ମହମ୍ମଦ ମୁସୀର
Appearance
ମହମ୍ମଦ ମୁସୀର | |
---|---|
ବୃତ୍ତି(ସମୂହ) | (ଓଡ଼ିଆ) ସଙ୍ଗୀତ ନିର୍ଦ୍ଦେଶକ କଣ୍ଠଶିଳ୍ପୀ |
ସକ୍ରିୟ ବର୍ଷ | ୧୯୭୯ରୁ-ଏବେଯାଏଁ |
ମହମ୍ମଦ ମୁସୀର ଜଣେ ଓଡ଼ିଆ ସଙ୍ଗୀତକାର ଓ କଣ୍ଠଶିଳ୍ପୀ ।[୧] ସେ ପ୍ରଥମ ଆକାଶବାଣୀ କଟକର ଯୁବବାଣୀ କାର୍ଯ୍ୟକ୍ରମରେ ସଙ୍ଗୀତ ପ୍ରସ୍ତୁତ କରିବା ସହିତ କଣ୍ଠଦାନ କରୁଥିଲେ । ୧୯୭୯ ମସିହାରେ ସମର ସଲିମ ସାଇମନ ଜରିଆରେ ସେ ଓଡ଼ିଆ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ୧୯୯୧ ମସିହାରେ ମା ମତେ ଶକ୍ତି ଦେ ଚଳଚ୍ଚିତ୍ର ପାଇଁ ତାଙ୍କୁ ଓଡ଼ିଶା ସିନେକ୍ରିଟିକ ଆସୋସିଏସନ ତରଫରୁ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ପୁରସ୍କାର ପ୍ରଦାନ କରାଯାଇଥିଲା ।
କଥାଚିତ୍ର ଜୀବନ
[ସମ୍ପାଦନା]ମୁସୀର ୧୯୭୯ରୁ ୧୯୯୯ ମସିହାଯାଏଁ ସମୁଦାୟ ୮ ଗୋଟି ଓଡ଼ିଆ କଥାଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଏବଂ ୨୦୧୯ ମସିହାରେ ତାଙ୍କ ସଙ୍ଗୀତ ନିର୍ଦ୍ଦେଶନା ଏକ ଓଡ଼ିଆ କଥାଚିତ୍ର ଏ ଦିଲ୍ ତତେ ଦେଲି ମୁକ୍ତିଲାଭ କରିଥିଲା ।
- ଏଇ ଆଖି ଆମ ସାକ୍ଷୀ
- ହିସାବ କରିବ କାଳିଆ
- ମା ମତେ ଶକ୍ତି ଦେ
- ବଡ଼ ଭାଉଜ
- ସହରୀ ବାଘ
- ବାସନ୍ତୀ ଅପା
- ଅପରଚିତା
- ସମର ସଲିମ ସାଇମନ[୨]
- ଏ ଦିଲ୍ ତତେ ଦେଲି
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]- ୧୯୯୧: ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ (ଓଡ଼ିଶା ସିନେକ୍ରିଟିକ ଆସୋସିଏସନ)
ଆଧାର
[ସମ୍ପାଦନା]- ↑ Gopinath Mohanty; State Level Vyasakabi Fakir Mohan Smruti Samsad; Santosha Kumāra Ratha (2003). Cultural heritage of [Orissa]. State Level Vyasakabi Fakir Mohan Smruti Samsad. ISBN 978-81-902761-4-6.
- ↑ ସିନେ ସମ୍ବାଦ ୧୯/୦୨/୨୦୧୫ ପୃଷ୍ଠା ୩
ବାହାର ଲିଙ୍କ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ମହମ୍ମଦ ମୁସୀର