ଲିପ୍ସା ମିଶ୍ର
ଲିପ୍ସା ମିଶ୍ର | |
---|---|
ଜନ୍ମ | |
ବୃତ୍ତି | (ଓଡ଼ିଆ) ଅଭିନେତ୍ରୀ |
ସକ୍ରିୟ ବର୍ଷ | ୨୦୧୨ରୁ-ଏବେଯାଏଁ |
ଲିପ୍ସା ମିଶ୍ର ଜଣେ ଓଡ଼ିଆ କଥାଚିତ୍ର ଏବଂ ଦୂରଦର୍ଶନ ଅଭିନେତ୍ରୀ । ଲିପ୍ସା ତରଙ୍ଗ ଟିଭିରେ ଧାରାବାହିକ କିଛି ଲୁହ ପିଇଯାଏ ଓଠରେ ଅଭିନୟ ଆରମ୍ଭ କରିଥିଲେ ।[୧] ୨୦୧୫ରେ ଲିପ୍ସା ଓଡ଼ିଆ କଥାଚିତ୍ର ମାୟା ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୨]
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ଲିପ୍ସା ମିଶ୍ର ପୁରୀରେ ଜନ୍ମଗ୍ରହଣ କରିଥିଲେ । ସେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ +୨ ପଢ଼ୁଥିଲେ । ଏହା ପରେ ସେ ବିଜେବି କଲେଜରେ ଓଡ଼ିଆ ସ୍ନାତକରେ ପଢ଼ୁଥିଲେ ଏବଂ ସେଠାରେ ସେ ଓଡ଼ିଆ ବିଭାଗରେ ସର୍ବାଧିକ ନମ୍ବର ରଖି ୨୦୧୨ରେ ସ୍ନାତକ ହାସଲ କରିଥିଲେ । ତା' ପରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ବିଭାଗରେ ପଢ଼ୁଥିଲେ ।[୩] ଲିପ୍ସା ସପ୍ତମ ଶ୍ରେଣୀରେ ପଢ଼ୁଥିବା ବେଳେ ଓଡ଼ିଶୀ ନୃତ୍ୟ ଶିଖିବା ଆରମ୍ଭ କରଥିଲେ ।[୩]
ଅଭିନୟ ଜୀବନ
[ସମ୍ପାଦନା]ଲିସ୍ପା ତରଙ୍ଗ ଟିଭିଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମ ବିଗ୍ ବ୍ରେକ୍ରେ ଭାଗ ନେଇ ବିଜୟୀନି ହୋଇଥିଲେ[୪][୫] ଏବଂ ଧାରାବାହିକ କିଛି ଲୁହ ପିଇଯାଏ ଓଠରେ ନାୟିକା ଖୁସି ଭୂମିକାରେ ଅଭିନୟ କରିଥିଲେ ।[୧][୨]
ଏହି ଧାରାବାହିକଟି ସରିବା ପରେ ସେ ୨୦୧୫ରେ ମାୟା ଚଳଚ୍ଚିତ୍ର ଜରିଆରେ ଲିପ୍ସା ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୬] ଏହି ଚଳଚ୍ଚିତ୍ରରେ ଲିପ୍ସାଙ୍କ ସହ ଅନୁ ଚୌଧୁରୀ ଏବଂ ସୁନୀଲ କୁମାର ଅଭିନୟ କରିଥିଲେ ।
୨୦୧୫ରେ ଲିପ୍ସାଙ୍କର ଅନ୍ୟ ଏକ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା ପିଲାଟା ବିଗିଡ଼ିଗଲା । ଏହି ଚଳଚ୍ଚିତ୍ରଟି ଗୋଟିଏ ହାସ୍ୟାତ୍ମକ ଚଳଚ୍ଚିତ୍ର ଥିଲା, ଯାହାର ନିର୍ଦ୍ଦେଶନା ଦେଇଥିଲେ ବସନ୍ତ ସାହୁ । ଏହି ଚଳଚ୍ଚିତ୍ରରେ ଲିପ୍ସାଙ୍କ ସହ ସବ୍ୟସାଚୀ ମିଶ୍ର, ଅର୍ଚ୍ଚିତା ସାହୁ, ପପୁ ପମ ପମ ଅଭିନୟ କରିଥିଲେ ।[୭]
୨୦୧୬ରେ ପୁପିନ୍ଦର ସିଂହଙ୍କ ସହ ଲିପ୍ସାଙ୍କର ଗୋଟିଏ ଚଳଚ୍ଚିତ୍ର ଆସିଥିଲା ସମୟ ବଡ଼ ବଳବାନ । ଏହି ଚଳଚ୍ଚିତ୍ରରେ ଅନୁଭା ସୌର୍ଯ୍ୟା ମଧ୍ୟ ଅଭିନୟ କରିଥିଲେ ।[୮]
୨୦୧୬ରେ ଲିପ୍ସା କ୍ରିଷ୍ଣା ବେଉରାଙ୍କ ସହ ଏକ ହିନ୍ଦୀ ଗୀତ ଚେହେରା ତେରାରେ ଅଭିନୟ କରିଥିଲେ । ଏହି ଗୀତରେ କ୍ରିଷ୍ଣା କଣ୍ଠଦାନ କରିଥିଲେ ଏବଂ ଅଭିନୟ ମଧ୍ୟ କରିଥିଲେ । ଜି ମ୍ୟୁଜିକଦ୍ୱାରା ଏହି ଗୀତଟି ନିର୍ମିତ ହୋଇଥିଲା ।[୯]
ଅଭିନୀତ କଥାଚିତ୍ର
[ସମ୍ପାଦନା]ବର୍ଷ | ଚଳଚ୍ଚିତ୍ର | ନିର୍ଦ୍ଦେଶକ | ଭୂମିକା | ମନ୍ତବ୍ୟ |
---|---|---|---|---|
୨୦୧୫ | ମାୟା | ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ | ||
ପିଲାଟା ବିଗିଡ଼ିଗଲା | ବସନ୍ତ ସାହୁ | ମିଠି | ||
୨୦୧୬ | ସମୟ ବଡ଼ ବଳବାନ |
ଅଭିନୀତ ଧାରାବାହିକ
[ସମ୍ପାଦନା]ଧାରାବାହିକ | ଚେନାଲ | ଭୂମିକା |
---|---|---|
କିଛି ଲୁହ ପିଇ ଯାଏ ଓଠ | ତରଙ୍ଗ ଟିଭି | ଖୁସି/ଶ୍ରେୟା |
ତୋ ଅଗଣାର ତୁଳସୀ ମୁଁ | ସାର୍ଥକ ଟିଭି | ତୁଳସୀ/ମା' ବନ୍ଦାବତୀ |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "ତରଙ୍ଗର ନୂଆ ନାୟିକା". ସମାଜ. 12 November 2017. Retrieved 12 November 2017.[permanent dead link]
- ↑ ୨.୦ ୨.୧ "ଆତ୍ମାରେ ଆସିବେ ଲିପ୍ସା". ସମ୍ବାଦ. 30 October 2016. Archived from the original on 17 March 2017. Retrieved 16 March 2017.
- ↑ ୩.୦ ୩.୧ "LIPSA MISHRA ORIYA ACTRESS IN AMBIKA KHUDINKA HANDISALA". Incredible Orissa. 7 February 2015. Retrieved 16 March 2017.
- ↑ "Odia Actress Lipsa Mishra's Active Career Journey". E News ଓଡ଼ିଆ. 14 September 2016. Retrieved 16 March 2017.
- ↑ "ନୂଆମୁହଁଙ୍କ ନଜର". ସମାଜ. 13 May 2017. Retrieved 19 May 2018.[permanent dead link]
- ↑ "ଅଗଣାରେ ବାନ୍ଧି ହୋଇ ଯାଇଛନ୍ତି ଲିପ୍ସା". ସମ୍ବାଦ. 13 September 2016. Archived from the original on 12 March 2017. Retrieved 16 March 2017.
- ↑ "Pilata Bigidigala Movie Review by ENews Team". ENews ଓଡ଼ିଆ. Retrieved 16 March 2017.
- ↑ "Samaya Bada Balaban". Odia Movie Database. Archived from the original on 12 March 2017. Retrieved 16 March 2017.
- ↑ "ଓଡ଼ିଆ କଣ୍ଠଶିଳ୍ପୀଙ୍କ ହିନ୍ଦୀ ଆଲବମ୍". କନକ ନ୍ୟୁଜ. 9 May 2016. Retrieved 16 March 2017.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଲିପ୍ସା ମିଶ୍ର