ଅଭିମାନ (୨୦୧୯ର କଥାଚିତ୍ର)
ଅଭିମାନ | |
---|---|
ନିର୍ଦ୍ଦେଶକ | ମୃତ୍ୟୁଞ୍ଜୟ ସାହୁ |
ପ୍ରଯୋଜକ | ସୀତାରାମ ଅଗ୍ରୱାଲ ନମିତା ଅଗ୍ରୱାଲ |
ସଂଳାପ | ନିର୍ମଳ ନାୟକ |
କଳାକାର | ସବ୍ୟସାଚୀ ମିଶ୍ର ଅର୍ଚ୍ଚିତା ସାହୁ |
ସଙ୍ଗୀତ | ବିକାଶ ଦାସ |
ଚିତ୍ରଗ୍ରହଣ | ବିଭୂତି ଭୂଷଣ ବିଶ୍ୱାଳ |
ସମ୍ପାଦକ | ରାଜେଶ ଦାଶ |
ମୁକ୍ତିଲାଭ ତାରିଖ | ୪ ଜୁଲାଇ ୨୦୧୯ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଅଭିମାନ, ୨୦୧୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ନମିତା ଅଗ୍ରୱାଲ ଏବଂ ସୀତାରାମ ଅଗ୍ରୱାଲ ।[୨] ଏହି କଥାଚିତ୍ରଟିର ସାର୍ଥକ ମୁଭିଜ୍ ବ୍ୟାନରରେ ନିର୍ମିତ ହୋଇଥିଲା ।[୩] ନିର୍ମଳ ନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ସାହୁ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୪]
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସବ୍ୟସାଚୀ ମିଶ୍ର ଓ ଅର୍ଚ୍ଚିତ ସାହୁ ।[୧] ହରିହର ମହାପତ୍ର, ପ୍ରଦ୍ୟୁମ୍ନ ଲେଙ୍କା, କ୍ରିଷ୍ଣା କର, ଜୀବନ ପଣ୍ଡା, ଛନ୍ଦିତା ପାଢ଼ୀ, ରବି ମିଶ୍ର, ନମ୍ରତା ଦାସ ଆଦି କଳାକରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୧୯ ମସିହାର ରଥଯାତ୍ରା ଦିନ ମୁକ୍ତିଲାଭ କରିଥିଲା ।
ଅଭିନୟ
[ସମ୍ପାଦନା]- ସବ୍ୟସାଚୀ ମିଶ୍ର[୫]
- ଅର୍ଚ୍ଚିତା ସାହୁ
- ହରିହର ମହାପାତ୍ର
- ପ୍ରଦ୍ୟୁମ୍ନ ଲେଙ୍କା
- କ୍ରିଷ୍ଣା କର
- ଜୀବନ ପଣ୍ଡା
- ଛନ୍ଦିତା ପାଢ଼ୀ
- ରବି ମିଶ୍ର
- ନମ୍ରତା ଦାସ
ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିକାଶ ଦାସ ।[୬] ଗୀତିକାର ବିଜୟ ମଲ୍ଲ, ନିର୍ମଳ ନାୟକ ଓ ଅରୁଣ ମନ୍ତ୍ରୀ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ହ୍ୟୁମାନ ସାଗର, ନିବେଦିତା, ସ୍ୱୟମ ପାଢ଼ୀ, ମଣ୍ଟୁ ଛୁରୀଆ, ଅସୀମା ପଣ୍ଡା, ସୌରୀନ ଭଟ୍ଟ, ଦୀପ୍ତିରେଖା ପାଢ଼ୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | କବି | ଗାୟକ | ସମୟ |
---|---|---|---|---|
1. | "ତୋ ପ୍ରେମ ମତେ କଲା ବଦମାସ" | ଅରୁଣ ମନ୍ତ୍ରୀ | ହ୍ୟୁମାନ ସାଗର, ନିବେଦିତା | |
2. | "ଯାଦୁ କଲୁ ପ୍ରିୟା ବାଓରା" | ଅରୁଣ ମନ୍ତ୍ରୀ | ସ୍ୱୟମ ପାଢ଼ୀ, ନିବେଦିତା | |
3. | "ତୋ ସେଲ୍ଫିକୁ ପୂଜାକରେ ଧୂପକାଠି ଜାଳି" | ନିର୍ମଳ ନାୟକ | ମଣ୍ଟୁ ଛୁରୀଆ, ଅସୀମା ପଣ୍ଡା | |
4. | "ଦିଲ୍ଟା ଯଦି ତୋ ଆଡ଼େ ମାଡ଼ିଯିବ" | ନିର୍ମଳ ନାୟକ | ସୌରୀନ ଭଟ୍ଟ, ଦୀପ୍ତିରେଖା ପାଢ଼ୀ |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "ରିଲିଜ ହେଲା ସବ୍ୟ-ଅର୍ଚ୍ଚିତାଙ୍କ ଆଗାମୀ ଫିଲ୍ମ 'ଅଭିମାନ'ର ଟ୍ରେଲର | Kanak Lifestyle". OllyBolly (in ଆମେରିକୀୟ ଇଂରାଜୀ). 2019-06-30. Retrieved 2019-08-18.
- ↑ "First look poster of Siddharth Music Abhimaan Odia Movie". OdiaLive (in ଆମେରିକୀୟ ଇଂରାଜୀ). 2019-06-22. Retrieved 2019-07-11.
- ↑ "ପୁଣି ସୁଶାନ୍ତଙ୍କ ସହ ସବ୍ୟସାଚୀ". ନିର୍ଭୟ. 16 September 2023. p. 10. Archived from the original on 16 September 2023. Retrieved 16 September 2023.
- ↑ "ଅମ୍ଳାନ-ରୀୟା ଯୋଡ଼ିର 'ଲାଗିଲା ରଙ୍ଗ ଗୋଲାପି ଗୋଲାପି'". Sambad (in Odia). 28 April 2023. Archived from the original on 29 September 2023. Retrieved 29 September 2023.
{{cite web}}
: CS1 maint: unrecognized language (link) - ↑ "ପହିଲି ପୁଲକ: ମାତ୍ର ଦୁଇ ଧାଡ଼ିର ସଂଳାପ ଅଭିନେତା ସବ୍ୟସାଚୀଙ୍କୁ ନାକେଦମ୍ କରିଦେଇଥିଲା". ସମ୍ବାଦ. sambad.in. 12 October 2022. Archived from the original on 12 October 2022. Retrieved 12 October 2022.
- ↑ Dharitri (2019-06-30). "ନୂଆ ଓଡ଼ିଆ ସିନେମା 'ଅଭିମାନ'ରେ ସବ୍ୟସାଚୀଙ୍କୁ ମିଳିଛି ମନଲାଖି ଭୂମିକା: ସ୍କ୍ରିନ୍ ଶେୟାର କରିବେ ଅର୍ଚ୍ଚିତା - Dharitri" (in ଆମେରିକୀୟ ଇଂରାଜୀ). Retrieved 2019-08-18.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଅଭିମାନ
- ୟୁ-ଟ୍ୟୁବ୍ରେ ଟ୍ରେଲର୍