Jump to content

ଅକ୍ଷୟ ବସ୍ତିଆ

ଉଇକିପିଡ଼ିଆ‌ରୁ
ଅକ୍ଷୟ ବସ୍ତିଆ
ଜନ୍ମ
ଅକ୍ଷୟ ବସ୍ତିଆ

ବୃତ୍ତି(ଓଡ଼ିଆ) ଅଭିନେତା
ସକ୍ରିୟ ବର୍ଷ୧୯୯୮ରୁ-ଏବେଯାଏଁ

ଅକ୍ଷୟ ବସ୍ତିଆ ଜଣେ ଓଡ଼ିଆ କଥାଚିତ୍ର ଏବଂ ଦୂରଦର୍ଶନ ଅଭିନେତା ।[][] ସେ ୧୯୯୮ ମସିହାରେ ଓଡ଼ିଆ କଥାଚିତ୍ର ବୋଉ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[] ଅକ୍ଷୟ ଓଡ଼ିଆ କଥାଚିତ୍ର ସ‌ହ ଓଡ଼ିଆ ଦୂରଦର୍ଶନ ଧାରାବାହିକରେ ମଧ୍ୟ ଅଭିନୟ କରିଛନ୍ତି । ସେ ଡିଡି ଓଡ଼ିଆରେ ପ୍ରସାରିତ ଧାରାବାହିକ ମହାଯଜ୍ଞ ଜରିଆରେ ଓଡ଼ିଆ ଦୂରଦର୍ଶନରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ଅନେକ ଧାରାବାହିକରେ ନାୟକ, ଖଳନାୟକ, ପାର୍ଶ୍ୱ-ଅଭିନେତା ଭାବରେ ଅଭିନୟ କରିଛନ୍ତି ।

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ଅଭିନୟ ଜୀବନ

[ସମ୍ପାଦନା]

ଅକ୍ଷୟ ଓଡ଼ିଆ କଥାଚିତ୍ର ବୋଉ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭକରିଥିଲେ ।[] ଏହାପରେ ସେ ଓଡ଼ିଆ ଦୂରଦର୍ଶନ ଡିଡି ଓଡ଼ିଆରେ ପ୍ରସାରିତ ଧାରାବାହିକ ମହାଯଜ୍ଞର ନାୟକ ଗୌତମ ଭୂମିକାରେ ଅଭିନୟ କରିଥିଲେ । ଏହି ଧାରାବାହିକଟି ସେହି ସମୟରେ ଓଡ଼ିଶାର ଘରେ ଘରେ ପରିଚିତ କରାଇଥିଲା ଅକ୍ଷୟଙ୍କୁ ।

ଏହାପରେ ସେ ଓଡ଼ିଆ କଥାଚିତ୍ରରେ ଅଭିନୟ କରିବା ସ‌ହ ଧାରାବାହିକରେ ମଧ୍ୟ ଅଭିନୟ ଜାରି ରଖିଛନ୍ତି । ସେ ଧର୍ମର ହେବ ଜୟ, ଶାଶୁଘର ଚାଲିଯିବି, ଆଇ ଲଭ୍ ମାଇଁ ଇଣ୍ଡିଆ, ମୋ ସୁନା ପୁଅ, ଧଉଳି ଏକ୍ସପ୍ରେସ, ଅଗ୍ନିଶିଖା, ସତ୍ୟମେବ ଜୟତେ, ଆସିବୁ କେବେ ସାଜି ମୋ ରାଣୀ[], ତୁ ମୋ ଗାର୍ଲ୍ ଫ୍ରେଣ୍ଡ୍, ତୋର ମୋର କଥା ହେବା ଚୁପ୍ ଚାପ୍, ପ୍ରେମ ସବୁଠୁ ବଳବାନ, ମୁଁ ରାଜା ତୁ ରାଣୀ, ଜୟ ହିନ୍ଦ୍, ଲଭ୍ ୟୁ ହମେଶା, ମାୟା, ମୋ ଦିଲ୍ କହେ ଇଲୁ ଇଲୁ ଆଦି ଓଡ଼ିଆ କଥାଚିତ୍ରରେ ଅଭିନୟ କରିଛନ୍ତି ।

ମହାଯଜ୍ଞ ଧାରାବାହିକ ପରେ ଅକ୍ଷୟ ତାସ୍‌ର ଘର, ରାଜନୀତି, ବଧୂ, ମୋ ଜେଜେମା ଆଦି ଧାରାବାହିକରେ ଅଭିନୟ କରିଥିଲେ ।

ଅଭିନୀତ ଚଳଚ୍ଚିତ୍ର

[ସମ୍ପାଦନା]
ବର୍ଷଚଳଚ୍ଚିତ୍ରଭୂମିକାମନ୍ତବ୍ୟ
୧୯୯୮ବୋଉଅମର ରାଉତରାୟପ୍ରଥମ ଓଡ଼ିଆ କଥାଚିତ୍ର
୨୦୦୫ଧର୍ମର ହେବ ଜୟଗୁରୁ ପଟ୍ଟନାୟକ
୨୦୦୬ଶାଶୁଘର ଚାଲିଯିବିଡଃ ଅଶୋକ
ଆଇ ଲଭ୍ ମାଇଁ ଇଣ୍ଡିଆବିକ୍ରମ ଚୌଧୁରୀ
୨୦୦୭ମୋ ସୁନା ପୁଅଅଜୟ ମହାପାତ୍ର
ଧଉଳି ଏକ୍ସପ୍ରେସଆଦର୍ଶ
ଅଗ୍ନିଶିଖାପ୍ରତୀକ
୨୦୦୮ସତ୍ୟମେବ ଜୟତେପତ୍ରକାର
୨୦୧୦ଆସିବୁ କେବେ ସାଜି ମୋ ରାଣୀ
୨୦୧୧ତୁ ମୋ ଗାର୍ଲ୍ ଫ୍ରେଣ୍ଡ୍ଶେଖର
ତୋର ମୋର କଥା ହେବା ଚୁପ୍ ଚାପ୍
୨୦୧୩ପ୍ରେମ ସବୁଠୁ ବଳବାନରଣଜିତ ସିଂହାନିଆ
ମୁଁ ରାଜା ତୁ ରାଣୀକୀର୍ତ୍ତନ
୨୦୧୪ଜୟ ହିନ୍ଦ୍
୨୦୧୫ଲଭ୍ ୟୁ ହମେଶାପୋଲିସ୍ ଇନିସ୍‌ପେକ୍ଟର
ମାୟା
ମୋ ଦିଲ୍ କହେ ଇଲୁ ଇଲୁ

ଅଭିନୀତ ଧାରାବାହିକ

[ସମ୍ପାଦନା]
ଧାରାବାହିକଚେନାଲଭୂମିକା
ମହାଯଜ୍ଞଡିଡି ଓଡ଼ିଆଗୌତମ
ତାସ୍‌ର ଘରଇ ଟିଭି ଓଡ଼ିଆ
ରାଜନୀତିତରଙ୍ଗ ଟିଭି
ମୋ ଜେଜେମାଜୀ କଳିଙ୍ଗ/ସାର୍ଥକ ଟିଭି
ବଧୂସାର୍ଥକ ଟିଭିଶୁଭଙ୍କର
  1. "ଓଲିଉଡ଼୍ କଳାକାରଙ୍କ ବୃକ୍ଷରୋପଣ". ଓଡ଼ିଶା ଡଟ୍ କମ୍. 25 August 2012. Retrieved 24 February 2018.
  2. "ପରଲୋକରେ ମୀନକେତନ". ସମ୍ବାଦ. 2 July 2017. Retrieved 24 February 2018.
  3. 1 2 "ଏଇ ଦୁଇ ନାୟିକା ଗୋଟିଏ ଫିଲ୍ମରୁ କରିଥିଲେ ଓଲିଉଡ୍‌ ଡେବ୍ୟୁ". sambad.in. 6 January 2017. Archived from the original on 8 January 2017. Retrieved 24 February 2018.
  4. "ପ୍ରୀତି ଭାଟିଆ ଗିରଫ , ଚାରିଦିନ ରିମାଣ୍ଡରେ ନେଲା ସିବିଆଇ". odia spot news. 10 October 2014. Archived from the original on 27 February 2018. Retrieved 24 February 2018.

ବାହାର ଆଧାର

[ସମ୍ପାଦନା]

ଇଣ୍ଟରନେଟ ମୁଭି ଡାଟାବେସରେ ଅକ୍ଷୟ ବସ୍ତିଆ