ସୁବାସ ଦାସ

ଉଇକିପିଡ଼ିଆ ରୁ
Jump to navigation Jump to search
ସୁବାସ ଦାସ
Subash Das (Odia Singer).jpg
ଜନ୍ମ ଓ ଜନ୍ମସ୍ଥାନ (1960-05-19) ୧୯ ମଇ ୧୯୬୦ (ବୟସ ୬୦)
ଜାତୀୟତା ଭାରତୀୟ
ପ୍ରସିଦ୍ଧିଓଡ଼ିଆ ଗାୟକ ଓ ସଙ୍ଗୀତକାର
ଜୀବନସାଥିଶୁଭଲକ୍ଷ୍ମୀ ଦାସ
ବାପା ବୋଉଆଦିକନ୍ଦ ଦାଶ
ଜୟମଣୀ ଦାଶ

ସୁବାସ ଦାସ, ଜଣେ ଓଡ଼ିଆ ଗାୟକ ଓ ସଙ୍ଗୀତକାର ।[୧]

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ସୁବାସ ଦାସ ୧୯୬୦ ମସିହା ମଇ ମାସ ୧୯ ତାରିଖରେ ଭଦ୍ରକ ଜିଲ୍ଲାର ଚାନ୍ଦବାଲିଠାରେ ଜନ୍ମଗ୍ରହଣ କରିଥିଲେ ।[୨] ତାଙ୍କ ପିତାଙ୍କ ନାମ ଥିଲା ଆଦିକନ୍ଦ ଦାଶ ଓ ମାତାଙ୍କ ନାମ ଜୟମଣୀ ଦାଶ । ବାଲ୍ୟକାଳରୁ ସେ ମୁରଲୀଧର ଗିରି, ଦିପକ ବାସୁ ଏବଂ ଜେ.ଭି.ଏସ. ରାଓଙ୍କ ଠାରୁ ସଙ୍ଗୀତ ଶିକ୍ଷା ଲାଭ କରିଥିଲେ । ତାଙ୍କ ପତ୍ନୀ ଶୁଭଲକ୍ଷ୍ମୀ ଦାସ ମଧ୍ୟ ଜଣେ କଣ୍ଠଶିଳ୍ପୀ । ତାଙ୍କ ପୁତ୍ରଙ୍କ ନାମ ବିଶାଳ ସାୟମଜିତ ଓ କନ୍ୟାଙ୍କ ନାମ ଶିବରଞ୍ଜନୀ ।[୩]

କର୍ମଜୀବନ[ସମ୍ପାଦନା]

ସୁବାସ ଦାସ ୧୯୭୭ ମସିହାରେ ପ୍ରଥମେ ଆକାଶବାଣୀରେ ଏବଂ ୧୯୮୧ ମସିହାରେ ଦୂରଦର୍ଶନରେ ସଙ୍ଗୀତ ପରିବେଷଣ କରିବାର ସୁଯୋଗ ପାଇଥିଲେ । ୧୯୮୦ ମସିହାରେ ପ୍ରଫୁଲ୍ଲ କରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ, ମାନସୀ କଥାଚିତ୍ରରେ ପ୍ରଥମକରି କଣ୍ଠଦାନ କରିବାର ସୁଯୋଗ ପାଇଥିଲେ । ଓଡ଼ିଆ ବ୍ୟତିତ ସେ ବଙ୍ଗଳା, ଭୋଜପୁରୀକନ୍ନଡ ସିନେମାରେ ମଧ୍ୟ କଣ୍ଠଦାନ କରିଛନ୍ତି । ସେ ପ୍ରାୟ ୫୦୦ରୁ ଅଧିକ ଆଲବମରେ ମଧ୍ୟ କଣ୍ଠଦାନ କରିଛନ୍ତି । ଦେଶ, ବିଦେଶରେ ବହୁବାର ସଙ୍ଗୀତ ପରିବେଷଣ କରିଛନ୍ତି । [୪]

କଥାଚିତ୍ରରେ ଭୂମିକା[ସମ୍ପାଦନା]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଅକ୍ଷୟ ସ୍ମୃତି ସମ୍ମାନ - ୨୦୧୫[୫]
  • ୨୦୧୨ - ପ୍ରଣବ ପରମ୍ପରା ସମ୍ମାନ
  • ୧୯୯୯ - ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ( ଶ୍ରେଷ୍ଠ ପ୍ରଛଦପଟ ଗାୟକ)
  • ୧୯୯୦ - ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ( ଶ୍ରେଷ୍ଠ ପ୍ରଛଦପଟ ଗାୟକ-ଦଈବ ଦଉଡି )

ଆଧାର[ସମ୍ପାଦନା]

  1. Orissa reference: glimpses of Orissa. TechnoCAD Systems. 2001.
  2. "କଥାରେ କଥାରେ". ଇଟିଭି ଓଡ଼ିଆ. Retrieved 19 May 2017.
  3. "ବ୍ୟକ୍ତିତ୍ୱ" (ନିତିଦିନ ୦୬/୦୩/୨୦୨୦ପୃଷ୍ଠା ୯). ନିତିଦିନ. Retrieved 6 March 2020. |archive-url= is malformed: save command (help)
  4. http://orissadiary.com/ShowOriyaOrbit.asp?id=33127
  5. "ଅକ୍ଷୟ ମହାନ୍ତି ଥିଲେ କାଳଜୟୀ ବ୍ୟକ୍ତିତ୍ୱ". ଧରିତ୍ରୀ. ୧୮ ନଭେମ୍ବର ୨୦୧୫. p. ୧୨. Retrieved 25 November 2015. Check date values in: |date= (help)

ବାହାର ଆଧାର[ସମ୍ପାଦନା]