ସ୍ନିଗ୍ଧା ମହାନ୍ତି

ଉଇକିପିଡ଼ିଆ‌ରୁ
ସ୍ନିଗ୍ଧା ମହାନ୍ତି
Born
Nationalityଭାରତୀୟ
Occupationସିନେମା ଅଭିନେତ୍ରୀ
Years active୧୯୮୦-ଏବେଯାଏଁ
Known forଓଡ଼ିଆ ସିନେମା ଅଭିନେତ୍ରୀ
Spouseଜୟପ୍ରକାଶ ମହାନ୍ତି
Childrenସମ୍ଭାବନା ମହାନ୍ତି

ସ୍ନିଗ୍ଧା ମହାନ୍ତି ଜଣେ ଜଣାଶୁଣା ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ସେ ଅନେକ ଓଡ଼ିଆ ଓ ବଙ୍ଗଳା ସିନେମାରେ କାମ କରିଛନ୍ତି । ୧୯୮୮ ଜାନୁଆରୀରେ ମୁକ୍ତିଲାଭ କରିଥିଲା ଚଳଚ୍ଚିତ୍ର ଲାଲ୍‍ପାନ ବିବି ନବାଗତା ଅଭିନେତ୍ରୀଭାବେ ମହାନ୍ତି ଅଭିନୟ ଆରମ୍ଭ କରିଥିଲେ । ସେ ନାୟିକା, ସହ-ନାୟିକା, ନକାରାତ୍ମକ ଭୂମିକାରେ ଏବଂ ଟେଲିଭିଜନ ଧାରାବାହିକମାନଙ୍କରେ ପ୍ରମୁଖ ଭୂମିକାରେ ମଧ୍ୟ ଅଭିନେତ୍ରୀ ଭାବେ ଅଭିନୟ କରିଛନ୍ତି । ସେ ପଚାଶରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିସାରିଛନ୍ତି । ତରଙ୍ଗ ଟିଭିରେ ପ୍ରସାରିତ "ସ୍ୱାଭିମାନ" ଓ "ଅମ୍ବିକାଖୁଡ଼ୀଙ୍କ ହାଣ୍ଡିଶାଳ" ତାଙ୍କ ଅଭିନୀତ ଦୁଇଟି ଲୋକପ୍ରିୟ ଧାରାବାହିକ କାର୍ଯ୍ୟକ୍ରମ । ସେ ଭାରତୀୟ ଡାକ ବିଭାଗରେ କାର୍ଯ୍ୟ କରନ୍ତି । [୧]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ସ୍ନିଗ୍ଧା ମହାନ୍ତି ଓଡ଼ିଶାର ଭୁବନେଶ୍ୱରଠାରେ ଜନ୍ମ ଗ୍ରହଣ କରିଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଶିକ୍ଷା ସମାପ୍ତ ପରେ ସେ ଅଭିନୟକୁ ପେଶା ଭାବେ ଆରମ୍ଭ କରିଥିଲେ ।

କଥାଚିତ୍ର ଜୀବନ[ସମ୍ପାଦନା]

୧୯୮୦ ମସିହାରେ ଅଗ୍ନି ପରିକ୍ଷା ଚଳଚ୍ଚିତ୍ରରୁ ଅଭିନେତ୍ରୀ ଜୀବନ ଆରମ୍ଭ କରିଥିବା ସ୍ନିଗ୍ଧା , ବର୍ତ୍ତମାନ ସୁଦ୍ଧା ୩୦ରୁ ଅଧିକ ଓଡ଼ିଆ, ବଙ୍ଗଳା, ସିନେମାରେ ଅଭିନୟ କରିସାରିଛନ୍ତି । ମହୁଆ ଚଳଚ୍ଚିତ୍ରରେ ସ୍ନିଗ୍ଧା ନାୟକ ଶ୍ରୀରାମ ପଣ୍ଡାଙ୍କ ସ‌ହ ଅଭିନୟ କରିଥିଲେ ।[୨]

ପରିବାର[ସମ୍ପାଦନା]

ସ୍ନିଗ୍ଧା ମହାନ୍ତିଙ୍କର ପତି ଜୟପ୍ରକାଶ ମହାନ୍ତି ଜଣେ ଜଣାଶୁଣା ଆଲବମ ଓ ଚଳଚ୍ଚିତ୍ର ନିର୍ଦ୍ଦେଶକ । ତାଙ୍କ ଝିଅ ସମ୍ଭାବନା ମଧ୍ୟ ଜଣେ ଅଭିନେତ୍ରୀ ଓ ଗାୟିକା । [୩]

ଅଭିନୀତ ଓଡ଼ିଆ କଥାଚିତ୍ର[ସମ୍ପାଦନା]

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • ଶ୍ରେଷ୍ଠ ଚରିତ୍ର ଅଭିନେତ୍ରୀ: ଶୋ ଟାଇମ ପୁରସ୍କାର, ୨୦୧୨[୪]

ଆଧାର[ସମ୍ପାଦନା]

  1. ଖିଲାର, ଅମିତାଭ (March 2015). ଆଳାପ : ସଫଳ ସ୍ନିଗ୍ଧା. କାଦମ୍ବିନୀ.
  2. "ଉତ୍ତମଙ୍କ ବଦଳରେ ଶ୍ରୀରାମ ସ୍ଥାନ ପାଇଥିଲେ ଏହି ସିନେମାରେ!". sambad.in. 25 March 2018. Retrieved 2 April 2018.
  3. http://www.dailypioneer.com/state-editions/bhubaneswar/sambhavna-mohanty-to-debut-in-upcoming-mun-raja-tu-rani.html
  4. "Show Time 2012 Award | Oriya Film & Television Awards Ceremony at Puri". incredibleorissa.com. Retrieved 16 January 2013. Best Character Role (Female) – Snigdha Mohanty

ଅଧିକ ତଥ୍ୟ[ସମ୍ପାଦନା]