ଧୁମସା

ଉଇକିପିଡ଼ିଆ‌ରୁ
ଭୁବନେଶ୍ୱରରେ ପ୍ରଦର୍ଶିତ ମୟୁରଭଞ୍ଜ ଛଉ ନାଚରେ ବ୍ୟବହୃତ ଧୁମସାର ବାଜା ବଜାଇବା ପାଖ ।

ଧୁମସା ଓଡ଼ିଶାର ଏକ ପାରମ୍ପାରିକ ବାଜା । ଏହାକୁ କେଟଲି ବାଜା ଶ୍ରେଣୀ ଭିତରେ ରଖାଯାଇଥାଏ ।[୧] ଏହାକୁ ମୁଖ୍ୟତଃ ସାନ୍ତାଳୀମାନେ ବଜାଇଥାନ୍ତି । ଏହାର ଆକାର ନାଗରା ଭଳି ଲମ୍ବାଳିଆ ଓ ଗୋଟେ ପଟ ସରୁ ହୋଇଥାଏ କିମ୍ବା ଚା କପ ଭଳି ତଳ ପଟ ଅଳ୍ପ ଚଉଡ଼ା ଓ ଉପର ପଟ ଅଧିକ ଚଉଡ଼ାଯୁକ୍ତ ହୋଇଥାଏ । ମୋଟାମୋଟି ଆକାରରେ ଏହାର ତଳ ପଟ ଖୁବ ଛୋଟ ଓ ଉପର ପଟ ଖୁବ ଅଧିକ ଚଉଡ଼ା । ଏହି ବାଜା ଧାତୁରେ ତିଆରି ଓ ବଜାଇବା ପଟଟି ଚମଡ଼ାରେ ଘୋଡ଼ା ହୋଇଥାଏ । ଏହା ସାଧାରଣତଃ ଓଜନିଆ । ତେବେ ବାଜା ବଜାଇବା ବେଳେ ଏହାକୁ ହାତରେ କାନ୍ଧେଇ ଦୁଇଟି ବାଡ଼ିରେ ବଜାଯାଇଥାଏ । ବାଜା ବଜାଳି ଅନେକ ସମୟରେ ବାଜା ବଜାଇବା ସହିତ ନାଚିଥାନ୍ତି ।[୨]

ଆଧାର[ସମ୍ପାଦନା]

  1. Orissa (India) (1967). Orissa District Gazetteers: Balangir. Superintendent, Orissa Government Press.
  2. Dilip Ranjan Barthakur (2003). The Music and Musical Instruments of North Eastern India. Mittal Publications. pp. 103–. ISBN 978-81-7099-881-5.