ସୁଧାରାଣୀ ଜେନା
ସୁଧାରାଣୀ ଜେନା | |
---|---|
ଜନ୍ମ | ୬ ଫେବୃଆରୀ ୧୯୪୨ |
ମୃତ୍ୟୁ | ୨୨ ଅଗଷ୍ଟ ୨୦୨୩ | (ବୟସ ୮୧)
ବୃତ୍ତି | (ଓଡ଼ିଆ) ଅଭିନେତ୍ରୀ |
ସକ୍ରିୟ ବର୍ଷ | ୧୯୬୧–୧୯୯୪ |
ସୁଧାରାଣୀ ଜେନା (୬ ଫେବୃଆରୀ ୧୯୪୨ – ୨୨ ଅଗଷ୍ଟ ୨୦୨୩) ଜଣେ ଓଡ଼ିଆ ଅଭିନେତ୍ରୀ ଥିଲେ । ୧୯୬୧ ମସିହାରେ ଓଡ଼ିଆ କଥାଚିତ୍ର ପରିଣାମ ଜରିଆରେ ସେ ଅଭିନୟ କରିବା ଆରମ୍ଭ କରିଥିଲେ ଏବଂ ୧୯୭୬ ମସିହାରୁ ୧୯୯୪ ଯାଏଁ କଥାଚିତ୍ର ଜଗତରେ ସକ୍ରିୟ ଥିଲେ ।
ଜନ୍ମ, ପରିବା ଓ ଶିକ୍ଷା
[ସମ୍ପାଦନା]୧୯୪୨ ମସିହାର ଫେବୃଆରୀ ୬ ତାରିଖରେ ସେ ଜନ୍ମଗ୍ରହଣ କରିଥିଲେ । ବୃତ୍ତିଗତ ପେଶାରେ ସେ ଜଣେ ସ୍ତ୍ରୀ ଓ ପ୍ରସୁତି ବିଭାଗର ଡାକ୍ତର ଥିଲେ ।[୧]
ଅଭିନୟ ଜୀବନ
[ସମ୍ପାଦନା]୧୯୬୧ ମସିହାରେ ସେ ଓଡ଼ିଆ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲା । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ପରିଣାମ ।[୨] ଏହି କଥାଚିତ୍ରଟିର ତାଙ୍କ ନିଜ ନାମ ପରିବର୍ତ୍ତେ ତାଙ୍କୁ ଗୀତିସୁଧା ନାମରେ ନାମିତ କରାଯାଇଥିଲା ।[୩] ଏହା ପରେ ଅଭିନୟ ଜଗତରୁ ଦୂରେଇ ଯାଇଥିଲେ ଏବଂ ପୁଣି ଥରେ ୧୯୭୬ ମସିହାରେ ପ୍ରଥମ ରଙ୍ଗୀନ ଓଡ଼ିଆ କଥାଚିତ୍ର ଗପ ହେଲେବି ସତ ଜରିଆରେ ଅଭିନୟ ଜଗତକୁ ଫେରିଥିଲେ ।[୪] ସେ ରାମ ବଳରାମ, କାବେରୀ, ଝିଅଟି ସୀତା ପରି, ଶଙ୍ଖ ମହୁରୀ, ଟୋପାଏ ସିନ୍ଦୂର ଦି ପଟ ଶଙ୍ଖା, ଭାଗ୍ୟ ହାତେ ଡୋରି, ଗଢ଼ି ଜାଣିଲେ ଘର ସୁନ୍ଦର ଆଦି କଥାଚିତ୍ରରେ ଅଭିନୟ କରିଥିଲେ ।[୫][୬]
ମେଡିକାଲ କଲଜରେ ପଢ଼ିବା ସମୟରେ ସେ ଚାରି ବର୍ଷ ଧରି ନାଟକରରେ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ମିହିର ମୁଖାର୍ଜୀ ସ୍ମୃତି ପୁରସ୍କାର ପାଇଥିଲେ ।[୭]
ଅଭିନୀତ କଥାଚିତ୍ର
[ସମ୍ପାଦନା]ମସିହା | କଥାଚିତ୍ର | ଭୂମିକା | ମନ୍ତବ୍ୟ |
---|---|---|---|
୧୯୬୧ | ପରିଣାମ | ପ୍ରଥମ ଓଡ଼ିଆ କଥାଚିତ୍ର | |
୧୯୭୬ | ଗପ ହେଲେବି ସତ | ||
୧୯୭୮ | ଶଙ୍ଖ ମହୁରୀ | ||
ଜନ୍ମଦାତା | |||
୧୯୮୦ | ରାମ ବଳରାମ | ||
୧୯୮୩ | କାବେରୀ | ||
ଝିଅଟି ସୀତା ପରି | |||
ଦେଖ ଖବର ରଖ ନଜର | ଜୟନ୍ତର ମାଆ | ||
୧୯୮୭ | ଜୟଦେବ | ||
୧୯୮୯ | ଟୋପାଏ ସିନ୍ଦୂର ଦି ପଟ ଶଙ୍ଖା | ||
୧୯୯୩ | ଭାଗ୍ୟ ହାତେ ଡୋରି | ଅଳକା | |
୧୯୯୪ | ଗଢ଼ି ଜାଣିଲେ ଘର ସୁନ୍ଦର | ରଙ୍ଗ |
ମୃତ୍ୟୁ
[ସମ୍ପାଦନା]ସୁଧାରାଣୀ ୨୦୨୩ ମସିହାର ଅଗଷ୍ଟ ୨୨ ତାରିଖରେ ମୃତ୍ୟୁବରଣ କରିଥିଲେ ।[୨] ମୃତ୍ୟୁବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା ।
ଆଧାର
[ସମ୍ପାଦନା]- ↑ "Renowned Odia Actress Sudharani Jena Passes Away | Odisha". OMMCOM NEWS (in English). Bhubaneswar. 23 August 2023. Archived from the original on 23 August 2023. Retrieved 23 August 2023.
{{cite news}}
: CS1 maint: unrecognized language (link) - ↑ ୨.୦ ୨.୧ "Veteran Odia Actor Sudharani Jena Dies". odishabytes (in English). Bhubaneswar. 23 August 2023. Archived from the original on 23 August 2023. Retrieved 23 August 2023.
{{cite news}}
: CS1 maint: unrecognized language (link) - ↑ "ଆରପାରିରେ ଷାଠିଏ ଦଶକର ନାୟିକା ଡକ୍ଟର ସୁଧାରାଣୀ ଜେନା". Odisha Sambad. ଭୁବନେଶ୍ୱର. 23 August 2023. Archived from the original on 24 August 2023. Retrieved 24 August 2023.
- ↑ "ଅଭିନେତ୍ରୀ ଡା. ସୁଧାରାଣୀ ଜେନାଙ୍କ ପରଲୋକ, ୭୦ ଦଶକରେ ଅନେକ ଚଳଚ୍ଚିତ୍ରରେ କରିଥିଲେ ଅଭିନୟ". PRAMEYA. ଭୁବନେଶ୍ୱର. 24 August 2023. Archived from the original on 24 August 2023. Retrieved 24 August 2023.
- ↑ "Veteran odia actor Sudharani Jena passes away". Prameya News (in English). Bhubaneswar. 24 August 2023. Archived from the original on 24 August 2023. Retrieved 24 August 2023.
{{cite news}}
: CS1 maint: unrecognized language (link) - ↑ Jagat, Gulabi (2023-08-23). "अनुभवी ओडिया अभिनेता सुधारानी जेना का निधन". jantaserishta.com (in ହିନ୍ଦୀ). Archived from the original on 2023-08-24. Retrieved 2023-08-24.
- ↑ "ଅଭିନେତ୍ରୀ ଡା. ସୁଧାରାଣୀ ଜେନାଙ୍କ ପରଲୋକ". ପ୍ରମେୟ. No. ଭୁବନେଶ୍ୱର. ଭୁବନେଶ୍ୱର. 24 August 2023. Archived from the original on 24 August 2023. Retrieved 24 August 2023.
ଅଧିକ ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ସୁଧାରାଣୀ ଜେନା