Jump to content

ହ୍ୟୁମାନ ସାଗର

ଉଇକିପିଡ଼ିଆ‌ରୁ
ହ୍ୟୁମାନ ସାଗର
ଜନ୍ମ(1990-11-25)୨୫ ନଭେମ୍ବର ୧୯୯୦
ଟିଟିଲାଗଡ଼, ବଲାଙ୍ଗୀର, ଓଡ଼ିଶା
ଜନ୍ମସ୍ଥାନଓଡ଼ିଶା
ମୃତ୍ୟୁ୧୭ ନଭେମ୍ବର ୨୦୨୫(2025-11-17) (ବୟସ ୩୪)
ଭୁବନେଶ୍ୱର, ଓଡ଼ିଶା
ଶୈଳୀ
  • ଇଣ୍ଡିଆନ୍ ପପ୍
ପେଷାପ୍ରଚ୍ଛଦପଟ ଗାୟକ
କାର୍ଯ୍ୟକାଳ୨୦୧୨–୨୦୨୫
ଲେବଲ
  • ମହକ ମ୍ୟଜିକ୍
  • ଅର୍ମାନ ମ୍ୟୁଜିକ୍
  • ସାର୍ଥକ ମ୍ୟୁଜିକ୍
  • ତରଙ୍ଗ ମ୍ୟୁଜିକ୍
  • ଭେନସ୍

ହ୍ୟୁମାନ ସାଗର (୨୫ ନଭେମ୍ବର ୧୯୯୦–୧୭ ନଭେମ୍ବର ୨୦୨୫) ଜଣେ ଓଡ଼ିଆ କଥାଚିତ୍ର ପ୍ରଚ୍ଛଦପଟ୍ଟ ଗାୟକ ଥିଲେ । ତାଙ୍କୁ ସ୍ଥାନୀୟ ଅଧିବାସୀ ଓଡ଼ିଶାର ଅରିଜିତ ସିଂହ କହି ମଧ୍ୟ ସମ୍ବୋଧନ କରିଥାନ୍ତି । ୨୦୧୨ ମସିହାରେ, ତରଙ୍ଗ ଚ୍ୟାନେଲରେ ପ୍ରସାରିତ ରିୟଲିଟି ସୋ ଭଏସ ଅଫ ଓଡ଼ିଶା ସିଜନ-୨ରେ ଜିତିକରି ସେ ଲୋକଲୋଚନକୁ ଆସିଥିଲେ ।[] ସଂଗୀତ ପ୍ରତି ତାଙ୍କର ନିଶା ଯୋଗୁଁ ସେ ଡାକ୍ତରୀ ପାଠପଢ଼ା ଅଧାରୁ ଛାଡିଦେଇଥିଲେ ।[]

ଜୀବନୀ

[ସମ୍ପାଦନା]

ହ୍ୟୁମାନ ଓଡ଼ିଶାର ବଲାଙ୍ଗୀର ଜିଲ୍ଲାସ୍ଥିତ ଟିଟିଲାଗଡ଼ରେ ୧୯୯୦ ନଭେମ୍ବର ୨୫ରେ ଜନ୍ମନେଇଥିଲେ ।ସେ ତୃତୀୟ ଶ୍ରେଣୀର ଛାତ୍ର ଥିବା ବେଳେ ଶୁଭ୍ରାଂଶୁ ମିଶ୍ରଙ୍କର ସହାୟତାରେ ସଙ୍ଗୀତ ଶିକ୍ଷା ଆରମ୍ଭକରିଥିଲେ ।[] ପିଲାଟିବେଳୁ ସେ ବିଭିନ୍ନ ସଂଗୀତ ପ୍ରତିଯୋଗିତାରେ ଭାଗନେଇ ପୁରସ୍କାର ଜିତୁଥିଲେ । ତାଙ୍କର ଜେଜେବାପା ବିଭିନ୍ନ ସମ୍ବଲପୁରୀ ଲୋକଗୀତର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ।[] ହ୍ୟୁମାନ ତାଙ୍କ ବାନ୍ଧବୀ ଶ୍ରୀୟାଙ୍କୁ ବିବାହ କରିଥିଲେ ।[][] ତାଙ୍କର ବାପା ଜଣେ ଅଲ ଇଣ୍ଡିଆ ରେଡ଼ିଓ 'ବି' ଗ୍ରେଡ଼ ଗାୟକ, ତାଙ୍କ ମାତା ଜଣେ ସଂଗୀତକାର ।[]

ସେ ଡାକ୍ତର ହେବା ପାଇଁ ମେଡିକାଲ କଲେଜରେ ଯୋଗ ଦେଇଥିଲେ, ମାତ୍ର ସଂଗୀତ ପ୍ରତି ତାଙ୍କର ଅହେତୁକ ଭଲ ପାଇବା ଏବଂ ନିଶା ଯୋଗୁଁ ପ୍ରଥମ ବର୍ଷରୁହିଁ ସେ ଡାକ୍ତରୀ ପାଠପଢ଼ା ଛାଡିଦେଇ ଚାଲିଆସିଥିଲେ ସଙ୍ଗୀତର ଦୁନିଆକୁ ।[]

ସଂଗୀତ ଜୀବନ

[ସମ୍ପାଦନା]

ଅଭିଜିତ ମଜୁମଦାରଙ୍କର ନିର୍ଦ୍ଦେଶନାରେ ଇସ୍କ ତୁ ହି ତୁ ଚଳଚ୍ଚିତ୍ରର ମୁଖ୍ୟ ଗୀତଟି ଗାଇଥିଲେ ଯାହା ତାଙ୍କୁ ଶ୍ରୋତାଗଣରେ ଲୋକପ୍ରିୟ କରାଇପାରିଥିଲା ।[] ସେ ୨୦୧୭ ମସିହାରେ ଗଜଲ ଗଜଲ ଗୀତ ନିମିତ୍ତ ସେ ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟକ ଚକୋଲେଟ ପୁରସ୍କାର ଜିତିଥିଲେ ।[] ସେ ଏକ ହିନ୍ଦୀ ଆଲବମ "ମେରା ୟେ ଜହାଁ "ରେ ମଧ୍ୟ କଣ୍ଠଦାନ କରିଛନ୍ତି ।[]

ଗାଇଥିବା ଗୀତର ତାଲିକା

[ସମ୍ପାଦନା]

ଗାଇଥିବା ଚଳଚ୍ଚିତ୍ର

[ସମ୍ପାଦନା]
ରିଲିଜ ବର୍ଷ ଚଳଚ୍ଚିତ୍ର
୨୦୧୫ ଇସ୍କ ତୁ ହି ତୁ
୨୦୧୫ ଗପ ହେଲେ ବି ସତ
୨୦୧୫ ରକ ଷ୍ଟାର
୨୦୧୫ ଲଭ ୟୁ ହମେଶା
୨୦୧୫ ପିଲାଟା ବିଗିଡ଼ିଗଲା
୨୦୧୫ ଆଶିକ
୨୦୧୫ ଗଳ୍ପ ନୁହେଁ ଅଳ୍ପ ଦିନର
୨୦୧୬ ଗୋଟେ ଶୁଆ ଗୋଟେ ଶାରୀ
୨୦୧୬ ଜବରଦସ୍ତ ପ୍ରେମିକ
୨୦୧୬ ଅଗସ୍ତ୍ୟ
୨୦୧୬ ଝିଅଟା ବିଗିଡ଼ିଗଲା
୨୦୧୬ ବେବି
୨୦୧୬ ମୁଁ ଗାନ୍ଧୀ ନୁହେଁ
୨୦୧୬ ପ୍ରେମର ନିଶା ନିଆରା ନିଆରା
୨୦୧୭ ନିଝୁମ ରାତିର ସାଥୀ
୨୦୧୭ ଦିଲ୍ ଦିୱାନା ହେଇଗଲା
୨୦୧୭ ସୀତାରାମଙ୍କ ବାହାଘର କଳିଯୁଗରେ
୨୦୧୭ ତୁ ମୋ ଲଭ୍ ଷ୍ଟୋରୀ
୨୦୧୭ ଟିକେ ଖରା ଟିକେ ଛାଇ
୨୦୧୭ ମିଠା ମିଠା
୨୦୧୭ ଅଭୟ
୨୦୧୭ ରୋମିଓ ଜୁଲିଏଟ
୨୦୧୭ ମୁଁ ଖାଣ୍ଟି ଓଡ଼ିଆ ଝିଅ
୨୦୧୭ ହିରୋ ନଂ ୱାନ୍
୨୦୧୭ ଟିକେ ଅନାଡ଼ି ପୂରା ଖିଲାଡ଼ି
୨୦୧୭ ତୋ ପ୍ରେମରେ ପଡ଼ିଲା ପରେ
୨୦୧୭ ଲୈଲା ଓ ଲୈଲା
୨୦୧୮ ଓନ୍‌ଲି ପ୍ୟାର
୨୦୧୮ ହାପି ଲକି
୨୦୧୮ ମନର ମାନସୀ
୨୦୧୮ ଯୋଗୀ (ଓଡ଼ିଆ କଥାଚିତ୍ର)
୨୦୧୮ ଶକ୍ତି (ଓଡ଼ିଆ କଥାଚିତ୍ର)
୨୦୧୮ ଲଭ୍ ପ୍ରମିଜ୍
୨୦୧୮ ସୁନ୍ଦରଗଡ଼ର ସଲମାନ୍ ଖାନ୍
୨୦୧୮ ୪ ଇଡିଅଟସ୍
୨୦୧୮ ଟୋକାଟା ଫସିଗଲା
୨୦୧୮ ଲୋକାଲ ଟୋକା ଲଭ୍ ଚୋଖା
୨୦୧୮ ବ୍ଲାକ୍‌ମେଲ୍
୨୦୧୮ ଇସ୍କ ପୁଣିଥରେ
୨୦୧୮ ପ୍ରେମ୍ କୁମାର

ଗାଇଥିବା କିଛି ପ୍ରସିଦ୍ଧ ଗୀତ

[ସମ୍ପାଦନା]

ପ୍ଲେ-ଲିଷ୍ଟ

[ସମ୍ପାଦନା]

ରାଜନୈତିକ ଜୀବନ

[ସମ୍ପାଦନା]

୩ ମାର୍ଚ୍ଚ ୨୦୧୯ରେ, ସେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ ।[][]

ମୃତ୍ୟୁ

[ସମ୍ପାଦନା]

୨୦୨୫ ମସିହାର ନଭେମ୍ବର ୧୭ ତାରିଖରେ ଭୁବନେଶ୍ୱେର ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।[୧୦] ସେ ନିମୋନିଆରେ ପୀଡ଼ିତ ହେବା ସହିତ ତାଙ୍କର ଏକାଧିକ ଅଙ୍ଗପ୍ରତ୍ୟଙ୍ଗ କାମ କରୁନଥିଲା ।[୧୧] ମୃତ୍ୟୁବେଳକୁ ତାଙ୍କୁ ୩୪ ବର୍ଷ ବୟସ ହୋଇଥିଲା ।[୧୨]

  1. Rout, Yajati (2025-11-17). "Ollywood Playback Singer Humane Sagar Passes Away at 36". Pragativadi I Latest Odisha News in English I Breaking News (in ଆମେରିକୀୟ ଇଂରାଜୀ). Retrieved 2025-11-17.
  2. ୨.୦ ୨.୧ https://m.dailyhunt.in/news/india/oriya/sambad-epaper-samba/daktari+patha+chadi+gayaka+hoichanti+ehi+oliuda+selibriti-newsid-70254302
  3. ୩.୦ ୩.୧ ୩.୨ https://enewsodia.com/human-sagar-playback-singer-ollywood-industry/
  4. https://www.youtube.com/watch?v=v4u_1CWVAkw
  5. ୫.୦ ୫.୧ https://www.youtube.com/watch?v=FHZwHXf2DqU
  6. "ଆର୍କାଇଭ୍ କପି". Archived from the original on 2018-09-10. Retrieved 2018-09-09. {{cite web}}: Cite has empty unknown parameter: |1= (help)
  7. http://www.orissapost.com/making-a-mark-talented-director-and-actor-on-song/
  8. "Ollywood singer Humane Sagar joins BJD". Update Odisha (in ଆମେରିକୀୟ ଇଂରାଜୀ). 2019-03-03. Retrieved 2019-03-04.
  9. "Famous Ollywood Singer Humane Sagar joins BJD". OdishaDiary (in ଆମେରିକୀୟ ଇଂରାଜୀ). 2019-03-04. Retrieved 2019-03-04.
  10. Nayak, Subadh (2025-11-17). "Renowned Ollywood singer Humane Sagar dies". KalingaTV (in ଆମେରିକୀୟ ଇଂରାଜୀ). Retrieved 2025-11-17.
  11. NEWS, OMMCOM (2025-11-17). "Popular Odia Singer Humane Sagar Passes Away | Odisha". Odisha News, Odisha Breaking News, Odisha Latest News || Ommcom News (in ଆମେରିକୀୟ ଇଂରାଜୀ). Retrieved 2025-11-17.
  12. Network, Post News (2025-11-17). "Odia singer Humane Sagar dies at 34 - OrissaPOST". Odisha News, Odisha Latest news, Odisha Daily - OrissaPOST (in ଆମେରିକୀୟ ଇଂରାଜୀ). Retrieved 2025-11-17.

ବାହାର ଆଧାର

[ସମ୍ପାଦନା]