ଦୀପ୍ତିରେଖା ପାଢ଼ୀ

ଉଇକିପିଡ଼ିଆ‌ରୁ
ଦୀପ୍ତିରେଖା ପାଢ଼ୀ
Born୧୭ ଅକ୍ଟୋବର
Occupation(s)(ଓଡ଼ିଆ) ଅଭିନେତ୍ରୀ
ପ୍ରଚ୍ଛଦପଟ ଗାୟିକା
Years active୨୦୦୯ରୁ-ଏବେଯାଏଁ
Awardsଓଡ଼ିଆ ଫିଲ୍ମ‌ଫେୟାର- ୨୦୧୭
ତରଙ୍ଗ ସିନେ ଆୱାର୍ଡ଼

ଦୀପ୍ତିରେଖା ପାଢ଼ୀ ଜଣେ ଓଡ଼ିଆ ଦୂରଦର୍ଶନ ଅଭିନେତ୍ରୀ ଏବଂ ପ୍ରଚ୍ଛଦପଟ ଗାୟିକା । ସେ ଓଡ଼ିଆ ଚଳଚ୍ଚିତ୍ର ଲଭ୍ ଡଟ୍ କମ୍‌ରେ ପ୍ରଥମ କରି ପ୍ରଚ୍ଛଦପଟ ଗାୟିକା ଭାବରେ କାମ କରିଥିଲେ ।[୧] ଏହା ପରେ ସେ ଇ ଟିଭି ଓଡ଼ିଆରେ ପ୍ରସାରିତ ରାଜକନ୍ୟା ଧାରାବାହିକରେ ନୟିକା ପୂର୍ବି ଭାବରେ ଅଭିନୟ କରିଥିଲେ ।[୨] ଦୀପ୍ତି ଓଡ଼ିଆ କଥାଚିତ୍ର ସମେତ ଓଡ଼ିଆ ଭଜନ ଓ ଆଲବମ ଆଦିରେ ଗୀତ ଗାଇଛନ୍ତି ।[୨]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ଦୀପ୍ତିରେଖା ଭୁବନେଶ୍ୱରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଜଣେ ବଡ଼ ଭଉଣୀ ଏବଂ ଗୋଟିଏ ସାନ ଭାଇ ଅଛନ୍ତି । ସେ ଛୋଟବେଳୁ ଗୀତ ଶିଖିବା ଆରମ୍ଭ କରିଥିଲେ ।[୩] ସେ ରାଜଧାନୀ କଳା ସଂସଦରେ ପ୍ରଥମେ ଗୀତ ଶିଖିଥିଲେ ।[୪]

ଅଭିନୟ ଜୀବନ[ସମ୍ପାଦନା]

ଦୀପ୍ତି ସାତ ବର୍ଷ ବୟସରୁ ଗୀତ ଶିଖିବା ଆରମ୍ଭ କରିଥିଲେ । ସେ ଛୋଟବେଳେ ବିଦ୍ୟାଳୟରେ ଅନୁଷ୍ଠିତ ଗୀତ ପ୍ରତିଯୋଗିତାମାନଙ୍କରେ ଭାଗ ନେଉଥିଲେ । ୨୦୦୯ରେ ଦୀପ୍ତି ତାଙ୍କ କାକାଙ୍କ ସ‌ହ ପ୍ରେମ ଆନନ୍ଦଙ୍କ ପାଖକୁ ଯାଇଥିଲେ । ସେଠାରେ ପ୍ରେମାନନ୍ଦ ତାଙ୍କୁ ଓଡ଼ିଆ ଚଳଚ୍ଚିତ୍ର ଲଭ୍ ଡଟ୍ କମ୍‌ରେ ପ୍ରଚ୍ଛଦପଟ ଗାୟିକା ଭାବରେ ନେଇଥିଲେ ଏବଂ ନୂଆ ପ୍ରେମିକା ଆଲବମ୍‌ରେ ଗୀତ ଗାଇବାର ସୁଯୋଗ ଦେଇଥିଲେ ।[୧] ପରେ ପରେ ଦୀପ୍ତି ଭାଇନା, କ'ଣ କଲା ସେର ଚଲା କରିବା ଠିଆ ପାଲା ଭଳି ଗୀତ ଗାଇଥିଲେ ।[୫] ତାଙ୍କର ଅନ୍ୟ କିଛି ଗୀତ ହେଲା: ଯିଏ ମୋତେ କିଣି ଦେବ ଛୋଟ ଛୋଟ ଛିଟ ଜାମା, ତୁ ମୋ ଲଭ୍ ଷ୍ଟୋରୀ ଚଳଚ୍ଚିତ୍ରର ଗୀତ । ବେବି, ଅଭୟ, ରୋମିଓ ଜୁଲିଏଟ, ହିରୋ ନଂ ୱାନ୍ ଭଳି ଚଳଚ୍ଚିତ୍ରରେ ସେ ଗୀତ ଗାଇଥିଲେ ।[୬]

ଇ ଟିଭି ଓଡ଼ିଆରେରେ ପ୍ରସାରିତ ଧାରାବାହିକ ରାଜକନ୍ୟାର ପୂର୍ବ ନାୟିକା ଛାଡ଼ିଦେବା ପରେ ଦୀପ୍ତିଙ୍କୁ ମଳୟ ମଲ୍ଲିକଙ୍କ ତରଫରୁ ସୁଯୋଗ ଦିଆଯାଇଥିଲା ।[୪] ଏହି ଧାରାବାହିକରେ ସେ ନାୟିକା ପୂର୍ବି ଭାବରେ ଅଭିନୟ କରୁଥିଲେ ।[୨]

ଅଭିନୀତ ଧାରାବାହିକ[ସମ୍ପାଦନା]

  • ରାଜକନ୍ୟା- ଇ ଟିଭି ଓଡ଼ିଆ

ପ୍ରଚ୍ଛଦପଟ ଗାୟିକା[ସମ୍ପାଦନା]

ପୁରସ୍କାର[ସମ୍ପାଦନା]

  • ଓଡ଼ିଆ ଫିଲ୍ମ‌ଫେୟାର ପୁରସ୍କାର- ୨୦୧୭
  • ତରଙ୍ଗ ସିନେ ଆୱାର୍ଡ଼- ୨୦୧୭

ଆଧାର[ସମ୍ପାଦନା]

  1. ୧.୦ ୧.୧ "Breakfast Odisha with Dipti Rekha Padhi (Odia singer and actress)". Prameya News7. 29 November 2016. Retrieved 9 March 2017.
  2. ୨.୦ ୨.୧ ୨.୨ "ସିନେ ଗାୟିକା ଦୀପ୍ତି" (PDF). ଧ୍ୱନି ପ୍ରତିଧ୍ୱନି (in Odia). ଓଡ଼ିଶା. 12 August 2018. p. 6. Archived from the original (PDF) on 20 February 2020. Retrieved 5 September 2018.{{cite news}}: CS1 maint: unrecognized language (link)
  3. "Dipti Rekha Padhi". Archived from the original on 12 March 2017. Retrieved 9 March 2017.
  4. ୪.୦ ୪.୧ "ପ୍ରଭୁ ଶ୍ରୀ ଜଗନ୍ନାଥ ମୋର ସବୁକିଛି". ଧରିତ୍ରୀ ଛୁଟିଦିନ. 3 July 2022. p. ୫. Archived from the original on 3 July 2022. Retrieved 3 July 2022.
  5. "Chal Kariba Thia Pala Song Video From Bhaina Kana Kala Se Movie". IncredibleOrissa.com. 17 September 2016. Retrieved 18 March 2017.
  6. "ଦୀପ୍ତିଙ୍କ ଦକ୍ଷତା". ସମାଜ. 17 September 2017. Retrieved 17 September 2017.[permanent dead link]
  7. "ଗୀତର ମହକ" (in Odia). ଓଡ଼ିଶା. 9 September 2018. p. 8. Archived from the original on 9 September 2018. Retrieved 9 September 2018.{{cite news}}: CS1 maint: unrecognized language (link)