Jump to content

ଦୀପ୍ତିରେଖା ପାଢ଼ୀ

ଉଇକିପିଡ଼ିଆ‌ରୁ
ଦୀପ୍ତିରେଖା ପାଢ଼ୀ
Diptirekha Padhi
୨୦୨୫ରେ ଦିଲ୍ଲୀରେ ଦୀପ୍ତିରେଖା ପାଢ଼ୀ
ଜନ୍ମ (1991-10-17) ୧୭ ଅକ୍ଟୋବର ୧୯୯୧ (ବୟସ ୩୪)
ବୃତ୍ତି(ସମୂହ)(ଓଡ଼ିଆ) ଅଭିନେତ୍ରୀ
ପ୍ରଚ୍ଛଦପଟ ଗାୟିକା
ସକ୍ରିୟ ବର୍ଷ୨୦୦୯ରୁ-ଏବେଯାଏଁ
ପୁରସ୍କାରଓଡ଼ିଆ ଫିଲ୍ମ‌ଫେୟାର- ୨୦୧୭
ତରଙ୍ଗ ସିନେ ଆୱାର୍ଡ଼

ଦୀପ୍ତିରେଖା ପାଢ଼ୀ ଜଣେ ଓଡ଼ିଆ ଦୂରଦର୍ଶନ ଅଭିନେତ୍ରୀ ଏବଂ ପ୍ରଚ୍ଛଦପଟ ଗାୟିକା । ସେ ଓଡ଼ିଆ ଚଳଚ୍ଚିତ୍ର ଲଭ୍ ଡଟ୍ କମ୍‌ରେ ପ୍ରଥମ କରି ପ୍ରଚ୍ଛଦପଟ ଗାୟିକା ଭାବରେ କାମ କରିଥିଲେ ।[] ଏହା ପରେ ସେ ଇ ଟିଭି ଓଡ଼ିଆରେ ପ୍ରସାରିତ ରାଜକନ୍ୟା ଧାରାବାହିକରେ ନାୟିକା ପୂର୍ବୀ ଭାବରେ ଅଭିନୟ କରିଥିଲେ ।[] ସେ ଓଡ଼ିଆ କଥାଚିତ୍ର ସମେତ ଓଡ଼ିଆ ଭଜନ ଓ ଆଲବମ ଆଦିରେ ଗୀତ ଗାଇଛନ୍ତି ।[]

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ଦୀପ୍ତିରେଖା ଭୁବନେଶ୍ୱରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଜଣେ ବଡ଼ ଭଉଣୀ ଏବଂ ଗୋଟିଏ ସାନ ଭାଇ ଅଛନ୍ତି । ସେ ଛୋଟବେଳୁ ଗୀତ ଶିଖିବା ଆରମ୍ଭ କରିଥିଲେ ।[] ସେ ରାଜଧାନୀ କଳା ସଂସଦରେ ପ୍ରଥମେ ଗୀତ ଶିଖିଥିଲେ ।[]

ଅଭିନୟ ଜୀବନ

[ସମ୍ପାଦନା]

ଦୀପ୍ତି ସାତ ବର୍ଷ ବୟସରୁ ଗୀତ ଶିଖିବା ଆରମ୍ଭ କରିଥିଲେ । ସେ ଛୋଟବେଳେ ବିଦ୍ୟାଳୟରେ ଅନୁଷ୍ଠିତ ଗୀତ ପ୍ରତିଯୋଗିତାମାନଙ୍କରେ ଭାଗ ନେଉଥିଲେ । ୨୦୦୯ରେ ଦୀପ୍ତି ତାଙ୍କ କକାଙ୍କ ସ‌ହ ପ୍ରେମ ଆନନ୍ଦଙ୍କ ପାଖକୁ ଯାଇଥିଲେ । ସେଠାରେ ପ୍ରେମାନନ୍ଦ ତାଙ୍କୁ ଓଡ଼ିଆ ଚଳଚ୍ଚିତ୍ର ଲଭ୍ ଡଟ୍ କମ୍‌ରେ ପ୍ରଚ୍ଛଦପଟ ଗାୟିକା ଭାବରେ ନେଇଥିଲେ ଏବଂ ନୂଆ ପ୍ରେମିକା ଆଲବମ୍‌ରେ ଗୀତ ଗାଇବାର ସୁଯୋଗ ଦେଇଥିଲେ ।[] ପରେ ପରେ ଦୀପ୍ତି ଭାଇନା, କ'ଣ କଲା ସେ "ଚାଲ କରିବା ଠିଆ ପାଲା" ଭଳି ଗୀତ ଗାଇଥିଲେ ।[] ତାଙ୍କର ଅନ୍ୟ କିଛି ଗୀତ ହେଲା "ଯିଏ ମୋତେ କିଣି ଦେବ ଛୋଟ ଛୋଟ ଛିଟ ଜାମା", ତୁ ମୋ ଲଭ୍ ଷ୍ଟୋରୀ ଚଳଚ୍ଚିତ୍ରର ଗୀତ । ବେବି, ଅଭୟ, ରୋମିଓ ଜୁଲିଏଟ, ହିରୋ ନଂ ୱାନ୍ ଆଦି ଚଳଚ୍ଚିତ୍ରରେ ସେ ଗୀତ ଗାଇଥିଲେ ।[]

ଇ ଟିଭି ଓଡ଼ିଆରେରେ ପ୍ରସାରିତ ଧାରାବାହିକ ରାଜକନ୍ୟାର ପୂର୍ବ ନାୟିକା ଛାଡ଼ିଦେବା ପରେ ଦୀପ୍ତିରେଖାଙ୍କୁ ମଳୟ ମଲ୍ଲିକ ସୁଯୋଗ ଦେଇଥିଲେ ।[] ଏହି ଧାରାବାହିକରେ ସେ ନାୟିକା ପୂର୍ବୀ ଭାବରେ ଅଭିନୟ କରୁଥିଲେ ।[]

ଅଭିନୀତ ଧାରାବାହିକ

[ସମ୍ପାଦନା]
  • ରାଜକନ୍ୟା - ଇ ଟିଭି ଓଡ଼ିଆ
  • ସନ୍ଧ୍ୟା ରାଗିଣୀ - ଜୀ ସାର୍ଥକ

ପ୍ରଚ୍ଛଦପଟ ଗାୟିକା

[ସମ୍ପାଦନା]

ପୁରସ୍କାର

[ସମ୍ପାଦନା]
  • ଓଡ଼ିଆ ଫିଲ୍ମ‌ଫେୟାର ପୁରସ୍କାର- ୨୦୧୭
  • ତରଙ୍ଗ ସିନେ ଆୱାର୍ଡ଼- ୨୦୧୭
  1. ୧.୦ ୧.୧ "Breakfast Odisha with Dipti Rekha Padhi (Odia singer and actress)". Prameya News7. 29 November 2016. Retrieved 9 March 2017.
  2. ୨.୦ ୨.୧ ୨.୨ "ସିନେ ଗାୟିକା ଦୀପ୍ତି" (PDF). ଧ୍ୱନି ପ୍ରତିଧ୍ୱନି (in Odia). ଓଡ଼ିଶା. 12 August 2018. p. 6. Archived from the original (PDF) on 20 February 2020. Retrieved 5 September 2018.{{cite news}}: CS1 maint: unrecognized language (link)
  3. "Dipti Rekha Padhi". Archived from the original on 12 March 2017. Retrieved 9 March 2017.
  4. ୪.୦ ୪.୧ "ପ୍ରଭୁ ଶ୍ରୀ ଜଗନ୍ନାଥ ମୋର ସବୁକିଛି". ଧରିତ୍ରୀ ଛୁଟିଦିନ. 3 July 2022. p. ୫. Archived from the original on 3 July 2022. Retrieved 3 July 2022.
  5. "Chal Kariba Thia Pala Song Video From Bhaina Kana Kala Se Movie". IncredibleOrissa.com. 17 September 2016. Retrieved 18 March 2017.[permanent dead link]
  6. "ଦୀପ୍ତିଙ୍କ ଦକ୍ଷତା". ସମାଜ. 17 September 2017. Retrieved 17 September 2017.[permanent dead link]
  7. "ଗୀତର ମହକ" (in Odia). ଓଡ଼ିଶା. 9 September 2018. p. 8. Archived from the original on 9 September 2018. Retrieved 9 September 2018.{{cite news}}: CS1 maint: unrecognized language (link)