ରାଜେନ୍ଦ୍ର ପ୍ରସାଦ ଦାସ
ଦେଖଣା
(Rajendra Prasad Dasରୁ ଲେଉଟି ଆସିଛି)
ରାଜେନ୍ଦ୍ର ପ୍ରସାଦ ଦାସ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ସାମିଆ, ଯାଜପୁର | ୧୫ ଜୁଲାଇ ୧୯୩୦
ବୃତ୍ତି | ଔପନ୍ୟାସିକ |
ଭାଷା | ଓଡ଼ିଆ, |
ଜାତୀୟତା | ଭାରତୀୟ |
ଶିକ୍ଷା | ସ୍ନାତକୋତ୍ତର(ଇତିହାସ) |
ଶିକ୍ଷାନୁଷ୍ଠାନ | ଉତ୍କଳ ବିଶ୍ୱବିଦ୍ୟାଳୟ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୮ |
ରାଜେନ୍ଦ୍ର ପ୍ରସାଦ ଦାସ (୧୫ ଜୁଲାଇ ୧୯୩୦-୨୦୦୬) ଜଣେ ଓଡ଼ିଆ ସାହିତ୍ୟିକ ଥିଲେ । ୧୯୮୮ ମସିହାରେ ଉପନ୍ୟାସ "ଆଜି କାଲି ପଅରଦିନ" ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ । ବୃତ୍ତିରେ ସେ ଜଣେ ପ୍ରତ୍ନତତ୍ତ୍ୱବିତ, ଐତିହାସିକ ଓ ଶିକ୍ଷାବିତ ଥିଲେ ।
ରାଜେନ୍ଦ୍ର ପ୍ରସାଦ, ୧୯୩୦ମସିହାରେ ଯାଜପୁର ଜିଲ୍ଲାର ସାମିଆଠାରେ ଜନ୍ମଗ୍ରହଣ କରିଥିଲେ । ୧୯୫୮-୬୪ ପର୍ଯ୍ୟନ୍ତ ସେ ଭାରତୀୟ ପୁରାତତ୍ତ୍ୱ ସର୍ବେକ୍ଷଣ ବିଭାଗରେ ଉପ-ଅଧିକ୍ଷକ ଭାବରେ କାର୍ଯ୍ୟ କରିଥିଲେ । ସେ "ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ"ର ଉପାଧକ୍ଷ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ଏତଦ ଭିନ୍ନ ସେ ଜଣେ ଇତିହାସ ଅଧ୍ୟାପକ ଥିଲେ । ୨୦୦୬ ମସିହାରେ ସେ ଇହଧାମ ତ୍ୟାଗ କରିଥିଲେ ।[୧]
ରଚନାବଳୀ
[ସମ୍ପାଦନା]- ଆଜିକାଲି ପଅରିଦିନ -୨୦୦୧ (ଫ୍ରେଣ୍ଡସ୍ ପବ୍ଲିଶର୍ସ)
- ବାଘୁଆ ପବନ - ୨୦୦୪ (ଲଳିତା ପ୍ରକାଶନୀ)
- ଚାହିଁଲେ ଆକାଶ - ୧୯୯୨ (ଲଳିତା ପ୍ରକାଶନୀ)[୨]
- ଶିଳ୍ପ ରତ୍ନ କୋଷ
- New Light on the Sun Temple of Konark[୩]
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୮୮ (ଆଜିକାଲି ପଅରିଦିନ ପାଇଁ)[୪]
ଆଧାର
[ସମ୍ପାଦନା]- ↑ "ରାଜେନ୍ଦ୍ର ପ୍ରସାଦ ଦାଶ". www.odiasahitya.com. www.odiasahitya.com. Retrieved 19 January 2019.
- ↑ "National Library of India". opac.nationallibrary.gov.in. National Library of India. Retrieved 19 January 2019.
- ↑ Kartik Chandra Dutt (1999). Who's who of Indian Writers, 1999: A-M. Sahitya Akademi. pp. 280–. ISBN 978-81-260-0873-5.
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". odishasahityaakademi.org. Odisha Sahitya Academy. Retrieved 24 December 2018.