Jump to content

ଚୌଧୁରୀ ବିକାଶ ଦାସ

ଉଇକିପିଡ଼ିଆ‌ରୁ
ଚୌଧୁରୀ ବିକାଶ ଦାସ
ଜନ୍ମ
ଚୌଧୁରୀ ବିକାଶ ଦାସ
ଜାତୀୟତାଭାରତୀୟ
ପ୍ରସିଦ୍ଧିଅଭିନେତା ଓ ନିର୍ଦ୍ଦେଶକ
ସମ୍ପର୍କୀୟଚୌଧୁରୀ ଜୟପ୍ରକାଶ ଦାସ (ଭାଇ)

ଚୌଧୁରୀ ବିକାଶ ଦାସ ଜଣେ ଓଡ଼ିଆ ଚଳଚ୍ଚିତ୍ର, ମଞ୍ଚ ଓ ଟେଲିଭିଜନ ଅଭିନେତା ଓ ନିର୍ଦ୍ଦେଶକ । "ଶ୍ରୀ ଜଗନ୍ନାଥ" ଧାରାବାହିକରେ ଧଡ଼ି ଗୋସେଇଁ ଚରିତ୍ର ତାଙ୍କୁ ବହୁ ଲୋକପ୍ରିୟତା ଆଣି ଦେଇଥିଲା ।[]

ଜୀବନୀ

[ସମ୍ପାଦନା]

ଚୌଧୁରୀ ବିକାଶ ଦାସ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର କୋତିଆଁ ବାରଙ୍ଗ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଜଣେ ଡାକ୍ତର ଥିଲେ । ସେ ଚାହୁଁଥିଲେ ପୁଅ ମଧ୍ୟ ଡାକ୍ତର ହେଉ । ତେବେ ଦାସଙ୍କର ଚିତ୍ରାଙ୍କନ ଓ ଅଭିନୟ ପ୍ରତି ଆକର୍ଷଣ ଥିଲା । ସେ ବିଜେବି କଲେଜରେ ପାଠ ପଢ଼ୁଥିବା ସମୟରେ "ମୁଁ, ଆମ୍ଭେ, ଆମ୍ଭେମାନେ" ନାମକ ନାଟକରେ ଅଭିନୟ କରିବା ସମୟରେ ନାଟକର ନିର୍ଦ୍ଦେଶକ ଅଜିତ ଦାସଙ୍କ ସହ ତାଙ୍କର ପରିଚୟ ହୋଇଥିଲା । ଅଜିତ ଦାସ ତାଙ୍କୁ ନାଟକରେ ଉତ୍ତଚର ଅଧ୍ୟୟନ ପାଇଁ ପ୍ରେରଣା ଦେଇଥିଲେ । ସେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ନାଟକ ବିଭାଗରେ ନାମଲେଖାଇଥିଲେ । ସେଠାରେ ବିଜୟ ମହାନ୍ତି, ଅଜିତ ଦାସ ଓ ଅନ୍ୟ ଶିକ୍ଷକମାନଙ୍କଠାରୁ ସେ ନାଟକ ଅଧ୍ୟୟନ କରିଥିଲେ ।[]

  1. "ନୂଆ କାମଟେ ପାଇଲେ ଏତେ ପ୍ରଯତ୍ନର ସହ କରେ, ଦର୍ଶକ ଆଉ ସହକର୍ମୀ ପ୍ରଶଂସା କରନ୍ତି, ମୁଁ ପୁଲକିତ ହେଇଉଠେ : ଚୌଧୁରୀ ବିକାଶ ଦାସ". ସମ୍ବାଦ. sambad.in. 4 October 2022. Archived from the original on 12 October 2022. Retrieved 12 October 2022.
  2. "ପହିଲି ପୁଲକ". No. ରବିବାର ସମ୍ବାଦ ୧୭/୦୪/୨୦୨୨ ପୃଷ୍ଠା ୧୨. ଇଷ୍ଟର୍ଣ୍ଣ ମିଡ଼ିଆ. 17 April 2022. Archived from the original on 18 April 2022. Retrieved 18 April 2022.

ବାହାର ଆଧାର

[ସମ୍ପାଦନା]