ମା ମାର୍କମା ମନ୍ଦିର

ଉଇକିପିଡ଼ିଆ‌ରୁ
(ମା ମାର୍କମା ମଂଦିରରୁ ଲେଉଟି ଆସିଛି)


ବିଷମକଟକସ୍ଥ ମା ମାର୍କମା ଓ କର୍କମା ମନ୍ଦିର

ମା ମାର୍କମା ମନ୍ଦିର ରାୟଗଡ଼ା ଜିଲ୍ଲାର ବିଷମ କଟକଠାରେ ଅବସ୍ଥିତ । ନିକଟସ଼୍ଥ ଆଉ ଏକ ମନ୍ଦିରରେ ଦେବୀ କର୍କମା ପୂଜା ପାଉଅଛନ୍ତି । ଦେବୀ କର୍କମା, ମାର୍କମାଙ୍କ ଭଗିନୀ ରୂପେ ଖ଼୍ୟାତ ଅଟନ୍ତି । କିମ୍ବଦନ୍ତୀ ଅନୁସାରେ ଦେବୀ ଏଠାରେ ବହୁ ଦିନରୁ ପୂଜା ପାଉଅଛନ୍ତି । ତେବେ ମନ୍ଦିରଟି ନୂତନ ରୂପରେ ଗଢାଯାଇଛି । ଏହା ଓଡ଼ିଶାର ଏକ ପର୍ଯ୍ୟଟନସ୍ଥଳି ଅଟେ ।[୧][୨][୩][୪]

ଇତିହାସ[ସମ୍ପାଦନା]

Goddess Markama of Markama Temple, Bissam Cuttack

ଇତିହାସ କହେ, ସୂର୍ଯ୍ୟବଂଶୀ ରାଜା କଳାହମ଼୍ୱିର[୫] ବହୁକାଳ ପୂର୍ବେ ବିଷମକଟକରେ ରାଜୁତି କରୁଥିଲେ । ଦେବୀ ମାର୍କମା ରାଜାଙ୍କର ଇଷ୍ଟଦେବୀ ଥିଲେ । ଶୁଣାଯାଏ, ଦେବୀଙ୍କ ନିକଟରେ ପଶୁବଳୀ ଓ ନରବଳୀ ପ୍ରଚଳନ ଥିଲା । କାଳକ୍ରମେ, ତତ୍କାଳୀନ ଆଞ୍ଚଳିକ ଅଧିକାରୀ ଗଦାଧର ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ପଶୁବଳୀ ଓ ନରବଳୀ ଏଠାରେ ବନ୍ଦ ହୋଇଛି । ଶାରଳାଦାଶଙ୍କ ଲିଖିତ ଚ଼ଣ଼୍ଡିପୁରାଣରେ ଦେବୀଙ୍କ ନାମ ଉଲ୍ଲେଖ ରହିଛି । ଏଥିରୁ ମା ମାର୍କମାଙ୍କ ପ୍ରାଚୀନତା ଅନୁମାନ କରିହୁଏ । କିମ୍ବଦନ୍ତୀ କହେ, ଦେବୀ ମାର୍କମା ଶତ୍ରୁସୈନ୍ୟଙ୍କୁ ସମ୍ମୋହିତ କରି ବିଷମକଟକର ତତ୍କାଳୀନ ରାଜାଙ୍କୁ ଯୁଦ୍ଧରେ ସହାୟତା କରିଥିଲେ ।

ଆଧାର[ସମ୍ପାଦନା]

  1. "Rayagada District: Introduction". 123orissa.com. Archived from the original on 26 June 2015. Retrieved 25 June 2015.
  2. "About Rayagada". Inovacations.net. Retrieved 27 June 2015.
  3. Patra, Dasarathy. Tribal Tourism and Culture (PDF). Orissareview-November,2011. pp. 63–68.
  4. "Rayagada district General information". indiaonapage.com. Archived from the original on 24 September 2014. Retrieved 25 June 2015.
  5. " ଓଡ଼ିଶା ରିଭ୍ୟୁ -୨୦୧୦, ଡିସେମ୍ବର ସଂଖ୍ୟା