ଯୋଗୀ (ଓଡ଼ିଆ କଥାଚିତ୍ର)

ଉଇକିପିଡ଼ିଆ‌ରୁ
(Jogi (Odia Film)ରୁ ଲେଉଟି ଆସିଛି)
ଯୋଗୀ
ନିର୍ଦ୍ଦେଶକନିରଞ୍ଜନ ବେହେରା[୧]
ପ୍ରଯୋଜକଶ୍ରୀଧର ମାର୍ଥା
ସଂଳାପରଜନୀ ରଞ୍ଜନ
ଚିତ୍ରନାଟ୍ୟନିରଞ୍ଜନ ବେହେରା
କାହାଣୀଛବିତା ମାର୍ଥା
କଳାକାରଆର୍ଯ୍ୟନ ଦାଶ, ନିକିତା ମିଶ୍ର, ହର ରଥ, ବିଜୟ ମହାନ୍ତି, ଜୟୀରାମ ସାମଲ, ମନୋଜ ମିଶ୍ର
ସଙ୍ଗୀତଦୀପକ କୁମାର
ମୁକ୍ତିଲାଭ ତାରିଖ
୨୦ ଅପ୍ରେଲ ୨୦୧୮[୨][୩]
ଦେଶ ଭାରତ
ଭାଷାଓଡ଼ିଆ

ଯୋଗୀ, ୨୦୧୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୪][୫][୬] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଶ୍ରୀଧର ମାର୍ଥା ।[୭][୮] ଛବିତା ମାର୍ଥା ଏହି କଥାଚିତ୍ରଟିର କାହାଣୀ ଲେଖିଥିଲେ ।[୯] ରଜନୀ ରଞ୍ଜନ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।[୧୦][୧୧] ନିରଞ୍ଜନ ବେହେରା ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୧୨][୧୩] ନିରଞ୍ଜନ ଏହି କଥାଚିତ୍ର ଜରିଆରେ ପ୍ରଥମ ଥର ପାଇଁ ନିର୍ଦ୍ଦେଶନା ଦେବା ଆରମ୍ଭ କରିଥିଲେ ।[୧୪] ଏହା ପୂର୍ବର ନିର‌ଞ୍ଜନ ଆଣ୍ଟି ନମସ୍କର ଚଳଚ୍ଚିତ୍ରର ନିର୍ମାଣ ଆରମ୍ଭ କରିଥିଲେ, ମାତ୍ର ଏହା ପ୍ରଥମେ ମୁକ୍ତିଲାଭ କରିପାରିନଥିଲା ।[୧୫] ସଙ୍ଗୀତ ନିର୍ଦ୍ଦେଶକ ଦୀପକ କୁମାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[୯]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଆର୍ଯ୍ୟନ ଦାଶ[୧୬][୧୭][୧୮] ଏବଂ ନିକିତା ।[୧୯][୨୦] ହର ରଥ[୨୧], ବିଜୟ ମହାନ୍ତି, ଜୟୀରାମ ସାମଲ, ଅରବିନ୍ଦ, ମନୋଜ ମିଶ୍ର, ପପି ସନ୍ତୁକା, ଦେବୁ ବ୍ରହ୍ମା, ସୁମନ, ଚକ୍ରଧର ଜେନା, ରବି ମିଶ୍ର, ଜଗବନ୍ଧୁ ରାଉତ, ଗୁରୁ ମିଶ୍ର ଆଦି କଳାକାରମାନେ ଅଭିନୟ କରିଥିଲେ ।[୨୨] କଲମ୍ବିଆର ନର୍ତ୍ତକୀ ମାରିଆ ଓଲା ଏହି କଥାଚିତ୍ରରେ ଏକ ଆଇଟମ ଗୀତରେ ନୃତ୍ୟ କରିଥିଲେ ।[୨୩][୧୨] ହିନ୍ଦୀ କଥାଚିତ୍ର ଜଗତର ଅଭିନେତ୍ରୀ ରୁମ୍ପା ସରକାର ଏହି କଥାଚିତ୍ରଟିରେ ଏକ ଆଇଟମ ନୃତ୍ୟ କରିଥିଲେ ।[୨୪] ଏହି କଥାଚିତ୍ରଟିର ୨ୟ ଭାଗ ଯୋଗୀ ୨ ଭାବରେ ନିର୍ମାଣ କରିବାକୁ ପ୍ରଯୋଜକ ଶ୍ରୀଧର ମାର୍ଥା ଘୋଷଣା କରିଛନ୍ତି ।[୨୫]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ବାପା ଜଗବନ୍ଧୁ ମିଶ୍ର ଜଣେ ସ୍ୱାଧୀନତା ସଂଗ୍ରାମୀ । ସେ ଦେଶର ରାମରାଜ୍ୟର ସ୍ୱପ୍ନ ଦେଖନ୍ତି । କିନ୍ତୁ ଯେଉଁ ରାଜ୍ୟର ସେ ଅଧିବାସୀ ସେଭଳି କିଛି ଘଟେ ନାହିଁ । ଜଗବନ୍ଧୁଙ୍କର ଦୁଇ ପୁଅ । ବଡ଼ପୁଅ ସଂଗ୍ରାମ ଓ ସାନପୁଅ ବିପ୍ଳବ । ଏମାନଙ୍କ ମଧ୍ୟରୁ ସଂଗ୍ରାମ ରାଜ୍ୟର ମୁଖ୍ୟମନ୍ତ୍ରୀ ହୁଅନ୍ତି । କିନ୍ତୁ ମୁଖ୍ୟମନ୍ତ୍ରୀ ହେବାର ଅଳ୍ପଦିନ ଭିତରେ ସେ ଦୁର୍ନୀତିରେ ଲିପ୍ତ ହୁଅନ୍ତି । ଏହାର ପରିଣାମ ବି ତାଙ୍କୁ ଭୋଗିବାକୁ ପଡ଼େ । ନିର୍ବାଚନରେ ସଂଗ୍ରାମ ପରାଜିତ ହୋଇ ଗାଦିଚ୍ୟୁତ ହୁଅନ୍ତି ଓ ତାଙ୍କ ସ୍ଥାନରେ ଜଣେ ସମାଜସେବୀ ହୁଅନ୍ତି ରାଜ୍ୟର ମୁଖ୍ୟମନ୍ତ୍ରୀ । କିନ୍ତୁ ସେ ବି ସଂଗ୍ରାମଙ୍କଠାରୁ କୌଣସି ଗୁଣରେ କମ୍‌ ହୁଅନ୍ତି ନାହିଁ । ଅର୍ଥାତ୍‌ ମହିଳା ମୁଖ୍ୟମନ୍ତ୍ରୀ ବି ଦୁର୍ନୀତିଗ୍ରସ୍ତ ବୋଲି ପ୍ରମାଣିତ ହୁଅନ୍ତି ।[୯]

ଏହାପରେ ପୁଣି ନିର୍ବାଚନ ଅନୁଷ୍ଠିତ ହୁଏ । ସେହି ସମୟରେ ଲୋକେ ଚାହାଁନ୍ତି ଏମିତି ଜଣେ ବ୍ୟକ୍ତିଙ୍କୁ ଶାସନ ଦାୟିତ୍ୱ ଦେବେ, ଯିଏ କି ଭ୍ରଷ୍ଟାଚାର ମୁକ୍ତ ଶାସନ ଦେବ ଓ ନିଜେ ସ୍ୱଚ୍ଛ ଓ ନିର୍ମଳ ଓ ନିର୍ଲୋଭ ହୋଇଥିବେ । ଏଭଳି ପରିସ୍ଥିତିରେ ସମସ୍ତଙ୍କର ଦୃଷ୍ଟିରେ ଆସନ୍ତି ସ୍ୱାଧୀନତା ସଂଗ୍ରାମୀ ଜଗବନ୍ଧୁ ମିଶ୍ରଙ୍କ ସାନ ପୁଅ ବିପ୍ଲବ । ସେ କିନ୍ତୁ ରହନ୍ତି ନାହିଁ, କାରଣ ସନ୍ନ୍ୟାସ ବ୍ରତ ଅବଲମ୍ବନ କରିଛନ୍ତି । ତାଙ୍କୁ ସମସ୍ତେ ଯୋଗୀ ଭାବେ ଜାଣନ୍ତି । ଦିନେ ଯୋଗୀ ଓରଫ ବିପ୍ଲବ ଅନୁଭବ କରନ୍ତି ଯେ ରାଜ୍ୟକୁ ଦୁର୍ନୀତି ମୁକ୍ତ କରିବା ପାଇଁ ତାଙ୍କର ରାଜନୀତିରେ ପ୍ରବେଶର ଆବଶ୍ୟକତା ରହିିଛି । ତା’ ଛଡ଼ା ବାପାଙ୍କ ସ୍ୱପ୍ନ ପୂରଣ କରିବା ପାଇଁ ତାଙ୍କୁ,ଏହା କରିବାକୁ ପଡ଼ିବ ।[୩୩]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଦୀପକ କୁମାର[୩୪][୩୫][୯][୩୬] ଶୁଭ କୁମାର ଦାସ, ରଜନୀକାନ୍ତ ନାୟକ, ସୁଜାତା ଜେନା, ଶୀର୍ଷାନନ୍ଦ ଦାସ କୁନୁନ୍‌ଗୋ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତଗୁଡ଼ିକର ରଚନା କରିଥିଲେ । ତାରିକ୍ ଅଜିଜ୍, ସତ୍ୟଜିତ ପ୍ରଧାନ, ଅସୀମା ପଣ୍ଡା, ପମି, ସଞ୍ଜୁ ଆଦି କଣ୍ଠଶୀଳ୍ପିମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତକବିଗାୟକସମୟ
1."ନନ୍ଦିନୀ ମୁଁ ନନ୍ଦିନୀ କିଏ କରିବ ମୋତେ ବନ୍ଦିନୀ"ଶୁଭ କୁମାର ପଟ୍ଟନାୟକପମି 
2."ମାଧିଆ ଜମି ହଡ଼ପ କଲା"ଶୀର୍ଷାନନ୍ଦ ଦାସ କୁନୁନ୍‌ଗୋସଞ୍ଜୁ 
3."ଧୁଆଁ ଧୁଆଁ ସଞ୍ଜବେଳେ"ସୁଜାତା ଜେନାହ୍ୟୁମାନ ସାଗର 
4."ପ୍ରେମ ଯଦି ପାପ ମୁଁ ପ୍ରେମ କରିବି"ରଜନୀକାନ୍ତ ନାୟକସତ୍ୟଜିତ, ଅସୀମା ପଣ୍ଡା 
5."ଏ ଯୋଗୀ ଯୋଗୀ ଯୋଗୀଜି" ତାରିକ୍ ଅଜିଜ୍ 

ଆଧାର[ସମ୍ପାଦନା]

  1. "ଏହି ଓଲିଉଡ ଯୋଡିଙ୍କ 'ପ୍ରେମ ପାଇଁ ମହାଭାରତ'". sambad.in. 16 May 2018. Retrieved 6 June 2018.
  2. "ଆଜି ରିଲିଜ୍‌ : 'ଯୋଗୀ'". sambad.in. 20 April 2018. Retrieved 6 June 2018.
  3. "୨୦ରେ 'ଯୋଗୀ', ୨୭ରେ 'ଶକ୍ତି'". sambad.in. 18 April 2018. Retrieved 6 June 2018.
  4. "ଜାଣନ୍ତୁ , ୨୦୧୮ରେ ଏଯାଏଁ କେତୋଟି ଓଡ଼ିଆ ସିନେମା ରିଲିଜ୍‌ ହେଲା". Sambad.in. ଓଡ଼ିଶା. 29 December 2018. Archived from the original on 22 October 2020. Retrieved 29 December 2018.
  5. "ବର୍ଷର ପ୍ରଥମ ଆଠ ମାସରେ ଓଲିଉଡର ହାଲଚାଲ୍‌ ସଂପର୍କରେ ଜାଣିବାକୁ ଚାହାଁନ୍ତି କି ? | Sambad". Sambad. 4 September 2018. Archived from the original on 7 September 2018. Retrieved 4 September 2018.
  6. "ଗତ ଦୁଇ ମାସଭିତରେ ଓଲିଉଡରେ କ'ଣ ସବୁ ଘଟିଛି". sambad.in. 1 June 2018. Retrieved 6 June 2018.
  7. "'ନାଥୁରାମ'ରେ ମନୋଜ". ସମାଜ. ୧ April 2018. Retrieved 2 April 2018. {{cite news}}: Check date values in: |date= (help)[permanent dead link]
  8. "'ଯୋଗୀ'କୁ ଅପେକ୍ଷା". ସମାଜ. 18 February 2018. Retrieved 18 February 2018.[permanent dead link]
  9. ୯.୦ ୯.୧ ୯.୨ ୯.୩ "ସଂଗ୍ରାମୀଙ୍କ ସ୍ୱପ୍ନ". ସମାଜ ରବିବାର. 8 April 2018. Retrieved 12 April 2018.[permanent dead link]
  10. "ରଜନୀଙ୍କ '୫୦'". ସମାଜ. 25 March 2018. Retrieved 25 March 2018.[permanent dead link]
  11. "ଅଭିନୟ ନିଶା". ସମାଜ. 8 October 2017. Retrieved 8 October 2017.[permanent dead link]
  12. ୧୨.୦ ୧୨.୧ ୧୨.୨ "ରୂପ ରାଇଜରେ ରୁମ୍ପା". ସମାଜ. 11 March 2018. Retrieved 12 March 2018.[permanent dead link]
  13. "ଏବର୍ଷ ଏହି ନାୟକଙ୍କ ସହ ଏକାଧିକ ଫିଲ୍ମରେ ନଜର ଆସିବେ ରୀୟା". ସମ୍ବାଦ. ଭୁବନେଶ୍ୱର: sambad.in. 31 January 2021. Archived from the original on 24 October 2022. Retrieved 24 October 2022.
  14. "କ୍ୟାରିୟର୍‌ରେ ମୋଡ଼". ସମାଜ (ରବିବାର). 22 April 2018. Retrieved 28 April 2018.[permanent dead link]
  15. "ନିର୍ଦ୍ଦେଶନାରେ ନିରଞ୍ଜନ". ସମାଜ (ରବିବାର). 22 July 2018. Retrieved 28 July 2018.[permanent dead link]
  16. "ଭାଗ୍ୟବାନ୍ ଆର୍ଯ୍ୟନ୍". ସମାଜ ରବିବାର. 8 April 2018. Retrieved 12 April 2018.[permanent dead link]
  17. "ନୂଆନୂଆ ପ୍ରେମରେ". ସମାଜ. 25 March 2018. Retrieved 25 March 2018.[permanent dead link]
  18. "ଆସୁଛନ୍ତି ଓଲିଉଡକୁ ଏହି ନବାଗତ ନାୟକ". sambad.in. 21 March 2018. Retrieved 21 March 2018.
  19. "ଆର ବର୍ଷକୁ ଆସିବେ ଓଲିଉଡର ଏହି ଫ୍ରେସ୍‌ ଯୋଡି". sambad.in. 28 December 2017. Retrieved 1 February 2018.
  20. "ନବାଗତା ନିକିତା". ସମାଜ. 15 October 2017. Retrieved 15 October 2017.[permanent dead link]
  21. "ହର ଦେଲେନି ଧରା". ସମାଜ. 3 December 2017. Retrieved 7 December 2017.[permanent dead link]
  22. "ପ୍ରେମ ପାଇଁ 'ଆଧାର'". ସମାଜ. 15 April 2018. Retrieved 15 April 2018.[permanent dead link]
  23. ୨୩.୦ ୨୩.୧ "ସାବାସ୍ ଶ୍ରୀଧର". ସମାଜ. 5 November 2017. Retrieved 5 November 2017.[permanent dead link]
  24. "ଓଡ଼ିଆ ସିନେମା 'ଯୋଗୀ'ରେ ନଜର ଆସିବେ ମୁମ୍ବାଇରୁ ଆସିଥିବା ହଟ୍‌ ଅଭିନେତ୍ରୀ ରୁମ୍ପା". sambad.in. 18 March 2018. Retrieved 21 March 2018.
  25. "ଓଡ଼ିଆ ଚଳଚ୍ଚିତ୍ର ଜଗତରେ ପ୍ରଥମ: ଆସିବ 'ଯୋଗୀ-୨'ର ଦ୍ୱିତୀୟ ଭାଗ". sambad.in. 29 April 2018. Retrieved 6 June 2018.
  26. "ଆର୍ଯ୍ୟନଙ୍କ ଚମକ". ସମାଜ. 31 December 2017. Retrieved 6 January 2018.[permanent dead link]
  27. "ଆସୁଛନ୍ତି ଆର୍ଯନ୍". ସମାଜ. 4 February 2018. Retrieved 7 February 2018.[permanent dead link]
  28. "ପ୍ରଭୁ ଚରିତ୍ରରେ ଆସୁଛନ୍ତି ଏହି ଓଲିଉଡ ନାୟକ". sambad.in. 19 April 2018. Retrieved 6 June 2018.
  29. "ଓଲିଉଡରେ ଏକା ନାମରେ ଅଛନ୍ତି ଏ ଦୁଇ ଅଭିନେତ୍ରୀ | Sambad". Sambad. 24 November 2017. Archived from the original on 15 August 2018. Retrieved 24 August 2018.
  30. "ମୁଖ୍ୟମନ୍ତ୍ରୀ ଭୂମିକାରେ ଆସୁଛନ୍ତି ଏହି ଲୋକପ୍ରିୟ ଅଭିନେତ୍ରୀ". sambad.in. 4 November 2017. Retrieved 6 November 2017.
  31. "କାହିଁକି 'ଯୋଗୀ' ରାଜନୀତିରେ ପ୍ରବେଶ କରନ୍ତି? ଜାଣନ୍ତୁ ଏହି ଓଡ଼ିଆ ସିନେମାର କାହାଣୀରୁ". samba.in. 31 December 2017. Retrieved 1 February 2018.
  32. "ରାଜନେତା ରବି". ସମାଜ. 21 January 2018. Retrieved 24 January 2018.[permanent dead link]
  33. "ଏଇ ମାସ ଶେଷରେ ଆସିବ ଏହି ଓଡ଼ିଆ ସିନେମା". sambad.in. 9 March 2018. Retrieved 13 March 2018.
  34. "Odia Movies List 2018". OdiaLive. Archived from the original on 25 January 2019. Retrieved 30 December 2018.
  35. "ବଙ୍ଗଳା ଚିତ୍ରରେ ଦୀପକ". ସମାଜ (ରବିବାର) (in Odia). ଓଡ଼ିଶା. 2 September 2018. Archived from the original on 2 September 2018. Retrieved 2 September 2018.{{cite news}}: CS1 maint: unrecognized language (link)
  36. "ଏଡିଟିଂ ଟେବୁଲରେ ଓଡ଼ିଆ ସିନେମା 'ଯୋଗୀ'". sambad.in. 12 November 2017. Retrieved 13 November 2017.

ବାହାର ଆଧାର[ସମ୍ପାଦନା]

  • ଇଣ୍ଟରନେଟ ମୁଭି ଡାଟାବେସରେ ଯୋଗୀ