Jump to content

ବଙ୍ଗାଳୀ ନନ୍ଦ

ଉଇକିପିଡ଼ିଆ‌ରୁ
(Bangali Nandaରୁ ଲେଉଟି ଆସିଛି)
ବଙ୍ଗାଳୀ ନନ୍ଦ
ଜନ୍ମ ଓ ଜନ୍ମସ୍ଥାନ୧୫.୦୯.୧୯୪୭
ଚାଲକମ୍ବା
ବୃତ୍ତିକବି, ଗାଳ୍ପିକ, ଅନୁବାଦକ, ପ୍ରାବନ୍ଧିକ
ଭାଷାଓଡ଼ିଆ
ନାଗରିକତାଭାରତୀୟ
ଶିକ୍ଷାସ୍ନାତକ (କଳା), ସ୍ନାତକ (ଶିକ୍ଷା)
ଶିକ୍ଷାନୁଷ୍ଠାନବ୍ରହ୍ମପୁର ବିଶ୍ୱବିଦ୍ୟାଳୟ
ଶୈଳୀକବିତା, ଗଳ୍ପ, ପ୍ରବନ୍ଧ, ଅନୁବାଦ
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଦେମୀ ପୁରସ୍କାର ଓଡିଶା ସାହିତ୍ୟ ଏକାଡେମୀ
ଜୀବନସାଥୀକଲ୍ଯାଣୀ ନନ୍ଦ
ସନ୍ତାନସିଦ୍ଧାର୍ଥ ନନ୍ଦ, ଶିବାନୀ ନନ୍ଦ

ବଙ୍ଗାଳୀ ନନ୍ଦ ଜଣେ ଭାରତୀୟ ଓଡ଼ିଆ-ଭାଷୀ କବି, ଗାଳ୍ପିକ, ପ୍ରାବନ୍ଧିକ ଓ ଅନୁବାଦକ ।[୧] ସେ ୨୦୨୩ ମସିହା ନିମନ୍ତେ ତେଲୁଗୁ ଲେଖକ ନେଲ୍ଲୁରୀ କେଶବସ୍ୱାମୀଙ୍କ ପୁସ୍ତକ ନେଲ୍ଲୁରୀ କେଶବସ୍ୱାମୀ ଉତ୍ତମା କାଥୁଲୁ (ଅନୁ. ନେଲୁରୀ କେଶବ ସ୍ବାମୀଙ୍କ ଶ୍ରେଷ୍ଠ ଗଳ୍ପ) ପୁସ୍ତକର ଓଡ଼ିଆ ଅନୁବାଦ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର ଲାଭକରିଥିଲେ ।[୨][୩]

ଜୀବନୀ

[ସମ୍ପାଦନା]

ଶ୍ରୀ ନନ୍ଦଙ୍କର ପୈତୃକ ଘର ରାୟଗଡ଼ା ଜିଲ୍ଲାର ଗୁଣୁପୁର ଅନ୍ତର୍ଗତ ଚାଲକମ୍ବା ଗାଁରେ । ସେ ଜଣେ ଶିକ୍ଷକ ଭାବେ ବୃତ୍ତିଗତ ଜୀବନ ଆରମ୍ଭ କରି ୨୦୦୫ ମସିହାରେ ପ୍ରଧାନ ଶିକ୍ଷକ ଭାବରେ ଅବସର ଗ୍ରହଣ କରିଥିଲେ ।

ରଚନାବଳୀ

[ସମ୍ପାଦନା]

ବଙ୍ଗାଳୀ ନନ୍ଦଙ୍କର ଏବେ ପର୍ଯ୍ୟନ୍ତ ୧୨ଟି ଅନୁବାଦ ଗଳ୍ପ ସଙ୍କଳନ, ୪ଟି ଅନୁବାଦ କବିତା ସଙ୍କଳନ, ୨ଟି ଅନୁବାଦ ଉପନ୍ୟାସ, ଗୋଟିଏ ପ୍ରବନ୍ଧ ସଙ୍କଳନ, ୩ଟି ମୌଳିକ ଓଡିଆ କବିତା ସଙ୍କଳନ ଓ ଗୋଟିଏ ତେଲୁଗୁ ଗୀତି କବିତା ସଙ୍କଳନ ଜାତୀୟ ପୁସ୍ତକ ନ୍ୟାସ (NBT), କେନ୍ଦ୍ର ସାହିତ୍ୟ ଏକାଡେମୀ ତଥା କଟକ ଓ ଭୁବନେଶ୍ବରର ଅଗ୍ରଣୀ ପୁସ୍ତକ ପ୍ରକାଶନ ସଂସ୍ଥା ଦ୍ଵାରା ପ୍ରକାଶିତ ।

ଅନୁବାଦ

[ସମ୍ପାଦନା]
  • ନେଲ୍ଲୁରି କେଶବସ୍ବାମୀଙ୍କ ଶ୍ରେଷ୍ଠ ଗଳ୍ପ - (ତେଲୁଗୁ ଭାଷାରୁ ଓଡିଆକୁ ଅନୁବାଦ ଗଳ୍ପ ସଂକଳନ). ନ୍ୟାସନାଲ ବୁକ୍‌ ଟ୍ରଷ୍ଟ,ନୂଆଦିଲ୍ଲୀ... ୨୦୨୩ ବର୍ଷ ପାଇଁ କେନ୍ଦ୍ର ସାହିତ୍ୟ ଅକାଦେମୀ ଅନୁବାଦ ପୁରସ୍କାରପ୍ରାପ୍ତ ବହି)
  • ଏକୋଇଶଟି ଅନୁବାଦ ଗଳ୍ପ (ଦେଶ ବିଦେଶ ଗଳ୍ପର ଅନୁବାଦ) ଜଗନ୍ନାଥ ରଥ,କଟକ.
  • କଥା କୋଡ଼ିଏ (ଦେଶ ଓ ବିଦେଶ ଗଳ୍ପର ଓଡିଆ ଅନୁବାଦ) PEN IN BOOKS,ଭୁବନେଶ୍ବର.
  • ସମୟକୁ ଶୋଇବାକୁ ଦେବିନି (ଏନ. ଗୋପୀଙ୍କ କେନ୍ଦ୍ର ସାହିତ୍ୟ ଅକାଦେମୀ ପୁରସ୍କାରପ୍ରାପ୍ତ ତେଲୁଗୁ କବିତା ପୁସ୍ତକର ଅନୁବାଦ) ସାହିତ୍ୟ ଅକାଦେମୀ,କୋଲକାତା.
  • ମୋହନ ! ହେ ମୋହନ ! ଓ ଅନ୍ୟାନ୍ୟ କବିତା (କେ. ଶିବାରେଡ୍ଡୀଙ୍କ କେନ୍ଦ୍ର ସାହିତ୍ୟ ଅକାଦେମୀ ପୁରସ୍କାରପ୍ରାପ୍ତ ତେଲୁଗୁ ପୁସ୍ତକର ଓଡିଆ ଅନୁବାଦ) ସାହିତ୍ୟ ଅକାଦେମୀ,କୋଲକାତା.
  • ନିଶୀଥର ସୂର୍ଯ୍ୟ (ତେଲୁଗୁ କବିଙ୍କ ଏକ ଦୀର୍ଘ କବିତାର ଓଡିଆ ଅନୁବାଦ) ଅଗ୍ରଦୂତ,କଟକ.
  • ଜଳ ଗୀତ (ତେଲୁଗୁ ଭାଷାର ଅକାଦେମୀ ପୁରସ୍କାରପ୍ରାପ୍ତ କବିଙ୍କ ଦୀର୍ଘ କବିତାର ଓଡିଆ ଅନୁବାଦ) ଜଗନ୍ନାଥ ରଥ,କଟକ.
  • ସଲିମଙ୍କ ନିର୍ବାଚିତ ଗଳ୍ପ[୪](ତେଲୁଗୁ ଭାଷାର ସାହିତ୍ୟ ଅକାଦେମୀ ପୁରସ୍କାରପ୍ରାପ୍ତ ଲେଖକଙ୍କ ଗଳ୍ପ ସଂକଳନ ସମୁହରୁ କେତେକ ନିର୍ବାତିତ ଗଳ୍ପର ଅନୁବାଦ ଓ ସଂପାଦନା) ତୀରତରଙ୍ଗ,ଭୁବନେଶ୍ବର.
  • ଅଦ୍ଭୂତ ଗ୍ରହର କଥା ଓ ଅନ୍ୟାନ୍ୟ ଗଳ୍ପ (ଜାପାନ ଭାଷାରୁ ଓଡିଆକୁ ଅନୁବାଦ ଗଳ୍ପ ସଂକଳନ) ଆଦିତ୍ୟ ଭାରତ,କଟକ.
  • ବିଦେଶୀ ଗଳ୍ପ (ଇଂରାଜୀ,ଫ୍ରେଞ୍ଚ,ଚାଇନିଜ୍,ରୁଷ,ଇଟାଲି,ସ୍ପେନିସ୍,ଆମେରିକାନ୍,ଉର୍ଦ୍ଦୁ,ସୁଇଡିସ୍,ଜର୍ମାନୀ,ଇଟାଲିଆନ୍,ପୋଲିସ୍,ବୁଲଗାରିଆନ,ୟିଦ୍ଦିସ୍ ଇତ୍ୟାଦି ଭାଷାରୁ ଓଡିଆକୁ ଅନୁବାଦ ଗଳ୍ପ ସଂକଳନ) PEN IN BOOKS,ଭୁବନେଶ୍ବର.
  • ଲେଡି କରୁଣାକରନ୍ ଓ ଅନ୍ଯାନ୍ଯ ଗଳ୍ପ (ଦେଶ ଓ ବିଦେଶ ଭାଷାର ଅନୁବାଦ ଗଳ୍ପ ସଂକଳନ) ମା' ସାରଦା ପ୍ରକାଶନ,କଟକ.
  • ଦକ୍ଷିଣାବହ (ଦକ୍ଷିଣ ଭାରତୀୟ ଭାଷାର ଅନୁବାଦ ଗଳ୍ପ) ଜଗନ୍ନାଥ ରଥ,କଟକ.
  • ଅନ୍ୟ ବଗିଚାର ଫୁଲ (ଦେଶ ଓ ବିଦେଶ ଭାଷାର ଅନୁବାଦ ଗଳ୍ପ ସଂକଳନ) ପ୍ରାଚୀ ସାହିତ୍ୟ ପ୍ରତିଷ୍ଠାନ,କଟକ.
  • କୁଆ ଓ ଅନ୍ୟାନ୍ୟ ଗଳ୍ପ (ଦେଶ,ବିଦେଶ ଭାଷାର ଅନୁବାଦ ଗଳ୍ପ ସଂକଳନ) ଶାରଳା ବୁକ୍ ଷ୍ଟୋର୍,କଟକ.
  • ଚାସୋଙ୍କ ନିର୍ବାଚିତ ଗଳ୍ପ (ତେଲୁଗୁ ଭାଷାର ଗାଳ୍ପିକଙ୍କ ଗଳ୍ପସଂକନର ଓଡିଆ ଅନୁବାଦ) ସାହିତ୍ୟ ଅକାଦେମୀ,କୋଲକାତା.
  • ଦୁଇଟି ଆକାଶ ମଝିରେ (ତେଲୁଗୁ ଭାଷାର ସାହିତ୍ୟ ଅକାଦେମୀ ପୁରସ୍କାରପ୍ରାପ୍ତ ଲେଖକଙ୍କ ଉପନ୍ୟାସର ଅନୁବାଦ) ଜଗନ୍ନାଥ ରଥ,କଟକ.
  • ଜଳୁଥିବା ଫୁଲ ବଗିଚା (ତେଲୁଗୁ ଭାଷାର ଅକାଦେମୀ ପୁରସ୍କାରପ୍ରାପ୍ତ ଉପନ୍ୟାସର ଓଡିଆ ଅନୁବାଦ) ସାହିତ୍ୟ ଅକାଦେମୀ,କୋଲକାତା.
  • ଭାରତୀୟ ଭାଷାର ଅନୁବାଦ ଗଳ୍ପ (ବିଭିନ୍ନ ଭାରତୀୟ ଭାଷାର ଅନୁବାଦ ଗଳ୍ପ) ସାରଳା ବୁକ୍ ଷ୍ଟୋର୍,କଟକ.

ପ୍ରବନ୍ଧ

[ସମ୍ପାଦନା]
  • ଅନ୍ଵେଷାର ଅନେକ ପାହାଚ

କବିତାବଳୀ

[ସମ୍ପାଦନା]
  • ସ୍ମୃତିଶତକ
  • କବିତାର ବୟସ ନଥାଏ
  • ଭାଗ୍ୟରେଖା ମୋ ହାତରେ
  • ଗୀତା ତାରଙ୍ଗିଣୀ

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  • କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର - ୨୦୨୩ (ନେଲୁରୀ କେଶବ ସ୍ବାମୀଙ୍କ ଶ୍ରେଷ୍ଠ ଗଳ୍ପକୁ ତେଲୁଗୁରୁ ଓଡ଼ିଆକୁ ଅନୁବାଦ)
  • ଓଡିଶା ସାହିତ୍ଯ ଏକାଡେମୀ ବରିଷ୍ଠ ସାହିତ୍ୟିକ ସଂବର୍ଦ୍ଧନା ୨୦୧୬
  • ଶତଭିଷା ସାହିତ୍ଯ ସମ୍ମାନ
  • ଜ୍ୟୋତ୍ସ୍ନା ସାହିତ୍ୟ ସମ୍ମାନ
  • ଉପାନ୍ତରେ ସାହିତ୍ଯର ଅସ୍ମିତା ଆଲୋଚନା ଦ୍ବାରା ବିଶିଷ୍ଠ କବି ସମ୍ମାନ
  • ଗଞ୍ଜାମ ଜିଲ୍ଲା ପୁସ୍ତକ ମେଳା ସମିତି ସଂବର୍ଦ୍ଧନା
  • ମା ତାରା ତାରିଣୀ ସାହିତ୍ୟ ସଂସଦ ଓ କବି ନଟବର ସିଂହ ସାହିତ୍ଯ ସଂସଦ, ଗଞ୍ଜାମ ଦ୍ବାରା "ଖେମୁଣ୍ଡିରତ୍ନ" ଉପାଧି
  • ଜୟପୁର ମହାରାଜା ସାହିତ୍ଯ ସମ୍ରାଟ ରାଜଶ୍ରୀ ବିକ୍ରମ ଦେବ ବର୍ମା ସାରସ୍ଵତ ସମ୍ମାନ
  • ଗୁଣପୁର ସାହିତ୍ୟ ସଂଗଠନ ତରଫରୁ "ଭୂମିପୁତ୍ର" ଉପାଧି
  • ଆନ୍ଧ୍ର ପ୍ରଦେଶ ହାଇଦରାବାଦ I.I.M.T.ତରଫରୁ ଅନୁବାଦ ପୁରସ୍କାର
  • ରାୟଗଡା ତେଲୁଗୁ ଜିଲ୍ଲା ସମୀକ୍ଷା ତରଫରୁ "ଉଗାଦୀ ଓ୍ବେଡୁକାଲୁ" ସମ୍ମାନ
  • ମନ୍ତେଇ ମହୋତ୍ସବ ସମ୍ମାନ
  • ୭୭ତମ ବିଷୁବ ମିଳନ ଓ ପ୍ରଜାତନ୍ତ୍ର ପ୍ରଚାର ସମିତି ,କଟକ ତରଫରୁ "ଅନୁବାଦ ଭାରତୀ" ସମ୍ମାନ
  • ରାୟଗଡା ଲାୟନ୍ସ କ୍ଲବ୍ ତରଫରୁ ଆଦର୍ଶ ଶିକ୍ଷକ ସମ୍ମାନ
  • ରାୟଗଡା ତେଲୁଗୁ ଅନୁଷ୍ଠାନ "ରାୟଗଡା ରାଚାଇତୁଲା ସଂଘମ୍" (ରାରାସଂ)ତରଫରୁ ଅନୁବାଦ ପୁରସ୍କାର
  • ୭ମ ଓଡିଶା ରାଜ୍ୟ ପୁସ୍ତକ ମହୋତ୍ସବ ସମ୍ମାନ
  • ରାୟଗଡା ତେଲୁଗୁ ସାହିତ୍ୟ ଅନୁଷ୍ଠାନ "ସ୍ପନ୍ଦନା" ତରଫରୁ ବିଶିଷ୍ଟ ଅନୁବାଦକ ସଂବର୍ଦ୍ଧନା
  • ରାୟଗଡା ବରିଷ୍ଠ ନାଗରିକ ସଂଘ ତରଫରୁ "ଆଦର୍ଶ ଶିକ୍ଷକ ଓ ସାହିତ୍ୟିକ" ସଂବର୍ଦ୍ଧନା
  1. ↑ "Kavi-Anuvadak with N. Gopi, Eminent Telugu Poet and Bangali Nanda, Noted Odia Translator on 9/2/2021". Ministry of Culture, Government of India. 12 February 2021. Retrieved 12 March 2024.[permanent dead link]
  2. ↑ Mallick, Rakesh (11 March 2024). "ବିଶିଷ୍ଟ ସାହିତ୍ଯିକ ବଙ୍ଗାଳୀ ନନ୍ଦଙ୍କୁ କେନ୍ଦ୍ର ସାହିତ୍ଯ ଏକାଡେମୀ ପୁରସ୍କାର -". Nandighosha TV (ନନ୍ଦିଘୋଷ ଟିଭି). Retrieved 12 March 2024.
  3. ↑ ଶତପଥୀ, ସୁଭାଷ (17 March 2024). "ଅନୁବାଦ ମୋତେ ଅଶେଷ ତୃପ୍ତି ଦେଇଛି". www.prameyaepaper.com. Archived from the original on 2024-03-18. Retrieved 2024-03-18.
  4. ↑ Bureau, Sambad (12 March 2024). "ବଙ୍ଗାଳୀ ନନ୍ଦଙ୍କୁ କେନ୍ଦ୍ର ସାହିତ୍ୟ ଅକାଦେମି ଅନୁବାଦ ପୁରସ୍କାର". Sambad. Retrieved 12 March 2024.

ବାହାର ଲିଙ୍କ୍

[ସମ୍ପାଦନା]