ବଇତାଳ ଦେଉଳ

ଉଇକିପିଡ଼ିଆ ରୁ
ବଇତାଳ ଦେଉଳ
ବଇତାଳ ଦେଉଳ ଓଡ଼ିଶାରେ ଅବସ୍ଥିତ ।
ବଇତାଳ ଦେଉଳ
ବଇତାଳ ଦେଉଳ
ଓଡ଼ିଶାରେ ଅବସ୍ଥାନ
ଦିଗବାରେଣି: 20°16′N 85°15′E / 20.267°N 85.25°E / 20.267; 85.25ଦିଗବାରେଣି: 20°16′N 85°15′E / 20.267°N 85.25°E / 20.267; 85.25
ଅବସ୍ଥାନ
ଦେଶ: ଭାରତ
ରାଜ୍ୟ: ଓଡ଼ିଶା
ଅବସ୍ଥାନ: ଭୁବନେଶ୍ଵର
ତିଆରି ଶୈଳୀ ଓ ଚଳଣି
ତିଆରି ଶୈଳୀ: କଳିଙ୍ଗ ସ୍ଥାପତ୍ୟ କଳା

ବୈତାଳ ଦେଉଳ ଓଡ଼ିଶାର ଭୁବନେଶ୍ଵରଠାରେ ଥିବା ୯ମ ଶତକରେ କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଏକ ଖାକରା ଶୈଳୀର ଚାମୁଣ୍ଡା ଦେଉଳ ।

ସ୍ଥାପତ୍ୟ କଳା[ସମ୍ପାଦନା]

ବୈତାଳ ଦେଉଳର ମୁଖ୍ୟ ମନ୍ଦିର ଅର୍ଦ୍ଧ-ନଳାକାର ଯାହାର ଉପରିଭାଗ ଦକ୍ଷିଣ ଭାରତର ଗୋପୁରମ ମନ୍ଦିର ପରି ଖାକରା ଶୈଳୀରେ ତିଆରି । ଏହାର ଶିଖରରେ ଦକ୍ଷିଣ ଭାରତ ମନ୍ଦିର ସହ ସମାନତା ଦେଖାଯାଇଥାଏ ।[୧] ଏହି ଦେଉଳଟି ଭୂଲମ୍ବ ଓ ଜଗମୋହନ ଟି ଚାରିକୋଣାକାର,

ବୈତାଳ ଦେଉଳର ବାହାର କାନ୍ଥରେ ଶିବ, ଶକ୍ତି ରୂପରେ ପାର୍ବତୀ, ନାନାଦି ଶିକାର ଅଭିଯାନ, ବଣୁଆ ହାତୀ ଧରା ଓ ରତିକ୍ରୀଡାସକ୍ତ ଯୁଗଳ ଦମ୍ପତିଙ୍କ ମୂର୍ତ୍ତିମାନ ଦେଖିବାକୁ ମିଳିଥାଏ ।

ଜଗମୋହନ ଉପରେ ଦେଉଳର ଆଗ ପଟରେ ଦୁଇଜଣ ଚୈତ୍ୟଙ୍କର ଝରକା ରହିଛି - ତଳଟିରେ କାରୁକାର୍ଯ୍ୟକରା (ସୂର୍ଯ୍ୟ)ଙ୍କ ମୂର୍ତ୍ତି ରହିଛି, ଯାହା ଉଷା ଓ ପ୍ରତ୍ୟୁଷରେ ଆଲୋକ ବିତରଣ କରୁଥିବାର ପ୍ରତୀତ ହୁଏ ଓ ଆଗରେ ଅରୁଣ ସାତଟି ଘୋଡ଼ାଚାଳନା କରୁଥିବାର ମୂର୍ତ୍ତି ରହିଛି ।

ଚୈତ୍ୟ ଉପରେ ଥିବା ପିଣ୍ଡିରେ ଦଶଭୁଜ ନଟରାଜ ବା ନାଟ୍ୟମୁଦ୍ରାରେ ଶିବଙ୍କ ମୂର୍ତ୍ତି ରହିଛି । ସମତଳ ଛାତ ଥିବା ଜଗମୋହନକୁ ଦୁଇଗୋଟି ବୁଦ୍ଧ ସମ ପ୍ରତୀତ ହେଉଥିବା ମୂର୍ତ୍ତି ଧମ୍ମ-ଚକ-ପବତନ (ଧର୍ମ୍ମ-ଚକ୍ର-ପ୍ରବର୍ତ୍ତନ) ମୁଦ୍ରା ଏବଂ ଭୂମି-ସ୍ପର୍ଶ-ମୁଦ୍ରାରେ ଧରିରଖିଛନ୍ତି ।

ଏହି ମନ୍ଦିରରେ ତନ୍ତ୍ର ସାଧନା ସହ ସମ୍ବନ୍ଧିତ ମୂଳ ଦେଉଳରେ ଥିବା ଚାମୁଣ୍ଡା ବା କପାଳିନୀଙ୍କ ମୂର୍ତ୍ତି ଦେଖିବାକୁ ମିଳିଥାଏ ।

ଅଧିଷ୍ଠାତ୍ରୀ ଦେବୀ[ସମ୍ପାଦନା]

ଏଠାକାର ଅଧିଷ୍ଠାତ୍ରୀ ଦେବୀ, ଚାମୁଣ୍ଡା ବା ଚର୍ଚିକା ଏକ ବିଲୁଆ ଓ ପେଚାଙ୍କ ମଧ୍ୟରେ ଏକ ଶବ ଉପରେ ମୁଣ୍ଡ-ମାଳ-ହାର ପିନ୍ଧି ବସିଥିବାର ମୂର୍ତ୍ତି ଏଠାରେ ରହିଅଛି । ସେ କ୍ରମଶଃ ସାପ, ଧନୁ, ଢାଲ, ଖଣ୍ଡା, ତ୍ରିଶୂଳ, ବର୍ଛା ଓ ଏକ ଅସୁରର ଗଳାକୁ ବିଦ୍ଧ କରିଥିବା ଶକ୍ତି ଧରିଛନ୍ତି । ଏହି ମନ୍ଦିର ର ବାତାୟନ ରେ ଚୈତ୍ୟ ସଦୃଶ ଭାସ୍କର୍ଯ୍ୟ ରହିଚି,ଯେଉଥିରେ ଶିବ ଏବଂ ପାର୍ବତୀଙ୍କର ସ୍ଥାପତ୍ୟ ରହିଅଛି । ଦେବୀ ଚାମୁଣ୍ଡା ନିଜର ଉଭୟ ପାର୍ଶ୍ବରେ ଅନେକ ଭୈରବ ଏବଂ ଯୋଗିନିଙ୍କ ଦ୍ବାରା ବେଷ୍ଟିତ ଏହା ଦେଉଳ ର ନିମ୍ନ ଭାଗ ରେ ଉତ୍କୀର୍ଣ୍ଣ ହୋଇଅଛି । ପୂର୍ବ ଭାଗ ରେ ଦେବୀଙ୍କ ସହମିଥୁନ ଭୈରବ ଦେବତାଙ୍କ ମୂର୍ତି ରହିଛି ।

ଉତ୍ତର କାନ୍ଥ ରେ ଉତ୍କୀର୍ଣ୍ଣ ଭସ୍କର୍ଯ୍ୟ ରେ ଦେବୀ କରାଳିନୀଙ୍କ ବିଗ୍ରହ ରହିଛି,ସେ ଏକ ହସ୍ତ ରେ ଅସୁର ର ଛିନ୍ନ ମସ୍ତକ ଏବଂ ଅନ୍ୟ ହସ୍ତ ରେ ରକ୍ତ ପୂର୍ଣ୍ଣ କପାଳ ଧରଣ କରିଛନ୍ତି । ଅନ୍ୟ ଏକ ତ୍ରିପଦୀ ଉପର ପାତ୍ର ରେ ଦୁଇଟି ମୁଣ୍ଡ ରହିଛି ଯାହା ଦେବୀଙ୍କୁ ନିବେଦନ କରାହୋଇଛି ,ଦକ୍ଷିଣପାର୍ଶ୍ବ ରେ ଗୋଟିଏ ଶୃଗାଳ ଛିଡାହୋଇଛି,ଯେ କି ଉପରକୁ ଦେଖୁଅଛି ଓ ବାମପାର୍ଶ୍ବ ରେ ଏକ ଯୋଗିନି ଧ୍ୟାନ ମୁଦ୍ରା ରେ ଦେବୀଙ୍କୁ ଲୟ କରୁଛି।

ଏହି ଦେଉଳ ର ତାନ୍ତ୍ରିକ ଔପାସନ ର ପ୍ରମାଣ ଏହାର ଜଗମୋହନସ୍ଥ ବଳିପୀଠ ହରିକାଠ ବା ଯୁପସ୍ତମ୍ଭ ରୁ ଜାଣିହୁଏ। ସକାଳ ର ସୂର୍ଯ୍ୟ କିରଣ ଏହାର ଗର୍ଭ ଗୃହ ମଧ୍ୟରେ ପଡୁଥିଲେ ହେଁ ଅନ୍ୟ ସମୟ ରେ ଭିତରକୁ ଯିବାପାଇଁ କୃତ୍ରିମ ଆଲୋକର ସହାୟତା ଆବଶ୍ୟକ ହୋଇଥାଏ।

Gallery[ସମ୍ପାଦନା]

See also[ସମ୍ପାଦନା]

ଆଧାର[ସମ୍ପାଦନା]

  • ଅଧ୍ୟାପକ କରୁଣାକର ବେହେରା,କଳିଙ୍ଗ ର ସ୍ଥାପତ୍ୟ ଓ ମନ୍ଦିର ଭାସ୍କର୍ଯ୍ୟ ,ଗ୍ରନ୍ଥ ମନ୍ଦିର,୧୯୬୪

Footnotes[ସମ୍ପାଦନା]

  1. D.P.Ghosh, Nirmal Kumar Bose and Y.D.Sharma. Designs from Orissan Temples. P.24

Reference[ସମ୍ପାଦନା]