ମୀରା ମହାନ୍ତି
ମୀରା ମହାନ୍ତି | |
|---|---|
| ମୃତ୍ୟୁ | ୩୦ ଜୁନ ୨୦୨୨ (୭୨ ବର୍ଷ) |
| ବୃତ୍ତି | (ଓଡ଼ିଆ) ଅଭିନେତ୍ରୀ |
ମୀରା ମହାନ୍ତି (ମୃତ୍ୟୁ: ୩୦ ଜୁନ ୨୦୨୨) ଜଣେ ଓଡ଼ିଆ କଥାଚିତ୍ର ଓ ମଞ୍ଚ ଅଭିନେତ୍ରୀ ଥିଲେ । ସେ କଳାଶ୍ରୀ ଥିଏଟର୍, ଜନତା ରଙ୍ଗମଞ୍ଚ, ଅନ୍ନପୂର୍ଣ୍ଣା ଏ ଗ୍ରୁପ୍ ଓ ଏକାମ୍ର ଥିଏଟର୍ ଆଦିରେ କାର୍ଯ୍ୟ କରିବା ସହିତ ଯାଯାବର, ପ୍ରତିଧ୍ୱନୀ, ତ୍ରିନାଥ ମେଳା, ସୁବର୍ଣ୍ଣ ସୀତା, ସମ୍ପୂର୍ଣ୍ଣ ରାମାୟଣ ଆଦି କଥାଚିତ୍ରରେ କାର୍ଯ୍ୟ କରିଥିଲେ ।
ଅଭିନୟ ଜୀବନ
[ସମ୍ପାଦନା]ମୀରା ଷାଠିଏ ଦଶକରେ ବିଭିନ୍ନ ମଞ୍ଚରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ସେ କଟକର କଳାଶ୍ରୀ ଥିଏଟର୍, ଜନତା ରଙ୍ଗମଞ୍ଚ, ପୁରୀର ଅନ୍ନପୂର୍ଣ୍ଣା ଏ ଗ୍ରୁପ୍ ଓ ଭୁବନେଶ୍ୱରର ଏକାମ୍ର ଥିଏଟର୍ ଆଦିରେ କାର୍ଯ୍ୟ କରିଥିଲେ ।[୧]
ସେ ୧୯୭୫ ମସିହାରେ ଓଡ଼ିଆ କଥାଚିତ୍ର ଯାଯାବରରେ ଜୟୀରାମ ସାମଲ ସହ ମନ୍ଦାର ଭୂମିକାରେ ଅଭିନୟ କରିଥିଲେ । ପରେ ସେ ଅଭିନେତା ନିତ୍ୟାନନ୍ଦ ମିଶ୍ରଙ୍କ ସହ ପ୍ରତିଧ୍ୱନିରେ ଅଭିନୟ କରିଥିଲେ । ଏହା ବ୍ୟତୀତ ତ୍ରିନାଥ ମେଳା, ସୁବର୍ଣ୍ଣ ସୀତା, ରାମାୟଣ, ସମୟ ବଡ଼ ବଳବାନ, ଭୁଲି ହୁଏନା ଆଦି କଥାଚିତ୍ରରେ କାର୍ଯ୍ୟ କରିଥିଲେ ।[୨]
ଅଭିନୀତ କଥାଚିତ୍ର
[ସମ୍ପାଦନା]| ବର୍ଷ | କଥାଚିତ୍ର | ଭୂମିକା | ମନ୍ତବ୍ୟ |
|---|---|---|---|
| ୧୯୭୫ | ଯାଯାବର | ମନ୍ଦାର | |
| ୧୯୮୦ | ରାମାୟଣ | ||
| ତ୍ରିନାଥ ମେଳା | |||
| ୧୯୮୩ | ସୁବର୍ଣ୍ଣ ସୀତା | ||
| ୧୯୮୪ | ପ୍ରତିଧ୍ୱନି | ||
| ୧୯୮୫ | ସମୟ ବଡ଼ ବଳବାନ | ||
| ୧୯୮୭ | ଭୁଲି ହୁଏନା |
ଥିଏଟର୍ସ୍
[ସମ୍ପାଦନା]ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ମୀରା ମଞ୍ଚରେ ଅଭିନୟ କରିବାବେଳେ ଜଣେ କଳାକାରଙ୍କ ସହିତ ସମ୍ପର୍କରେ ଥିଲେ । ଉଭୟଙ୍କର ଗୋଟିଏ ପୁଅ ଥିଲା ।[୩] ୨୦୨୨ ମସିହାର ଜୁନ ୩୦ ତାରିଖରେ ସେ ୭୨ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୪]
ଆଧାର
[ସମ୍ପାଦନା]- ↑ Nayak, Madhu (23 December 2020). "ହାତ ପତେଇବେ ଅଭିନେତ୍ରୀ ମୀରା - Dharitri". Dharitri Odia News. ପୁରୁଣା ଭୁବନେଶ୍ୱର. Archived from the original on 2 July 2022. Retrieved 2 July 2022.
- ↑ "ବଦଳିଗଲା ସମୟ, ଦାଉ ସାଧିଲା କି ଦୁର୍ଭାଗ୍ୟ: ୮୦ ଦଶକର ପ୍ରଖ୍ୟାତ ଅଭିନେତ୍ରୀ ଭୋକ ବିକଳରେ ମାଗୁଛନ୍ତି ଭିକ୍ଷା". Prameyanews7. ଭୁବନେଶ୍ୱର. 23 December 2020. Archived from the original on 2 July 2022. Retrieved 2 July 2022.
- ↑ "କାନ୍ଦୁଛନ୍ତି ହସର ରାଣୀ ମୀରା : ମୋ ଦୁଃଖଠୁ କରୋନା ଏତେ ଯନ୍ତ୍ରଣାଦାୟକ ନୁହେଁ". Sambad (in ଓଡ଼ିଆ). ଭୁବନେଶ୍ୱର. 20 April 2020. Archived from the original on 2 July 2022. Retrieved 2 July 2022.
{{cite news}}: CS1 maint: unrecognized language (link) - ↑ "ଅଭିନେତ୍ରୀ ମୀରାଙ୍କ ଦେହାନ୍ତ". ପ୍ରମେୟ. ଭୁବନେଶ୍ୱର. 1 July 2022. Archived from the original on 2 July 2022. Retrieved 2 July 2022.
ଅଧିକ ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ମୀରା ମହାନ୍ତି