କାବ୍ୟା କିରଣ
କାବ୍ୟା କିରଣ | |
---|---|
ଜନ୍ମ | ୭ ଅକ୍ଟୋବର ୧୯୯୪ |
ବୃତ୍ତି | (ଓଡ଼ିଆ) ଅଭିନେତ୍ରୀ |
ସକ୍ରିୟ ବର୍ଷ | ୨୦୧୩ରୁ - ଏବେଯାଏଁ |
ଉଚ୍ଚତା | ୫ ଫୁଟ ୬ ଇଞ୍ଚ |
ପୁରସ୍କାର | ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର |
କାବ୍ୟା କିରଣ ଜଣେ ଓଡ଼ିଆ ଅଭିନେତ୍ରୀ । ୨୦୧୩ ମସିହାରେ ସେ ପ୍ରଥମ ଓଡ଼ିଆ ୩ଡି କଥାଚିତ୍ର କାଉଁରୀ କନ୍ୟା ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ୨୦୨୧ ମସିହାରେ ତାଙ୍କୁ ଓଡ଼ିଆ କଥାଚିତ୍ର ଖୁସି ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା ।[୧]
ଅଭିନୟ ଜୀବନ
[ସମ୍ପାଦନା]କାବ୍ୟା ସ୍କୁଲ୍ ପଢ଼ା ସମୟରୁ ଏକାଧିକ ମଞ୍ଚ କାର୍ଯ୍ୟକ୍ରମରେ ଭାଗ ନେଉଥିଲେ। କ୍ରମେ ନୃତ୍ୟ-ଅଭିନୟ ଦୁନିଆ ପ୍ରତି ତାଙ୍କର ଆଗ୍ରହ ବଢ଼ିଥିଲା ଏବଂ ସେ ଶାସ୍ତ୍ରୀୟ ନୃତ୍ୟରେ ପ୍ରଶିକ୍ଷିତା । ୨୦୧୩ ମସିହାରେ ସେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରଥିଲେ । ତାଙ୍କ ଅଭିନୀତ ପ୍ରଥମ ଓଡ଼ିଆ କଥାଚିତ୍ର ଥିଲା କାଉଁରୀ କନ୍ୟା ।[୨] ପରବର୍ତ୍ତୀ ସମୟରେ ସେ ମୁମ୍ବାଇ ଚାଲିଯାଇଥିଲେ ଏବଂ ରଂଗ-ଏ-ଇସ୍କ୍ ଓ ରାମ ରତନ ଭଳି ଦୁଇଟି ହିନ୍ଦୀ କଥାଚିତ୍ରରେ କାର୍ଯ୍ୟ କରିଥିଲେ ।[୩] ସେ ଟି-ସିରିଜ୍ ଓ ଟାଇମ୍ସ ଗ୍ରୁପ୍ର ମିଳିତ ପ୍ରଯୋଜନା ପ୍ରସ୍ତୁତ ହେଉଥିବା ମ୍ୟୁଜିକ୍ ଭିଡିଓରେ କାବ୍ୟା ଅଭିନୟ କରିଛନ୍ତି ।[୪]
୨୦୧୮ ମସିହାରେ ସେ ଓଡ଼ିଆ କଥାଚିତ୍ର ରହସ୍ୟରେ ଏବଂ ୨୦୧୯ ମସିହାରେ ଖୁସିରେ ଅଭିନୟ କରିଥିଲେ । ୨୦୨୧ ମସିହାରେ ତାଙ୍କ ଅଭିନୀତ କଥାଚିତ୍ର ସହିଦ୍ ରଘୁ ସର୍ଦ୍ଦାର ମୁକ୍ତିଲାଭ କରିଥିଲା ।[୫]
ଅଭିନୀତ କଥାଚିତ୍ର
[ସମ୍ପାଦନା]ବର୍ଷ | କଥାଚିତ୍ର | ଭାଷା | ଭୂମିକା | ମନ୍ତବ୍ୟ |
---|---|---|---|---|
୨୦୧୩ | କାଉଁରୀ କନ୍ୟା | ଓଡ଼ିଆ | ଅନୁସୟା | ପ୍ରଥମ ଓଡ଼ିଆ କଥାଚିତ୍ର |
୨୦୧୫ | ରଂଗ-ଏ-ଇସ୍କ୍ | ହିନ୍ଦୀ | ପ୍ରଥମ ହିନ୍ଦୀ କଥାଚିତ୍ର | |
୨୦୧୭ | ରାମ ରତନ | ହିନ୍ଦୀ | ସୁଇଟି | |
୨୦୧୮ | ରହସ୍ୟ | ଓଡ଼ିଆ | ଇନ୍ଦୁମତି/ଶ୍ରୁତି | ଦ୍ୱେତ ଭୂମିକରେ ଅଭିନୟ |
୨୦୧୯ | ଖୁସି | ଓଡ଼ିଆ | ||
୨୦୨୧ | ସହିଦ ରଘୁ ସର୍ଦ୍ଦାର | ଓଡ଼ିଆ | ରଘୁ ସର୍ଦ୍ଦାରଙ୍କ ପତ୍ନୀ | |
ଭୋକ | ଓଡ଼ିଆ | ହେମା |
ଅଭିନୀତ ୱେବ୍ ସିରିଜ୍
[ସମ୍ପାଦନା]ବର୍ଷ | କଥାଚିତ୍ର | ଭାଷା | ଓଟିଟି | ଭୂମିକା | ମନ୍ତବ୍ୟ |
---|---|---|---|---|---|
୨୦୨୦ | ୭୨ ଆୱାର୍ସ୍ | ଓଡ଼ିଆ | ତରଙ୍ଗ ପ୍ଲସ୍ | ପ୍ରଥମ ଓଡ଼ିଆ ୱେବ୍ ସିରିଜ୍ରେ ଅଭିନୟ | |
୨୦୨୨ | ଏକ୍ସ୍ପୋଜ୍ | ଓଡ଼ିଆ | କଞ୍ଚାଲଙ୍କା |
ପୁରସ୍କାର
[ସମ୍ପାଦନା]- ୩୧ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର (୨୦୧୯): ଶ୍ରେଷ୍ଠ ଅଭିନେତ୍ରୀ (ଖୁସି)[୧][୬]
- ଚଳଚ୍ଚିତ୍ର ପ୍ରତିଭା ସମ୍ମାନ (୨୦୨୧): ଶ୍ରେଷ୍ଠ ଅଭିନେତ୍ରୀ (ଭୋକ)
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "୩୧ତମ ଚଳଚ୍ଚିତ୍ର ପୁରସ୍କାର ଘୋଷିତ : ଘନଶ୍ୟାମ ମହାପାତ୍ରଙ୍କୁ ଜୟଦେବ ପୁରସ୍କାର, 'କାଲିର ଅତୀତ' ଶ୍ରେଷ୍ଠ ଚଳଚ୍ଚିତ୍ର | Sambad". ସମ୍ବାଦ (in ଭୁବନେଶ୍ୱର). sambad.in. 5 November 2021. Archived from the original on 5 November 2021. Retrieved 5 November 2021.
{{cite news}}
: CS1 maint: unrecognized language (link) - ↑ "ପୁଣିଥରେ ଓଲିଉଡରେ କମାଲ କରିବେ ସୁନ୍ଦରୀ କାବ୍ୟା କିରଣ , ଏହି ଫିଲ୍ମରେ ଆସିବେ ନଜର | Kanak Lifestyle". କନକ ନ୍ୟୁଜ୍. 2019-10-05. Archived from the original on 2021-11-05. Retrieved 2021-11-05.
- ↑ "Kavya Kiran: Movies, Photos, Videos, News, Biography & Birthday | eTimes". timesofindia.indiatimes.com. Retrieved 2021-11-05.
- ↑ "ଓଲିଉଡ୍ ଓ ବଲିଉଡ୍ରେ ସକ୍ରିୟ ମଡେଲ୍-ଅଭିନେତ୍ରୀ କାବ୍ୟା କିରଣ | Sambad". ସମ୍ବାଦ. 2019-08-23. Archived from the original on 2019-12-02. Retrieved 2021-11-05.
- ↑ Panda, Apurba Ranjan. "ସତେଜ ସକାଳର ଅତିଥି ଅଭିନେତା ଦେବାଶିଷ ଓ ଅଭିନେତ୍ରୀ କାବ୍ୟା କିରଣ". ARGUS News. Archived from the original on 2021-11-05. Retrieved 2021-11-05.
- ↑ "31st Odisha State Film awards and 8th State Tele awards announced: Check details here". KalingaTV (in ଆମେରିକୀୟ ଇଂରାଜୀ). 2021-11-05. Retrieved 2021-11-05.
ଅଧିକ ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ କାବ୍ୟା କିରଣ
- ଇନଷ୍ଟାଗ୍ରାମରେ କାବ୍ୟା କିରଣ
- ଫେସବୁକରେ କାବ୍ୟା କିରଣ