା ଅଭିନୟ କରିବେ । ମାତ୍ର ସେ ଏମ୍‌ବିଏ କରିଥିଲେ ଏବଂ ଚାକିରୀ କରିବା ପରେ ଅଭିନୟ କରିବା ଆରମ୍ଭ କରିଥିଲେ । ୧୯୯୯ ମସିହାରେ ଅଭିନୟ ଦୁନିଆରେ କାମ କରିବା ଆରମ୍ଭ କରିଥିଲେ । ଡିଡି ଓଡ଼ିଆରେ ପ୍ରସାରିତ ହେଉଥିବା ଧାରାବାହିକ ସଂସ୍କାରରେ ସେ ୧୦ରୁ ୧୨ଟି ଅଧ୍ୟାୟରେ କାମ କରିଥିଲେ ।

୨୦୦୧ ମସିହାରେ ସେ ଡିଡି ଓଡ଼ିଆରେ ପ୍ରସାରିତ ଅନ୍ୟତମ ଧାରାବାହିକ ଦୁହିତାରେ ମୁଖ୍ୟ ନାୟକ ଭାବରେ କାମ କରିଥିଲେ । ଏହାପରେ ଇଟିଭି ଓଡ଼ିଆ, ତରଙ୍ଗ ଟିଭି, ସାର୍ଥକ ଟିଭି, ଜୀ ସାର୍ଥକ ଆଦିରେ ବିଭିନ୍ନ ଧାରାବାହିକରେ ଅଭିନୟ କରିଥିଲେ ।

୨୦୦୯ ମସିହାରେ ସେ ଓଡ଼ିଆ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ଚୁପ୍ କିଏ ଆସୁଛି । ଏହାପରେ ସେ ଅନେକ କଥାଚିତ୍ରରେ ଚରିତ୍ର ଅଭିନେତା, ହାସ୍ୟ ଅଭିନତା ଓ ଖଳନାୟକ ଆଦି ଭୂମିକାରେ ଅଭିନୟ କରିଛନ୍ତି ।

ଅଭିନୀତ ଧାରାବାହିକ[ସମ୍ପାଦନା]

ଧାରାବାହିକ ଚେନାଲ୍ ଭୂମିକା ମନ୍ତବ୍ୟ
ସଂସ୍କାର ଡିଡି ଓଡ଼ିଆ
ଦୁହିତା ମୁଖ୍ୟ ନାୟକ
କାହାର ହେବି ମୁଁ କଣ୍ଢେଇ
ମହାଯଜ୍ଞ
ଦୁହିତା
କହିଲେ ତୋ କୂଳ କୁଟୁମ୍ବକୁ ଲାଜ
ସୁନା କଳସ
ସଂସ୍କାର ଇଟିଭି ଓଡ଼ିଆ
ବଡ଼ ଘର ବଡ଼ ଗୁମର କଥା
ଅବୁଝା ଏ ମନ ତରଙ୍ଗ ଟିଭି
ବେବି
ଜୀବନ ସାଥି ଜୀ ସାର୍ଥକ
ଫୁଲ୍ ଗଡ଼ବଡ଼ ତରଙ୍ଗ ଟିଭି
ଜ୍ୱାଇଁ ନଂ ୱାନ ସାର୍ଥକ ଟିଭି
ସବୁ ଠିକ୍ ଠାକ୍ ଇଟିଭି ଓଡ଼ିଆ
ପିତା ପ୍ରପିତା ପିତାମହ

ଅଭିନୀତ କଥାଚିତ୍ର[ସମ୍ପାଦନା]

ବର୍ଷ କଥାଚିତ୍ର ଭୂମିକା ମନ୍ତବ୍ୟ ଆଧାର
୨୦୦୯ ଚୁପ୍ କିଏ ଆସୁଛି ଅଭିନୀତ ପ୍ରଥମ କଥାଚିତ୍ର
୨୦୧୦ ମୁଁ କ'ଣ ଏତେ ଖରାପ
୨୦୧୬ ଲଭ୍ ଷ୍ଟେସନ୍ ସଞ୍ଜୁର ବଡ଼ ଭାଇ
ଗୁଣ୍ଡା
୨୦୧୭ ସିଷ୍ଟର ଶ୍ରୀଦେବୀ
୨୦୧୮ ସୁନ୍ଦରଗଡ଼ର ସଲମାନ୍ ଖାନ୍
ଶ୍ରୀମାନ୍ ସୁର୍‌ଦାସ
୨୦୧୯ ବିଜୁ ବାବୁ
ଗୋଲ୍ ମାଲ୍ ଲଭ୍
୨୦୨୧ ବାପା ଆଇସିୟୁରେ ଅଛନ୍ତି
୨୦୨୨ ବାଳୀ - ଦ ସେଭିଅର୍
ହାଏ କୃଷ୍ଣ ଅନୁର ବାପା
୨୦୨୩ ନିୟତି
ବନ୍ଦିନୀ [୨]
ବାପା ସୁପର୍‌ମ୍ୟାନ୍ ଚନ୍ଦ୍ରକାନ୍ତ ସାବତ

ଆଧାର[ସମ୍ପାଦନା]

  1. "କାହାର ହେବି ମୁଁ କଣ୍ଢେଇ". ସମ୍ବାଦ (ରବିବାର). 26 February 2023. p. 8. Archived from the original on 20 March 2023. Retrieved 20 March 2023.
  2. "ନନ୍ଦିନୀ କ'ଣ ବନ୍ଦିନୀ ? କାହିଁକି ଜସ୍ମିନ୍ ଭାଙ୍ଗୁଛି ଶୁଭମ୍-ନନ୍ଦିନୀଙ୍କ ବିବାହ ?". Sambad (in ଆମେରିକୀୟ ଇଂରାଜୀ). 23 February 2023. Archived from the original on 31 August 2023. Retrieved 31 August 2023.

ବାହାର ଆଧାର[ସମ୍ପାଦନା]