ଅନୀତା ଦାସ
ଅନୀତା ଦାସ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ନୟାଗଡ |
ମୃତ୍ୟୁ | ମଇ ୧୧, ୨୦୧୮ କଟକ, ଓଡ଼ିଶା |
ଜାତୀୟତା | ଭାରତୀୟ |
ଜୀବିକା | ଅଭିନୟ |
କାର୍ଯ୍ୟକାଳ | ୧୯୭୬-୨୦୧୮ |
ପ୍ରସିଦ୍ଧି | ଅଭିନେତ୍ରୀ |
ଅନୀତା ଦାସ (ଜନ୍ମ: ଅକ୍ଟୋବର ୧, ୧୯୫୭) ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ସେ ୧୦୦ରୁ ଅଧିକ ଓଡ଼ିଆ, ବଙ୍ଗଳା ଓ ହିନ୍ଦୀ ସିନେମାରେ କାମ କରିଛନ୍ତି[୧] ।
ବିଷୟସୂଚୀ
ପ୍ରାରମ୍ଭିକ ଜୀବନ ଓ ଶିକ୍ଷା[ସମ୍ପାଦନା]
ଅନୀତା ଦାସ ଓଡ଼ିଶାର ନୟାଗଡ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ପିତା ଥିଲେ ବନମାଳୀ ଦାସ ଓ ମା' ସତ୍ୟଭାମା ଦାସ । ଗାଁ ବିଦ୍ୟାଳୟରେ ପାଠପଢି ୧୯୭୩ ମସିହାରେ ସେ କଟକ ଆସିଥିଲେ ଓ ଶୈଳବାଳା ମହିଳା ମହାବିଦ୍ୟାଳୟରେ ପାଠ ପଢ଼ିବା ସହ କଳା ବିକାଶ କେନ୍ଦ୍ରର ଛାତ୍ରାବାସରେ ରହି ନୃତ୍ୟ ଶିକ୍ଷା କରିଥିଲେ [୧]। ସେହି ସମୟରେ ସେ ଗୁରୁ କେଳୁଚରଣ ମହାପାତ୍ର ଓ ରଘୁନାଥ ଦାଶଙ୍କ ଠାରୁ ଓଡ଼ିଶୀ ଶିକ୍ଷା କରିଥିଲେ[୧] ।
କଥାଚିତ୍ର ଜୀବନ[ସମ୍ପାଦନା]
ସ୍ନାତ୍ତକର ଶେଷ ବର୍ଷରେ, ୧୯୭୫ ମସିହାରେ ଯାଯାବର କଥାଚିତ୍ରରୁ ଅଭିନେତ୍ରୀ ଜୀବନ ଆରମ୍ଭ କରିଥିବା ଅନୀତା, ନିଜ ପ୍ରଥମ ସଂଳାପରେ ଅଭିଜ୍ଞ ହେମନ୍ତ ଦାସଙ୍କ ବିପକ୍ଷରେ କହିଥିଲେ,
ତୁମର ତ ଆସିବାର ନଥିଲା, କେମିତି ଆସିଲ ?
। ୧୯୭୬ରେ ମୁକ୍ତିଲାଭ କରିଥିବା, ଦ୍ୱିତୀୟ ଚଳଚ୍ଚିତ୍ର ନାଗଫାଶରୁ କିନ୍ତୁ ସେ ଲୋକପ୍ରିୟତା ଅର୍ଜନ କରିଥିଲେ । ଏଥିରେ ତାଙ୍କ ଉପରେ ଆଧାରିତ ରମ୍ୟ ସଙ୍ଗୀତ 'ନାଥ ନାଥ ହେ ନାଥ, ମୋ ପ୍ରାଣ ନାଥ' ଲୋକପ୍ରିୟତା ଅର୍ଜନ କରିବା ସହ ତାଙ୍କ ପ୍ରଦର୍ଶନକୁ ମଧ୍ୟ ସମସ୍ତେ ପସନ୍ଦ କରିଥିଲେ[୧] । ୧୯୮୩ରେ 'ଭକ୍ତ ସାଲବେଗ' ଚଳଚ୍ଚିତ୍ରରେ ସେ ପ୍ରଥମ ଥର ପାଇଁ ମା' ଭୂମିକାରେ ଅଭିନୟ କରିଥିଲେ । ତାଙ୍କ ଅଭିନୟ ଜୀବନରେ ଭିନ୍ନ ମୋଡ ଆଣିଥିଲା ଚଳଚ୍ଚିତ୍ର, ପୁଅ ମୋର କଳାଠାକୁର ଓ ଏହା ପରେ ସେ ସିନେ ଜଗତରେ ମା' ଭାବେ ପରିଚିତ ହୋଇଥିଲେ [୧] । ଦୀର୍ଘ ୪୩ ବର୍ଷ ଧରି ସେ ସିନେ ଜଗତରେ ସକ୍ରିୟ ଥିଲେ । ତାଙ୍କ ଅଭିନୀତ ଶେଷ ଚଳଚ୍ଚିତ୍ର ହେଉଛି, ୨୦୧୮ ମସିହାରେ ମୁକ୍ତିଲାଭ କରିଥିବା, ଏକ୍ସ୍କ୍ୟୁଜ୍ ମି[୧] ।
ରାଜନୀତି ଜୀବନ[ସମ୍ପାଦନା]
ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସମୟରେ ତାଙ୍କୁ ଧର୍ମଶାଳା ଆସନରେ ପାର୍ଥୀ କରିବା ପାଇଁ ନିଷ୍ପତି ହୋଇଥିଲେ ମଧ୍ୟ ସେ ମନା କରିଦେଇଥିଲେ । ଏହାପରେ ୧୯୯୨ରେ କଂଗ୍ରେସ ତରଫରୁ ସେ ଯାଜପୁର ରୋଡ଼୍ରୁ ଅଧ୍ୟକ୍ଷା ପାର୍ଥୀ ହୋଇ ଅଳ୍ପକେ ପରାଜିତ ହୋଇଥିଲେ ।ଏହାପରେ ସେ ରାଜନୀତିରୁ ଦୂରେଇ ଯାଇଥିଲେ ।[୧]
ଓଡ଼ିଆ କଥାଚିତ୍ର[ସମ୍ପାଦନା]
- ଏକ୍ସ୍କ୍ୟୁଜ୍ ମି, ୨୦୧୮
- କାବୁଲା ବାରବୁଲା, ୨୦୧୭
- ଏ ମନ ଖୋଜେ ମନଟିଏ, ୨୦୧୧
- ଆସିବୁ କେବେ ସାଜି ମୋ ରାଣୀ, ୨୦୧୦
- ଓଁ ନମଃ ଶିବାୟ, ୨୦୧୦[୨]
- ଆଲୋ ମୋର କଣ୍ଢେଇ, ୨୦୧୦[୩]
- ଆମ ଭିତରେ କିଛି ଅଛି, ୨୦୧୦[୪]
- ସ୍ୱୟଂସିଦ୍ଧା, ୨୦୧୦[୫]
- ଡନ୍, ୨୦୧୦[୬]
- ଆକାଶେ କି ରଙ୍ଗ ଲାଗିଲା, ୨୦୦୯[୭]
- ଶାଶୁ ହାତକଡ଼ି ଭାଉଜ ବେଡି, ୧୯୯୯[୧]
- ଲକ୍ଷ୍ମଣ ରେଖା, ୧୯୯୬[୧]
- ପାଚେରୀ ଉଠିଲା ମଝି ଦୁଆରୁ, ୧୯୯୪[୧]
- ଗଢି ଜାଣିଲେ ଘର ସୁନ୍ଦର, ୧୯୯୪[୧]
- ଅଣ୍ଟି ଛୁରୀ ତଣ୍ଟି କାଟେ, ୧୯୯୨[୧]
- ସୁଖ ସଂସାର, ୧୯୯୨[୧]
- ମୁକ୍ତି ତୀର୍ଥ, ୧୯୯୨[୧]
- କି ହେବ ଶୁଆ ପୋଷିଲେ, ୧୯୯୧[୧]
- ଠାକୁର ଅଛନ୍ତି ଚଉବାହାକୁ, ୧୯୯୦[୧]
- ପାପପୁଣ୍ୟ, ୧୯୮୮
- ପୁଅ ମୋ କଳା ଠାକୁର, ୧୯୮୮[୧]
- ଶୁନା ଚଢ଼େଇ, ୧୯୮୮[୧]
- ଜୟଦେବ, ୧୯୮୭[୧]
- ଏଇତ ଦୁନିଆ, ୧୯୮୭[୧]
- ବାବୁଲା, ୧୯୮୬[୧]
- ମମତା ମାଗେ ମୂଲ, ୧୯୮୫[୧]
- ସଂସ୍କାର, ୧୯୮୫[୧]
- ଜନନୀ, ୧୯୮୪[୧]
- ସ୍ୱପ୍ନ ସାଗର, ୧୯୮୩[୧]
- ଭକ୍ତ ସାଲବେଗ, ୧୯୮୩[୧]
- ଝିଅଟି ସୀତା ପରି, ୧୯୮୩[୧]
- ରାମ ରହିମ, ୧୯୮୩[୧]
- ଫୁଲ ଚନ୍ଦନ, ୧୯୮୨[୧]
- ଅସ୍ତରାଗ, ୧୯୮୨[୧]
- ତପସ୍ୟା, ୧୯୮୦[୧]
- ପରିବାର, ୧୯୭୮ [୮]
- କୃଷ୍ଣ ସୁଦାମା, ୧୯୭୬ [୯]
- ଯାଯାବର, ୧୯୭୫
ହିନ୍ଦୀ ଚଳଚ୍ଚିତ୍ର[ସମ୍ପାଦନା]
ପୁରସ୍କାର[ସମ୍ପାଦନା]
- ବାଣୀଚିତ୍ର ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡ଼[୧୦]
- 'ଭକ୍ତ ସାଲବେଗ', 'ତପସ୍ୟା' ଓ 'ଏଇତ ଦୁନିଆ' ଚଳଚ୍ଚିତ୍ର ପାଇଁ ରାଜ୍ୟ ସରକାରଙ୍କଦ୍ୱାରା ସମ୍ମାନିତ ।[୧]
- ଚିତ୍ରପୁରୀ[୧]
- ବାଣୀ ଚିତ୍ର[୧]
- ସିନେମା ସଂସାର[୧]
- ଚଳଚ୍ଚିତ୍ର ଜଗତ[୧]
- ସିନେକ୍ରିଟିକ୍[୧]
ମୃତ୍ୟୁ[ସମ୍ପାଦନା]
୨୦୧୮ ମସିହା ମଇ ମାସ ୧୧ ତାରିଖରେ ଅନୀତାଙ୍କର କଟକ ମିଶନରୋଡ଼ସ୍ଥିତ ବାସଭବନରେ ହୃଦ୍ଘାତରେ ତିରୋଧାନ ଘଟିଥିଲା ।[୧୧]
ଆଧାର[ସମ୍ପାଦନା]
- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ ୧.୧୯ ୧.୨୦ ୧.୨୧ ୧.୨୨ ୧.୨୩ ୧.୨୪ ୧.୨୫ ୧.୨୬ ୧.୨୭ ୧.୨୮ ୧.୨୯ ୧.୩୦ ୧.୩୧ ୧.୩୨ ୧.୩୩ ୧.୩୪ ୧.୩୫ ୧.୩୬ ୧.୩୭ ୧.୩୮ ୧.୩୯ "ପରଲୋକରେ ଅନୀତା ଦାସ". ସମାଜ. p. 1.
|access-date=
requires|url=
(help) ଆଧାର ଭୁଲ: Invalid<ref>
tag; name "" defined multiple times with different content ଆଧାର ଭୁଲ: Invalid<ref>
tag; name "" defined multiple times with different content - ↑ [୧], OM NAMAH SHIVAYA
- ↑ [୨], AALO MORA KANDHEI
- ↑ [୩], AMA BHITARE KICHI ACHI
- ↑ [୪], SWAYAMSIDDHA
- ↑ [୫], DON
- ↑ [୬], AKASHE KI RANGA LAGILA
- ↑ [୭], CAST & CREW
- ↑ "ଓଡ଼ିଆ ଫିଲ୍ମର ସୁଦାମା ଚାଲିଗଲେ". ନଜର୍ (ନିତିଦିନ). Retrieved 22 August 2016.
|first=
missing|last=
(help) - ↑ Patra, Pratyush. "Stars shine at awards night". The Telegraph. Retrieved 22 August 2016.
- ↑ "ଓଡ଼ିଆ ଚଳଚ୍ଚିତ୍ରର ଲୋକପ୍ରିୟ ଅଭିନେତ୍ରୀ ଅନୀତା ଦାସଙ୍କ ପରଲୋକ". ସମ୍ବାଦ ଡଟ ଇନ. Retrieved 11 May 2018.
ଅଧିକ ତଥ୍ୟ[ସମ୍ପାଦନା]
- ଅନୀତା ଦାସ (ଇଣ୍ଟରନେଟ ମୁଭି ଡାଟାବେସରେ)
![]() | ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |