ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୭୭

ଉଇକିପିଡ଼ିଆ‌ରୁ

ଭାରତୀୟ ଦଣ୍ଡବିଧି ଆଇନର ୩୭୭ ଧାରା ୧୮୬୧ ମସିହାରେ ଭାରତରେ ବ୍ରିଟିଶ ଶାସନ (୧୫୩୩ ବଗେରି ଆଇନ ଅନୁସାରେ ପ୍ରଣୀତ) ସମଲିଙ୍ଗୀ ସମ୍ବନ୍ଧ ସମେତ "ପ୍ରକୃତି ନିୟମ ବିରୋଧୀ" ଯୌନସମ୍ବନ୍ଧକୁ ବେଆଇନ ଓ ଦଣ୍ଡନୀୟ କରିଥିଲା ।[୧][୨] ଏହି ଧାରାରେ ପୂର୍ବରୁ ଦଣ୍ଡନୀୟ ଥିବା "ପ୍ରାପ୍ତବୟସ୍କଙ୍କ ସହମତି ଆଧାରରେ ସମଲିଙ୍ଗୀ ଯୌନ ସମ୍ପର୍କ"କୁ ୨୦୧୮ ମସିହାରେ ଉଚ୍ଚତମ ନ୍ୟାୟାଳୟ ଅଣସାମ୍ବିଧାନିକ ଭାବେ ଘୋଷଣା କରି ଦଣ୍ଡମୁକ୍ତ କରିଦେଇଛନ୍ତି ।

ଏହି ଧାରାକୁ ପ୍ରଥମେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟରେ ୨୦୦୯ରେ ପ୍ରାପ୍ତବୟସ୍କଙ୍କ ମଧ୍ୟରେ ସମ୍ମତି ଅନୁସାରେ ଯୌନସଂଗମ ଆଧାରରେ କାଟିଦିଆଯାଇଥିଲା ।[୩][୪][୫] ଏହି ବିଚାର ଭାରତୀୟ ଉଚ୍ଚତମ ନ୍ୟାୟାଳୟଦ୍ୱାରା ୨୦୧୩ ଡିସେମ୍ବର ୧୧ରେ ନାକଚ କରିଦେଇଥିଲେ ଓ ୩୭୭ ଧାରାରେ ପରିବର୍ତ୍ତନ ନ୍ୟାୟତାନ୍ତ୍ରିକ ନ ହୋଇ ଭାରତୀୟ ସଂସଦଦ୍ୱାରା ହେବା ଉଚିତ ବୋଲି ମତଦେଇଥିଲେ ।[୬][୭] ୨୦୧୬ ଫେବୃଆରୀ ୬ରେ ନାଜ ଫାଉଣ୍ଡେସନ ଓ ଅନ୍ୟମାନଙ୍କଦ୍ୱାରା ପ୍ରେରିତ ଏକ ନିବାରକ ଆବେଦନର ବିଚାର କରାଯାଇଥିଲା । ତତ୍କାଳୀନ ମୁଖ୍ୟ ବିଚାରପତି ଟି.ଏସ. ଠାକୁରଙ୍କ ନେତୃତ୍ୱରେ ପରିଚାଳିତ ଏକ ତିନିଜଣିଆ ବେଞ୍ଚ କହିଥିଲେ ଯେ ଆଠଟି ଯାକ ଆବେଦନ ଆଉଥରେ ଏକ ପାଞ୍ଚଜଣିଆ ସାମ୍ବିଧାନିକ ବେଞ୍ଚଦ୍ୱାରା ସମୀକ୍ଷା ହେବ ।[୮]

୨୦୧୭ ଅଗଷ୍ଟ ୨୪ରେ ସର୍ବୋଚ୍ଚ ନ୍ୟାୟାଳୟ ଗୋପନୀୟତାର ଅଧିକାରକୁ "ପୁଟ୍ଟସ୍ୱାମୀ ବିଚାର"କୁ ଆଖିରେ ରଖି ଭାରତୀୟ ସମ୍ବିଧାନର ଏକ ମୌଳିକ ଅଧିକାର ଭାବେ ପ୍ରଣୟନ କରିଥିଲେ । ସର୍ବୋଚ୍ଚ ନ୍ୟାୟାଳୟ ସମାନତାକୁ ସମର୍ଥନ କରି ଭେଦଭାବକୁ ନିନ୍ଦାକରିଥିଲେ, ଏବଂ ଏଲଜିବିଟି ଲୋକମାନଙ୍କ ଅଧିକାର ମୂଳରେ ଥିବା ଯୌନ ସମ୍ବନ୍ଧ-ବିବିଧତାର ସୁରକ୍ଷାକୁ ସାମ୍ବିଧାନିକ କରିଥିଲେ ।[୯] ଏହି ବିଚାର ୩୭୭ ଧାରାକୁ ଅଣସାମ୍ବିଧାନିକ ପ୍ରମାଣ କରିବାରେ ଯଥେଷ୍ଟ ଥିଲା ବୋଲି ବିଶ୍ୱାସ କରାଯାଇଥାଏ ।[୧୦][୧୧][୧୨]

୨୦୧୮ ଜାନୁଆରୀରେ ଉଚ୍ଚତମ ନ୍ୟାୟାଳୟ ନାଜ ଫାଉଣ୍ଡେସନ ମାମଲାରେ ହୋଇଥିବା ନିଷ୍ପତିର ପୁନର୍ବିଚାର ପାଇଁ ସମ୍ମତି ଦେଇଥିଲେ । ୬ ସେପ୍ଟେମ୍ବର ୨୦୧୮ରେ ନ୍ୟାୟାଳୟର ଏକ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ନଭତେଜ ସିଂହ ଜୋହର ବନାମ ଭାରତ ମାମଲାରେ ବିଚାର ପ୍ରଦାନ କରି ପ୍ରାପ୍ତବୟସ୍କଙ୍କ ମଧ୍ୟରେ ସମ୍ମତି ଆଧାରରେ ସମଲିଙ୍ଗୀ ଯୌନ ସମ୍ପର୍କକୁ ଦଣ୍ଡମୁକ୍ତ ଘୋଷଣା କରିଛନ୍ତି । ଏହି ନିଷ୍ପତି ଆଧାରରେ ୩୭୭ ଆଂଶିକ ଭାବେ ଅଣସାମ୍ବିଧାନିକ ବୋଲି ଘୋଷିତ ହୋଇଛି । [୧୩][୧୪]

ପ୍ରଧାନବିଚାରପତି ଦୀପକ ମିଶ୍ରଙ୍କ ନେତୃତ୍ୱରେ ଗଠିତ ଏହି ଖଣ୍ଡପୀଠରେ ଆର୍‌.ଏଫ୍‌.ନରିମନ୍‌, ଡି.ଓ୍ବାଇ. ଚନ୍ଦ୍ରଚୂଡ଼, ଇନ୍ଦୁ ମାଲହୋତ୍ରା ଏବଂ ଏ.ଏମ୍‌. ଖାନଓ୍ବିଲକର ପ୍ରମୁଖ ଏହି ମାମଲାର ବିଚାର କରି ଏହି ରାୟ ଦେଇଛନ୍ତି। ଇଂରେଜ ଶାସନ ସମୟରେ ୧୮୬୧ଠାରୁ ସମଲିଙ୍ଗୀ ସମ୍ପର୍କକୁ ଏକ ମାନସିକ ବିକାର ଭାବେ ଗଣାଯିବା ସହିତ ଏହି ଅପରାଧ ପାଇଁ ୧୦ ବର୍ଷର ଜେଲ ଦଣ୍ଡାଦେଶ ଭାରତୀୟ ଦଣ୍ଡ ସଂହିତାରେ ଅନ୍ତର୍ଭୁକ୍ତ କରାଯାଇଥିଲା। ସୁପ୍ରିମ୍‌କୋର୍ଟଙ୍କ ଏହି ରାୟଦ୍ୱାରା ୧୫୭ ବର୍ଷର ପୁରୁଣା ଆଇନ ଏବେ ଉଚ୍ଛେଦ ହୋଇଛି।[୧୫]

ପ୍ରାୟ ୭୨୮ ବର୍ଷ ତଳେ ଇଂଲଣ୍ଡରେ ଅପ୍ରାକୃତିକ ଯୌନ ସମ୍ପର୍କ ନେଇ ଆରମ୍ଭ ହୋଇଥିଲା ଦଣ୍ଡବିଧାନ। ୧୨୯୦ ମସିହାରେ ପ୍ରଥମ ଥର ପାଇଁ ଏହାକୁ ଅପରାଧ ଶ୍ରେଣୀଭୁକ୍ତ କରାଯାଇଥିଲା। ପରବର୍ତ୍ତୀ ସମୟରେ ବ୍ରିଟେନ୍‌ ଏବଂ ଇଂଲଣ୍ଡରେ ୧୫୩୩ରେ ଏନେଇ ଆଇନ ପ୍ରଣୟନ କରାଯିବା ସହିତ ଅପରାଧ ସାବ୍ୟସ୍ତ କ୍ଷେତ୍ରରେ ଫାଶୀ ଦଣ୍ଡାଦେଶକୁ ଅନ୍ତର୍ଭୁକ୍ତ କରାଯାଇଥିଲା। ୧୫୬୩ରେ ରାଣୀ ପ୍ରଥମ ଏଲିଜାବେଥ୍‌ ଏହାକୁ ସମର୍ଥନ କରିଥିଲେ। ୧୮୧୭ରେ ଏଥିରେ କିଛି ପରିବର୍ତ୍ତନ କରାଯାଇଥିଲା। ୧୮୬୧ ମସିହାରେ ବ୍ରିଟିଶ୍‌ ଶାସନ କାଳରେ ଏହି ଅପରାଧରେ ଫାଶୀଦଣ୍ଡକୁ ହଟାଇ ଦିଆଯାଇ ୧୦ ବର୍ଷ ଜେଲ ଦଣ୍ଡର ପ୍ରାବଧାନକୁ ଅନ୍ତର୍ଭୁକ୍ତ କରାଯାଇଥିଲା। ଏହି ଆଇନ ଲର୍ଡ ମେକାଲେ ଭାରତୀୟ ଦଣ୍ଡ ସଂହିତାରେ ଏହାକୁ ଧାରା ୩୭୭ ଭାବେ ସାମିଲ୍‌ କରିଥିଲେ। ଦୀର୍ଘ ୧୫୭ ବର୍ଷ ଧରି ଏହି ଆଇନ ବଳବତ୍ତର ରହିବା ପରେ ୨୦୧୮ ସେପ୍ଟେମ୍ବର ୬ରେ ସୁପ୍ରିମ୍‌କୋର୍ଟ ଏହାର ଉଚ୍ଛେଦ କରିଛନ୍ତି।[୧୬]

ଗ୍ୟାଲେରି[ସମ୍ପାଦନା]

ଭାରତୀୟ ଦଣ୍ଡ ସଂହିତା ଧାରା ୩୭୭ର ଉଚ୍ଛେଦପୂର୍ବରୁ ସେପ୍ଟେମ୍ବର ୧ ତାରିଖରେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ହୋଇଥିବା ଏକ ଶୋଭାଯାତ୍ରାର କିଛି ଝଲକ ।

ଆଧାର[ସମ୍ପାଦନା]

  1. Harris, Gardiner (11 December 2013). "India's Supreme Court Restores an 1861 Law Banning Gay Sex". The New York Times.
  2. Kediyal, Chaitanya (28 January 2016). "Tracing the history of Section 377 of IPC". Factly. Retrieved 4 November 2017.
  3. "Delhi high court decriminalizes homosexuality - Livemint". www.livemint.com. Retrieved 2018-07-10.
  4. Press, Associated (2009-07-02). "Indian court decriminalises homosexuality in Delhi". the Guardian (in ଇଂରାଜୀ). Retrieved 2018-07-10.
  5. Editorial, Reuters. "Delhi High Court overturns ban on gay sex". IN (in Indian English). Archived from the original on 2018-07-10. Retrieved 2018-07-10. {{cite news}}: |first= has generic name (help)
  6. Monalisa (2013-12-11). "Policy". Livemint. Retrieved 2018-07-10.
  7. Venkatesan, J. (2013-12-11). "Supreme Court sets aside Delhi HC verdict decriminalising gay sex". The Hindu (in Indian English). ISSN 0971-751X. Retrieved 2018-07-10.
  8. "Supreme Court agrees to hear petition on Section 376, refers matter to five-judge bench". 2 February 2016. Retrieved 2 February 2016.
  9. "Right to Privacy Judgement" (PDF). Supreme Court of India. 24 August 2017. pp. 121, 123, 124, 124. Archived from the original (PDF) on 2017-08-28.
  10. Balakrishnan, Pulapre (2017-08-25). "Endgame for Section 377?". The Hindu (in Indian English). ISSN 0971-751X. Retrieved 2018-07-10.
  11. "Supreme Court rights old judicial wrongs in landmark Right to Privacy verdict, shows State its rightful place - Firstpost". www.firstpost.com. Retrieved 2018-07-10.
  12. "Right to Privacy Judgment Makes Section 377 Very Hard to Defend, Says Judge Who Read It Down". The Wire. Retrieved 2018-07-10.
  13. Judgment Archived 2018-09-07 at the Wayback Machine., par. 156.
  14. "Supreme Court Scraps Section 377; 'Majoritarian Views Cannot Dictate Rights,' Says CJI". The Wire. Retrieved 2018-09-06.
  15. http://www.dharitri.com/main/news/68998
  16. http://www.dharitri.com/main/news/69027