ରାଜ କିଶୋର ରାମ

ଉଇକିପିଡ଼ିଆ‌ରୁ
ରାଜ କିଶୋର ରାମ
ବିଧାୟକ: ୧୦ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୦ – ୧୯୯୫
ପୂର୍ବ ଅଧିକାରୀକାହ୍ନୁ ଚରଣ ଲେଙ୍କା
ପର ଅଧିକାରୀକାହ୍ନୁ ଚରଣ ଲେଙ୍କା
ନିର୍ବାଚନ ମଣ୍ଡଳୀଚୌଦ୍ୱାର
ବିଧାୟକ: ୭ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୭ – ୧୯୮୦
ପୂର୍ବ ଅଧିକାରୀରସାନନ୍ଦ ସାହୁ
ପର ଅଧିକାରୀକାହ୍ନୁ ଚରଣ ଲେଙ୍କା
ନିର୍ବାଚନ ମଣ୍ଡଳୀଚୌଦ୍ୱାର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1936-06-17)୧୭ ଜୁନ ୧୯୩୬
ମୃତ୍ୟୁ୧୪ ଫେବୃଆରୀ ୨୦୧୭(2017-02-14) (ବୟସ ୮୦)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଜନତା ଦଳ
ଜୀବନ ସାଥୀଇନ୍ଦୁମତି ରାମ
ବାପା/ବୋଉଗୋପୀନାଥ ରାମ (ବାପା)
ବୃତ୍ତିରାଜନୀତିଜ୍ଞ

ରାଜ କିଶୋର ରାମ (୧୭ ଜୁନ ୧୯୩୬ - ୧୪ ଫେବୃଆରୀ ୨୦୧୭) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ରାଜ କିଶୋର ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଛନ୍ତି । ୧୯୭୭ ଓ ୧୯୯୦ ମସିହାରେ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଚୌଦ୍ୱାର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୭ମ ଓ ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ରାଜ କିଶୋର ରାମ ୧୯୩୬ ମସିହାର ଜୁନ ମାସ ୧୭ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଗୋପୀନାଥ ରାମ ଏବଂ ପତ୍ନୀଙ୍କ ନାମ ଇନ୍ଦୁମତି ରାମ ।[୧] ରାଜ କିଶୋରଙ୍କର ଶିକ୍ଷାଗତ ଯୋଗ୍ୟତା ବିଜ୍ଞାନରେ ସ୍ନାତକୋତ୍ତର ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ରାଜ କିଶୋର ରାମ ଓଡ଼ିଶା ରାଜନୀତିରେ ଜନତା ଦଳର ପ୍ରାର୍ଥୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ[ସମ୍ପାଦନା]

ରାଜ କିଶୋର ୨୦୧୭ ମସିହାର ଫେବୃଆରୀ ମାସ ୧୪ ତାରିଖରେ ମୃତ୍ୟୁବରଣ କରିଥିଲେ ।[୨] ମୃତ୍ୟୁବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "Shri Raj Kishore Ram". odishaassembly.nic.in. Odisha Assembly. Retrieved 19 February 2020.
  2. "ପରଲୋକରେ ପୂର୍ବତନ ବିଧାୟକ ରାଜକିଶୋର". ଧରିତ୍ରୀ. Retrieved 20 November 2020.