ପରିଣାମ
ପରିଣାମ | |
---|---|
ନିର୍ଦ୍ଦେଶକ | ବିଶ୍ୱନାଥ ନାୟକ |
ପ୍ରଯୋଜକ | କୃଷ୍ଣଚନ୍ଦ୍ର ତ୍ରିପାଠୀ |
କଳାକାର | ଶରତ ପୂଜାରୀ, ଗୀତିସୁଧା, କାର୍ତ୍ତିକ ଘୋଷ, ପ୍ରମୋଦ ପାଣିଗ୍ରାହୀ |
ମୁକ୍ତିଲାଭ ତାରିଖ | ୩ ନଭେମ୍ବର ୧୯୬୦ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଖର୍ଚ୍ଚ | ୯୫ ହଜାର |
ପରିଣାମ ୧୯୬୦ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ କୃଷ୍ଣଚନ୍ଦ୍ର ତ୍ରିପାଠୀ ।[୧] ନିର୍ଦ୍ଦେଶକ ବିଶ୍ୱନାଥ ନାୟକ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ଭୁବନେଶ୍ୱର ମିଶ୍ର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ପ୍ରମୋଦ ପାଣିଗ୍ରାହୀ, ଗୀତିସୁଧା, ଶରତ ପୂଜାରୀ, କାର୍ତ୍ତିକ ଘୋଷ, ଧୀର ବିଶ୍ୱାଳ, ମଣିଆ, ଦୁଃଖୀରାମ ସ୍ୱାଇଁ, ତୁଷାର ଆଦି କଲାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଅଭିନେତ୍ରୀ ସୁଧାରାଣୀ ଜେନା (ଗୀତିସୁଧା) ଏହି କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ ।[୨]
ଅଭିନୟ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇର୍ଥିଲେ ଭୁବନେଶ୍ୱର ମିଶ୍ର । ସିପ୍ରା ବୋଷ, ନିର୍ମଳା ମିଶ୍ର, ଅକ୍ଷୟ ମହାନ୍ତି, ସନ୍ଧ୍ୟା ମୁଖାର୍ଜୀ[୫] ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | ଗାୟକ | ସମୟ |
---|---|---|---|
1. | "ରାଧିକା ମୋହନ ପାଦତଳେ ନିଅ ଡାକି" | ସନ୍ଧ୍ୟା ମୁଖାର୍ଜୀ | |
2. | "ସୁନାର ଦୁନିଆ" | ଅକ୍ଷୟ ମହାନ୍ତି |
ମୁକ୍ତିଲାଭ
[ସମ୍ପାଦନା]ଏହି କଥାଚିତ୍ରଟି ୧୯୬୦ ମସିହାର ନଭେମ୍ବର ୩ ତାରିଖରେ କଟକର କ୍ୟାପିଟାଲ୍, ପୁରୀର ଶ୍ରୀକୃଷ୍ଣ ଓ ଆସ୍କାର ଉତ୍କଳ ଟିକଜ୍ରେ ମୁକ୍ତିଲାଭ କରିଥିଲା ।[୬] ଏହି କଥାଚିତ୍ରର ସବୁ ପ୍ରିଣ୍ଟ ୧୯୬୯ ମସିହାରେ ନଷ୍ଟ ହୋଇଯାଇଥିଲା । ଫିଲ୍ମ ଜର୍ଣ୍ଣଲିଷ୍ଟ ଫୋରମଦ୍ୱାରା ଏହାର କପି ଆସ୍କାରୁ ଉଦ୍ଧାର କରାଯାଇ, ଡିଜିଟାଇଜ୍ କରାଯିବ ସହିତ ୬ ନଭେମ୍ବର ୨୦୨୩ରେ ଏହାକୁ ଭୁବନେଶ୍ୱରଠାରେ ପୁନଃପ୍ରଦର୍ଶନ କରାଯାଇଥିଲା ।[୭]
ଆଧାର
[ସମ୍ପାଦନା]- ↑ "Veteran Odia Actor Sudharani Jena Dies". odishabytes (in English). Bhubaneswar. 23 August 2023. Archived from the original on 23 August 2023. Retrieved 23 August 2023.
{{cite news}}
: CS1 maint: unrecognized language (link) - ↑ "ଆରପାରିରେ ଷାଠିଏ ଦଶକର ନାୟିକା ଡକ୍ଟର ସୁଧାରାଣୀ ଜେନା". Odisha Sambad. ଭୁବନେଶ୍ୱର. 23 August 2023. Archived from the original on 24 August 2023. Retrieved 24 August 2023.
- ↑ "Pramod Panigrahi passes away". OdishaSunTimes.com. Retrieved 7 January 2016.
- ↑ "ଆଜି ଜନ୍ମଦିନ". ସମ୍ବାଦ ୨୦/୦୬/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨. Archived from the original on 25 June 2017. Retrieved 20 June 2017.
- ↑ "ମନ ଛୁଇଁଗଲା ଫୁଲ ରସିଆ". ପ୍ରମେୟ. ୧୬ ଫେବୃଆରୀ ୨୦୨୨. p. ୫. Archived from the original on ୧୬ ଫେବୃଆରୀ ୨୦୨୨. Retrieved 16 February 2022.
{{cite web}}
: Check date values in:|date=
and|archivedate=
(help) - ↑ "୫୩ ବର୍ଷ ପରେ ପରିଣାମ". ସମ୍ବାଦ. No. ଭୁବନେଶ୍ୱର. ଭୁବନେଶ୍ୱର. 7 November 2023. p. ୧୫. Archived from the original on 7 November 2023. Retrieved 7 November 2023.
- ↑ "ଆସନ୍ତୁ ! ଆଜି ଏକାଠି 'ପରିଣାମ' ଦେଖିବା". ପ୍ରମେୟ. No. ଭୁବନେଶ୍ୱର. ଭୁବନେଶ୍ୱର. 7 November 2023. p. ୧୭. Archived from the original on 7 November 2023. Retrieved 7 November 2023.
ଅଧିକ ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ପରିଣାମ