ବିଜୟିନୀ ଦାସ

ଉଇକିପିଡ଼ିଆ‌ରୁ
(Bijayini Dasରୁ ଲେଉଟି ଆସିଛି)
ବିଜୟିନୀ ଦାସ
ଜନ୍ମ ଓ ଜନ୍ମସ୍ଥାନ (1944-09-23) ୨୩ ସେପ୍ଟେମ୍ବର ୧୯୪୪ (ବୟସ ୭୯)
ବାଉଁସିଆପଡ଼ା, ନୟାଗଡ଼
ମୃତ୍ୟୁ୧୨ ଜାନୁଆରୀ ୨୦୨୪(2024-01-12) (ବୟସ ୭୯)
କଟକ
ବୃତ୍ତିଔପନ୍ୟାସିକ
ଭାଷାଓଡ଼ିଆ,
ଜାତୀୟତାଭାରତୀୟ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୧
ସନ୍ତାନଅମରଜିତ, ମଧୁମିତା

ବିଜୟିନୀ ଦାସ (୨୩ ସେପ୍ଟେମ୍ବର ୧୯୪୪ - ୧୨ ଜାନୁଆରୀ ୨୦୨୪)[୧], ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଓଡ଼ିଆ ସାହିତ୍ୟିକା ଥିଲେ ।[୨] ୧୯୯୧ ମସିହାରେ ନିଜ ଉପନ୍ୟାସ "ଦେବଦାସୀ" ପାଇଁ ସେ ଏହି ପୁରସ୍କାର ଲାଭ କରିଥିଲେ ।[୩] ୧୯୮୧ ମସିହାରେ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ଟିକେ ହସ ଟିକେ ଲୁହ ବିଜୟିନୀଙ୍କ ଉପନ୍ୟାସ ଉପରେ ପର୍ଯ୍ୟବସିତ ଥିଲା ।[୪]

ରଚନାବଳୀ[ସମ୍ପାଦନା]

କବିତା[ସମ୍ପାଦନା]

  • ମଧ୍ୟରାତ୍ରୀର କବିତା
  • ଭଙ୍ଗା ଆଇନା
  • ତିନି ଦଶକର କବିତା
  • ଏବେ ମତେ କହିବାକୁ ଦିଅ
  • ସୂର୍ଯ୍ୟୋଦୟ - ୧୯୮୩ (ଜୀବନରଙ୍ଗ ପ୍ରକାଶନ)

କ୍ଷୁଦ୍ରଗଳ୍ପ[ସମ୍ପାଦନା]

  • ଛାଇ ଆଲୁଅ
  • ଝରକା
  • ଭୋର ଆକାଶ
  • ଶରାହତ - ୧୯୮୧ (ଜୀବନରଙ୍ଗ ପ୍ରକାଶନ)

ଉପନ୍ୟାସ[ସମ୍ପାଦନା]

  • ବାଗ୍ ଦତ୍ତା - ୧୯୮୬ (ନାଳନ୍ଦା)
  • ଦେବଦାସୀ - ୧୯୮୯ (ନାଳନ୍ଦା)
  • ପରପୁରୁଷ - ୨୦୦୭ (କାହାଣୀ)
  • ମଧୁପର୍କ - ୨୦୦୦ (ଜୀବନରଙ୍ଗ ପ୍ରକାଶନ)[୫]

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୯୧ (ଦେବଦାସୀ ଉପନ୍ୟାସ ପାଇଁ)
  • ବୀଣାପାଣି ମହାନ୍ତି କଥା ସାହିତ୍ୟ ପୁରସ୍କାର - ୨୦୨୦ ( ଗଙ୍ଗାଧର ରଥ ଫାଉଣ୍ଡେସରଦ୍ୱାରା ପ୍ରଦତ୍ତ )[୬]
  • ପ୍ରଜାତନ୍ତ ବିଷୁବ ସମ୍ମାନ
  • ରାଧାନାଥ ରାୟ ସ୍ମୃତି ସମ୍ମାନ
  • ଦାଶରଥୀ ପଟ୍ଟନାୟକ ସାହିତ୍ୟ ସମ୍ମାନ
  • ମାନସିଂହ ସମ୍ମାନ
  • ଭୁବନେଶ୍ୱର ପୁସ୍ତକ ମେଳା ସମ୍ମାନ
  • ବସନ୍ତ କୁମାର ଦେବୀ ଲେଖିକା ସମ୍ମାନ

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ବିଜୟିନୀ ୧୯୪୪ ମସିହାରେ ନୟାଗଡ଼ ଜିଲ୍ଲାର ବାଉଁସିଆପଡ଼ା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଭାଗବତ ପଟ୍ଟନାୟକ ଓ ମାତାଙ୍କ ନାମ କୁମୁଦିନୀ ପଟ୍ଟନାୟକ ଥିଲା । ମନସ୍ତତ୍ତ୍ୱ ବିଜ୍ଞାନରେ ସେ ଉଚ୍ଚଶିକ୍ଷା ଲାଭ କରିଥିଲେ । ସେ ବହୁ ସାହିତ୍ୟିକ ଓ ସାମାଜିକ ଅନୁଷ୍ଠାନ ସହିତ ଜଡ଼ିତ ଥିଲେ । ସେଥିମଧ୍ୟରେ ମହିଳା ସ୍ୱେଚ୍ଚାସେବୀ ସଂଘ, ବସୁନ୍ଧରା ଓ ଉତ୍କଳ ମହିଳା ସମିତି ଆଦି ଅନ୍ୟତମ ।

ମୃତ୍ୟୁ[ସମ୍ପାଦନା]

୨୦୨୪ ମସିହା ଜାନୁଆରୀ ୧୨ ତାରିଖରେ କଟକସ୍ଥିତ ତାଙ୍କ ଝିଅ ମଧୁମିତା ମହାନ୍ତିଙ୍କ ବାସଭବନରେ ତାଙ୍କର ପରଲୋକ ଘଟିଥିଲା ।[୭]

ଆଧାର[ସମ୍ପାଦନା]

  1. Nagendra Kr Singh (2001). Encyclopaedia of women biography: India, Pakistan, Bangladesh. A.P.H. Pub. Corp. ISBN 978-81-7648-264-6.
  2. Yamuna Raja Rao (1 September 1993). Image Of Woman In Indian Literature. B.R. Publishing Corporation. ISBN 978-81-7018-750-9.
  3. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". odishasahityaakademi.org. Odisha Sahitya Academy. Retrieved 24 December 2018.
  4. K. Moti Gokulsing; Wimal Dissanayake (17 April 2013). Routledge Handbook of Indian Cinemas. Routledge. pp. 114–. ISBN 978-1-136-77291-7.
  5. "National Library of India". opac.nationallibrary.gov.in. National Library of India. Retrieved 25 January 2019.
  6. "ଗଙ୍ଗାଧର ରଥ ଫାଉଣ୍ଡେସନ ସମ୍ମାନ ପ୍ରଦାନ ସମାରୋହ". No. ସମ୍ବାଦ ୦୪/୧୨/୨୦୨୦ ଭୁବନେଶ୍ୱର ସଂସ୍କରଣ. ଇଷ୍ଟର୍ଣ୍ଣ ମିଡ଼ିଆ. p. ୯. Archived from the original on 4 December 2020. Retrieved 4 December 2020.
  7. "ବିଶିଷ୍ଟ ସାହିତ୍ୟିକା ବିଜୟିନୀ ଦାସଙ୍କ ପରଲୋକ". No. ସମ୍ବାଦ ୧୩/୦୧/୨୦୨୪ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୩. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 13 January 2024. Retrieved 13 January 2024.