ବିଜୟିନୀ ଦାସ
ଦେଖଣା
ବିଜୟିନୀ ଦାସ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ବାଉଁସିଆପଡ଼ା, ନୟାଗଡ଼ | ୨୩ ସେପ୍ଟେମ୍ବର ୧୯୪୪
ମୃତ୍ୟୁ | ୧୨ ଜାନୁଆରୀ ୨୦୨୪ କଟକ | (ବୟସ ୭୯)
ବୃତ୍ତି | ଔପନ୍ୟାସିକ |
ଭାଷା | ଓଡ଼ିଆ, |
ଜାତୀୟତା | ଭାରତୀୟ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୧ |
ସନ୍ତାନ | ଅମରଜିତ, ମଧୁମିତା |
ବିଜୟିନୀ ଦାସ (୨୩ ସେପ୍ଟେମ୍ବର ୧୯୪୪ - ୧୨ ଜାନୁଆରୀ ୨୦୨୪)[୧], ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଓଡ଼ିଆ ସାହିତ୍ୟିକା ଥିଲେ ।[୨] ୧୯୯୧ ମସିହାରେ ନିଜ ଉପନ୍ୟାସ "ଦେବଦାସୀ" ପାଇଁ ସେ ଏହି ପୁରସ୍କାର ଲାଭ କରିଥିଲେ ।[୩] ୧୯୮୧ ମସିହାରେ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ଟିକେ ହସ ଟିକେ ଲୁହ ବିଜୟିନୀଙ୍କ ଉପନ୍ୟାସ ଉପରେ ପର୍ଯ୍ୟବସିତ ଥିଲା ।[୪]
ରଚନାବଳୀ
[ସମ୍ପାଦନା]କବିତା
[ସମ୍ପାଦନା]- ମଧ୍ୟରାତ୍ରୀର କବିତା
- ଭଙ୍ଗା ଆଇନା
- ତିନି ଦଶକର କବିତା
- ଏବେ ମତେ କହିବାକୁ ଦିଅ
- ସୂର୍ଯ୍ୟୋଦୟ - ୧୯୮୩ (ଜୀବନରଙ୍ଗ ପ୍ରକାଶନ)
କ୍ଷୁଦ୍ରଗଳ୍ପ
[ସମ୍ପାଦନା]- ଛାଇ ଆଲୁଅ
- ଝରକା
- ଭୋର ଆକାଶ
- ଶରାହତ - ୧୯୮୧ (ଜୀବନରଙ୍ଗ ପ୍ରକାଶନ)
ଉପନ୍ୟାସ
[ସମ୍ପାଦନା]- ବାଗ୍ ଦତ୍ତା - ୧୯୮୬ (ନାଳନ୍ଦା)
- ଦେବଦାସୀ - ୧୯୮୯ (ନାଳନ୍ଦା)
- ପରପୁରୁଷ - ୨୦୦୭ (କାହାଣୀ)
- ମଧୁପର୍କ - ୨୦୦୦ (ଜୀବନରଙ୍ଗ ପ୍ରକାଶନ)[୫]
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୯୧ (ଦେବଦାସୀ ଉପନ୍ୟାସ ପାଇଁ)
- ବୀଣାପାଣି ମହାନ୍ତି କଥା ସାହିତ୍ୟ ପୁରସ୍କାର - ୨୦୨୦ ( ଗଙ୍ଗାଧର ରଥ ଫାଉଣ୍ଡେସରଦ୍ୱାରା ପ୍ରଦତ୍ତ )[୬]
- ପ୍ରଜାତନ୍ତ ବିଷୁବ ସମ୍ମାନ
- ରାଧାନାଥ ରାୟ ସ୍ମୃତି ସମ୍ମାନ
- ଦାଶରଥୀ ପଟ୍ଟନାୟକ ସାହିତ୍ୟ ସମ୍ମାନ
- ମାନସିଂହ ସମ୍ମାନ
- ଭୁବନେଶ୍ୱର ପୁସ୍ତକ ମେଳା ସମ୍ମାନ
- ବସନ୍ତ କୁମାର ଦେବୀ ଲେଖିକା ସମ୍ମାନ
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ବିଜୟିନୀ ୧୯୪୪ ମସିହାରେ ନୟାଗଡ଼ ଜିଲ୍ଲାର ବାଉଁସିଆପଡ଼ା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଭାଗବତ ପଟ୍ଟନାୟକ ଓ ମାତାଙ୍କ ନାମ କୁମୁଦିନୀ ପଟ୍ଟନାୟକ ଥିଲା । ମନସ୍ତତ୍ତ୍ୱ ବିଜ୍ଞାନରେ ସେ ଉଚ୍ଚଶିକ୍ଷା ଲାଭ କରିଥିଲେ । ସେ ବହୁ ସାହିତ୍ୟିକ ଓ ସାମାଜିକ ଅନୁଷ୍ଠାନ ସହିତ ଜଡ଼ିତ ଥିଲେ । ସେଥିମଧ୍ୟରେ ମହିଳା ସ୍ୱେଚ୍ଚାସେବୀ ସଂଘ, ବସୁନ୍ଧରା ଓ ଉତ୍କଳ ମହିଳା ସମିତି ଆଦି ଅନ୍ୟତମ ।
ମୃତ୍ୟୁ
[ସମ୍ପାଦନା]୨୦୨୪ ମସିହା ଜାନୁଆରୀ ୧୨ ତାରିଖରେ କଟକସ୍ଥିତ ତାଙ୍କ ଝିଅ ମଧୁମିତା ମହାନ୍ତିଙ୍କ ବାସଭବନରେ ତାଙ୍କର ପରଲୋକ ଘଟିଥିଲା ।[୭]
ଆଧାର
[ସମ୍ପାଦନା]- ↑ Nagendra Kr Singh (2001). Encyclopaedia of women biography: India, Pakistan, Bangladesh. A.P.H. Pub. Corp. ISBN 978-81-7648-264-6.
- ↑ Yamuna Raja Rao (1 September 1993). Image Of Woman In Indian Literature. B.R. Publishing Corporation. ISBN 978-81-7018-750-9.
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". odishasahityaakademi.org. Odisha Sahitya Academy. Retrieved 24 December 2018.
- ↑ K. Moti Gokulsing; Wimal Dissanayake (17 April 2013). Routledge Handbook of Indian Cinemas. Routledge. pp. 114–. ISBN 978-1-136-77291-7.
- ↑ "National Library of India". opac.nationallibrary.gov.in. National Library of India. Retrieved 25 January 2019.
- ↑ "ଗଙ୍ଗାଧର ରଥ ଫାଉଣ୍ଡେସନ ସମ୍ମାନ ପ୍ରଦାନ ସମାରୋହ". No. ସମ୍ବାଦ ୦୪/୧୨/୨୦୨୦ ଭୁବନେଶ୍ୱର ସଂସ୍କରଣ. ଇଷ୍ଟର୍ଣ୍ଣ ମିଡ଼ିଆ. p. ୯. Archived from the original on 4 December 2020. Retrieved 4 December 2020.
- ↑ "ବିଶିଷ୍ଟ ସାହିତ୍ୟିକା ବିଜୟିନୀ ଦାସଙ୍କ ପରଲୋକ". No. ସମ୍ବାଦ ୧୩/୦୧/୨୦୨୪ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୩. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 13 January 2024. Retrieved 13 January 2024.