Jump to content

ନିକିତା ମିଶ୍ର

ଉଇକିପିଡ଼ିଆ‌ରୁ
ନିକିତା ମିଶ୍ର
ଜନ୍ମ
ନିକିତା ମିଶ୍ର

ପେଷା(ଓଡ଼ିଆ) ଅଭିନେତ୍ରୀ
କାର୍ଯ୍ୟକାଳଶିଶୁ କଳାକାର, ୨୦୧୮ରୁ-ଏବେଯାଏଁ
Parentତରୁଣ ମିଶ୍ର (ବାପା)

ନିକିତା ମିଶ୍ର, ଜଣେ ଓଡ଼ିଆ କଥାଚିତ୍ର, ଧାରାବାହିକ ଏବଂ ମଞ୍ଚ ଅଭିନେତ୍ରୀ ।[୧] ସେ ଓଡ଼ିଆ କଥାଚିତ୍ର ଜଗତରେ ଶିଶୁ କଳାକାର ଭାବରେ ଅଭିନୟ ଆରମ୍ଭ କରିଥିଲେ ।[୨] ସେ ଓଡ଼ିଆ ଦୂରଦର୍ଶନରେ ମଧ୍ୟ ଶିଶୁ କଳାକାର ଭାବରେ ଅଭିନୟ କରିଥିଲେ ।[୩] ନିକିତା ଅନ୍ନପୂର୍ଣ୍ଣ ଥିଏଟରରେ ମଧ୍ୟ ଦୁଇ ବର୍ଷ ଶିଶୁ କଳାକାର ଭାବରେ ଅଭିନୟ କରିଥିଲେ ।[୪]

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ନିକିତା ମିଶ୍ର ଛୋଟବେଳୁ ଅଭିନୟ ପ୍ରତି ଆକର୍ଷିତ ହୋଇଥିଲେ । ସେ ଅଭିନୟ ସ‌ହ ଛୋଟବେଳୁ ନୃତ୍ୟରେ ମଧ୍ୟ ପ୍ରଶିକ୍ଷଣ ନେଇଥିଲେ । ତାଙ୍କ ପିତା ତରୁଣ ମିଶ୍ର ଏବଂ ମାତା ହିଁ ତାଙ୍କୁ ଅଭିନୟ ପାଇଁ ପ୍ରେରଣା ଦେଇଥିଲେ । ସେ ଏବେ କଟକର ଇନ୍ଦିରା ଗାନ୍ଧି ମହିଳା ମହାବିଦ୍ୟାଳୟରୁ ଗୃହ ବିଜ୍ଞାନରେ +୩ ପଢ଼ିଛନ୍ତି ।[୫][୪]

ଅଭିନୟ ଜୀବନ

[ସମ୍ପାଦନା]

ଶିଶୁ କଳାକାର

[ସମ୍ପାଦନା]

ନିକିତା ଜଣେ ଶିଶୁ କଳାକାର ଭାବରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ସେ ୨୦୦୭ରେ ସମୟ ହାତରେ ଡୋରି ଜରିଆରେ ଶିଶୁ କଳାକାର ଭାବରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୫][୬] ଏହାପରେ ସେ ନେଇ ନେଇଯା'ରେ ମେଘ ମତେ, ତୁ ଥିଲେ ମୋ ଡର କାହାକୁ, ପ୍ରେମ୍ ୱେଡ୍ସ ପ୍ରିୟା, ମୁଁ ଆଶିକ୍ ମୁଁ ଆୱାରା, ଟାର୍ଗେଟ୍ ଆଦି କଥାଚିତ୍ରରେ ଶିଶୁ କଳାକାର ଭାବରେ ଅଭିନୟ କରିଥିଲେ ।

ଓଡ଼ିଆ କଥାଚିତ୍ର ବ୍ୟତୀତ ସେ ଓଡ଼ିଆ ଦୂରଦର୍ଶନ ଧାରାବାହିକରେ ମଧ୍ୟ ଅଭିନୟ କରିଥିଲେ । ବସୁନ୍ଧରା, ଧର୍ମାତ୍ମା, ଦେବୀ, କା, ଶ୍ରୀ ଜଗନ୍ନାଥ ଆଦି ଧାରାବାହିକରେ ସେ ଜଣେ ଶିଶୁ କଳାକାର ଭାବରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । କଥାଚିତ୍ର ଏବଂ ଦୂରଦର୍ଶନ ବ୍ୟତୀତ ନିକିତା ଅନ୍ନପୂର୍ଣ୍ଣା ଥିଏଟରରେ ମଧ୍ୟ ଦୁଇ ବର୍ଷ ଶିଶୁ କଳାକାର ଭାବରେ ଅଭିନୟ କରିଥିଲେ ।

ନାୟିକ

[ସମ୍ପାଦନା]

ନିକିତା ନାୟିକା ଭାବରେ ଓଡ଼ିଆ କଥାଚିତ୍ର ଯୋଗୀ[୭] ଜରିଆରେ ୨୦୧୮ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ ।[୮] ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ନିରଞ୍ଜନ ବେହେରା । ନିକିତାଙ୍କ ସ‌ହ ଏହି କଥାଚିତ୍ରଟିରେ ନାୟକ ଭାବରେ ଅଭିନୟ କରିଥିଲେ ଆର୍ଯ୍ୟନ ଦାଶ ।[୯][୧୦] ଅନେକ ବଡ଼ ବଡ଼ ଚଳଚ୍ଚିତ୍ର କଳାକର ଏବଂ ଯାତ୍ର କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।

ସେ ତରଙ୍ଗ ଟିଭିର ଧାରାବାଧିକ ନେଇଯା'ରେ ମେଘ ମତେ, ମଞ୍ଜରୀ ଟିଭିର ଧାରାବାହିକ ସିଂହଦ୍ୱାର, ଜୀ ସାର୍ଥକର ଧାରାବାହିକ ଝିଲି ଆଦିରେ ମଧ୍ୟ ଅଭିନୟ କରିଛନ୍ତି ।[୧୧]

ଅଭିନୀତ କଥାଚିତ୍ର

[ସମ୍ପାଦନା]

ଶିଶୁ କଳାକାର

[ସମ୍ପାଦନା]
ବର୍ଷଚଳଚ୍ଚିତ୍ରଭୂମିକାମନ୍ତବ୍ୟ
୨୦୦୭ସମୟ ହାତରେ ଡୋରି
୨୦୦୮ନେଇଯା'ରେ ମେଘ ମତେ
୨୦୧୦ତୁ ଥିଲେ ମୋ ଡର କାହାକୁ
୨୦୧୧ପ୍ରେମ୍ ୱେଡ୍ସ ପ୍ରିୟା
୨୦୧୩ମୁଁ ଆଶିକ୍ ମୁଁ ଆୱାରା
୨୦୧୩ଟାର୍ଗେଟ୍

ନାୟିକ

[ସମ୍ପାଦନା]
ବର୍ଷଚଳଚ୍ଚିତ୍ରନିର୍ଦ୍ଦେଶକଭୂମିକାମନ୍ତବ୍ୟ
୨୦୧୮ଯୋଗୀନିରଞ୍ଜନ ବେହେରାନିକିମୁଖ୍ୟ ଭୂମିକାରେ ପ୍ରଥମ ଓଡ଼ିଆ କଥାଚିତ୍ର
୨୦୨୫ ମା' ମୋର ସାହାଭରସା ତୁଷାର କୁମାର ସିହ୍ନା

ଅଭିନୀତ ଧାରାବାହିକ

[ସମ୍ପାଦନା]
ଧାରାବାହିକଚେନାଲଭୂମିକା
ବସୁନ୍ଧରା
ଧର୍ମାତ୍ମା
ଦେବୀତରଙ୍ଗ ଟିଭି
କାତରଙ୍ଗ ଟିଭି
ଶ୍ରୀ ଜଗନ୍ନାଥତରଙ୍ଗ ଟିଭି
ସିଂହଦ୍ୱାର ମଞ୍ଜରୀ ଟିଭି
ନେଇ ଯା'ରେ ମେଘ ମତେ
ଝିଲି
  1. ↑ "ଅଣ ଓଡ଼ିଆ ନାୟିକାଙ୍କୁ ଟକ୍କର ଦେବାକୁ ପ୍ରସ୍ତୁତ ଆମ ଏହି ଓଡ଼ିଆ ନାୟିକାମାନେ !". sambad.in. 16 October 2017. Retrieved 18 February 2018.
  2. ↑ "ବଡ଼ ନିକିତାଙ୍କ ପରେ ଏବେ ସାନ ନିକିତାଙ୍କ ପାଳି". sambad.in. 3 March 2018. Retrieved 5 March 2018.
  3. ↑ "ଓଲିଉଡରେ ଏକା ନାମରେ ଅଛନ୍ତି ଏ ଦୁଇ ଅଭିନେତ୍ରୀ". sambad.in. 23 November 2017. Retrieved 18 February 2018.
  4. 1 2 "ନବାଗତା ନିକିତା". ସମାଜ. 15 October 2017. Retrieved 15 October 2017.[permanent dead link]
  5. 1 2 "ଶିଶୁ କଳାକାରରୁ ନାୟିକା ହୋଇଥିବା'ଯୋଗୀ'ର ନିକିତାଙ୍କୁ ଜାଣନ୍ତୁ !". sambad.in. 29 October 2017. Retrieved 18 February 2018.
  6. ↑ "ରୂପେଲି ପରଦାକୁ କେବେ ଆଉ କେମିତି ଆସିଲା ରାକ୍ଷୀ: ପଢନ୍ତୁ ଏଇ କାହାଣୀ | News7". www.prameyanews7.com. Archived from the original on 30 September 2020. Retrieved 27 August 2018.
  7. ↑ "ସଂଗ୍ରାମୀଙ୍କ ସ୍ୱପ୍ନ". ସମାଜ ରବିବାର. 8 April 2018. Retrieved 12 April 2018.[permanent dead link]
  8. ↑ "ସ୍ୱରାଜଙ୍କ ସହ କେବେ ଆସିବେ ନିକିତା ?". Sambad. 17 February 2019. Retrieved 21 February 2019.
  9. ↑ "ଆସୁଛନ୍ତି ଓଲିଉଡକୁ ଏହି ନବାଗତ ନାୟକ". sambad.in. 21 March 2018. Retrieved 21 March 2018.
  10. ↑ "ଆର ବର୍ଷକୁ ଆସିବେ ଓଲିଉଡର ଏହି ଫ୍ରେସ୍‌ ଯୋଡି". sambad.in. 28 December 2017. Retrieved 1 February 2018.
  11. ↑ "ନିକିତାଙ୍କ ଚମକ". ସକାଳ (ରବିବାର). 25 September 2022. p. ୨. Archived from the original on 19 December 2022. Retrieved 19 December 2022.

ବାହାର ଆଧାର

[ସମ୍ପାଦନା]