ଗଣ୍ଡା
colspan=2 style="text-align: center; background-color: transparent; text-align:center; border: 1px solid red;" | ଗଣ୍ଡା ଖଡ୍ଗୀ ଜୀବାଶ୍ମ କାଳ: ଆୟୋସିନ୍ରୁ ବର୍ତ୍ତମାନ
| |
---|---|
ସେଣ୍ଟ୍ ଲୁଇ ଚିଡ଼ିଆଘରର ଏକ କଳା ଗଣ୍ଡା (Diceros bicornis) | |
colspan=2 style="min-width:15em; text-align: center; background-color: transparent; text-align:center; border: 1px solid red;" | ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
colspan=2 style="text-align: center; background-color: transparent; text-align:center; border: 1px solid red;" | Extant genera | |
Ceratotherium | |
ବିଶ୍ୱ ମାନଚିତ୍ରରେ ଗଣ୍ଡାମାନଙ୍କ ଭୌଗୋଳିକ ବ୍ୟାପ୍ତି |
ଗଣ୍ଡା (ଈଂରାଜୀରେ Rhinoceros ବା Rhino, ହିନ୍ଦୀରେ गैण्डा) ରାଇନୋସେରୋଟିଡାଏ ପରିବାରର ପାଞ୍ଚଟି ପ୍ରଜାତି ମଧ୍ୟରୁ ଏକ । ତିନୋଟି ଗଣ୍ଡା ଉପପ୍ରଜାତି ଆଫ୍ରିକାର ମୂଳ ନିବାସୀ ହୋଇଥିବା ବେଳେ ତିନୋଟି ଗଣ୍ଡା ଉପପ୍ରଜାତି ଦକ୍ଷିଣ ଏସିଆର ମୂଳ ନିବାସୀ । ଈଂରାଜୀ ଶବ୍ଦ ରାଇନୋସରସ୍ ଏହି ପରିବାରର ଅନ୍ୟ ବିଲୁପ୍ତ ପ୍ରାଣୀଙ୍କ ଉଦ୍ଦେଶ୍ୟରେ ମଧ୍ୟ ବ୍ୟବହାର କରାଯାଏ ।
ଓଜନ ଦୃଷ୍ଟିରୁ ଗଣ୍ଡାମାନେ ଏକ ଟନ୍ରୁ ଅଧିକ ଓ ତେଣୁ ବୃହତ୍ ସ୍ଥଳଚର ଜୀବ (ଯଥା – ହାତୀ, ବନ୍ୟ ଗୟଳ) ଶ୍ରେଣୀରେ ପରିଗଣିତ ହୁଅନ୍ତି । ଗଣ୍ଡା ଏକ ତୃଣଭୋଜୀ ଜୀବ । ଗଣ୍ଡାର ବିଶାଳ ଆକାର ତୁଳନାରେ କିନ୍ତୁ ଏହାର ମସ୍ତିଷ୍କ ଅତି ଛୋଟ (ପ୍ରାୟ ୪୦୦-୬୦୦ ଗ୍ରାମ୍) । ଗଣ୍ଡାର ଗୋଟିଏ ବା ଦୁଇଟି ଶିଙ୍ଗ ରହିଥାଏ । ଗଣ୍ଡାର ଚମ ଆବୁଆବୁଆ ଓ ଭାରି ମୋଟା । ଗଣ୍ଡା ମୁଖ୍ୟତଃ ପତ୍ର, ଘାସ ଇତ୍ୟାଦି ଆହରଣ କରେ, ତେବେ ଆବଶ୍ୟକତା ଥିଲେ ଅଧିକ ଗୁରୁ ଓ ଫାଇବର୍ ଯୁକ୍ତ ଖାଦ୍ୟ ମଧ୍ୟ ଗ୍ରହଣ କରିପାରେ । ଦୁଇ ଆଫ୍ରିକୀୟ ଗଣ୍ଡା ଉପପ୍ରଜାତିଙ୍କ ପାଟିର ଆଗପଟର ଦାନ୍ତ ନଥାଏ, ତେଣୁ ଏମାନେ ପତ୍ର ଇତ୍ୟାଦି ଛିଡ଼ାଇ ଖାଇବା ପାଇଁ ଓଠର ସହାୟତା ନେଇଥାନ୍ତି ।[୧]
ଗଣ୍ଡାଶିଙ୍ଗର ବହୁମାତ୍ରାରେ ଚୋରା ବ୍ୟବସାୟ ଚାଲେ ଓ ସେଥିପାଇଁ ଗଣ୍ଡାମାନଙ୍କ ଅବୈଧ ଶିକାର ବହୁଳ ମାତ୍ରାରେ କରାଯାଇଥାଏ । କିଛି ପାରମ୍ପରିକ ଅଳଙ୍କାର ଏବଂ ଔଷଧରେ ମଧ୍ୟ ଗଣ୍ଡା ଶିଙ୍ଗ ବ୍ୟବହାର କରାଯାଇଥାଏ । ପୂର୍ବ ଏସିଆ (ବିଶେଷତଃ ଭିଏତ୍ନାମ) ଗଣ୍ଡା ଶିଙ୍ଗର ବ୍ୟବସାୟ ପାଇଁ ଜଣାଶୁଣା ଓ ସବୁଠାରୁ ବଡ଼ ବ୍ୟବସାୟ କେନ୍ଦ୍ର । କଳା ବଜାରରେ ୧ କିଲୋଗ୍ରାମ୍ ଗଣ୍ଡା ଶିଙ୍ଗର ଦାମ୍ ୧ କିଲୋଗ୍ରାମ୍ ସୁନାର ଦାମ୍ ସହ ସମାନ । ଔଷଧୀୟ ଗୁଣ ରହିଥିବାର ବିଶ୍ୱାସ କରି କିଛି ଲୋକ ଗଣ୍ଡାର ଶିଙ୍ଗକୁ ଗୁଣ୍ଡ କରି ଖାଆନ୍ତି ।[୨][୩] ଶରୀରର ନଖ ଓ ବାଳ ଗଠନରେ ସାହାଯ୍ୟ କରୁଥିବା କେରାଟିନ୍ ପ୍ରୋଟିନ୍ ଗଣ୍ଡା ଶିଙ୍ଗର ଗଠନରେ ମଧ୍ୟ ସହାୟକ ହୁଏ ।[୪] ଉଭୟ ଆଫ୍ରିକୀୟ ଗଣ୍ଡା ଉପ-ପ୍ରଜାତି ଓ ସୁମାତ୍ରୀୟ ଗଣ୍ଡାଙ୍କର ଦୁଇଟି ଲେଖାଏଁ ଶିଙ୍ଗ ରହିଥାଏ । କିନ୍ତୁ ଭାରତୀୟ ଗଣ୍ଡା ଓ ଜାଭା ଗଣ୍ଡାଙ୍କର ଗୋଟିଏ ଲେଖାଏଁ ଶିଙ୍ଗ ଥାଏ । ଆସାମରେ ଦେଖାଯାଉଥିବା ଭାରତୀୟ ଗଣ୍ଡା (Rhinoceros Unicornis) ପ୍ରଜାତିର ଗଣ୍ଡାମାନଙ୍କ କ୍ଷେତ୍ରରେ ଉଭୟ ଅଣ୍ଡିରା ଓ ମାଈର ଶିଙ୍ଗ ରହିଥିବା ବେଳେ ବଙ୍ଗଳାଦେଶ ଓ ସୁନ୍ଦରବନରେ ଦେଖାଯାଉଥିବା ଜାଭା ଗଣ୍ଡା (Rhinoceros Sonadaicus) ପ୍ରଜାତିରେ କେବଳ ଅଣ୍ଡିରାମାନଙ୍କର ଶିଙ୍ଗ ରହିଥାଏ । IUCN ତାଲିକାରେ କଳା ଗଣ୍ଡା, ସୁମାତ୍ରୀୟ ଗଣ୍ଡା ଓ ଜାଭା ଗଣ୍ଡାଙ୍କୁ Critically Endangered (CE) ଶ୍ରେଣୀରେ ସ୍ଥାନ ଦିଆଯାଇଛି ।
ନାମକରଣ ଓ ବର୍ଗୀକରଣ
[ସମ୍ପାଦନା]
| |||||||||||||||||||||||||||
ଫାଇଲୋଜେନେଟିକ୍ ଗବେଷଣାରୁ ନିର୍ଣ୍ଣିତ କ୍ଲାଡୋଗ୍ରାମ୍ ଚିତ୍ର[୫] |
ସଂସ୍କୃତରେ ଗଣ୍ଡାକୁ ଗଣ୍ଡଃ ବା ଗଣ୍ଡକଃ ବୋଲି କୁହନ୍ତି । ଗଣ୍ଡାର ଶିଙ୍ଘ ଏକ ଖଣ୍ଡା ବା ଖଡ୍ଗ ପରି ଦେଖାଯାଉଥିବାରୁ ଗଣ୍ଡାକୁ ଖଡ୍ଗୀ ବା ଖଡ୍ଗୀ ମଧ୍ୟ ବୋଲାଯାଏ । ଗଣ୍ଡାର ଈଂରାଜୀ ଶବ୍ଦ rhinoceros ଲାଟିନ୍ ଭାଷାରୁ ଗୃହୀତ ଓ ଲାଟିନ୍ ଶବ୍ଦଟି ଏକ ଗ୍ରୀକ୍ ଶବ୍ଦ ῥῑνόκερωςରୁ ଗୃହୀତ । ଏହି ପ୍ରାଚୀନ ଗ୍ରୀକ୍ ଶବ୍ଦଟି ῥῑνο- (ରାଇନୋ – ଅର୍ଥାତ୍ “ନାକ”) ଓ κέρας (କେରାସ୍ – ଅର୍ଥାତ୍ “ଶିଙ୍ଗ”) ବୋଲି ଦୁଇଟି ଶବ୍ଦର ସଂଯୋଜନରୁ ସୃଷ୍ଟ । ତେଣୁ ପ୍ରାଚୀନ ଗ୍ରୀକ୍ ଭାଷା ଅନୁସାରେ ରାଇନୋସରସ୍ ଶବ୍ଦର ଅର୍ଥ ହେଲା ଶିଙ୍ଗ-ନାକା ବା ଶିଙ୍ଗ-ନାକିଆ । ଉଭୟ ଶବ୍ଦ rhinoceros ଓ rhinoceroses ବହୁବଚନ ରୂପେ ମଧ୍ୟ ବ୍ୟବହୃତ ହୁଅନ୍ତି । ଗଣ୍ଡାମାନଙ୍କ ପଲ ବା ଦଳକୁ ଈଂରାଜୀରେ crash ବା herd ବୋଲି କୁହାଯାଏ । ଖ୍ରୀ. ୧୪ଶ ଶତାବ୍ଦୀରୁ ଈଂରାଜୀ ଭାଷାରେ ରାଇନୋସରସ୍ ଶବ୍ଦଟି ବ୍ୟବହୃତ ହୋଇ ଆସୁଛି ।[୬]
ରାଇନୋସରୋଟିଡାଏ ପରିବାର ୪ଟି ପ୍ରାଣୀ : ସେରାଟୋଥେରିୟମ୍ (ଧଳା ଗଣ୍ଡା), ଡଇସେରରାଇନସ୍ (ସୁମାତ୍ରୀୟ ଗଣ୍ଡା), ଡାଇସେରସ୍ (କଳା ଗଣ୍ଡା) ଓ ରାଇନୋସରସ୍ (ଭାରତୀୟ ଗଣ୍ଡା ଓ ଜାଭା ଗଣ୍ଡା)ଙ୍କୁ ନେଇ ଗଠିତ । ବର୍ତ୍ତମାନ ଜୀବିତ ସମସ୍ତ ପ୍ରଜାତିଙ୍କର ତିନୋଟି ଶ୍ରେଣୀ ବିଭାଗ ରହିଛି । ଦୁଇ ଆଫ୍ରିକୀୟ ଉପପ୍ରଜାତି ଧଳା ଗଣ୍ଡା ଓ କଳା ଗଣ୍ଡା ଡାଇସେରୋଟିନି ଜାତିର ଏବଂ ସମ୍ଭବତଃ ୧୪୨ ଲକ୍ଷ ବର୍ଷ ପୂର୍ବେ ମାୟୋସିନ୍ କାଳର ମଧ୍ୟ ଭାଗରେ ସୃଷ୍ଟ ହୋଇଥିଲେ । ୫୦ ଲକ୍ଷ ବର୍ଷ ପୂର୍ବେ ପ୍ରାକ୍ ପ୍ଲାୟୋସିନ୍ ସମୟରେ ଏହି ଜାତିର ଉପଜାତିମାନ ସୃଷ୍ଟି ହେଲା । ଧଳା ଓ କଳା ଗଣ୍ଡାଙ୍କ ମଧ୍ୟରେ ମୁଖ୍ୟ ତଫାତ୍ ହେଉଛି ସେମାନଙ୍କ ମୁହଁର ଗଠନ । ଧଳା ଗଣ୍ଡାର ମୁହଁଟି ଚଉଡ଼ା ଓ ଚେପ୍ଟା ହୋଇଥିବା ବେଳେ କଳା ଗଣ୍ଡାର ମୁହଁ ଲମ୍ବା ଓ ଗୋଜିଆ । ରାଇନୋସେରୋଟିନି ପ୍ରଜାତିର ଦୁଇଟି ଉପପ୍ରଜାତି ଭାରତୀୟ ଗଣ୍ଡା ଓ ଜାଭା ଗଣ୍ଡାଙ୍କ ବିବର୍ତ୍ତନ ଧାରା ପ୍ରାୟ ୧ କୋଟି ବର୍ଷ ପୂର୍ବେ ପରସ୍ପରଠାରୁ ବିଚ୍ଛିନ୍ନ ହୋଇଥିଲା । ଡାଇସେରୋର୍ନିନି ଜାତିର ଏକମାତ୍ର ଜୀବିତ ପ୍ରଜାତିଟି ହେଲା ସୁମାତ୍ରୀୟ ଗଣ୍ଡା । ପ୍ରାୟ ୨ କୋଟି ବର୍ଷ ପୂର୍ବେ ମାୟୋସିନ୍ ସମୟରେ ସୁମାତ୍ରୀୟ ଗଣ୍ଡାର ଉଦ୍ଭବ ହୋଇଥିଲା ।[୭]
୧୯୭୭ ମସିହାରେ ଚେକ୍ ଗଣରାଜ୍ୟର ଭୁର୍ କ୍ରାଲୋୱେ ଚିଡ଼ିଆଘରେ Ceratotherium s. simum ଓ C. s. cottoniର ସଂକରରୁ ଧଳା ଗଣ୍ଡାର ଏକ ମିଶ୍ର ପ୍ରଜାତି ବା ସଂକର ପ୍ରଜାତି ସୃଷ୍ଟି କରାଯାଇଥିଲା । କଳା ଓ ଧଳା ଗଣ୍ଡାର ସଂକର ମଧ୍ୟ କରାଯାଇଛି ।[୮]
କଳା ଗଣ୍ଡାର ୮୪ଟି କ୍ରୋମୋଜୋମ୍ ରହିଥିବା ବେଳେ ଅନ୍ୟ ସମସ୍ତ ଗଣ୍ଡା ପ୍ରଜାପତିଙ୍କର ୮୨ଟି କ୍ରୋମୋଜୋମ୍ ରହିଥାଏ । ତେବେ କିଛି ବ୍ୟତିକ୍ରମ ମଧ୍ୟ ଦେଖାଯାଇଛି । ଧଳା ଗଣ୍ଡାଙ୍କ ଉତ୍ତର ନିବାସୀଙ୍କ ମଧ୍ୟରୁ ୩ଟି ପ୍ରାଣୀଙ୍କର ୮୧ଟି କ୍ରୋମୋଜୋମ୍ ରହିଥିବା ଏକ ପରୀକ୍ଷଣରୁ ଜଣା ପଡ଼ିଥିଲା ।[୯]
ଆକୃତି ଓ ପ୍ରକୃତି
[ସମ୍ପାଦନା]ଧଳା ଗଣ୍ଡା
[ସମ୍ପାଦନା]ଦକ୍ଷିଣ ଧଳା ଗଣ୍ଡା (Ceratotherium simum simum) ଓ ଉତ୍ତର ଧଳା ଗଣ୍ଡା (Ceratotherium simum cottoni) ଏହି ଗଣ୍ଡା ପ୍ରଜାତିର ଦୁଇଟି ଉପପ୍ରଜାତି । ଏହି ଦୁଇ ଉପପ୍ରଜାତିଙ୍କ ମଧ୍ୟରେ ଦକ୍ଷିଣ ଧଳା ଗଣ୍ଡାଙ୍କ ସଂଖ୍ୟା ସର୍ବାଧିକ । ୨୦୧୩ ମସିହା ବେଳକୁ ପ୍ରାକୃତିକ ପରିବାସରେ ଦକ୍ଷିଣ ଧଳା ଗଣ୍ଡାଙ୍କ ସମୁଦାୟ ସଂଖ୍ୟା ୨୦୪୦୫ ରହିଥିଲା । ଅପର ପକ୍ଷେ ଚିଡ଼ିଆଘରେ କେବଳ ଦୁଇଟି ମାଈ ବଞ୍ଚି ରହିଥିବା ଉତ୍ତର ଧଳା ଗଣ୍ଡାଙ୍କ ସ୍ଥିତି ସଙ୍କଟାପନ୍ନ ଓ ଏମାନଙ୍କ ଉପପ୍ରଜାତିକୁ Critically Endangered ଶ୍ରେଣୀଭୁକ୍ତ କରାଯାଇଛି । ଧଳା ଗଣ୍ଡାର ଈଂରାଜୀ ନାମ "white rhinoceros"ରେ white (ଧଳା) ଶବ୍ଦର ବ୍ୟବହାରର କୌଣସି ବିଶେଷ ଯଥାର୍ଥତା ନାହିଁ । ଏମାନେ ଦେଖିବାକୁ ପ୍ରାୟତଃ କଳା ଗଣ୍ଡା ପରି, କେବଳ ଈଷତ୍ ପାଉଁଶିଆ ରଙ୍ଗର । ଆଫ୍ରିକୀୟ ଶବ୍ଦ wyd, ଓଲନ୍ଦାଜ୍ ଶବ୍ଦ wijd (ହ୍ୱୈଡ୍, ୱାଇଟ୍) ଶବ୍ଦର ଅପଭ୍ରଂଶ ହୋଇ କାଳକ୍ରମେ white ନାମଟି ପଡ଼ିଯାଇଛି ବୋଲି କେତେକଙ୍କର ବିଶ୍ୱାସ । ଆଫ୍ରିକୀୟ ଓ ଡଚ୍ (ଓଲନ୍ଦାଜ) ଶବ୍ଦମାନଙ୍କ ଅର୍ଥ ହେଲା ପ୍ରଶସ୍ତ ବା ଓସାରିଆ (ଈଂରାଜୀରେ wide) । ପ୍ରଶସ୍ତ ବା ଓସାରିଆ ଶବ୍ଦ ଏହି ଗଣ୍ଡାର ମୁହଁ ବା ଓଠକୁ ସୂଚାଉଛି ଯାହା ଅନ୍ୟ ସମସ୍ତ ଗଣ୍ଡାଙ୍କଠାରୁ ଭିନ୍ନ । କିନ୍ତୁ ଏପରି ଯୁକ୍ତିର କୌଣସି ଭାଷାଭିତ୍ତିକ ପ୍ରମାଣ ମିଳିନାହିଁ । [୧୦][୧୧]
ଧଳା ଗଣ୍ଡାର ଶରୀରର ଆକାର ଓ ମୁଣ୍ଡଟି ବଡ଼ । ଏହାର ବେକ ଛୋଟ ଓ ଛାତି ପଟଟି ବଡ଼ । ମାଈ ଗଣ୍ଡାମାନେ ୧୬୦୦ କି.ଗ୍ରା. ଓଜନର ଓ ଅଣ୍ଡିରାମାନେ ୨୪୦୦ କି.ଗ୍ରା. ଓଜନର ହୋଇଥାନ୍ତି । ମୁଣ୍ଡକୁ ମିଶାଇ ଦେହର ଦୈର୍ଘ୍ୟ ୩.୫ରୁ ୪.୬ ମିଟର୍ ଓ ଭୂମିରୁ କାନ୍ଧର ଉଚ୍ଚତା ୧.୮ରୁ ୨ ମିଟର୍ ପର୍ଯ୍ୟନ୍ତ ହୋଇଥାଏ । ଏହି ଗଣ୍ଡାର ଥୋଡ଼ିରେ ଦୁଇଟି ଶିଙ୍ଗ ରହିଥାଏ । ସାମନା ପଟର ଶିଙ୍ଗ ପଛ ଶିଙ୍ଗଠାରୁ ଆକାରରେ ବଡ଼ ହୋଇଥାଏ । ସାମନା ଶିଙ୍ଗଟି ହାରାହାରି ୯୦ ସେ.ମି. ଲମ୍ବ, କିନ୍ତୁ ଏହା ୧୫୦ ସେ.ମି. ପର୍ଯ୍ୟନ୍ତ ବଢ଼ି ପାରେ । ଧଳା ଗଣ୍ଡାର ପିଠିରେ ଏକ ବଡ଼ ମାଂସାଳ କୁବ୍ଜ ମଧ୍ୟ ରହିଥାଏ ଯାହା ଏହାର ବଡ଼ ମୁଣ୍ଡକୁ ଧରି ରଖିବାରେ ସାହାଯ୍ୟ କରେ । ଧଳା ଗଣ୍ଡା ହଳଦିମିଶା ମାଟିଆ, ପାଉଁଶିଆ ଏପରି ରଙ୍ଗରେ ଦେଖାଯାନ୍ତି । ଲାଞ୍ଜର ଅଗ ବା କାନ ପାଖରେ ସର୍ବାଧିକ ଘନତାରେ ଲୋମ ରହିଥାଏ ଓ ଦେହର ଲୋମ ଟିକେ ଛାଡ଼ି ଛାଡ଼ି ରହିଥାଏ । ଚରିବା ଓ ପତ୍ର ଛିଡ଼ାଇବା ପାଇଁ ଉପଯୋଗୀ ଓସାରିଆ, ଚେପ୍ଟା ପାଟି ଏମାନଙ୍କ ଗଠନାତ୍ମକ ସ୍ୱାତନ୍ତ୍ର୍ୟ ।[୧୦]
କଳା ଗଣ୍ଡା
[ସମ୍ପାଦନା]ଧଳା ଗଣ୍ଡା (Ceratotherium simum)ଠାରୁ ପୃଥକ୍ ଭାବେ ଚିହ୍ନଟ କରିବା ପାଇଁ କଳା ଗଣ୍ଡା (Diceros bicornis) ନାମଟି ଦିଆଯାଇଥିଲା । କିନ୍ତୁ ଉଭୟଙ୍କ ରଙ୍ଗରେ ସେତେଟା ତାରତମ୍ୟ ନଥିବା ଯୋଗୁଁ ଏପରି ନାମକରଣର ବିଶେଷ ମହତ୍ତ୍ୱ ଦିଶେନାହିଁ । କଳା ଗଣ୍ଡାର ୪ଟି ଉପପ୍ରଜାତି ରହିଛନ୍ତି । ଦକ୍ଷିଣ-କେନ୍ଦ୍ରୀୟ ଧଳାଗଣ୍ଡା (Diceros bicornis minor) ଏହି ଉପପ୍ରଜାତିଙ୍କ ମଧ୍ୟରେ ସବୁଠାରୁ ଅଧିକ ଓ ତାଞ୍ଜାନିଆ, ଜାମ୍ବିଆ, ଜିମ୍ବାବ୍ୱେ, ମୋଜାମ୍ବିକ୍ ଓ ପୂର୍ବ ଦକ୍ଷିଣ ଆଫ୍ରିକାରେ ଏହି ଉପପ୍ରଜାତି ପରିଲକ୍ଷିତ ହୁଏ । ଦକ୍ଷିଣ-ପଶ୍ଚିମ କଳା ଗଣ୍ଡା (Diceros bicornis occidentalis) ନାମିବିଆ, ଦକ୍ଷିଣ ଅଙ୍ଗୋଲା, ପଶ୍ଚିମ ବୋତ୍ସୱାନା ଓ ପଶ୍ଚିମ ଦକ୍ଷିଣ ଆଫ୍ରିକାର ଶୁଷ୍କ ଓ ଅଳ୍ପ ଶୁଷ୍କ ସାଭାନ୍ନାରେ ପରିଲକ୍ଷିତ ହୋଇଥାନ୍ତି । ପୂର୍ବ ଆଫ୍ରିକୀୟ କଳା ଗଣ୍ଡା (Diceros bicornis michaeli) ମୁଖ୍ୟତଃ ତାଞ୍ଜାନିଆରେ ଦେଖାଯାନ୍ତି । ୨୦୧୧ ମସିହା ନଭେମ୍ବର ମାସରେ ପଶ୍ଚିମ ଆଫ୍ରିକୀୟ କଳା ଗଣ୍ଡା (Diceros bicornis longipes) ଉପପ୍ରଜାତିକୁ ବିଲୁପ୍ତ ଘୋଷିତ କରାଯାଇଥିଲା ।[୧୨] ସ୍ୱାନାନ୍ ସ୍ଥାନୀୟ ଭାଷାରେ କୈଟ୍ଲୋଆ ଦକ୍ଷିଣ ଆଫ୍ରିକାରେ ଦେଖାଯାଉଥିବା ଆଉ ଏକ ପ୍ରକାରର ଉପପ୍ରଜାତିକୁ ବୁଝାଏ । ଏହି ଉପପ୍ରଜାତିର କିଛି ଜନ୍ତୁଙ୍କ କ୍ଷେତ୍ରରେ ସାମନା ପଛ ଶିଙ୍ଗ ଅପେକ୍ଷା ବଡ଼ ବା ପ୍ରାୟ ଏକ ଆକାରର ।[୧୩]
ଏକ ପରିପକ୍ୱ କଳା ଗଣ୍ଡାର ଭୂମିରୁ କାନ୍ଧର ଉଚ୍ଚତା ପ୍ରାୟ ୧.୭୫ ମିଟର୍ । ଏହାର ଦୈର୍ଘ୍ୟ ପ୍ରାୟ ୩.୫-୩.୯ ମିଟର୍ ପର୍ଯ୍ୟନ୍ତ ହୋଇଥାଏ । [୧୪] ଏକ ପ୍ରାପ୍ତବୟସ୍କ କଳା ଗଣ୍ଡାର ଓଜନ ୮୫୦ରୁ ୧୬୦୦ କିଲୋଗ୍ରାମ୍ ପର୍ଯ୍ୟନ୍ତ ହୋଇଥାଏ । ଅଣ୍ଡିରାମାନଙ୍କ ଆକାର ମାଈମାନଙ୍କଠାରୁ ସାଧାରଣତଃ ବଡ଼ । କିଛି ଜନ୍ତୁଙ୍କ ଓଜନ ୧୮୦୦ କିଲୋଗ୍ରାମ୍ ପର୍ଯ୍ୟନ୍ତ ମଧ୍ୟ ହୋଇପାରେ । କେରାଟିନ୍ ପ୍ରୋଟିନ୍ରୁ ସୃଷ୍ଟ ଦୁଇଟି ଶିଙ୍ଗ ମୁଣ୍ଡର ଆଗପଟେ ବା ଥୋମଣି ଉପରେ ରହିଥାଏ । ଆଗ ପଟର ଶିଙ୍ଗଟି ପଛଠାରୁ ବଡ଼ । ଆଗ ପଟର ଶିଙ୍ଗ ପ୍ରାୟ ୫୦ ସେ.ମି. ଲମ୍ବ ହୋଇଥାଏ ଓ କିଛି ଜନ୍ତୁଙ୍କ କ୍ଷେତ୍ରରେ ୧୪୦ ସେ.ମି. ପର୍ଯ୍ୟନ୍ତ ବଢ଼ିଥାଏ । ଆଉ କେତେକ ଜନ୍ତୁଙ୍କ କ୍ଷେତ୍ରରେ ଏକ ତୃତୀୟ ଶିଙ୍ଗ ମଧ୍ୟ ବଢ଼ି ଉଠିବା ଦେଖାଯାଇଛି ।[୧୫] ଧଳା ଗଣ୍ଡା ଅପେକ୍ଷା କଳା ଗଣ୍ଡା ଆକାରରେ ଛୋଟ । କଳା ଗଣ୍ଡାର ମୁହଁ ଗୋଜିଆ ଯାହା ସହାୟତାରେ ଏମାନେ ପତ୍ର ଇତ୍ୟାଦି ଛିଡ଼ାଇ ଖାଆନ୍ତି ।
ଭାରତୀୟ ଗଣ୍ଡା
[ସମ୍ପାଦନା]ଜାଭା ଗଣ୍ଡା
[ସମ୍ପାଦନା]ସୁମାତ୍ରୀୟ ଗଣ୍ଡା
[ସମ୍ପାଦନା]କ୍ରମବିବର୍ତ୍ତନ
[ସମ୍ପାଦନା]ଅବୈଧ ଶିକାର ଓ ପ୍ରାକୃତିକ ଶିକାରୀ
[ସମ୍ପାଦନା]ଶିଙ୍ଗର ବ୍ୟବହାର ଓ ବ୍ୟବସାୟ
[ସମ୍ପାଦନା]ଐତିହାସିକ ଦସ୍ତାବିଜରେ ଉଲ୍ଲେଖ
[ସମ୍ପାଦନା]ଆହୁରି ଦେଖନ୍ତୁ
[ସମ୍ପାଦନା]ସଂରକ୍ଷଣ
[ସମ୍ପାଦନା]ଅନ୍ୟ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ Owen-Smith, Norman (1984). Macdonald, D. (ed.). The Encyclopedia of Mammals. New York: Facts on File. pp. 490–495. ISBN 0-87196-871-1.
- ↑ Vietnam's Appetite For Rhino Horn Drives Poaching In Africa, by Frank Langfitt, 13 May 2013
- ↑ Gouws, Andries (8 October 2010). "Kan renosterstropers gestuit word?". Landbouweekblad: 4–6.
{{cite journal}}
:|access-date=
requires|url=
(help) - ↑ "What is a rhinoceros horn made of?". Yesmag.bc.ca. 9 ଅକ୍ଟୋବର 2003. Archived from the original on 28 ସେପ୍ଟେମ୍ବର 2011. Retrieved 23 ସେପ୍ଟେମ୍ବର 2010.
{{cite web}}
: Unknown parameter|deadurl=
ignored (|url-status=
suggested) (help) - ↑ Tougard, C. et al. (2001) Phylogenetic relationships of the five extant Rhinoceros species (Rhinocerotidae, Perissodactyla) based on mitochondrial cytochrome b and 12S rRNA genes.
- ↑ Merriam-Webster Dictionary [୧]
- ↑ Rabinowitz, Alan (1995). "Helping a Species Go Extinct: The<33 six. Sumatran Rhino in Borneo" (PDF). Conservation Biology. 9 (3): 482–488. doi:10.1046/j.1523-1739.1995.09030482.x.
- ↑ Robinson, Terry J.; V. Trifonov; I. Espie; E.H. Harley (January 2005). "Interspecific hybridization in rhinoceroses: Confirmation of a Black × White rhinoceros hybrid by karyotype, fluorescence in situ hybridization (FISH) and microsatellite analysis". Conservation Genetics. 6 (1): 141–145. doi:10.1007/s10592-004-7750-9.[permanent dead link]
- ↑ Houck, ML; Ryder, OA; Váhala, J; Kock, RA; Oosterhuis, JE (January–February 1994). "Diploid chromosome number and chromosomal variation in the white rhinoceros (Ceratotherium simum)". The Journal of Heredity. 85 (1): 30–4. PMID 8120356.
- ↑ ୧୦.୦ ୧୦.୧ Skinner, John D.; Chimimba, Christian T. (2005). The Mammals Of The Southern African Subregion. Cambridge University Press. p. 527. ISBN 978-0-521-84418-5.
{{cite book}}
: Unknown parameter|lastauthoramp=
ignored (|name-list-style=
suggested) (help) - ↑ Rookmaaker, Kees (2003). "Why the name of the white rhinoceros is not appropriate". Pachyderm. 34: 88–93. Archived from the original on 2022-08-18. Retrieved 2018-05-12.
- ↑ "Western black rhino declared extinct". BBC. 9 November 2011. Retrieved 9 November 2011.
- ↑ Keitloa | Define Keitloa at Dictionary.com. Dictionary.reference.com. Retrieved on 21 February 2012.
- ↑ Dollinger, Peter; Silvia Geser. "Black Rhinoceros". World Association of Zoos and Aquariums. Archived from the original on 16 July 2009. Retrieved 9 October 2007.
{{cite web}}
: Unknown parameter|lastauthoramp=
ignored (|name-list-style=
suggested) (help) - ↑ "About the Black Rhino". Archived from the original on 22 February 2014. Retrieved 25 February 2014.
ଆହୁରି ପଢ଼ନ୍ତୁ
[ସମ୍ପାଦନା]- Cerdeño, Esperanza (1995). "Cladistic Analysis of the Family Rhinocerotidae (Perissodactyla)" (PDF). Novitates. American Museum of Natural History (3143). ISSN 0003-0082.
- Chapman, January 1999. The Art of Rhinoceros Horn Carving in China. Christies Books, London. ISBN 0-903432-57-9.
- Emslie, R.; Brooks, M. (1999). African Rhino. Status Survey and Conservation Action Plan. IUCN/SSC African Rhino Specialist Group. IUCN, Gland, Switzerland and Cambridge, UK. ISBN 2-8317-0502-9.
{{cite book}}
: Unknown parameter|last-author-amp=
ignored (|name-list-style=
suggested) (help) - Foose, Thomas J.; van Strien, Nico (1997). Asian Rhinos – Status Survey and Conservation Action Plan. IUCN, Gland, Switzerland, and Cambridge, UK. ISBN 2-8317-0336-0.
{{cite book}}
: Unknown parameter|last-author-amp=
ignored (|name-list-style=
suggested) (help) - Hieronymus, Tobin L.; Lawrence M. Witmer; Ryan C. Ridgely (2006). "Structure of White Rhinoceros (Ceratotherium simum) Horn Investigated by X-ray Computed Tomography and Histology With Implications for Growth and External Form" (PDF). Journal of Morphology. 267 (10): 1172–1176. doi:10.1002/jmor.10465. PMID 16823809.
- Laufer, Berthold. 1914. "History of the Rhinoceros". In: Chinese Clay Figures, Part I: Prolegomena on the History of Defence Armour. Field Museum of Natural History, Chicago, pp. 73–173.
- White Rhinoceros, White Rhinoceros Profile, Facts, Information, Photos, Pictures, Sounds, Habitats, Reports, News – National Geographic Archived 2007-07-06 at the Wayback Machine.
- Unattributed. "White Rhino (Ceratotherum simum)". Rhinos. The International Rhino Foundation. Archived from the original on 20 July 2009. Retrieved 7 July 2009.
ଅନ୍ୟାନ୍ୟ ଲିଂକ୍
[ସମ୍ପାଦନା]- Rhino Species Archived 2009-07-17 at the Wayback Machine. & Rhino Images Archived 2017-07-11 at the Wayback Machine. page on the Rhino Resource Center
- Rhinoceros entry on World Wide Fund for Nature website.
- International Anti Poaching Foundation
- Rhinoceros Resources & Photos on African Wildlife Foundation website
- UK Times article: "South African spy chief linked to rhino horn trade" [୨]
- Video on South African government minister's alleged involvement in illegal rhino horn trade. [୩] Archived 2017-10-18 at the Wayback Machine.