ହସ ଲୁହ ଭରା ଦୁନିଆ
ହସ ଲୁହ ଭରା ଦୁନିଆ | |
---|---|
ନିର୍ଦ୍ଦେଶକ | ପ୍ରଣବ ଦାସ |
ପ୍ରଯୋଜକ | କାଳିନ୍ଦୀ ତ୍ରିପାଠୀ |
ସଂଳାପ | ଶୀର୍ଷାନନ୍ଦ ଦାସ କାନୁନ୍ଗୋ |
ଚିତ୍ରନାଟ୍ୟ | ପ୍ରଣବ ଦାସ |
କାହାଣୀ | ପ୍ରଣବ ଦାସ |
କଳାକାର | ଉତ୍ତମ ମହାନ୍ତି ଅପରାଜିତା ମହାନ୍ତି ମିହିର ଦାସ ହର ପଟ୍ଟନାୟକ ରାଇମୋହନ ପରିଡ଼ା |
ସଙ୍ଗୀତ | ଅକ୍ଷୟ ମହାନ୍ତି |
ଚିତ୍ରଗ୍ରହଣ | ଅସୀତ ପାଢ଼ୀ |
ସମ୍ପାଦକ | ବିବେକାନନ୍ଦ ଶତପଥୀ |
ମୁକ୍ତିଲାଭ ତାରିଖ | ୧୬ ମାର୍ଚ୍ଚ ୧୯୯୦[୧] |
ଦେଶ | ଭାରତ |
ଭାଷା | ଓଡ଼ିଆ |
ହସ ଲୁହ ଭରା ଦୁନିଆ, ୧୯୯୦ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୨][୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ କାଳିନ୍ଦୀ ତ୍ରିପାଠୀ ।[୨] ଶୀର୍ଷନନ୍ଦ ଦାସ କାନୁନ୍ଗୋ ଏହି କଥାଚିତ୍ରଟି ସଂଳାପ ରଚନା କରିଥିଲେ ।[୨] ପ୍ରଣବ ଦାସ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧][୨][୩]
ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ମିହିର ଦାସ, ହର ପଟ୍ଟନାୟକ, ରାଇମୋହନ ପରିଡ଼ା, ନରେନ୍ଦ୍ର ବେହେରା, ଦେବୁ ବ୍ରହ୍ମା, ଜୟୀରାମ ସାମଲ, ପ୍ରତିଭା ସାହୁ, ଅରୁଣ ଦାସ, କାଳନ୍ଦୀ ତ୍ରିପାଠୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୧][୨]
ଅଭିନୟ
[ସମ୍ପାଦନା]- ଉତ୍ତମ ମହାନ୍ତି
- ଅପରାଜିତା ମହାନ୍ତି
- ମିହିର ଦାସ[୪]
- ହର ପଟ୍ଟନାୟକ
- ରାଇମୋହନ ପରିଡ଼ା
- ନରେନ୍ଦ୍ର ବେହେରା
- ଦେବୁ ବ୍ରହ୍ମା
- ଜୟୀରାମ ସାମଲ
- ପ୍ରତିଭା ସାହୁ
- କାଳିନ୍ଦୀ ତ୍ରିପାଠୀ
- ବିଜୟ ମହାନ୍ତି[୩]
କାହାଣୀ
[ସମ୍ପାଦନା]ଏହି କଥାଚିତ୍ରଟିର କାହାଣୀ ପାଞ୍ଚଜଣ ଅନାଥ ଯୁବକଙ୍କ ଉପରେ ପର୍ଯ୍ୟବସିତ । ଏହି ପାଞ୍ଚଜଣ ଯୁବକ ଗୋଟିଏ ଅନାଥାଶ୍ରମରେ ବଡ଼ ହୋଇଥିଲେ ଏବଂ ବଡ଼ ହେବା ପରେ ନିଜେ ନିଜର ରୋଜଗାର ଖୋଜି ଜୀଇଁବାର ବାଟ ଖୋଜୁଥିଲେ । ଏହି ସମୟରେ ସେମାନଙ୍କର ସାହାଯ୍ୟ ଲୋଡ଼େ ଆଶା ନାମକ ଝିଅଟିଏ ।
ଜଣେ ଖଳ ପ୍ରକୃତିର ଲୋକ ଆଶାକୁ ହତ୍ୟା କରି ତା'ର ସମସ୍ତ ଧନସମ୍ପତ୍ତିକୁ ହାତେଇବାର ପ୍ରଚେଷ୍ଟା କରୁଥାଏ । ତେଣୁ ଆଶାକୁ ସାହାଯ୍ୟର ହାତ ବଢ଼ାନ୍ତି ଏହି ପାଞ୍ଚ ଯୁବକ । ଶେଷରେ ସେମାନେ ସେମାନଙ୍କର ଜୀବନକୁ ଉତ୍ସର୍ଗ କରିଦିଅନ୍ତି ସେ ସମ୍ପତ୍ତିକୁ ବଞ୍ଚାଇବାକୁ ।[୨]
ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅକ୍ଷୟ ମହାନ୍ତି ।[୨] ଦେବଦାସ ଛୋଟରାୟ, ଶୀର୍ଷାନନ୍ଦ ଦାସ କାନୁନ୍ଗୋ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ "ହସ ଲୁହ ଭରା ଦୁନିଆ". www.cinecritics.in (in ଇଂରାଜୀ). Retrieved 21 July 2018.[permanent dead link]
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "ହସ ଲୁହ ଭରା ଦୁନିଆ" (PDF). ନିତିଦିନ. Archived from the original on 21 July 2018. Retrieved 21 July 2018.
- ↑ ୩.୦ ୩.୧ ଦାସ, ପ୍ରଣବ (8 April 2018). "ଷ୍ଟାଇଲ ମାଷ୍ଟର ବିଜୟ" (PDF). ନିତିଦିନ. Retrieved 30 August 2018.[permanent dead link]
- ↑ "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ହସ ଲୁହ ଭରା ଦୁନିଆ