ସହିଦ ରଘୁ ସର୍ଦ୍ଦାର
ସହିଦ ରଘୁ ସର୍ଦ୍ଦାର | |
---|---|
ନିର୍ଦ୍ଦେଶକ | ରାଜୀବ ମହାନ୍ତି |
ପ୍ରଯୋଜକ | ବିଶ୍ୱନାଥ ପଟ୍ଟନାୟକ |
ସଂଳାପ | ରଜନୀ ରଞ୍ଜନ |
ଚିତ୍ରନାଟ୍ୟ | ରାଜୀବ ମହାନ୍ତି |
କାହାଣୀ | ବିଶ୍ୱନାଥ ପଟ୍ଟନାୟକ |
କଳାକାର | ଦେବାଶିଷ ପାତ୍ର କାବ୍ୟା କିରଣ ରୁଦ୍ର ପାଣିଗ୍ରାହୀ ଜୀନା ସାମଲ ଅକ୍ଷୟ ବସ୍ତିଆ ଲିପ୍ସା ମିଶ୍ର ପୁଷ୍ପା ପଣ୍ଡା |
ସଙ୍ଗୀତ | ବିକାଶ ଶୁକ୍ଳା |
ଚିତ୍ରଗ୍ରହଣ | ନିରଞ୍ଜନ ଦାଶ |
ସମ୍ପାଦକ | ସୌମ୍ୟ ଶୋଭନ ନାୟକ |
ମୁକ୍ତିଲାଭ ତାରିଖ | ୧୬ ଅଗଷ୍ଟ ୨୦୨୧ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ସହିଦ ରଘୁ ସର୍ଦ୍ଦାର ୨୦୨୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ବିଶ୍ୱନାଥ ପଟ୍ଟନାୟକ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ କାହାଣୀ ରଚନା କରିଥିଲେ । ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ରଜନୀ ରଞ୍ଜନ ।[୨] ରାଜୀବ ମହାନ୍ତି ଏହାର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୩] ସଙ୍ଗୀତକାର ବିକାଶ ଶୁକ୍ଳା ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।[୪]
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଦେବାଶିଷ ପାତ୍ର ଓ କାବ୍ୟା କିରଣ ।[୫] ରୁଦ୍ର ପାଣିଗ୍ରାହୀ, ଜୀନା ସାମଲ, ଲିପ୍ସା ମିଶ୍ର, ଅକ୍ଷୟ ବସ୍ତିଆ, ପିଣ୍ଟୁ ନନ୍ଦ, ପୁଷ୍ପା ପଣ୍ଡା, ଦେବୁ ପଟ୍ଟନାୟକ, ସୁଧାକର ବସନ୍ତ, ସନ୍ତୋଷ, ଟ୍ୱିଙ୍କଲ୍, ରାଜୀବ ମହାନ୍ତି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୬] ଏହି କଥାଚିତ୍ରଟିର ସୁଟିଂ ଓଡ଼ିଶା ଏବଂ ପଶ୍ଚିମ ବଙ୍ଗରେ ହୋଇଥିଲା ।[୫]
ଅଭିନୟ
[ସମ୍ପାଦନା]- ଦେବାଶିଷ ପାତ୍ର - ରଘୁ ସର୍ଦ୍ଦାର
- କାବ୍ୟା କିରଣ[୭]
- ରୁଦ୍ର ପାଣିଗ୍ରାହୀ
- ଜୀନା ସାମଲ[୮][୯]
- ଲିପ୍ସା ମିଶ୍ର
- ଅକ୍ଷୟ ବସ୍ତିଆ
- ପିଣ୍ଟୁ ନନ୍ଦ
- ପୁଷ୍ପା ପଣ୍ଡା
- ସୁଧାକର ବସନ୍ତ
- ଦେବୁ ପଟ୍ଟନାୟକ
- ସନ୍ତୋଷ
- ଟ୍ୱିଙ୍କଲ୍
- ରାଜୀବ ମହାନ୍ତି
କାହାଣୀ
[ସମ୍ପାଦନା]ଏହି କଥାଚିତ୍ରଟିର କାହାଣୀ ଓଡ଼ିଆ ସାଧୀନତା ସଂଗ୍ରାମୀ ରଘୁନାଥ ପଟ୍ଟନାୟକଙ୍କ ଉପରେ ପର୍ଯ୍ୟବସିତ ।[୧୦] ବ୍ରିଟିଶ ଶାସକ ଭାରତୀୟମାନଙ୍କୁ ଅତ୍ୟାଚାର କରିବା ଆରମ୍ଭ କଲେ, ସେତେବେଳେ ରଘୁ ଥିଲେ ଯୁବ ବୟସର । କଲିକାତାରେ ବଙ୍ଗୀୟ ଲୋକମାନେ ଯେତେବେଳେ ନିରବ ଥିଲେ, ସେତେବେଳେ ପ୍ରଥମେ ଓଡ଼ିଆ ଯୁବକ ରଘୁ ପଟ୍ଟନାୟକ ହିଁ ଇଂରେଜ ବିରୋଧରେ ସ୍ୱର ଉଠାଇଥିଲେ । ଧୀରେ ଧୀରେ ସେଠାରେ ରହୁଥିବା ଓଡ଼ିଆ ଏବଂ ସ୍ଥାନୀୟ ବଙ୍ଗ ବାସିନ୍ଦା ମଧ୍ୟ ରଘୁଙ୍କ ସହ ବ୍ରିଟିଶ ବିରୋଧୀ ଆନ୍ଦୋଳନରେ ଯୋଗ ଦେଇଥିଲେ । ରଘୁ ପଟ୍ଟନାୟକ ଏହାପରେ ରଘୁ ସର୍ଦ୍ଦାର ନାମରେ ପରିଗଣିତ ହେଲେ ।[୧୧]
ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିକାଶ ଶୁକ୍ଳା ।[୬] ବିଷ୍ଣୁମୋହନ କବି ଏହି କଥାଚିତ୍ରଟିର ଶୀର୍ଷକ ଗୀତଟି ଗାଇଥିଲେ । ବିଜୟ ମଲ୍ଲ ଓ ରଞ୍ଜନ ଦାଶ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ ।[୧୨]
ଗୀତ
[ସମ୍ପାଦନା]କ୍ରମ | ଗୀତ | ଗାୟକ | ସମୟ |
---|---|---|---|
1. | "ତୁମେ ମୋର ସପନର ରାଜକୁମାର" | ||
2. | "ଆଇଲାରେ ରଘୁ ସରଦାର" | ବିଷ୍ଣୁମୋହନ କବି | |
3. | "ସବୁ ଧମନୀର ବହିଯାଏ ଆଜି" |
ଆଧାର
[ସମ୍ପାଦନା]- ↑ "ସୁଟିଂ ଫ୍ଲୋର୍କୁ ଏବେ ଫେରିପାରିବନି ଓଲିଉଡ୍ | Sambad" (in ଆମେରିକୀୟ ଇଂରାଜୀ). 2020-05-11. Retrieved 2021-11-06.
- ↑ "ଆସନ୍ତା ୧୬ ତାରିଖରେ ରାଜ୍ୟର ୧୬ଟି ସିନେମାହଲରେ ରିଲିଜ ହେବ ସହିଦ ସର୍ଦ୍ଦାରଙ୍କ ବାୟୋପିକ 'ସହିଦ୍ ରଘୁ ସର୍ଦ୍ଦାର'". News18 Odia. 2021-08-14. Archived from the original on 2021-11-06. Retrieved 2021-11-06.
- ↑ Sahid Raghu Sardar Movie: Showtimes, Review, Trailer, Posters, News & Videos | eTimes, retrieved 2021-11-06
- ↑ "Odia film released in 2021 complete List". Odia Live (in English). 9 February 2021. Archived from the original on 13 December 2021. Retrieved 13 December 2021.
{{cite news}}
: CS1 maint: unrecognized language (link) - ↑ ୫.୦ ୫.୧ Panda, Apurba Ranjan. "ସତେଜ ସକାଳର ଅତିଥି ଅଭିନେତା ଦେବାଶିଷ ଓ ଅଭିନେତ୍ରୀ କାବ୍ୟା କିରଣ". ARGUS News. Archived from the original on 2021-11-05. Retrieved 2021-11-05.
- ↑ ୬.୦ ୬.୧ "ପ୍ରେକ୍ଷାଳୟକୁ ଆସିବ 'ରଘୁ ସର୍ଦ୍ଦାର' | Sambad" (in ଆମେରିକୀୟ ଇଂରାଜୀ). 2021-08-04. Retrieved 2021-11-06.
- ↑ "ଓଲିଉଡ୍ ଓ ବଲିଉଡ୍ରେ ସକ୍ରିୟ ମଡେଲ୍-ଅଭିନେତ୍ରୀ କାବ୍ୟା କିରଣ | Sambad". ସମ୍ବାଦ. 2019-08-23. Archived from the original on 2019-12-02. Retrieved 2021-11-05.
- ↑ "ଏ ବର୍ଷ ନାମୀ ଓଲିଉଡ୍ ନାୟିକାମାନଙ୍କର କେଉଁ ଓଡ଼ିଆ ସିନେମା ଆସୁଛି | Sambad". ସମ୍ବାଦ. sambad.in. 12 January 2020. Archived from the original on 16 December 2021. Retrieved 16 December 2021.
- ↑ "ଏଲିନା ଓ ଜିନା ଏକାଠି". ନିର୍ଭୟ. 12 December 2022. p. 10. Archived from the original on 3 January 2023. Retrieved 3 January 2023.
- ↑ "Odia Legends On Screen". My City Links (in ଆମେରିକୀୟ ଇଂରାଜୀ). 2021-10-16. Archived from the original on 2021-11-06. Retrieved 2021-11-06.
- ↑ "ମୁକ୍ତିଲାଭ କଲା 'ସହିଦ ରଘୁ ସର୍ଦ୍ଦାର' | Sambad". 2021-08-16. Archived from the original on 2021-11-06. Retrieved 2021-11-06.
- ↑ "ଆସୁଛି ଓଡ଼ିଆ ସିନେମା 'ସହିଦ ରଘୁ ସର୍ଦ୍ଦାର'". Odisha Reporter. 2019-08-17. Retrieved 2021-11-06.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ସହିଦ ରଘୁ ସର୍ଦ୍ଦାର