Jump to content

ହର ରଥ

ଉଇକିପିଡ଼ିଆ‌ରୁ
ହର ରଥ
ଜନ୍ମ
ହର ରଥ

୧୨ ମଇ
ବୃତ୍ତି(ଓଡ଼ିଆ) ଅଭିନେତ୍ରା
ସକ୍ରିୟ ବର୍ଷ୨୦୦୫-ଏବେଯାଏଁ
ବୈବାହିକ-ସାଥୀଫଲ୍‌ଗୁ ଶତପଥୀ (ବିବାହ: ୧୧ ଡିସେମ୍ବର ୨୦୧୩)

ହର ରଥ ଜଣେ ଓଡ଼ିଆ କଥାଚିତ୍ର ଏବଂ ଦୂରଦର୍ଶନ ଅଭିନେତା । ହର ଜଣେ ସ‌ହ-ନିର୍ଦ୍ଦେଶକ ଭାବରେ ୨୦୦୫ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ୨୦୦୮ରେ ହର ଓଡ଼ିଆ କଥାଚିତ୍ର ବନ୍ଦେ ଉତ୍କଳ ଜନନୀ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ସେ ଓଡ଼ିଆ କଥାଚିତ୍ରରେ ନାୟକ, ଖଳନାୟକ, ସ‌ହ-ନାୟକ ଏବଂ ପାର୍ଶ୍ୱ-ଅଭିନେତା ଭାବରେ କାର୍ଯ୍ୟ କରିଛନ୍ତି ।[] କଥାଚିତ୍ର ବ୍ୟତୀତ ସେ ଓଡ଼ିଆ ଦୂରଦର୍ଶନରେ ମଧ୍ୟ ଅଭିନୟ କରିଛନ୍ତି ।

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ହର ଗଞ୍ଜାମ ଜିଲ୍ଲାର ଧରାକୋଟରେ ପଢ଼ୁଥିଲେ । ସେ ସ୍କୁଲରେ ପଢ଼ିବା ସମୟରେ ନାଟକ, ଡ଼୍ରାମା ଆଦିରେ ଅନେକ ଅଭିନୟ କରିଥିଲେ । ଏହାପରେ ଆସ୍କା, ଖୋର୍ଦ୍ଧା କଲେଜ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟରେ ଶ୍ରେଷ୍ଠ ଅଭିନେତା ଭାବେ ମଧ୍ୟ ସେ ପୁରସ୍କାର ପାଇଥିଲେ ।[]

ଅଭିନୟ ଜୀବନ

[ସମ୍ପାଦନା]

ହର ଓଡ଼ିଆ କଥାଚିତ୍ର ଜଗତରେ ବିଭିନ୍ନ ସ୍ତରରେ କାର୍ଯ୍ୟ କରିଥିଲେ । ସେ ମେକଅପ ମେନ, ପ୍ରଡ଼କସନ ମ୍ୟାନେଜର, କ୍ୟାମେରା ଅପେରେଟର, ଏଡ଼ିଟର ଆଦି ବିଭିନ୍ନ କାମ କରିଥିଲେ । ଏହାପରେ ସେ ୨୦୦୫ରେ ଜୀବନ ମୃତ୍ୟୁ କଥାଚିତ୍ରରେ ଜଣେ ସ‌ହ-ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ । ୨୦୦୭ ମସିହାରେ ସେ ମଧ୍ୟ ମୁଁ ତତେ ଲଭ୍ କରୁଚି ଚଳଚ୍ଚିତ୍ରରେ ସ‌ହ-ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ ।[]

ଗୁଡ଼ିଆ ମହାପାତ୍ର ମତେ ତାଙ୍କ ଚଳଚ୍ଚିତ୍ର ପ୍ରିୟା ମୋ ପ୍ରିୟା ଗୋଟିଏ ଛୋଟ ଭୂମିକାରେ ଅଭିନୟ ପାଇଁ ହରଙ୍କୁ ସୁଯୋଗ ଦେଇଥିଲେ ।[] ଏହପରେ ସେ ୨୦୦୮ ମସିହାରେ ଓଡ଼ିଆ କଥାଚିତ୍ର ବନ୍ଦେ ଉତ୍କଳ ଜନନୀରେ ଏକ ଭଲ ଭୂମିକାରେ ସୁଯୋଗ ପାଇଥିଲେ ଏବଂ ତା' ପରଠାରୁ ସେ ଓଡ଼ିଆ କଥାଚିତ୍ର ଜଗତରେ ନାୟକ, ଖଳନାୟକ, ସ‌ହନାୟକ, ପାର୍ଶ୍ୱ-ଅଭିନେତା, ହାସ୍ୟ ଅଭିନେତା ଆଦି ବିଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି ।

ଏହାପରେ ସେ ସତ୍ୟମେବ ଜୟତେ, ମୋଷ୍ଟ ୱାଣ୍ଟେଡ଼, ମାଟିର ବନ୍ଧନ, ଏସିପି ରଣବୀର, ଆଖିରେ ଆଖିରେ, ଆମେତ ଟୋକା ଷଣ୍ଢ ମାର୍କା, ମୁଁ ତା'ର କିଏ, ୱାନ୍ ୱେ ଟ୍ରାଫିକ୍, କେହି ନୁହେଁ କାହାର, ହେଲୋ- ଇନ୍ ଲଭ୍, ମୀମାଂସା ଆଦି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।[]

୨୦୧୮ରେ ହରଙ୍କର ଚଳଚ୍ଚିତ୍ର ଯୋଗୀ ମୁକ୍ତିଲାଭ କରିଥିଲା ।[] ଏହି କଥାଚିତ୍ରଟିରେ ଶୀର୍ଷକ ଯୋଗୀ ଭୂମିକାରେ ହର ଅଭିନୟ କରିଥିଲେ ।[] ଏହି କଥାଚିତ୍ରଟି ପାଇଁ ତାଙ୍କୁ ତିନିମାସ ଧରି ଲଣ୍ଡା ହେବାକୁ ପଡ଼ିଥିଲା ।[][][]

ଟେଲିଭିଜନ

[ସମ୍ପାଦନା]

ହର ଓଡ଼ିଆ କଥାଚିତ୍ର ବ୍ୟତୀତ ଓଡ଼ିଆ ଟେଲିଭିଜନରେ ବିଭିନ୍ନ ଧାରାବାହିକରେ ଅଭିନୟ କରିଛନ୍ତି । ସେ ଇ ଟିଭି ଓଡ଼ିଆରେ ପ୍ରସାରିତ ଧାରାବାହିକ ଅପାରେ ଖଳନାୟକ ଭାବରେ ଅଭିନେତା ଜୟୀରାମ ସାମଲଙ୍କ ପୁଅ ଜିମି ଭୂମିକାରେ ଅଭିନୟ କରିଥିଲେ । ସେ ତରଙ୍ଗ ଟିଭିରେ ପ୍ରସାରିତ ଧାରାବାହିକ ଏକ୍ସକ୍ୟୁଜ୍ ମି-ଏଥର ମିଛ କ‌ହିବିରେ ଅଭିନେତା ପପୁ ପମ ପମଙ୍କ ଅଭିନୟ କରିଥିଲେ ।

ଅଭିନୀତ କଥାଚିତ୍ର

[ସମ୍ପାଦନା]
ବର୍ଷଚଳଚ୍ଚିତ୍ରଭୂମିକାମନ୍ତବ୍ୟ
୨୦୦୮ବନ୍ଦେ ଉତ୍କଳ ଜନନୀବିଜୟ ଦାସପ୍ରଥମ ଓଡ଼ିଆ କଥାଚିତ୍ର
ସତ୍ୟମେବ ଜୟତେ
୨୦୧୧ମୋଷ୍ଟ ୱାଣ୍ଟେଡ଼ଟୋପି
୨୦୧୨ମାଟିର ବନ୍ଧନ
ଏସିପି ରଣବୀର
୨୦୧୪ଆଖିରେ ଆଖିରେ
ଆମେତ ଟୋକା ଷଣ୍ଢ ମାର୍କା
ମୁଁ ତା'ର କିଏ
ୱାନ୍ ୱେ ଟ୍ରାଫିକ୍
୨୦୧୫କେହି ନୁହେଁ କାହାର
ହେଲୋ- ଇନ୍ ଲଭ୍
୨୦୧୬ମୀମାଂସା
୨୦୧୮ଯୋଗୀଯୋଗୀ
ବାଘ ବଜାରୀ []
୨୦୨୬ ବର ବଧୂ

ଅଭିନୀତ ଟେଲିଭିଜନ ଧାରାବାହିକ/କାର୍ଯ୍ୟକ୍ରମ

[ସମ୍ପାଦନା]
  • ଏକ୍ସକ୍ୟୁଜ୍ ମି-ଏଥର ମିଛ କ‌ହିବି
  • ଅପା

ଅଭିନୀତ ୱେବ୍‌ସିରିଜ୍

[ସମ୍ପାଦନା]
  • ଗ୍ୟାଙ୍ଗସ୍ ଅଫ୍ ପୁରୀ
  1. 1 2 3 4 5 "ଜାଣନ୍ତୁ କାହିଁକି ପ୍ରଯୋଜକଙ୍କ ଉପରେ ଚିଡିଥିଲେ 'ଯୋଗୀ' ଓରଫ ହର ରଥ ?". sambad.in. 11 December 2017. Retrieved 27 February 2018.
  2. "ସଂଗ୍ରାମୀଙ୍କ ସ୍ୱପ୍ନ". ସମାଜ ରବିବାର. 8 April 2018. Retrieved 12 April 2018.[permanent dead link]
  3. "ହର ଯାହା ଖୋଜୁଥିଲେ." ଧରିତ୍ରୀ. Retrieved 27 February 2018.
  4. "ଶୁଟିଂ ସେଟ୍‌ରୁ: ଲଣ୍ଡା ହେବାକୁ ନେଇ ଟେନ୍‌ସନ୍‌". ଧରିତ୍ରୀ. Retrieved 27 February 2018.
  5. "ହର ଦେଲେନି ଧରା". ସମାଜ. 3 December 2017. Retrieved 7 December 2017.[permanent dead link]
  6. "ଓଡ଼ିଶାରେ ଯୋଗୀ". ସମାଜ. 17 December 2017. Retrieved 17 December 2017.[permanent dead link]
  7. "ହରଙ୍କ ଭୂମିକା". ସମାଜ. No. ରବିବାର. 19 February 2023. p. 8. Archived from the original on 19 February 2023. Retrieved 19 February 2023.

ବାହାର ଆଧାର

[ସମ୍ପାଦନା]