ନାରାୟଣ ଗୋସେଇଁ ମନ୍ଦିର

ଉଇକିପିଡ଼ିଆ‌ରୁ
ନାରାୟଣ ଗୋସେଇଁ

ନାରାୟଣ ଗୋସେଇଁ ମନ୍ଦିର ଯାଜପୁର ଜିଲ୍ଲାର ସିଂହାପୁର ଗ୍ରାମରେ ଅବସ୍ଥିତ ଏକ ହିନ୍ଦୁ ମନ୍ଦିର,ଏଠାରେ ଭଗବାନ ବିଷ୍ଣୁ (ନାରାୟଣ ଗୋସେଇଁ) ଆରାଧ୍ୟ ଦେବ ଭାବେ ପୂଜା ପାଉଛନ୍ତି।

ଇତିହାସ[ସମ୍ପାଦନା]

ସିଂହାପୁର ଯାତ୍ରା[ସମ୍ପାଦନା]

ଯାଜପୁର ଜିଲ୍ଲା ବାରବାଟୀଠାରୁ ୪ କି.ମି ଦୂରେ ସିଂହାପୁର । ପ୍ରତିବର୍ଷ ପଣା ସଂକ୍ରାନ୍ତି ଦିନରେ ସେଠାରେ ଗୋଟିଏ ଯାତ୍ରା ଅନୁଷ୍ଠିତ ହୁଏ। ଯାହାକୁ ସମସ୍ତେ "ସିଂହାପୁର ଯାତ୍ରା" କୁହନ୍ତି। ଏହି ଯାତ୍ରା ଦେଖିବା ପାଇଁ ଦୂର ଦୁରାନ୍ତରୁ ଲୋକ ଆସିଥାନ୍ତି। ପଣାସଂକ୍ରାନ୍ତି ଦିନ ନାରାୟଣ ଠାକୁର ସେହି ଗ୍ରାମରେ ଥିବା ପୁଷ୍କରିଣୀ ମଧୁତୀର୍ଥରେ ୩୬୨ ଦିନ ରହିବା ପରେ ବାହାରକୁ ୩ ଦିନ ପାଇଁ ବାହାର ନ୍ତି ।ସେହି ସମୟରେ ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନର ଦୃଶ୍ୟ ଦେଖିବାକୁ ମିଳେ। ଗୋସେଇଁ ପାଣିରୁ ବାହାରିବା ମାତ୍ରେ ଚତୁର୍ଦ୍ଦଶୀରେ ଶଙ୍ଖ ହୁଲହୁଳିରେ କମ୍ପି ଉଠେ।

ସୂର୍ଯ୍ୟଦୋୟ ପରେ ଦେବଜ୍ଞ ବ୍ରାହ୍ମଣମାନେ ମଧୁତୀର୍ଥ ଜଳାଶୟରୁ ଠାକୁରଙ୍କୁ ବାହାରକୁ ଆଣନ୍ତି। ନାରାୟଣ ଗୋସେଇଁ ମୁଗୁନି ପଥରରେ ନିର୍ମିତ ମହାପ୍ରଭୁଙ୍କ ଉଚ୍ଚତା ୮୭ ମିଟର ପ୍ରସ୍ଥ ୨୭ ମିଟର। ଏହା ପରେ ମହାପ୍ରଭୁଙ୍କୁ ବାହାରକୁ ଅଣାଯାଇ କ୍ଷୀର, ମହୁପଇଡ଼ ପାଣିରେ ସହସ୍ର ସ୍ନାନକରାଯାଏ। ଅନ୍ୟପଟେ ମହାପ୍ରଭୁଙ୍କ ଆଗମନ କଥା ଜାଣି ତାଙ୍କ ଅନୁପସ୍ଥିତିରେ ପୂଜା ପାଉଥିବା ଚଳନ୍ତି ପ୍ରତିମା ମଦନମୋହନ ସୁସଜ୍ଜିତ ବିମାନରେ ପୂର୍ବ ଦିଗରେ ଗୋସେଇଁଙ୍କୁ ଦର୍ଶନ କରନ୍ତି।

ପ୍ରାରମ୍ଭ ପୂଜାର୍ଚ୍ଚନା ପରେ ପୁନର୍ବାର ପୁଷ୍କରିଣୀ ମଧ୍ୟରେ ଜଳକେଳି କରାଯାଇ ନାରାୟଣ ଗୋସେଇଁଙ୍କୁ ଉତ୍ତରଦ୍ୱାରା ନିକଟରେ ପୂଜାର୍ଚ୍ଚନାକରାଯାଇ ମନ୍ଦିର ଭିତରକୁ ନିଆଯାଏ। ମନ୍ଦିର ଭିତରକୁ ପ୍ରବେଶ ପରେ ସିଂହାସନରେ ରୁଦ୍ଧ ଦ୍ୱାରାରେ ରାଣୀ ପୁରୋହିତଙ୍କ ସହ ପୂଜା କରନ୍ତି। ତାପରେ ଗୋସେଇଁ ଆଦିତ୍ୟ ନାରାୟଣ ବେଶରେ ମୁକ୍ତ ଦର୍ଶନ ଦିଅନ୍ତି। ତିନି ଦିନ ହେଲାପରେ ପୁଣି ମଧୁତୀର୍ଥ ପୁଷ୍କରିଣୀ ମଧ୍ୟକୁ ଚାଲିଯାଅନ୍ତି। [୧]

ଆଧାର[ସମ୍ପାଦନା]