ସାବିତ୍ରୀ (୧୯୯୫ର ଚଳଚ୍ଚିତ୍ର)

ଉଇକିପିଡ଼ିଆ‌ରୁ
ସାବିତ୍ରୀ
ନିର୍ଦ୍ଦେଶକଜିତେନ୍ଦ୍ର ମହାପାତ୍ର
ପ୍ରଯୋଜକବାସୁଦେବ ତ୍ରିପାଠୀ
ସଂଳାପନିଜାମ
ଚିତ୍ରନାଟ୍ୟଜିତେନ୍ଦ୍ର ମହାପାତ୍ର
କାହାଣୀବାସୁଦେବ ତ୍ରିପାଠୀ
କଳାକାରଶ୍ରୀତମ ଦାସ
ମିହିର ଦାସ
ବିଜୟ ମହାନ୍ତି
ରୁନୁ ପରିଜା
ଅନିସା ଦାସ
ଚିତ୍ରଗ୍ରହଣଶାମ୍ବା ଶିବା ରାଓ
ସମ୍ପାଦକଦେବେନ ମିଶ୍ର[୧][୨]
ମୁକ୍ତିଲାଭ ତାରିଖ
୧୯୯୫
ଦେଶ ଭାରତ
ଭାଷାଓଡ଼ିଆ

ସାବିତ୍ରୀ ୧୯୯୫ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ବାସୁଦେବ ତ୍ରିପାଠୀ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଓ କାହାଣୀ ରଚନା କରିଥିଲେ ।[୩] ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ନିଜମ । ନିର୍ଦ୍ଦେଶକ ଜିତେନ୍ଦ୍ର ମହାପାତ୍ର ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।

ଶ୍ରୀତମ ଦାସ ଏହି କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ ।[୩] ମିହିର ଦାସ, ବିଜୟ ମହାନ୍ତି, ରୁନୁ ପରିଜା, ଅନିସା ଦାସ, ଅରବିନ୍ଦ, ଅଞ୍ଜନା ମମତାଜ, ରମେଶ ପାଳ, ହର ପଟ୍ଟନାୟକ, ସୌମେନ ପୂଜାରୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

ଗୀତ ଓ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଶିବୁ ଜେନା । ଗୀତିକାର ନିଜାମ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ବନ୍ଧୁ ବାନ୍ଧବ କିଛି ବାଟକୁ" 
2."ଆସିଛି ଦୁଆରେ ତୋ'ର" 
3."ଚେହେରା ତା'ର ଗୁଲୁଗୁଲିଆ" 
4."ରିମ୍‌ଝିମ୍ ଶ୍ରାବଣ" 
5."ମାନ ଅଭିମାନ ପ୍ରେମ" 

ଆଧାର[ସମ୍ପାଦନା]

  1. "ଖ୍ୟାତନାମା ଚଳଚ୍ଚିତ୍ର ସମ୍ପାଦକ ଦେବେନ ମିଶ୍ରଙ୍କ ପରଲୋକ | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 16 August 2020. Archived from the original on 3 July 2022. Retrieved 16 August 2020.
  2. "ଫିଲ୍ମ ଏଡିଟର ଦେବେନ ମିଶ୍ରଙ୍କ ପରଲୋକ". Odisha Reporter. ଭୁବନେଶ୍ୱର. 16 August 2020. Archived from the original on 3 July 2022. Retrieved 9 September 2020.
  3. ୩.୦ ୩.୧ "ଶ୍ରୀତମଙ୍କ ଖୁସି". ଧରିତ୍ରୀ ଛୁଟିଦିନ. 3 July 2022. p. ୮. Archived from the original on 3 July 2022. Retrieved 3 July 2022.
  4. "ହାସ୍ୟରସ ପରିବେଷଣ କରିବେ ଶ୍ରୀତମ୍‌ ଦାସ , ଜାଣନ୍ତୁ କିପରି". sambad.in. 17 May 2018. Retrieved 6 June 2018.

ବାହାର ଆଧାର[ସମ୍ପାଦନା]