ସାବିତ୍ରୀ (୧୯୯୫ର ଚଳଚ୍ଚିତ୍ର)
ଦେଖଣା
ସାବିତ୍ରୀ | |
---|---|
ନିର୍ଦ୍ଦେଶକ | ଜିତେନ୍ଦ୍ର ମହାପାତ୍ର |
ପ୍ରଯୋଜକ | ବାସୁଦେବ ତ୍ରିପାଠୀ |
ସଂଳାପ | ନିଜାମ |
ଚିତ୍ରନାଟ୍ୟ | ଜିତେନ୍ଦ୍ର ମହାପାତ୍ର |
କାହାଣୀ | ବାସୁଦେବ ତ୍ରିପାଠୀ |
କଳାକାର | ଶ୍ରୀତମ ଦାସ ମିହିର ଦାସ ବିଜୟ ମହାନ୍ତି ରୁନୁ ପରିଜା ଅନିସା ଦାସ |
ଚିତ୍ରଗ୍ରହଣ | ଶାମ୍ବା ଶିବା ରାଓ |
ସମ୍ପାଦକ | ଦେବେନ ମିଶ୍ର[୧][୨] |
ମୁକ୍ତିଲାଭ ତାରିଖ | ୧୯୯୫ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ସାବିତ୍ରୀ ୧୯୯୫ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ବାସୁଦେବ ତ୍ରିପାଠୀ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଓ କାହାଣୀ ରଚନା କରିଥିଲେ ।[୩] ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ନିଜମ । ନିର୍ଦ୍ଦେଶକ ଜିତେନ୍ଦ୍ର ମହାପାତ୍ର ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।
ଶ୍ରୀତମ ଦାସ ଏହି କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ ।[୩] ମିହିର ଦାସ, ବିଜୟ ମହାନ୍ତି, ରୁନୁ ପରିଜା, ଅନିସା ଦାସ, ଅରବିନ୍ଦ, ଅଞ୍ଜନା ମମତାଜ, ରମେଶ ପାଳ, ହର ପଟ୍ଟନାୟକ, ସୌମେନ ପୂଜାରୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
[ସମ୍ପାଦନା]- ଶ୍ରୀତମ ଦାସ[୪]
- ମିହିର ଦାସ
- ବିଜୟ ମହାନ୍ତି
- ରୁନୁ ପରିଜା
- ଅନିସା ଦାସ
- ଅରବିନ୍ଦ
- ଅଞ୍ଜନା ମମତାଜ
- ରମେଶ ପାଳ
- ହର ପଟ୍ଟନାୟକ
- ସୌମେନ ପୂଜାରୀ
ଗୀତ ଓ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଶିବୁ ଜେନା । ଗୀତିକାର ନିଜାମ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|---|---|
1. | "ବନ୍ଧୁ ବାନ୍ଧବ କିଛି ବାଟକୁ" | |
2. | "ଆସିଛି ଦୁଆରେ ତୋ'ର" | |
3. | "ଚେହେରା ତା'ର ଗୁଲୁଗୁଲିଆ" | |
4. | "ରିମ୍ଝିମ୍ ଶ୍ରାବଣ" | |
5. | "ମାନ ଅଭିମାନ ପ୍ରେମ" |
ଆଧାର
[ସମ୍ପାଦନା]- ↑ "ଖ୍ୟାତନାମା ଚଳଚ୍ଚିତ୍ର ସମ୍ପାଦକ ଦେବେନ ମିଶ୍ରଙ୍କ ପରଲୋକ | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 16 August 2020. Archived from the original on 3 July 2022. Retrieved 16 August 2020.
- ↑ "ଫିଲ୍ମ ଏଡିଟର ଦେବେନ ମିଶ୍ରଙ୍କ ପରଲୋକ". Odisha Reporter. ଭୁବନେଶ୍ୱର. 16 August 2020. Archived from the original on 3 July 2022. Retrieved 9 September 2020.
- ↑ ୩.୦ ୩.୧ "ଶ୍ରୀତମଙ୍କ ଖୁସି". ଧରିତ୍ରୀ ଛୁଟିଦିନ. 3 July 2022. p. ୮. Archived from the original on 3 July 2022. Retrieved 3 July 2022.
- ↑ "ହାସ୍ୟରସ ପରିବେଷଣ କରିବେ ଶ୍ରୀତମ୍ ଦାସ , ଜାଣନ୍ତୁ କିପରି". sambad.in. 17 May 2018. Retrieved 6 June 2018.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ସାବିତ୍ରୀ