ତ୍ରିଲୋଚନେଶ୍ୱର ଦେଉଳ

ଉଇକିପିଡ଼ିଆ‌ରୁ
ତ୍ରିଲୋଚନେଶ୍ୱର ଦେଉଳ
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtଯାଜପୁର
Location
Countryଭାରତ

ତ୍ରିଲୋଚନେଶ୍ୱର ଓଡ଼ିଶାର ଯାଜପୁର ଜିଲ୍ଲାରର ଥିବା ଏକ ଶିବ ଦେଉଳ । ଏହା ଏକ ବୌଦ୍ଧ ସ୍ତୁପ ଭାବେ ୨ୟ - ୩ୟ ଶତାବ୍ଦୀରେ ପ୍ରତିଷ୍ଠିତ ହୋଇ ପରବର୍ତ୍ତୀ ସମୟରେ ସୋମବଂଶୀ ରାଜାମାନଙ୍କର ଶାସନ କାଳରେ ଶିବଲିଙ୍ଗ ପ୍ରତିଷ୍ଠା ହେଲା ପରେ ଶିବ ଦେଉଳରେ ପରିଣତ ହୋଇଥିଲା । ଏହି ଦେଉଳର ମୁହଁ ବ୍ୟତିକ୍ରମ ଭାବେ ପଶ୍ଚିମ ଆଡ଼କୁ ହୋଇଛି ।[୧]

କିମ୍ବଦନ୍ତୀ[ସମ୍ପାଦନା]

ପ୍ରଚଳିତ ସ୍ଥାନୀୟ କିମ୍ବଦନ୍ତୀ ଅନୁସାରେ ଏକଦା ଅନ୍ଧ ବାଳକଟିଏ ଦେଉଳ ଥିବା ସ୍ଥାନରେ ବସି ଗୀତ ଗୋବିନ୍ଦ ବୋଲୁଥିଲା । ସେଠାରେ ତ୍ରିଲୋଚନେଶ୍ୱର ଉଭା ହୋଇ ବାଳକଟିକୁ ପଚାରିଲେ, "ମୋ ପଛରେ କାହିଁକି ଗୀତଗୋବିନ୍ଦ ବୋଲୁଛୁ? ଏହା ଶୁଣିବାକୁ ମୋର ପ୍ରବଳ ଇଚ୍ଛା । ପ୍ରତ୍ୟେକ ଦିନ ମୋ ଆଗରେ ଆସି ଗୀତ ଗୋବିନ୍ଦ ବୋଲ ।" ପିଲାଟି କହିଲା, "ମୁଁ ତ ଜନ୍ମାନ୍ଧ । ମୋ ନିକଟରେ ଆଗପଛ ସବୁ ସମାନ । ତୁମର ଯଦି ଶୁଣିବା ପାଇଁ ସତରେ ଇଚ୍ଛା ତେବେ ମୋ ଆଡ଼କୁ ମୁହଁ କର ।" ପର ଦିନ ଦେଖାଗଲା ଯେ ଦେଉଳର ମୁହଁ ପଶ୍ଚିମ ଆଡ଼କୁ ହୋଇଛି ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ କୁମାର ରାଉତରାୟ, ନାରାୟଣ (୨୨ ସେପ୍ଟେମ୍ବର ୨୦୧୪). "ବିରଜା କ୍ଷେତ୍ରର ଶିବଲିଙ୍ଗ". ସମାଜ. {{cite news}}: |access-date= requires |url= (help); Check date values in: |date= (help)