ନୀଳମଣି ମିଶ୍ର

ଉଇକିପିଡ଼ିଆ‌ରୁ
ନୀଳମଣି ମିଶ୍ର
ଜନ୍ମ୧୯୨୯
ମୃତ୍ୟୁ୧୯୯୭
ଜାତୀୟତାଭାରତୀୟ
ଜାତୀୟତାଭାରତୀୟ
ବୃତ୍ତିଲେଖକ
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ସମ୍ମାନ, ୧୯୯୧

ନୀଳମଣି ମିଶ୍ର (୧୯୨୯ - ୧୯୯୭)[୧] ଜଣେ ଓଡ଼ିଆ ଲେଖକ ଓ ସଂଗ୍ରହ ତତ୍ତ୍ୱାବଧାୟକ ଥିଲେ । ସେ ଓଡ଼ିଆ ଭାଷାରେ ବିଭିନ୍ନ ପୁସ୍ତକ ରଚନା କରିବା ସହିତ କିଛି ପୁସ୍ତକ ଅନୁବାଦ କରିଥିଲେ । ସେ ଅମୃତଲାଲ ନାଗରଙ୍କ ରଚିତ ଉପନ୍ୟାସ 'ନାଚ୍ୟୋ ବହୁତ୍ ଗୋପାଲ୍'କୁ କେତେ ନାଚିବ ଗୋପାଳ ଭାବରେ ଓଡ଼ିଆରେ ଅନୁବାଦ କରିଥିଲେ, ଯାହା ପାଇଁ ତାଙ୍କୁ ୧୯୯୧ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ (ଅନୁବାଦ) ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।

ସେ ପ୍ରବନ୍ଧ, ଉପନ୍ୟାସ, କବିତା ଓ ଜୀବନୀ ଆଦିକୁ ନେଇ ପୁସ୍ତକମାନ ରଚନା କରିଥିଲେ ।[୨] ୧୯୭୨ ମସିହାରେ ଭୁବନେଶ୍ୱରରୁ ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ଓଡ଼ିଆ ପୋଇ ସାହିତ୍ୟ ନାମକ ତାଙ୍କର ଏକ ପୁସ୍ତକ ପ୍ରକାଶ ପାଇଥିଲା, ଯାହାକି ୧୫୬ ପୃଷ୍ଠା ବିଶିଷ୍ଟ ଥିଲା ।[୩] କଟକଗ୍ରନ୍ଥମନ୍ଦିର ପ୍ରକାଶନ ସଂସ୍ଥାଦ୍ୱାରା ୧୯୭୬ ମସିହାରେ ତାଙ୍କ ରଚିତ ଭକ୍ତ ସାଲବେଗ ନାମକ ଏକ ଜୀବନୀ ପୁସ୍ତକର ପ୍ରକାଶ ପାଇଥିଲା ।[୪]

ରଚନାବଳୀ[ସମ୍ପାଦନା]

  • ଓଡ଼ିଆ ରାମ ସାହିତ୍ୟ - ୧୯୫୮ (ପ୍ରବନ୍ଧ ପୁସ୍ତକ)
  • ଓଡ଼ିଶାର ସଂସ୍କୃତ ଲେଖା ଓ ଲେଖକ - ୧୯୬୨ (ପ୍ରବନ୍ଧ ପୁସ୍ତକ)
  • ଭକ୍ତକବି ସାଲବେଗ: ଜୀବନୀ ଓ ପଦ୍ୟାବଳୀ - ୧୯୭୬ (ଜୀବନୀ ପୁସ୍ତକ)
  • ଦକ୍ଷଯଜ୍ଞ ଗୀତାଭିନୟ - ୧୯୭୮ (କବିତା ପୁସ୍ତକ)
  • କବି ବନମାଳୀ ଦାସ - ୧୯୮୦ (ଜୀବନୀ ପୁସ୍ତକ)
  • କବି ଜଗନ୍ନାଥ ପାଣି - ୧୯୮୨ (ଜୀବନି ପୁସ୍ତକ)
  • ଗୋ ମାହାତ୍ମ୍ୟ - ୧୯୮୪ (ପ୍ରବନ୍ଧ ସଂକଳନ)
  • ଛଇଳୀ ରାଧା - ୧୯୮୬ (ଉପନ୍ୟାସ)
  • କବିସମ୍ରାଟ ଉପେନ୍ଦ୍ର ଭଞ୍ଜ - ୧୯୯୪ (ଜୀବନୀ ପୁସ୍ତକ)
  • ଜ୍ୱର ଚକିତ୍ସା - ୧୯୯୮ (ସାଧାରଣ ଜ୍ଞାନ ପୁସ୍ତକ)

ଅନୁବାଦ[ସମ୍ପାଦନା]

  • କେତେ ନାଚିତ ଗୋପାଳ (ମୂଳ ହିନ୍ଦୀ - ନାଚ୍ୟୋ ବହୁତ୍ ଗୋପାଲ୍) - ୧୯୯୧

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

ଆଧାର[ସମ୍ପାଦନା]

  1. "57667202". viaf.org. Retrieved 2022-07-13.
  2. "Internet Archive Search: creator:"ନୀଳମଣି ମିଶ୍ର"". archive.org (in ଇଂରାଜୀ). Retrieved 2022-07-13.
  3. OpenLibrary.org. "Oḍiā poī sāhitya. (1972 edition) | Open Library". Open Library. Retrieved 2022-07-13.
  4. OpenLibrary.org. "Bhaktakabi Sālabega. (1976 edition) | Open Library". Open Library. Retrieved 2022-07-13.
  5. "AKADEMI TRANSLATION PRIZES (1989-2021)". www.sahitya-akademi.gov.in. Sahitya Akademi. Archived from the original on 12 July 2022. Retrieved 12 July 2022.