ହେଲା ମତେ ପ୍ରେମ ଜର
ହେଲା ମତେ ପ୍ରେମ ଜର | |
---|---|
ନିର୍ଦ୍ଦେଶକ | ଅମରେଶ ପତି |
ପ୍ରଯୋଜକ | ସ୍ମୃତି ରଞ୍ଜନ ରାଉତ, ସୁରେଶ କୁମାର ହାଇବୃ |
ସଂଳାପ | ରଜନୀ ରଞ୍ଜନ |
ଚିତ୍ରନାଟ୍ୟ | ରଜନୀ ରଞ୍ଜନ |
ମୂଳ ଆଧାର | ବଲ୍ଲେ ବଲ୍ଲେ ମଗାଡ଼ି ବଏ (ତେଲୁଗୁ ଚଳଚ୍ଚିତ୍ର) |
କଳାକାର | ସବ୍ୟସାଚୀ ମିଶ୍ର, ଅର୍ଚ୍ଚିତା ସାହୁ, ମିହିର ଦାସ, ମୀନକେତନ, ଜୀବନ ପଣ୍ଡା, ସ୍ନିଗ୍ଧା ମହାନ୍ତି, ପ୍ରଜ୍ଞା, ଗୁଡ୍ଡୁ, ସୁମନ |
ସଙ୍ଗୀତ | ପ୍ରେମ ଆନନ୍ଦ |
ଚିତ୍ରଗ୍ରହଣ | ଧୃବାନନ୍ଦ ପଣ୍ଡା |
ମୁକ୍ତିଲାଭ ତାରିଖ | ୧୮ ମାର୍ଚ୍ଚ ୨୦୧୬ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ହେଲା ମତେ ପ୍ରେମ ଜର, ୨୦୧୬ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ ସ୍ମୃତି ରଞ୍ଜନ ରାଉତ ଓ ସୁରେଶ କୁମାର ହାଇବୃ । ଏହି ଚଳଚ୍ଚିତ୍ରଟି ଏକ ତେଲୁଗୁ ଚଳଚ୍ଚିତ୍ର 'ବଲ୍ଲେ ବଲ୍ଲେ ମଗାଡ଼ି ବଏ'ର କାହାଣୀ ଉପରେ ଆଧାରିତ । ଏହି ଚଳଚ୍ଚିତ୍ରଟିର ସଂଳାପ ରଚନା କରିଥିଲେ ଡଃ ରଜନୀ ରଞ୍ଜନ ଏବଂ ନିର୍ଦ୍ଦେଶନା ଦେଇଥିଲେ ଅମରେଶ ପତି ।[୧][୨] ଏହି ଚଳଚ୍ଚିତ୍ରର ଗୀତଗୁଡ଼ିକର ରଚନା କରିଥିଲେ ଅରୁଣ ମନ୍ତ୍ରୀ ଏବଂ ବସନ୍ତରାଜ ସାମଲ । ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ ।[୩]
ଚଳଚ୍ଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସବ୍ୟସାଚୀ ମିଶ୍ର ଏବଂ ଅର୍ଚ୍ଚିତା ସାହୁ ।[୪] ମିହିର ଦାସ, ମୀନକେତନ, ଜୀବନ ପଣ୍ଡା, ସ୍ନିଗ୍ଧା ମହାନ୍ତି, ପ୍ରଜ୍ଞା, ଗୁଡ୍ଡୁ, ସୁମନ ଆଦି କଳାକାରମାନେ ଏହି ଚଳଚ୍ଚିତ୍ରର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
[ସମ୍ପାଦନା]- ସବ୍ୟସାଚୀ ମିଶ୍ର[୫][୬]
- ଅର୍ଚ୍ଚିତା ସାହୁ
- ମିହିର ଦାସ
- ମୀନକେତନ
- ଜୀବନ ପଣ୍ଡା
- ସ୍ନିଗ୍ଧା ମହାନ୍ତି
- ପ୍ରଜ୍ଞା
- ଗୁଡ୍ଡୁ
- ସୁମନ
କାହାଣୀ
[ସମ୍ପାଦନା]ସବ୍ୟସାଚୀ ଏହି କଥାଚିତ୍ରରେ ଏକ ଭୁଲାମନ ପିଲା ଭୂମିକାରେ ଅଭିନୟ କରିଥିଲେ, ଯିଏକି ସବୁକିଛି କଥାକୁ ଅତିଶୀଘ୍ର ଭୁଲିଯାଏ ।[୭]
ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ । ଅରୁଣ ମନ୍ତ୍ରୀ ଏବଂ ବସନ୍ତରାଜ ସାମଲ ଏହି ଚଳଚ୍ଚିତ୍ରର ଗୀତଗୁଡ଼ିକ ରଚନା କରିଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|---|---|
1. | "ହେଲା ମତେ ପ୍ରେମ ଜର" | |
2. | "ତୋ ହୃଦୟର ଧଡ଼କନ୍" | |
3. | "ଭଲ ପାଇବାଟ ବୋଧେ" | |
4. | "ହେଲା ମତେ ପ୍ରେମ ଜର (ପୁଅ+ଝିଅ)" | |
5. | "ତତେ ସବୁବେଳେ ସତର" |
ଆଧାର
[ସମ୍ପାଦନା]- ↑ "କେବଳ ଦୁଇ ନୂଆ ନିର୍ଦ୍ଦେଶକଙ୍କ ସହ କାମ କରିଛନ୍ତି ଅର୍ଚ୍ଚିତା". ସମ୍ବାଦ. 18 July 2017. Archived from the original on 5 August 2017. Retrieved 2 August 2017.
- ↑ "ଆଜି ପରଦାକୁ ଆସିବ ନୂଆ ଓଡ଼ିଆ ଚଳଚ୍ଚିତ୍ର 'ଶେଷ ରାତି'". ସମ୍ବାଦ. ଭୁବନେଶ୍ୱର: sambad.in. 5 August 2022. Archived from the original on 3 November 2022. Retrieved 3 November 2022.
- ↑ "Hela Mate Prema Jara". Odia Movie Database. Archived from the original on 6 August 2017. Retrieved 2 August 2017.
- ↑ "ସବୁଥିରେ ମିଳିଛି ଅର୍ଚ୍ଚିତାଙ୍କୁ ସବ୍ୟସାଚୀଙ୍କ ସାଥ୍". ସମ୍ବାଦ. 16 December 2016. Archived from the original on 5 August 2017. Retrieved 2 August 2017.
- ↑ "ପାଗଳପ୍ରେମୀ ସବ୍ୟସାଚୀ କ'ଣ ସତରେ ଫସିଗଲେ?". OdishaLIVE (in Odia). ଓଡ଼ିଶା. 29 April 2018. Archived from the original on 12 August 2020. Retrieved 2 September 2018.
{{cite news}}
: CS1 maint: unrecognized language (link) - ↑ "ପହିଲି ପୁଲକ: ମାତ୍ର ଦୁଇ ଧାଡ଼ିର ସଂଳାପ ଅଭିନେତା ସବ୍ୟସାଚୀଙ୍କୁ ନାକେଦମ୍ କରିଦେଇଥିଲା". ସମ୍ବାଦ. sambad.in. 12 October 2022. Archived from the original on 12 October 2022. Retrieved 12 October 2022.
- ↑ "ଆଜିକାଲି ସବୁ କଥା ଭୁଲିଯାଉଛନ୍ତି ବାବୁସାନ୍ !". ସମ୍ବାଦ. 14 February 2014. Archived from the original on 5 August 2017. Retrieved 2 August 2017.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ହେଲା ମତେ ପ୍ରେମ ଜର