ପୁରୁଣା ଓଡ଼ିଆ ଖବରକାଗଜ ଓ ପତ୍ରପତ୍ରିକା ତାଲିକା

ଉଇକିପିଡ଼ିଆ ରୁ
Jump to navigation Jump to search

୧୮୪୯-୧୮୮୦[ସମ୍ପାଦନା]

  • ୧୮୪୯: ଜ୍ଞାନାରୁଣ
  • ୧୮୬୫ ଜୁଲାଇ ପହିଲା ଦିନ ସାପ୍ତାହିକୀ “ଉତ୍କଳ ଦୀପିକା” ଆତ୍ମପ୍ରକାଶ କରିଥିଲା୤
  • ୧୮୬୮: ଅରୁଣୋଦୟ
  • ୧୮୬୮: ଫକୀରମୋହନ ସେନାପତିଙ୍କ ପୃଷ୍ଠପୋଷକତାରେ ବାଲେଶ୍ୱରରୁ “ସମ୍ବାଦ ବାହିକା”
  • ୧୮୭୩: କଟକରୁ ବିଦେଶୀ
  • ୧୮୭୩: ଅପ୍ରେଲ ମାସ ୧୬ତାରିଖଦିନ, ପ୍ୟାରୀମୋହନ ଆଚାର୍ଯ୍ୟଙ୍କ ସମ୍ପାଦନାରେ କଟକରୁ ଉତ୍କଳପୁତ୍ର ପାକ୍ଷିକ (ପରେ ସାପ୍ତାହିକ) ସମ୍ବାଦପତ୍ର
  • ୧୮୭୩: ଜାନୁଆରୀରେ ରାଜା ବୈକୁଣ୍ଠନାଥ ଦେଙ୍କଦ୍ୱାରା ପ୍ରଥମ ସାହିତ୍ୟ ପତ୍ରିକା ଉତ୍କଳ ଦର୍ପଣର ପ୍ରକାଶ, ୧୮୭୫ ଜାନୁଆରୀରୁ ଏହା ପାକ୍ଷିକ ଭାବେ ଓ ୧୮୭୭ ମସିହା ମାର୍ଚ୍ଚମାସରୁ ସାପ୍ତାହିକ ଭାବେ ପ୍ରକାଶ
  • ୧୮୭୬: ବ୍ରହ୍ମପୁରରୁ ଉଇଲିୟମ ମହାନ୍ତିଙ୍କ ସମ୍ପାଦନାରେ ସ୍ୱଦେଶୀ ସାପ୍ତାହିକର ପ୍ରକାଶନ ଆରମ୍ଭ
  • ୧୮୭୭: ବ୍ରହ୍ମପୁରରୁ ବାର୍ତ୍ତାଲହରୀ
  • ୧୮୭୮: କଟକରୁ ଉତ୍କଳ ମଧୁପ
  • ୧୮୭୯: ବାରିପଦାରୁ ମୟୂରଭଞ୍ଜ

୧୮୮୦-୧୯୦୦[ସମ୍ପାଦନା]

  • ୧୮୮୨: ବାଲେଶ୍ୱରରୁ ପ୍ରଜାବନ୍ଧୁ
  • ୧୮୮୩: ବାଲେଶ୍ୱରରୁ ଧୂମକେତୁ
  • ୧୮୮୬: କଟକରୁ ଶିକ୍ଷାବନ୍ଧୁ
  • ୧୮୮୬: ଭୂପତିନାଥ ବସୁଙ୍କ ସମ୍ପାଦନାରେ କଟକରୁ ନବସମ୍ବାଦର ପ୍ରକାଶନ ଆରମ୍ଭ
  • ୧୮୮୯: କଟକରୁ ଦୀପକ
  • ୧୮୮୯: ମଇ ୩୦ ତାରିଖ ଦିନ ସାର୍ ସୁମକଦେବଙ୍କ ପୃଷ୍ଠପୋଷକତାରେ ଦେବଗଡ଼ରୁ ସାପ୍ତାହିକ “ସମ୍ବଲପୁର ହିତୈଷିଣୀ”
  • ୧୮୯୨: କଟକରୁ ଆଶା
  • ୧୮୯୩: କଟକରୁ ଇନ୍ଦ୍ରଧନୁ
  • ୧୮୯୩: ବାମଣ୍ଡାରୁ ବିଜୁଳି
  • ୧୮୯୬: ତାଳଚେରରୁ ଉତ୍କଳବନ୍ଧୁ
  • ୧୮୯୬: ପ୍ରବୋଧ ଚନ୍ଦ୍ରିକା
  • ୧୮୯୭: ଜାନୁଆରୀ ମାସରୁ ବାଗ୍ମୀ ବିଶ୍ୱନାଥ କରଙ୍କ ସମ୍ପାଦନାରେ ଉତ୍କଳ ସାହିତ୍ୟର ପ୍ରକାଶନ ଆରମ୍ଭ ୤

୧୯୦୦-୧୯୫୦[ସମ୍ପାଦନା]

  • ୧୯୦୦: ବାମଣ୍ଡାରୁ ଆଲୋଚନା
  • ୧୯୦୬: ଅପ୍ରେଲ ମାସରେ ବ୍ରଜ ସୁନ୍ଦର ଦାସଙ୍କ ସମ୍ପାଦନାରେ ମୁକୁରର ପ୍ରକାଶନ ଆରମ୍ଭ
  • ୧୯୧୫: ମାର୍ଚ୍ଚ ମାସରୁ ଗୋପବନ୍ଧୁ ଦାସଙ୍କ ସମ୍ପାଦନାରେ ସତ୍ୟବାଦୀର ପ୍ରକାଶନ ଆରମ୍ଭ (୧୯୨୧ ପର୍ଯ୍ୟନ୍ତ)
  • ୧୯୧୯: ଅକ୍ଟୋବର ୪ତାରିଖ ବିଜୟାଦଶମୀ ଦିନ ଗୋପବନ୍ଧୁ ଦାସ ପଇସିକିଆ “ସାପ୍ତାହିକୀ ସମାଜ” ପ୍ରକାଶନ ଆରମ୍ଭ କରିଥିଲେ ୤

ଆଧାର[ସମ୍ପାଦନା]