ମୁଁ ରାଜା ତୁ ରାଣୀ
ମୁଁ ରାଜା ତୁ ରାଣୀ | |
---|---|
ନିର୍ଦ୍ଦେଶକ | ସୁଧାଂଶୁ ମୋହନ ସାହୁ |
ପ୍ରଯୋଜକ | ଅତୀସ କୁମାର ରାଉତ |
ସଂଳାପ | ପ୍ରଦୀପ୍ତ ନନ୍ଦ |
ଚିତ୍ରନାଟ୍ୟ | ପ୍ରଦୀପ୍ତ ନନ୍ଦ, ସୁଧାଂଶୁ ମୋହନ ସାହୁ |
କାହାଣୀ | ଅମୀୟବାଳା ରାଉତ |
କଳାକାର | ଅରିନ୍ଦମ, ସମ୍ଭାବନା ମହାନ୍ତି, ସିଦ୍ଧାନ୍ତ ମହାପାତ୍ର, ହରିହର ମହାପାତ୍ର |
ସଙ୍ଗୀତ | ମଳୟ ମିଶ୍ର |
ଚିତ୍ରଗ୍ରହଣ | ନିରଞ୍ଜନ ଦାସ |
ସମ୍ପାଦକ | ସୁକୁମାର ମଣି |
ମୁକ୍ତିଲାଭ ତାରିଖ | ୧୪ ଅକ୍ଟୋବର ୨୦୧୩[୧] |
ଦେଶ | ଭାରତ |
ଭାଷା | ଓଡ଼ିଆ |
ମୁଁ ରାଜା ତୁ ରାଣୀ, ୨୦୧୩ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅତୀସ କୁମାର ରାଉତ ।[୨] ଅମୀୟବାଳା ରାଉତ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ପ୍ରଦୀପ୍ତ ନନ୍ଦ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।[୩] ପ୍ରଦୀପ୍ତ ନନ୍ଦ ଏବଂ ସୁଧାଂଶୁ ମୋହନ ସାହୁ ଉଭୟ କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ । ସୁଧାଂଶୁ ମୋହନ ସାହୁ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୨] ସଙ୍ଗୀତ ନିର୍ଦ୍ଦେଶକ ମଳୟ ମିଶ୍ର କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅରିନ୍ଦମ ରାୟ ଏବଂ ନବାଗତା ସମ୍ଭାବନା ମହାନ୍ତି ।[୧] ଅଭିନେତ୍ରୀ ସ୍ନିଗ୍ଧା ମହାନ୍ତିଙ୍କର ଝିଅ ହେଉଛନ୍ତି ସମ୍ଭାବନା । ସେ ଏହି ଚଳଚ୍ଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ସିଦ୍ଧାନ୍ତ ମହାପାତ୍ର, ହରିହର ମହାପାତ୍ର, ଅକ୍ଷୟ ବସ୍ତିଆ, ମନୋଜ ମିଶ୍ର, ଅନୀତା ଦାସ, ଦେବ୍, ମୁନ୍ନା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୨][୩]
ଅଭିନୟ
[ସମ୍ପାଦନା]- ଅରିନ୍ଦମ ରାୟ[୪] - ବିଜୟ
- ସମ୍ଭାବନା ମହାନ୍ତି[୫][୬] - ଚନ୍ଦ୍ରିକା
- ସିଦ୍ଧାନ୍ତ ମହାପାତ୍ର - ଏସିପି ଆର୍ଯ୍ୟ କୁମାର
- ହରିହର ମହାପାତ୍ର - ମାମା
- ଅକ୍ଷୟ ବସ୍ତିଆ - କୀର୍ତ୍ତନ
- ମନୋଜ ମିଶ୍ର -
- ଅନିତା ଦାସ - ବିଜୟର ମାଆ
- ଦେବ୍
- ମୁନ୍ନା
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମଳୟ ମିଶ୍ର ।[୩] ନିମାଇଁ ମହାନ୍ତି, ଅରୁଣ ମନ୍ତ୍ରୀ, ଅମୀୟବାଳା ରାଉତ ଆଦି ଗୀତିକାରମାନେ କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ ।[୨] ଇରା ମହାନ୍ତି, ଉଦିତ ନାରାୟଣ, ସୁରେଶ ୱାଡ଼େକର ଆଦି କଣ୍ଠଶିଳ୍ପୀମାନେ କଥାଚିତ୍ରଟିର ଗୀତଗୁଡ଼ିକ ଗାଇଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|---|---|
1. | "ମୁଁ ଏମିତି ଗୋଟେ" | |
2. | "ରୋଡ୍ ସାଇଡ୍" | |
3. | "ମୁଁ ରାଜା ତୁ ରାଣୀ" | |
4. | "ଯାଦୁଗର ଯାଦୁଗର" | |
5. | "ଦୁଇଟି ଚଢ଼େଇ" | |
6. | "ଦିନ ସରେନା" |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Oriya Films 2013". Incredible Orissa. 28 January 2013. Retrieved 9 November 2017.
- ↑ ୨.୦ ୨.୧ ୨.୨ ୨.୩ "Mu Raja Tu Rani". www.nuaodisha.com. Retrieved 9 November 2017.
- ↑ ୩.୦ ୩.୧ ୩.୨ "Mu Raja Tu Rani". Incredible Orissa. 30 August 2013. Retrieved 9 November 2017.
- ↑ "ଆଉ କେତେଟା ଫ୍ଳପ୍ ଦେବେ ଅରିନ୍ଦମ୍ !". sambad.in. 23 September 2016. Retrieved 9 November 2017.[permanent dead link]
- ↑ "ପାଞ୍ଚ ବର୍ଷପରେ ଓଲିଉଡକୁ ଫେରିଲେ ଏହି ନାୟିକା | Sambad". ସମ୍ବାଦ. ମୁମ୍ବାଇ: sambad.in. 6 February 2018. Archived from the original on 13 June 2022. Retrieved 13 June 2022.
- ↑ "ଏହି ଦୁଇ ଲୋକପ୍ରିୟ ନାୟକଙ୍କ ମଧ୍ୟରୁ କାହାର ଅଧିକସଂଖ୍ୟକ ଓଡ଼ିଆ ସିନେମା ମୁକ୍ତିଲାଭ କରିବ ଏବର୍ଷ? | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 5 January 2020. Archived from the original on 16 December 2021. Retrieved 16 December 2021.
{{cite news}}
:|archive-date=
/|archive-url=
timestamp mismatch; 29 ଅକ୍ଟୋବର 2020 suggested (help)
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ମୁଁ ରାଜା ତୁ ରାଣୀ