ଦୀପକ କୁମାର

ଉଇକିପିଡ଼ିଆ‌ରୁ
ଦୀପକ କୁମାର
Born
ଦୀପକ କୁମାର

(1957-12-08) ଡିସେମ୍ବର ୮, ୧୯୫୭ (ବୟସ ୬୬)
Occupation(ଓଡ଼ିଆ) ସଙ୍ଗୀତ ନିର୍ଦ୍ଦେଶକ
Years active୧୯୭୯ ରୁ ଏବେଯାଏ

ଦୀପକ କୁମାର (ଜନ୍ମ: ୮ ଡିସେମ୍ବର ୧୯୫୭) ଜଣେ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ । ସେ ୧୯୭୯ ମସିହାରେ ଗ୍ରାମଫୋନ ରେକର୍ଡରେ ରେକର୍ଡ଼ ହୋଇଥିବା "କେଡ଼େ ସୁନ୍ଦର ଦିଶେ କାଳିଆ ହାତୀ" ଗୀତ ମାଧ୍ୟମରେ ନିଜର ଓଡ଼ିଆ ସଙ୍ଗୀତରେ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । ପରେ ୧୯୯୮ ମସିହାରେ ଧର୍ମ ନିକିତି ଚଳଚ୍ଚିତ୍ର ମାଧ୍ୟମରେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ । ସେ ସ୍ୱର ସଂଯୋଜନା କରିଥିବା କେତେକ ପ୍ରମୁଖ ଚଳଚ୍ଚିତ୍ର ମଧ୍ୟରେ ବିଧାତା, ମହାସଂଗ୍ରାମ, ତୋ ଆଖି ମୋ ଆଇନା, କ୍ରିମିନାଲ୍, ହିରୋ, ଧର୍ମ, ଗୁଣ୍ଡା, ରିଭେଞ୍ଜ, ଯୋଗୀ ଆଦି ଅନ୍ୟତମ ।

ପ୍ରାରମ୍ଭିକ ଜୀବନ

ଦୀପକ କୁମାର ୧୯୫୭ ଡିସେମ୍ବର ୮ତାରିଖରେ କଟକରେ ଜନ୍ମଗ୍ରହଣ କରିଥିଲେ ।[୧]

ବୃତ୍ତିଗତ ଜୀବନ

ସଙ୍ଗୀତ ନିର୍ଦ୍ଦେଶନା

ଦୀପକ କୁମାର ୧୯୭୯ ମସିହାରେ ଗ୍ରାମଫୋନରେ ରେକର୍ଡ଼ ହୋଇଥିବା ଏକ ଆଲବମରେ ସଙ୍ଗୀତ ନିର୍ଦ୍ଦେଶକ ଭାବେ ଓଡ଼ିଆ ସଙ୍ଗୀତ ଜଗତରେ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । ଏଥିର ଥିବା ଗୀତଗୁଡ଼ିକ ମଧ୍ୟରେ ସିକନ୍ଦର ଆଲାମଙ୍କ କଣ୍ଠରେ "କେଡ଼େ ସୁନ୍ଦର ଦିଶେ କାଳିଆ ହାତୀ", ତୃପ୍ତି ଦାସଙ୍କ କଣ୍ଠରେ "ସେ ତ ଶବରୀ ଅଇଁଠା ଖିଆ" ଏବଂ ପ୍ରଣବ ପଟ୍ଟନାୟକଙ୍କ କଣ୍ଠରେ "ଆହେ ଚକାଡୋଳା ଡାକି ଡାକି ମୋର ଦିନ କାଳ ଗଲା" ଆଦି ପ୍ରସିଦ୍ଧ । ଦୀପକ କୁମାର ୧୯୯୮ ମସିହାରେ "ଧର୍ମ ନିକିତି" ଚଳଚ୍ଚିତ୍ର ମାଧ୍ୟମରେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ ।[୨] ଏହାପରେ ସେ ବିଧାତା, ମହାସଂଗ୍ରାମ, ତୋ ଆଖି ମୋ ଆଇନା, କ୍ରିମିନାଲ୍, ହିରୋ, ଧର୍ମ, ଗୁଣ୍ଡା, ରିଭେଞ୍ଜ, ଯୋଗୀ[୨] ଆଦି ଚଳଚ୍ଚିତ୍ରରେ ସ୍ୱର ସଂଯୋଜନା କରିଥିଲେ । ତାଙ୍କ ସଙ୍ଗୀତ ନିର୍ଦ୍ଦଶନାରେ "ନାଲି ଫରକ୍ ବାଲି ତୋର ଦେଖି ଷ୍ଟାଇଲ" , "ସୁନେଲି ସୁନେଲି ଖରା ତୋ ମୁହଁ ସାରା", "ତୋର ନହକା ନହକା ଚାଲି", "ମୁଁ ତୋ ହିରୋ ଗୋରୀ ତୁ ହେରୋଇନ୍", "ସଙ୍କଟ ମୋଚନ କେଶରୀ ନନ୍ଦନ ବିକଳେ କରୁଛି ତୁମକୁ ମିନତି", "ଗୁନ୍ ଗୁନ୍ ଗାଏ ଭଅଁରଟା", "ରାଗିଚ କି କଥା କହୁନ", "ଆଜି ଆମ ସାଙ୍ଗ ବାହାଘର" ଏବଂ "ଲାଲ୍ ଗୁଲାବୀ ଲାଲ୍ ଗୁଲାବୀ ମସ୍ତ ଦିଶୁଛୁ" ଆଦି ଜଣାଶୁଣା ।

ଚଳଚ୍ଚିତ୍ର

ଆଧାର

  1. "ବଙ୍ଗଳା ଚିତ୍ରରେ ଦୀପକ". ସମାଜ (ରବିବାର) (in Odia). ଓଡ଼ିଶା. 2 September 2018. Archived from the original on 2 September 2018. Retrieved 2 September 2018.{{cite news}}: CS1 maint: unrecognized language (link)
  2. ୨.୦ ୨.୧ "ଦୀପକଙ୍କ ଦମ୍". ସମାଜ. 18 March 2018. Retrieved 18 March 2018.[permanent dead link]

ବାହାର ଆଧାର

ଇଣ୍ଟରନେଟ ମୁଭି ଡାଟାବେସରେ ଦୀପକ କୁମାର