ଶିବାନୀ ସଙ୍ଗୀତା

ଉଇକିପିଡ଼ିଆ ରୁ
Jump to navigation Jump to search
ଶିବାନୀ ସଙ୍ଗୀତା
ଜନ୍ମ ଓ ଜନ୍ମସ୍ଥାନ
ଶିବାନୀ ସଙ୍ଗୀତା

ଜୀବିକା(ଓଡ଼ିଆ) ଅଭିନେତ୍ରୀ
କାର୍ଯ୍ୟକାଳଶିଶୁ କଳାକାର
୨୦୧୭ରୁ-ଏବେଯାଏଁ

ଶିବାନୀ ସଙ୍ଗୀତା, ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ସେ ଶିଶୁ କଳାକାର ଭାବରେ ଓଡ଼ିଆ କଥାଚିତ୍ର ଏବଂ ଧାରାବାହିକରେ ପ୍ରଥମେ ଅଭିନୟ କରିଥିଲେ । ଶିବାନୀ ଉତ୍ତରଦାୟୀ ଧାରାବାହିକ ଜରିଆରେ ପ୍ରଥମେ ଅଭିନୟ ଆରମ୍ଭ କରିଥିଲେ ଏବଂ ମିତରେ ମିତ ଚଳଚ୍ଚିତ୍ର ଜରିଆରେ ଶିଶୁ କଳାକାର ଭାବରେ ପ୍ରଥମ ଓଡ଼ିଆ କଥାଚିତ୍ରରେ ଅଭିନୟ କରିଥିଲେ ।[୧] ଏହାପରେ ସେ ୨୦୧୭ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ନାୟିକା ଭାବରେ ଅଭିନୟ କରିଥିଲେ । ଶିବାନୀ ଅଭିନେତା ବାବୁଶାନ ନାୟକଙ୍କ ସ‌ହ ସିଷ୍ଟର ଶ୍ରୀଦେବୀ ଚଳଚ୍ଚିତ୍ରରେ ନାୟିକା ଭାବରେ ପ୍ରଥମେ ଅଭିନୟ ଆରମ୍ଭ କରିଥିଲେ ।[୨]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ଅଭିନୟ ଜୀବନ[ସମ୍ପାଦନା]

ଶିବାନୀ ଜଣେ ଶିଶୁ କଳାକାର ଭାବରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୨] ସେ ପ୍ରଥମେ ଓଡ଼ିଆ ଦୂରଦର୍ଶନ ଧାରାବାହିକରେ ଅଭିନୟ ଆରମ୍ଭ କରିଥିଲେ । ଦୂରଦର୍ଶନରେ ପ୍ରସାରିତ ଓଡ଼ିଆ ଧାରାବାହିକ ଉତ୍ତରଦାୟୀରେ ସେ ପ୍ରଥମେ ଅଭିନୟ ଆରମ୍ଭ କରିଥିଲେ ।[୧] ଏହାପରେ ସେ ତରଙ୍ଗ ଟିଭିରେ ପ୍ରସାରିତ ଧାରାବାହିକ ଦେବୀରେ ଅଭିନୟ କରିଥିଲେ ।[୧] ଦେବୀ ଧାରାବାହିକରେ ସେ ନାୟିକାଙ୍କର ଛୋଟବେଳର ଭୂମିକାରେ ଅଭିନୟ କରିଥିଲେ । ଶିଶୁ କଳାକାର ଭାବରେ ତାଙ୍କର ଶେଷ ଅଭିନୀତ ଧାରାବାହିକ ଥିଲା ବଧୂ[୧] ଏହି ଧାରାବାହିକଟି ସାର୍ଥକ ଟିଭିରେ ପ୍ରସାରିତ ହେଉଥିଲା । ବଧୂରେ ଶିବାନୀ ଅଭିନେତା ସୁକାନ୍ତ ରଥଙ୍କ ଝିଅ ଭୂମିକାରେ ଅଭିନୟ କରିଥିଲେ । ଶିବାନୀ ଏହି ଧାରାବାହିକଟିରେ ଅଭିନୟ କରୁଥିବାବେଳେ ତାଙ୍କୁ ଚଳଚ୍ଚିତ୍ରରେ ନାୟିକା ହେବାର ସୁଯୋଗ ମିଳିଥିଲା, ତେଣୁ ସେ ଏହି ଧାରାବାହିକଟି ଛାଡ଼ିଦେଇଥିଲେ ।

ଶିବାନୀ ୨୦୦୯ରେ ଓଡ଼ିଆ କଥାଚିତ୍ର ମିତରେ ମିତ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଶିଶୁ କଳାକାର ଭାବରେ ଅଭିନୟ ଆରମ୍ଭ କରିଥିଲେ ।[୧] ଏହାପରେ ସେ ପହିଲି ରଜ, ଗୁଡ୍ ବୟ, ମିତ ବସିଛି ମୁଁ ଭୂତ ସାଥିରେ, ଲେଖୁଲେଖୁ ଲେଖିଦେଲି ଆଦି ଚଳଚ୍ଚିତ୍ରରେ ଶିଶୁ କଳାକାର ଭାବରେ ଅଭିନୟ କରିଥିଲେ ।[୧]

ନାୟିକା[ସମ୍ପାଦନା]

ଶିବାନୀ ୨୦୧୭ ମସିହାରେ ନାୟିକା ଭାବରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ୨୦୧୭ ରଜ ସମୟରେ ମୁକ୍ତିଲାଭା କରିଥିବା ଓଡ଼ିଆ କଥାଚିତ୍ର ସିଷ୍ଟର ଶ୍ରୀଦେବୀରେ ଅଭିନୟ କରିଥିଲେ ।[୩] ଏହି କଥାଚିତ୍ରଟିରେ ଶିବାନୀଙ୍କ ସ‌ହ ନାୟକ ଭୂମିକାରେ ଅଭିନୟ କରିଥିଲେ ବାବୁଶାନ୍ ମହାନ୍ତି । ନିର୍ଦ୍ଦେଶକ ଅଶୋକ ପତି ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୪] ମିହିର ଦାସ, ଅପରାଜିତା ମହାନ୍ତି, ସଲିଲ ମିତ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୫]

୨୦୧୮ ମସିହା ଦୁର୍ଗାପୂଜା ସମୟରେ ଶିବାନୀ ଅଭିନେତା ଅନୁଭବ ମହାନ୍ତିଙ୍କ ସ‌ହ ଓଡ଼ିଆ କଥାଚିତ୍ର ପ୍ରେମ୍ କୁମାର ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।[୬] ଏହି କଥାଚିତ୍ରଟି ପୂର୍ବରୁ ରଜ ସମୟରେ ମୁକ୍ତିଲାଭ କରିବ ବୋଲି ସ୍ଥିର ହୋଇଥିଲା, ମାତ୍ର ଅନୁଭବଙ୍କ ଆହାତ କାରଣରୁ ଏହା ଦୁର୍ଗପୂଜା ସମୟରେ ମୁକ୍ତିଲାଭ କରିଥିଲା ।[୭] ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ତାପସ ସରଘରିଆ

ଅଭିନୀତ କଥାଚିତ୍ର[ସମ୍ପାଦନା]

ଶିଶୁ କଳାକାର[ସମ୍ପାଦନା]

ଦୂରଦର୍ଶନ[ସମ୍ପାଦନା]

  • ଉତ୍ତରଦାୟୀ
  • ଦେବୀ
  • ବଧୂ

ଚଳଚ୍ଚିତ୍ର[ସମ୍ପାଦନା]

ନାୟିକା[ସମ୍ପାଦନା]

ବର୍ଷ ଚଳଚ୍ଚିତ୍ର ଭୂମିକା ମନ୍ତବ୍ୟ
୨୦୧୭ ସିଷ୍ଟର ଶ୍ରୀଦେବୀ ନାୟିକା ଭାବରେ ପ୍ରଥମ ଓଡ଼ିଆ କଥାଚିତ୍ର
୨୦୧୮ ପ୍ରେମ୍ କୁମାର

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "ଶିଶୁ କଳାକାରରୁ ନାୟିକା". ତରଙ୍ଗ. 23 August 2017. |access-date= requires |url= (help)
  2. ୨.୦ ୨.୧ "ପରଦାକୁ ଆସିଲା 'ସିଷ୍ଟର ଶ୍ରୀଦେବୀ',ଡବଲ ରୋଲରେ କମାଲ କରୁଛନ୍ତି ବାବୁସାନ୍‌". Odisha Reporters. 9 June 2017. Retrieved 15 July 2017.
  3. "ନୂଆମୁହଁଙ୍କ ନ‌ଜର". ସମାଜ. 13 May 2017. Retrieved 19 May 2018.
  4. "ପରଦାକୁ ଆସିଲା ଅଭୟ ଓ ସିଷ୍ଟର ଶ୍ରୀଦେବୀ". ସମ୍ବାଦ. 16 Junw 2017. Retrieved 15 July 2017. Check date values in: |date= (help)
  5. "ଆଜି ଶୁଭମୁକ୍ତି : 'ସିଷ୍ଟର ଶ୍ରୀଦେବୀ'". Odisha Reporters. 9 June 2017. Retrieved 15 July 2017.
  6. "ତମ୍ନାଙ୍କ ଖୁସି". ସମାଜ (ରବିବାର) (in Odia). ଓଡ଼ିଶା. 9 September 2018. p. 8. Archived from the original on 9 September 2018. Retrieved 9 September 2018. Invalid |dead-url="no" (help)CS1 maint: Unrecognized language (link)
  7. "ଏହି ବ୍ୟାନର୍‌ରୁ ବାଦ୍‌ ପଡ଼ିଲେ ଏଲିନା!". sambad.in. 28 March 2018. Retrieved 2 April 2018.

ବାହାର ଆଧାର[ସମ୍ପାଦନା]