ଅଭିଜିତ ମଜୁମଦାର
ଅଭିଜିତ ମଜୁମଦାର | |
|---|---|
| ଜନ୍ମ | ୧୧ ସେପ୍ଟେମ୍ବର ୧୯୭୧ |
| ଜାତୀୟତା | ଭାରତୀୟ |
| ବୃତ୍ତିସମୂହ |
|
| ସକ୍ରିୟ ବର୍ଷ | ୧୯୮୯ – ଏବେଯାଏଁ |
ଅଭିଜିତ ମଜୁମଦାର (ଜନ୍ମ : ୧୧ ସେପ୍ଟେମ୍ବର ୧୯୭୧) ଜଣେ ଓଡ଼ିଆ କଥାଚିତ୍ର ସଙ୍ଗୀତ ନିର୍ଦ୍ଦେଶକ ଓ ଗାୟକ ।[୧][୨][୩][୪][୫] ୨୦୦୦ ମସିହାରେ ସେ ଓଡ଼ିଆ କଥାଚିତ୍ର ଜଗତରେ ସଙ୍ଗୀତ ନିର୍ଦ୍ଦେଶନା ଦେବା ଆରମ୍ଭ କରିଥିଲେ । ସେ ଓଡ଼ିଆ କଥାଚିତ୍ର ସମେତ ଓଡ଼ିଆ ଆଧୁନିକ ଆଲବମ୍, ଭଜନ, ସମ୍ବଲପୁରୀ ଆଲବମ୍, ଓଡ଼ିଆ ଧାରାବାହିକ ଆଦିର ଗୀତ ନିର୍ମାଣ କରନ୍ତି । ୧୯୯୧ ମସିହାରେ ଅଭିଜିତ ପ୍ରଥମ କରି ସଙ୍ଗୀତ ଜଗତରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ତାଙ୍କ ନିର୍ଦ୍ଦେଶିତ ପ୍ରଥମ ସମ୍ବଲପୁରୀ ଆଲବମ୍ ଥିଲା ଦକ୍ସି ଗଲା ।[୬]
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ମଜୁମଦାର ୧୯୭୧ ମସିହାର ସେପ୍ଟେମ୍ବର ୧୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ଅଧ୍ୟାପକ ଥିଲେ, ମାତ୍ର ୧୯୯୬ ମସିହାରେ ସଙ୍ଗୀତ କ୍ଷେତ୍ରରେ କାମ କରିବା ପାଇଁ ଚାକିରୀରୁ ଇସ୍ତଫା ଦେଇ କଟକ ଯାଇଥିଲେ ।[୭]
ବୃତ୍ତି
[ସମ୍ପାଦନା]ଅଭିଜିତ ମଜୁମଦାର ପ୍ରଥମେ ସମ୍ବଲପୁରୀ ଗୀତରେ କାମ କରିବା ଆରମ୍ଭ କରିଥିଲେ ଏବଂ ପରେ ସେ ଓଡ଼ିଆ କଥାଚିତ୍ର ଜଗତରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ସେ ଓଡ଼ିଆ ଚଳଚ୍ଚିତ୍ର, ଆଲବମ୍ ଏବଂ ସମ୍ବଲପୁରୀ ଇଣ୍ଡଷ୍ଟ୍ରି ପାଇଁ ୭୦୦ରୁ ଅଧିକ ଗୀତ ନିର୍ମାଣ କରିଛନ୍ତି ।[୮]
କଥାଚିତ୍ର ଓ ଆଲବମ୍ ବ୍ୟତୀତ ଅଭିଜିତ କିଛି ଦୂରଦର୍ଶନରେ କାର୍ଯ୍ୟ କରିଛନ୍ତି । ସେ ଏମ୍.ବି.ସି. ଟିଭିରେ ଅନ୍ତାକ୍ଷରୀ କାର୍ଯ୍ୟକ୍ରମର ଉପସ୍ଥାପକ ତଥା ବିଚାରକ ଭାବରେ କାର୍ଯ୍ୟ କରିଥିଲେ । ତରଙ୍ଗ ଟିଭିରେ ମେଲୋଡି ନାଇଟ୍ସ୍ ଉଇଥ୍ ଅଭିଜିତ୍ ମଜୁମଦାର, ଲକ୍ଡାଉନ୍ ଅନ୍ତାକ୍ଷରୀ, ବ୍ୟାଣ୍ଡ୍ ବାଜା ବାରାତ୍ ଉଇଥ୍ ଅଭିଜିତ ମଜୁମଦାର ଭଳି କାର୍ଯ୍ୟକ୍ରମର ଉପସ୍ଥାପନା କରିଛନ୍ତି ।
କଥାଚିତ୍ର
[ସମ୍ପାଦନା]| ବର୍ଷ | ଚଳଚ୍ଚିତ୍ର | ମନ୍ତବ୍ୟ |
|---|---|---|
| ୨୦୦୦ | କାଶିଆ କପିଳା | ପ୍ରଥମ କଥାଚିତ୍ର |
| ୨୦୦୪ | ରଖିବ ଯଦି ସେ ମାରିବ କିଏ | |
| ୨୦୦୭ | ମୋ ସୁନା ପୁଅ | |
| ୨୦୦୮ | ମୁନ୍ନା: ଏ ଲଭ୍ ଷ୍ଟୋରୀ | |
| ତୋ ବିନା ଭଲ ଲାଗେନା | ||
| ୨୦୧୦ | ଶୁଭ ବିବାହ | |
| ଶଶୁର ଘର ଜିନ୍ଦାବାଦ | ||
| ଓମ୍ ନମଃ ଶିବାୟ | ||
| ତୁ ଥା ମୁଁ ଯାଉଛି ରୁଷି | ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର | |
| ୨୦୧୧ | ବାଳୁଙ୍ଗା ଟୋକା | |
| କିଛି ଖଟା କିଛି ମିଠା | ||
| ଆଇନ କାନୁନ୍ | ||
| ୨୦୧୨ | ମାଟ୍ରିକ୍ ଫେଲ୍ | |
| ରଙ୍ଗିଲା ଟୋକା | ||
| ଲଭ୍ ମାଷ୍ଟର | ||
| ଜଗୁ ଅଟୋବାଲା | ||
| ୨୦୧୩ | ଲଭ୍ ହେଲା ଏମିତି | |
| ଚଉକା ଛକା | ||
| ଟାର୍ଗେଟ୍ | ||
| ସଲାମ ସିନେମା | ||
| ରୁଦ୍ର | ||
| ଅଶୋକ ସମ୍ରାଟ | ||
| ହରି ଓମ୍ ହରି | ||
| ଡାହା ବାଳୁଙ୍ଗା | ||
| ଟଙ୍କା ତତେ ସଲାମ | ||
| କେହି ଜଣେ ଭଲ ଲାଗେରେ | ||
| ୨୦୧୪ | ପୁଣି ଦେଖା ହେବ ଆର ଜନମରେ | |
| ସ୍ମାଇଲ୍ ପ୍ଲିଜ୍ | ||
| ଆମେ ତ ଟୋକା ଷଣ୍ଢ ମାର୍କା | ||
| ସମଥିଙ୍ଗ୍ ସମଥିଙ୍ଗ୍ ୨ | ||
| ଗଞ୍ଜା ଲଢ଼େଇ | ||
| ୨୦୧୫ | ଯିଏ ଯାହା କହୁ ମୋର ଢୋ | |
| ଭଉଁରୀ | ||
| ଇସ୍କା ତୁ ହି ତୁ | ||
| ନୂଆ ନୂଆ ପ୍ରେମରେ | ||
| କିଏ ଦେବ ଟକ୍କର | ||
| ଆଶିକୀ | ||
| ୨୦୧୬ | ସମୟ ବଡ଼ ବଳବାନ | |
| ଜବରଦସ୍ତ ପ୍ରେମିକ | ||
| ଲଭ୍ ଷ୍ଟେସନ୍ | ||
| ଲଭ୍ ପାଇଁ କୁଛ୍ ଭି କରେଗା | ||
| ୨୦୧୭ | ହିରୋ ନଂ ୱାନ୍ | |
| ସିଷ୍ଟର ଶ୍ରୀଦେବୀ | ||
| କାବୁଲା ବାରବୁଲା | କେବଳ କଣ୍ଠଶିଳ୍ପୀ | |
| ସୁନାପିଲା ଟିକେ ସ୍କୃ ଢିଲା | ||
| ୨୦୧୮ | ସୁନ୍ଦରଗଡ଼ର ସଲମାନ୍ ଖାନ୍[୯] | |
| ଓନ୍ଲି ପ୍ୟାର୍ | ||
| ଦିୱାନା ହେଲି ତୋ' ପାଇଁ | ||
| ଶକ୍ତି | ||
| ଶ୍ରୀମାନ ସୁର୍ଦାସ | ||
| ୨୦୧୯ | ଗୋଲ୍ମାଲ୍ ଲଭ୍ | |
| ବୈଶାଳୀ | ||
| ଚାଲ୍ ଟିକେ ଦୁଷ୍ଟ ହେବା | ||
| ମିଷ୍ଟର ମଜ୍ନୁ | ||
| ଜୋର୍କା ଝଟ୍କା |
ଦୂରଦର୍ଶନ
[ସମ୍ପାଦନା]| କାର୍ଯ୍ୟକ୍ରମ | ଚେନାଲ୍ | ମନ୍ତବ୍ୟ |
|---|---|---|
| ଅନ୍ତାକ୍ଷରୀ | ଏମ୍.ବି.ସି. ଟିଭି | ଉପସ୍ଥାପକ ତଥା ସଂଚାଳକ |
| ମେଲୋଡି ନାଇଟ୍ସ୍ ଉଇଥ୍ ଅଭିଜିତ୍ ମଜୁମଦାର | ତରଙ୍ଗ ଟିଭି | ଉପସ୍ଥାପକ ତଥା ସଂଚାଳକ |
| ବ୍ୟାଣ୍ଡ୍ ବାଜା ବାରାତ୍ ଉଇଥ୍ ଅଭିଜିତ ମଜୁମଦାର | ତରଙ୍ଗ ଟିଭି | ଉପସ୍ଥାପକ ତଥା ସଂଚାଳକ |
| ଲକ୍ଡାଉନ୍ ଅନ୍ତାକ୍ଷରୀ | ତରଙ୍ଗ ଟିଭି | ଉପସ୍ଥାପକ ତଥା ସଂଚାଳକ |
ପୁରସ୍କାର
[ସମ୍ପାଦନା]- ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର, ୨୦୧୧ - ତୁ ଥାଆ ମୁଁ ଯାଉଚି ରୁଷି[୭]
ଆଧାର
[ସମ୍ପାଦନା]- ↑ "ଧରିତ୍ରୀ ଆଳାପ". No. ଧରିତ୍ରୀ ୧୮/୦୮/୨୦୨୧ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୫. ଧରିତ୍ରୀ. 18 August 2021. Archived from the original on 18 August 2021. Retrieved 18 August 2021.
- ↑ "Abhijit Majumdar: Movies, Photos, Videos, News, Biography & Birthday". timesofindia.indiatimes.com.
- ↑ "Sound of music - OrissaPOST". Odisha News, Odisha Latest news, Odisha Daily - OrissaPOST. 28 November 2018.
- ↑ "'Ja Corona Ja'- A Tribute To Corona Warriors". Mycitylinks- Bhubaneswar | Cuttack | Puri (in ଇଂରାଜୀ).
- ↑ "Tarang Cine Productions' 'Mr Majnu' opens in theatres to rousing response". Odisha Television Ltd. 4 October 2019. Archived from the original on 28 July 2020. Retrieved 11 September 2020.
- ↑ "About Abhijit Majumdar: Odia music composer". PeoplePill. Retrieved 12 September 2020.
- ↑ ୭.୦ ୭.୧ ଓଝା, ଶିବଶଙ୍କର (6 September 2025). "ଅଧ୍ୟାପକରୁ ସଫଳ ସଂଗୀତକାର". ସମ୍ବାଦ. ଭୁବନେଶ୍ୱର. p. ୧୦. Archived from the original on 6 September 2025. Retrieved 6 September 2025.
- ↑ "Abhijit Majumdar - Movies, Biography, News, Age & Photos". BookMyShow.
- ↑ "ଏଥର ବି ଅଭିଜିତ ମଜୁମଦାର ଓ ପ୍ରେମ୍ ଆନନ୍ଦଙ୍କ ଭିତରେ ଟକ୍କର ! | Sambad". ସମ୍ବାଦ. sambad.in. 2 June 2018. Retrieved 12 September 2020.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଅଭିଜିତ ମଜୁମଦାର