ଓଡ଼ିଶା ଗଣ ପରିଷଦ

ଉଇକିପିଡ଼ିଆ‌ରୁ
ଓଡ଼ିଶା ଗଣ ପରିଷଦ
ଅଧକ୍ଷବିଜୟ ମହାପାତ୍ର
ଗଠନ୨୦୦୦

ଓଡ଼ିଶା ଗଣ ପରିଷଦ(୨୦୦୦-୨୦୦୭) ଓଡ଼ିଶାର ଏକ ଆଞ୍ଚଳିକ ରାଜନୈତିକ ଦଳ ।[୧] ବିଜୁ ଜନତା ଦଳରୁ ବିଭାଜିତ ହୋଇ ଏହି ଦଳ ୨୦୦୦ ମସିହା ଅକ୍ଟୋବର ୨୯ତାରିଖରେ ଗଠିତ ହୋଇଥିଲା । ବିଜୟ ମହାପାତ୍ର ଏହି ଦଳର ପ୍ରତିଷ୍ଠାତା ଓ ଅଧ୍ୟକ୍ଷ ଥିଲେ ।[୨]

ଦିଲ୍ଲୀପ ରାୟଙ୍କର ରାଜ୍ୟସଭାକୁ ମନୋନୟନକୁ ନେଇ ବିଜୟ ମହାପାତ୍ରଙ୍କର ନବୀନ ପଟ୍ଟନାୟକଙ୍କ ସହିତ ମତଭେଦ ହୋଇଥିଲା । ବିଜୟ ମହାପାତ୍ରଙ୍କୁ ଏହି ଘଟଣାରେ ବିଜୁ ଜନତା ଦଳରୁ ବହିସ୍କୃତ କରାଗଲା ଓ ସେ ଓଡ଼ିଶା ଗଣ ପରିଷଦ ଗଠନ କରିଥିଲେ ।[୩] ୨୦୦୪ ମସିହା ବିଧାନ ସଭା ନିର୍ବାଚନରେ ଓଡ଼ିଶା ଗଣ ପରିଷଦ, ଭାରତୀୟ ଜାତୀୟ କଂଗ୍ରେସ ସହିତ ସିଟ ବୁଝାମଣା କରି, ୪ଟି ଆସନରେ ଲଢିଥିଲା ଓ ୨ଟି ଆସନରେ ଜୟଯୁକ୍ତ ହୋଇଥିଲା ।[୪] ଦଳର ଛାତ୍ର ସଂଗଠନର ନାମ ଥିଲା ଓଡ଼ିଶା ଛାତ୍ର ପରିଷଦ । ୨୦୦୭ ମସିହାରେ ଓଡ଼ିଶା ଗଣ ପରିଷଦ ଦଳର ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ସହିତ ବିଳନ ଘଟିଥିଲା ।[୫]

ଆଧାର[ସମ୍ପାଦନା]

  1. Role of Regional Political Parties in India. Mittal Publications. 2007. pp. 108–. ISBN 978-81-8324-191-5.
  2. "Ex-BJP Leaders Could Be Assets for the BJD or Congress in Odisha". thewire.in. The Wire. Retrieved 28 June 2019.
  3. "BJP, BJD rattled by formation of Orissa Gana Parishad". www.thehindu.com. The Hindu. Retrieved 28 June 2019.
  4. "Read a story of 64 yrs of regional parties in Odisha". www.dailypioneer.com. Daily Pioneer. Retrieved 28 June 2019.
  5. "Bijay Mohapatra's possible Ghar Wapsi has many shades". www.newindianexpress.com. The New Indian Express. Retrieved 28 June 2019.