ନାଗା ନାଟ
ନାଗା ନାଚ | |
---|---|
ମାଧ୍ୟମ | ଗୀତ-ନାଟ |
ସଂସ୍କୃତି | ଓଡ଼ିଆ ଚଳଣି |
ସୃଷ୍ଟି | ଓଡ଼ିଶା, ଭାରତ |
ସମୟ କାଳ | ମଧ୍ୟଯୁଗ |
ନାଗା ନାଚ (ଇଂରାଜୀ: Naga nata, IPA: /naːgaː naːt͡ʃɵ/) ଓଡ଼ିଶାର ଏକ ପାରମ୍ପାରିକ ଲୋକନୃତ୍ୟ ।[୧] ଏହା ପୁରୀ ଅଞ୍ଚଳରୁ ଆରମ୍ଭ ହୋଇ ବିଭିନ୍ନ ସ୍ଥାନରେ ପରିବେଷିତ ହେଉଛି ।[୨][୩] ଏଥିରେ ଥିବା ବିଷୟବସ୍ତୁ ଓଡ଼ିଶାରେ ଜଣାଶୁଣା ବିଭିନ୍ନ ନାଗା ପରମ୍ପରାକୁ ନେଇ ପର୍ଯ୍ୟବସିତ ।[୪] ଓଡ଼ିଶାର ଆଉ ଏକ ପାରମ୍ପାରିକ ନାଚ ପାଇକ ନାଚ ଭଳି ନାଗା ନାଚ ଏକ ମୁକ ନାଚ ।[୫] ଏଥିରେ କେବଳ ବିଭିନ୍ନ ବାଦ୍ୟ ଓ ପ୍ରଚ୍ଛଦ ଯନ୍ତ୍ରସଙ୍ଗୀତ ଥାଏ । ଏହାର ସଙ୍ଗୀତରେ ବ୍ୟବହୃତ ବାଦ୍ୟ ଯନ୍ତ୍ରସବୁ ହେଲା ମାଦଳ, ଧୁମସା ଓ ପଖଉଜ ।[୬] ବିଭିନ୍ନ ପର୍ବ ପାଳନ ବେଳେ ପୁରୀରେ ଏହା ଦେଖିବାକୁ ମିଳିଥାଏ । ସାଧାରଣତଃ ଯୁବବର୍ଗର ନର୍ତ୍ତକମାନେ ଏଥିରେ ବିଭିନ୍ନ ଭାରୀ ଓ ଚିତ୍ରିତ ପୋଷାକ ପିନ୍ଧି ନାଚିଥାନ୍ତି ।[୭][୮] ନର୍ତ୍ତକମାନେ ମଥାରେ ବିଶାଳ ଅଳଙ୍କାର ଖଚିତ ମୁକୁଟ ପିନ୍ଧିଥାନ୍ତି । ସେମାନଙ୍କ ପୃଷ୍ଠପଟେ ବାଉଁଶ-ତିଆରି ମୟୂର ଆକାର ଧନୁଦ୍ୱୟ ଓ ଶର, ତ୍ରିଶୂଳ, ଶୂଳ ଆଦି ଲାଗିଥାଏ । ସେମାନେ ନାଚିଲା ବେଳେ ଧନୁ ଓ ଅସ୍ତ୍ରଶସ୍ତ୍ର ଦୁଇପଟକୁ ଦୋହଲୁଥାଏ । ବାୟକମାନଙ୍କ ବାଜା ତାଳରେ ତାଳଦେଇ ନର୍ତ୍ତକମାନେ ଆଗକୁ ବଢ଼ିଥାନ୍ତି ।[୯] ରାଜ୍ୟ ଓ ରାଜ୍ୟ ବାହାରେ ବିଭିନ୍ନ ସରକାରୀ ଓ ବେସରକାରୀ ଉତ୍ସବ ପାଳନ ବେଳେ ଓଡ଼ିଶାର ଅନ୍ୟାନ୍ୟ ନାଚ ସହିତ ନାଗା ନାଚ ମଧ୍ୟ ଦେଖିବାକୁ ମିଳିଥାଏ ।[୧୦] ନାଗା ନାଟରେ ବିଭିନ୍ନ ବୀରବାଦ୍ୟ ବାଦନ ସହିତ ବୀର ବେଶରେ ସଜ୍ଜିତ ନର୍ତ୍ତକଗଣ ନୃତ୍ୟରେ ବିଭିନ୍ନ ସମର-ସମ୍ବନ୍ଧିତ ବିଷୟବସ୍ତୁ ଦେଖାଇଥାନ୍ତି ।[୧୧] ଚାରିରୁ ଆଠ ଜଣ ଲୋକଙ୍କୁ ନେଇ ଗଠିତ ଏକ ଦଳ ଏହି ନାଚ ପରିବେଷଣ କରିଥାନ୍ତି ।[୩]
ନାମକରଣ
[ସମ୍ପାଦନା]ନାଗା ନାଚର ନାମକରଣ ଯାଯାବର ନାଗା ଜାତିରୁ ହୋଇଥିବା ଜଣାଯାଏ । ଓଡ଼ିଶା କଳିଙ୍ଗ ଭୁଖଣ୍ଡର ଏକ ଅଂଶ ଥିଲା । କଳିଙ୍ଗ ଦକ୍ଷିଣପୂର୍ବ ଏସିଆ ଛଡ଼ା ଆଧୁନିକ ଭାରତର ଉତ୍ତରରୁ ପୂର୍ବଦେଇ ଦକ୍ଷିଣ ଯାଏ ବ୍ୟାପିଥିବା ବେଳେ ଏଠାରେ ବାସ କରୁଥିବା ନାଗା ଜନଜାତିଙ୍କ ଏହି ନାଚ କ୍ରମେ ଓଡ଼ିଶା ଭିତରେ ହିଁ ରହିଯାଇଥିଲା । [୧୨]
ବେଷଭୂଷା
[ସମ୍ପାଦନା]ନାଗା ନର୍ତ୍ତକଙ୍କ ପୋଷାକରେ ଥିବା ବିଭିନ୍ନ ଉପାଦାନ[୧୧]:
ଧନୁରେ ମୟୂର ଆକୃତିରେ ନିର୍ମିତ ହୋଇଥାଏ । ନର୍ତ୍ତକମାନେ ଏକ ବିଶାଳ ମୁକୁଟ ପିନ୍ଧିଥାନ୍ତି । ତା' ପଛରେ ଏକ ଫୁଲରେ ମୟୁର ଚନ୍ଦ୍ରିକା ସଜାହୋଇଥାଏ । ସେମାନେ କଣ୍ଠରେ ମାଳି ସହିତ ବାହୁରେ ଶୁଆ ପର, କଚଟିରେ ମାଳି ଓ ଆଇନା ପିନ୍ଧି, କପାଳରେ ସିନ୍ଦୁର ମାଖି ଜାନୁରେ ଘଣ୍ଟା ପିନ୍ଧିଥାନ୍ତି । ଖରାରୁ ବଞ୍ଚିବା ପାଇଁ ହଳଦିଆ ରଙ୍ଗର ରମ ରଜ ମାଖିଥାନ୍ତି । ନକଲି ନିଶ ଦାଢ଼ି ପିନ୍ଧି ସେମାନେ ଭୟଙ୍କର ଦିଶନ୍ତି ।[୧୧]
ନାଚର ଉପାଦାନ
[ସମ୍ପାଦନା]ନାଗା ନାଟରେ ବିଭିନ୍ନ ବୀର ବାଦ୍ୟ ବାଦନ ସହିତ ବୀର ବେଶରେ ସଜ୍ଜିତ ନର୍ତ୍ତକଗଣ ନୃତ୍ୟରେ ବିଭିନ୍ନ ସମର କଳା ଚିତ୍ରଣ କରିଥାନ୍ତି । ଏଥିରେ କୌଣସି ଗୀତ ନଥିଲେ ମଧ୍ୟ ନର୍ତ୍ତକମାନେ ଭୟଙ୍କର ଓ ଭୟ ସୃଷ୍ଟିକାରୀ ଅଙ୍ଗଭଙ୍ଗୀ କରି ନାଚିଥାନ୍ତି ।[୧୩]
ସଙ୍ଗୀତ
[ସମ୍ପାଦନା]ଏଥିରେ କେବଳ ବିଭିନ୍ନ ବାଦ୍ୟ ବାଦନ ଓ ପ୍ରଚ୍ଛଦ ଯନ୍ତ୍ରସଙ୍ଗୀତ ରହିଥାଏ । କିନ୍ତୁ କୌଣସି ଗୀତ ଗାୟନ ନଥାଏ । ଏଥିରେ ପ୍ରଧାନତଃ ମାଦଳ, ଧୁମସା ଓ ପଖଉଜ ଆଦି ବାଦ୍ୟଯନ୍ତ୍ର ବ୍ୟବହାର କରାଯାଇଥାଏ ।[୬]
ଆଧାର
[ସମ୍ପାଦନା]- ↑ Orissa (India). Orissa District Gazetteers: Puri. Superintendent, Orissa Government Press.
- ↑ Cultural Heritage of Orissa: Justice Sri Harihar Mahapatra Felicitation Volume. Institute of Oriental and Orissan Studies. 1993.
- ↑ ୩.୦ ୩.୧ The Heritage of Orissa. Produced by Orissa Tourism Development Corporation for the Department of Home, Government of Orissa. 1980*.
{{cite book}}
: Check date values in:|date=
(help) - ↑ Thomas E. Donaldson (2002). Tantra and Śākta Art of Orissa. D.K. Printworld. ISBN 978-81-246-0198-3.
- ↑ Kuñjabihāri Dāśa (1991). Folklore of Orissa. Orissa Sahitya Akademi.
- ↑ ୬.୦ ୬.୧ Folk Culture. Institute of Oriental and Orissan Studies. 1983*.
{{cite book}}
: Check date values in:|date=
(help) - ↑ Surendra Mahanty; Oḍiśā Sāhitya Ekāḍemī (1982). Souvenir, Orissa Sahitya Akademi Silver Jubilee, 1982. The Akademi.
- ↑ A. N. Tiwari (1976). Third Purba Bharat Sanskrutik Sammelan, Bhubaneswar, Orissa, 1976: Souvenir. Home (Public Relations) Department, Government or Orissa.
- ↑ "Naga Dance". Archived from the original on 8 March 2016. Retrieved 20 December 2015.
- ↑ "Scintillating Performance Of Kathak Andmartial Dance "KAMSALE" At Dhauli-Kalinga Mahotsav Inaugurated Evening" (PDF). www.odishatourism.gov.in. Archived from the original (PDF) on 2016-03-08. Retrieved 2015-12-20.
- ↑ ୧୧.୦ ୧୧.୧ ୧୧.୨ S. C. Bhatt, Gopal K. Bhargava (2006). Land and People of Indian States and Union Territories: In 36 Volumes. Orissa. Gyan Publishing House. pp. 429–. ISBN 978-81-7835-377-7.
- ↑ T. K. Suman Kumar (1 January 1992). India: Unity in Diversity. Anmol Publications. ISBN 978-81-7041-667-8.
- ↑ Sainik Samachar: The Pictorial Weekly of the Armed Forces. 1977.