Jump to content

ଜିନା ସାମଲ

ଉଇକିପିଡ଼ିଆ‌ରୁ
(ଜୀନା ସାମଲରୁ ଲେଉଟି ଆସିଛି)
ଜୀନା ସାମଲ
ଜନ୍ମ
ସ୍ୱାତୀ ସାମଲ[]

୭ ଅକ୍ଟୋବର
ବୃତ୍ତି(ଓଡ଼ିଆ) ଅଭିନେତ୍ରୀ
ସକ୍ରିୟ ବର୍ଷ୨୦୦୭ରୁ-ଏବେଯାଏଁ
ବୈବାହିକ-ସାଥୀରୁଦ୍ର ପାଣିଗ୍ରାହୀ (୨୦୧୭-ଏବେଯାଏଁ)
ପୁରସ୍କାରରାଜ୍ୟ ଚଳଚ୍ଚିତ୍ର ପୁରସ୍କାର[]

‌ଜିନା ସାମଲ‌ ଜଣେ ଓଡ଼ିଆ ଅଭିନେତ୍ରୀ । ସେ ଓଡ଼ିଆ କଥାଚିତ୍ର ଏବଂ ଦୂରଦର୍ଶନରେ ଧାରାବାହିକରେ ଅଭିନୟ କରନ୍ତି । ଜୀନା ଓଡ଼ିଆ କଥାଚିତ୍ର ଫେରିଆ ମୋ ସୁନା ଭଉଣୀ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[] ସେ ଇ ଟିଭି ଓଡ଼ିଆରେ ପ୍ରସାରତି ଧାରାବାହିକ ‌ତୁଳସୀ‌, ‌ଅପା‌ ଏବଂ ତରଙ୍ଗ ଟିଭିରେ ପ୍ରସାରିତ ‌କେମିତି ଏ ବନ୍ଧନ‌ରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।[] ଚଳଚ୍ଚିତ୍ର ଧାରାବାହିକ ସ‌ହ ଜିନା ଓଡ଼ିଆ ଆଧୁନିକ ଆଲବମ୍ ଏବଂ କିଛି କାର୍ଯ୍ୟକ୍ରମରେ ବିଚାରକ ଭାବରେ କାର୍ଯ୍ୟ କରିଥିଲେ ।

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ଅଭିନୟ ଜୀବନ

[ସମ୍ପାଦନା]

ଜିନା ୨୦୦୭ ମସିହାରେ ଓଡ଼ିଆ କଥାଚିତ୍ର ଫେରିଆ ମୋ ସୁନା ଭଉଣୀରେ ନାୟିକା ଭାବେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[] ଏହା ପୂର୍ବରୁ ସେ ଓଡ଼ିଆ ଆଧୁନିକ ଆଲବମ୍‌ରେ ଅଭିନୟ କରୁଥିଲେ । ଜିନାଙ୍କ ଅଭିନୀତ ପ୍ରମୁଖ ଆଲବମ୍ ହେଉଛି: ବାଟୋଇରେ ବାଟୋଇ, ସେଇ ବର୍ଷାରେ ଏବଂ ସଞ୍ଜ ନଇଁ ଗଲେ ଇତ୍ୟାଦି । ସେ ଇ ଟିଭି ଓଡ଼ିଆରେ ପ୍ରସାରତି ଧାରାବାହିକ ‌ତୁଳସୀ‌ ଜରିଆରେ ଦୂରଦର୍ଶନରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ପୁଣି ଇ ଟିଭିରେ ପ୍ରସାରିତ ଧାରାବାହିକ ‌ଅପା‌ରେ ନାୟିକା ଭାବରେ ଅଭିନୟ କରିଥିଲେ ।[] ଏହା ପରେ ସେ ଅପା ଧାରାବାହିକ ଛାଡ଼ି ତରଙ୍ଗ ଟିଭିରେ ‌କେମିତି ଏ ବନ୍ଧନ‌ ଧାରାବାହିକରେ ଅଭିନୟ କରିଥିଲେ ।

ଜିନା ଓଡ଼ିଆ କଥାଚିତ୍ର ଗଡ଼ବଡ଼, ତୋ ପାଇଁ ନେବି ମୁଁ ଶହେ ଜନମ, ଭାଇନା, କ'ଣ କଲା ସେ, ଡ୍ରିମ୍ ଗାର୍ଲ, ଗଳ୍ପ ନୁହେଁ ଅଳ୍ପ ଦିନର, ତୋ ବିନା ମୋ କାହାଣୀ ଅଧା, ଝିଅଟା ବିଗିଡ଼ିଗଲା, ପ୍ରେମର ନିଶା ନିଆରା ନିଆରାରେ ଅଭିନୟ କରିଛନ୍ତି ।[]

ସାର୍ଥକ ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ ରଜ କୁଇନ୍‌ରେ ଜିନା ଜଣେ ମେଣ୍ଟର ଭାବରେ କାର୍ଯ୍ୟ କରିଥିଲେ । ଏହାପରେ ସେ ତରଙ୍ଗ ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ 'ମୁଁ ଖାଣ୍ଟି ଓଡ଼ିଆ ଝିଅ'ରେ ଜଣେ ବିଚାରିକା ଭାବରେ କାର୍ଯ୍ୟ କରିଥିଲେ । ତରଙ୍ଗ ଟିଭିରେ ପ୍ରସାରିତ କର୍ଯ୍ୟକ୍ରମ କି ଭର୍ସେସ କାରେ ସେ ଝିଅମାନଙ୍କର ମୁଖିଆ ଭାବରେ କାର୍ଯ୍ୟ କରିଥିଲେ । ୨୦୧୭ ସେପ୍ଟେମର ୧ରୁ ତରଙ୍ଗ ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ 'ଜିନାର ଜୀବନସାଥୀ'ରେ ସେ ମୁଖ୍ୟ ଭୂମିକାରେ ଥିଲେ । ଏହି କାର୍ଯ୍ୟକ୍ରମଦ୍ୱାରା ବଛାଯିବା ପିଲାକୁ ସେ ବିବାହ କରିବେ ବୋଲି ସ୍ଥିର ହୋଇଥିଲା ।[]

ଅଭିନୀତ କଥାଚିତ୍ର

[ସମ୍ପାଦନା]

ଚଳଚ୍ଚିତ୍ର

[ସମ୍ପାଦନା]
ବର୍ଷଚଳଚ୍ଚିତ୍ରଭୂମିକାମନ୍ତବ୍ୟ
୨୦୦୭ଫେରିଆ ମୋ ସୁନା ଭଉଣୀଲକ୍ଷ୍ମୀଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ
୨୦୦୭ତୋ ପାଇଁ ନେବି ମୁଁ ଶହେ ଜନମକାବେରୀ
୨୦୦୭ତୋ ବିନା ମୋ କାହାଣୀ ଅଧାସୀମା
୨୦୦୭ରସିକ ନାଗରଅତିଥି କଳାକାର
୨୦୦୯ଡ୍ରିମ୍ ଗାର୍ଲ
୨୦୦୯ଆଇଲାରେ ଓଡ଼ିଆ ପୁଅମୋନା
୨୦୧୦ତୁ ଥା ମୁଁ ଯାଉଛି ରୁଷିନିଶା
୨୦୧୦ଶୁଭ ବିବାହଦେବିକା
୨୦୧୧ଏ ମନ ଖୋଜେ ମନଟିଏଜିନା
୨୦୧୩ଗଡ଼ବଡ଼ଅନୀତା
୨୦୧୫ଗଳ୍ପ ନୁହେଁ ଅଳ୍ପ ଦିନରଦିପାଲୀ ମହାପାତ୍ର
୨୦୧୫ଅପନା ହାଥ ଜଗନ୍ନାଥସ୍ୱତନ୍ତ୍ର ଭୂମିକା
୨୦୧୬ଝିଅଟା ବିଗିଡ଼ିଗଲା
୨୦୧୬ଭାଇନା, କ'ଣ କଲା ସେ
୨୦୧୬ପ୍ରେମର ନିଶା ନିଆରା ନିଆରା

ଦୂରଦର୍ଶନ

[ସମ୍ପାଦନା]
କାର୍ଯ୍ୟକ୍ରମଚେନାଲଭୂମିକା
ତୁଳସୀଇ ଟିଭି ଓଡ଼ିଆ
ଅପାଇ ଟିଭି ଓଡ଼ିଆଅପା
କେମିତି ଏ ବନ୍ଧନତରଙ୍ଗ ଟିଭିଭୂମି
ରଜ କୁଇନ୍ସାର୍ଥକ ଟିଭିମେଣ୍ଟର
ଖାଣ୍ଟି ଓଡ଼ିଆ ଝିଅତରଙ୍ଗ ଟିଭିବିଚାରିକା
କି ଭର୍ସେସ୍ କାତରଙ୍ଗ ଟିଭିଝିଅମାନଙ୍କର ମୁଖିଆ
ଜିନାର ଜୀବନସାଥୀତରଙ୍ଗ ଟିଭି

ପୁରସ୍କାର

[ସମ୍ପାଦନା]

ଜିନାଙ୍କର ପ୍ରଥମ କଥାଚିତ୍ର ଫେରିଆ ମୋ ସୁନା ଭଉଣୀ ପାଇଁ ତାଙ୍କୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଥିଲା ।[][]

  1. Jena, Manjit. "Jina Samal Odia Actress Biography". Odia Info. Archived from the original on 15 January 2017. Retrieved 26 March 2017.
  2. 1 2 3 "ଓଲିଉଡର ଚର୍ଚ୍ଚିତ ଭାଇ-ଭଉଣୀ, ଯେଉଁମାନେ ପରଦାରେ ଜନପ୍ରିୟ | Sambad". Sambad. 25 August 2018. Archived from the original on 28 August 2018. Retrieved 27 August 2018.
  3. "ବିବାହ ପରେ ବଡ଼ ପରଦାକୁ ଫେରିନାହାନ୍ତି ଓଲିଉଡ ନାୟିକା". Odisha.Iive. 17 April 2018. Retrieved 8 May 2018.
  4. "KEMITI E BANDHANA ORIYA SERIAL". Incredible Orissa. 26 February 2014. Retrieved 26 March 2017.[permanent dead link]
  5. "Jina Samal". Incredible Orissa. Retrieved 26 March 2017.[permanent dead link]
  6. "Jina Samal Ollywood Actress". E News ଓଡ଼ିଆ. 22 September 2016. Retrieved 26 March 2017.
  7. "ତରଙ୍ଗର ରିୟଲିଟି ଶୋ 'ଜିନାର ଜୀବନସାଥୀ'". ସମାଜ. 27 August 2017. Retrieved 27 August 2017.[permanent dead link]
  8. "ରୂପେଲୀ ପରଦାରେ ରାକ୍ଷୀ - SamajaLive.in". SamajaLive.in. 25 August 2018. Archived from the original on 28 August 2018. Retrieved 27 August 2018.

ଅଧିକ ତ‌ଥ୍ୟ

[ସମ୍ପାଦନା]