ରାଜେନ୍ଦ୍ର ପ୍ରସାଦ ଦାସ

ଉଇକିପିଡ଼ିଆ‌ରୁ
ରାଜେନ୍ଦ୍ର ପ୍ରସାଦ ଦାସ
ଜନ୍ମ ଓ ଜନ୍ମସ୍ଥାନ(1930-07-15)୧୫ ଜୁଲାଇ ୧୯୩୦
ସାମିଆ, ଯାଜପୁର
ବୃତ୍ତିଔପନ୍ୟାସିକ
ଭାଷାଓଡ଼ିଆ,
ଜାତୀୟତାଭାରତୀୟ
ଶିକ୍ଷାସ୍ନାତକୋତ୍ତର(ଇତିହାସ)
ଶିକ୍ଷାନୁଷ୍ଠାନଉତ୍କଳ ବିଶ୍ୱବିଦ୍ୟାଳୟ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୮

ରାଜେନ୍ଦ୍ର ପ୍ରସାଦ ଦାସ (୧୫ ଜୁଲାଇ ୧୯୩୦-୨୦୦୬) ଜଣେ ଓଡ଼ିଆ ସାହିତ୍ୟିକ ଥିଲେ । ୧୯୮୮ ମସିହାରେ ଉପନ୍ୟାସ "ଆଜି କାଲି ପଅରଦିନ" ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ । ବୃତ୍ତିରେ ସେ ଜଣେ ପ୍ରତ୍ନତତ୍ତ୍ୱବିତ, ଐତିହାସିକ ଓ ଶିକ୍ଷାବିତ ଥିଲେ ।

ରାଜେନ୍ଦ୍ର ପ୍ରସାଦ, ୧୯୩୦ମସିହାରେ ଯାଜପୁର ଜିଲ୍ଲାର ସାମିଆଠାରେ ଜନ୍ମଗ୍ରହଣ କରିଥିଲେ । ୧୯୫୮-୬୪ ପର୍ଯ୍ୟନ୍ତ ସେ ଭାରତୀୟ ପୁରାତତ୍ତ୍ୱ ସର୍ବେକ୍ଷଣ ବିଭାଗରେ ଉପ-ଅଧିକ୍ଷକ ଭାବରେ କାର୍ଯ୍ୟ କରିଥିଲେ । ସେ "ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ"ର ଉପାଧକ୍ଷ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ଏତଦ ଭିନ୍ନ ସେ ଜଣେ ଇତିହାସ ଅଧ୍ୟାପକ ଥିଲେ । ୨୦୦୬ ମସିହାରେ ସେ ଇହଧାମ ତ୍ୟାଗ କରିଥିଲେ ।[୧]

ରଚନାବଳୀ[ସମ୍ପାଦନା]

  • ଆଜିକାଲି ପଅରିଦିନ -୨୦୦୧ (ଫ୍ରେଣ୍ଡସ୍ ପବ୍ଲିଶର୍ସ)
  • ବାଘୁଆ ପବନ - ୨୦୦୪ (ଲଳିତା ପ୍ରକାଶନୀ)
  • ଚାହିଁଲେ ଆକାଶ - ୧୯୯୨ (ଲଳିତା ପ୍ରକାଶନୀ)[୨]
  • ଶିଳ୍ପ ରତ୍ନ କୋଷ
  • New Light on the Sun Temple of Konark[୩]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୮୮ (ଆଜିକାଲି ପଅରିଦିନ ପାଇଁ)[୪]

ଆଧାର[ସମ୍ପାଦନା]

  1. "ରାଜେନ୍ଦ୍ର ପ୍ରସାଦ ଦାଶ". www.odiasahitya.com. www.odiasahitya.com. Retrieved 19 January 2019.
  2. "National Library of India". opac.nationallibrary.gov.in. National Library of India. Retrieved 19 January 2019.
  3. Kartik Chandra Dutt (1999). Who's who of Indian Writers, 1999: A-M. Sahitya Akademi. pp. 280–. ISBN 978-81-260-0873-5.
  4. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". odishasahityaakademi.org. Odisha Sahitya Academy. Retrieved 24 December 2018.