Jump to content

ରୁଦ୍ର ପାଣିଗ୍ରାହୀ

ଉଇକିପିଡ଼ିଆ‌ରୁ
ରୁଦ୍ର ପାଣିଗ୍ରାହୀ
ଜନ୍ମ
ରୁଦ୍ର ପାଣିଗ୍ରାହୀ

ପେଷା(ଓଡ଼ିଆ) ଅଭିନେତା
କାର୍ଯ୍ୟକାଳ୨୦୧୧ରୁ-ଏବେଯାଏଁ
ଜୀବନସାଥୀଜିନା ସାମଲ (୨୦୧୭-ଏବେଯାଏଁ)

ରୁଦ୍ର ପାଣିଗ୍ରାହୀ, ଜଣେ ଓଡ଼ିଆ କଥାଚିତ୍ର ଅଭିନେତା ।[୧] ସେ ୨୦୧୧ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ୨୦୧୧ ମସିହାରେ ସେ ନାରାୟଣ ଘଡ଼େଇଙ୍କ ନିର୍ଦ୍ଦେଶିତ ଓଡ଼ିଆ କଥାଚିତ୍ର ମନେ ରହିବ ଏ ପ୍ରେମ କାହାଣୀ ଜରିଆରେ ସେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ ।[୨] ରୁଦ୍ର ୨୦୧୭ ମସିହାରେ ତରଙ୍ଗ ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ ଜୀନାର ଜୀବନସାଥୀରେ ଭାଗନେଇଥିଲେ ଏବଂ ଜୀନାଙ୍କୁ ବିବାହ କରିଥିଲେ ।[୩]

ଅଭିନୟ ଜୀବନ

[ସମ୍ପାଦନା]

ରୁଦ୍ର ୨୦୧୧ ମସିହାରେ ଓଡ଼ିଆ କଥାଚିତ୍ର ମନେ ରହିବ ଏ ପ୍ରେମ କାହାଣୀ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୪] ଏହି କଥାଚିତ୍ରଟିରେ ରୁଦ୍ରଙ୍କ ସ‌ହ ନାୟିକା ଭାବରେ ଅଭିନୟ କରିଥିଲେ ରୂପାଲି । ଏହପରେ ସେ ୨୦୧୪ରେ ଗଳ୍ପ ନୁହେଁ ଅଳ୍ପ ଦିନର, ୨୦୧୫ରେ ଆପନା ହାଥ ଜଗନ୍ନାଥ, ୨୦୧୬ରେ ଝିଅଟା ବିଗିଡ଼ିଗଲା ଆଦି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ୨୦୧୮ ମସିହାରେ ତାଙ୍କ ଅଭିନୀତ ପ୍ରେମୀ ଦିୱାନା ମୁକ୍ତିଲାଭ କରିଥିଲା ।[୪]

ଅଭିନୀତ କଥାଚିତ୍ର

[ସମ୍ପାଦନା]
ବର୍ଷଚଳଚ୍ଚିତ୍ରଭୂମିକାମନ୍ତବ୍ୟ
୨୦୧୧ମନେ ରହିବ ଏ ପ୍ରେମ କାହାଣୀରାଜାପ୍ରଥମ ଓଡ଼ିଆ କଥାଚିତ୍ର
୨୦୧୩ପ୍ରେମିକା
୨୦୧୪ଆପନା ହାତ ଜଗନ୍ନାଥବିଜୟ
୨୦୧୫ଗଳ୍ପ ନୁହେଁ ଅଳ୍ପ ଦିନର
୨୦୧୬ଝିଅଟା ବିଗିଡ଼ିଗଲା
୨୦୧୮ ପ୍ରେମୀ ଦିୱାନା [୫]

ରାଜନୈତିକ ଜୀବନ

[ସମ୍ପାଦନା]

୨୦୨୩ ମସିହାର ମାର୍ଚ୍ଚ ମାସରେ ରୁଦ୍ର ଓ ତାଙ୍କ ପତ୍ନୀ ଜୀନା ସାମଲ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ ।[୬][୪]

  1. ↑ "Mahurat of Mote Ishq Helare was a gala affair". The Times of India. 2019-06-18. ISSN 0971-8257. Retrieved 2023-10-07.
  2. ↑ "ରୁଦ୍ର ଏବେ ପ୍ରେମୀ ଦିଓ୍ୱାନା!". sambad.in. 17 March 2018. Archived from the original on 21 March 2018. Retrieved 21 March 2018.
  3. ↑ "ତରଙ୍ଗର ରିୟଲିଟି ଶୋ 'ଜିନାର ଜୀବନସାଥୀ'". ସମାଜ. 27 August 2017. Retrieved 27 August 2017.[permanent dead link]
  4. 1 2 3 "ବିଜେପିରେ ଯୋଗ ଦେଲେ ଜଣାଶୁଣା ଓଡ଼ିଆ ଅଭିନେତ୍ରୀ ଜିନା ସାମଲ ଓ ସ୍ୱାମୀ ଅଭିନେତା ରୁଦ୍ର". Sambad (in ଆମେରିକୀୟ ଇଂରାଜୀ). 2023-03-11. Archived from the original on 2023-10-07. Retrieved 2023-10-07.
  5. ↑ Patree, Annapurna (2020-03-12). "ପ୍ରେମରେ ପଡ଼ିଛନ୍ତି ରୁଦ୍ର - Dharitri". Dharitri Odia News (in ଆମେରିକୀୟ ଇଂରାଜୀ). Archived from the original on 2023-10-07. Retrieved 2023-10-07.
  6. ↑ News7, Prameya (2023-03-11). "ବିଜେପିରେ ମିଶିଲେ ଓଲିଉଡ୍ ଅଭିନେତ୍ରୀ ଜିନା ସାମଲ ଓ ତାଙ୍କ ସ୍ବାମୀ ରୁଦ୍ର ପାଣିଗ୍ରାହୀ". Prameya News7. Archived from the original on 2023-10-07. Retrieved 2023-10-07.{{cite web}}: CS1 maint: numeric names: authors list (link)

ବାହାର ଆଧାର

[ସମ୍ପାଦନା]