ନୀଳମଣି ବିଦ୍ୟାରତ୍ନ

ଉଇକିପିଡ଼ିଆ‌ରୁ
ନୀଳମଣି ବିଦ୍ୟାରତ୍ନ
Born(1867-12-14)୧୪ ଡିସେମ୍ବର ୧୮୬୭
ବୈଦେଶ୍ୱର, ବାଙ୍କୀ, କଟକ
Died୨୬ ଜୁଲାଇ ୧୯୨୪(1924-07-26) (ବୟସ ୫୬)
Nationalityଭାରତୀୟ

ନୀଳମଣି ବିଦ୍ୟାରତ୍ନ, ଜଣେ ଦେଶସେବୀ, ସ୍ୱାଧୀନତା ସଂଗ୍ରାମୀ, ସାହିତ୍ୟିକ ଏବଂ ସମ୍ପାଦକ ଥିଲେ । ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଭିତ୍ତିପ୍ରସ୍ତ ତାଙ୍କରିଦ୍ୱାରା ସ୍ଥାପିତ ହୋଇଥିଲା ।[୧]

ଜୀବନୀ[ସମ୍ପାଦନା]

ନୀଳମଣି, ୧୮୬୭ ମସିହା ଡିସେମ୍ବର ୧୪ ତାରିଖରେ କଟକ ଜିଲ୍ଲାର ବାଙ୍କୀ ଉପକଣ୍ଠ ବୈଦେଶ୍ୱର ଗ୍ରାମର ଏକ କୁଳୀନ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ସୌରୀଚରଣ ମିଶ୍ର ଓ ମାତାଙ୍କ ନାମ ରୋହିଣୀ ଦେବୀ ।

ବଡ଼ମ୍ବା-ଗୋପୀନାଥପୁର ପ୍ରାଥମିକ ବିଦ୍ୟାଳୟରୁ, ନୀଳମଣି ଶିକ୍ଷକତା ଆରମ୍ଭ କରିଥିଲେ । ସେ ସମୟରେ, ନିଜ ଦରମାରୁ ୪ଟଙ୍କା ପ୍ରଦାନ କରିଥିଲେ, ମୋହନ ସୁବୁଦ୍ଧିଙ୍କୁ । ସୁବୁଦ୍ଧି, ତାଙ୍କ ପ୍ରେରଣା ଓ ସାହାଯ୍ୟଦ୍ୱାରା ବ୍ୟବସାୟରେ ସମୃଦ୍ଧି ଲାଭ କଲେ ଓ ପରବର୍ତ୍ତୀ ସମୟରେ ରାୟବାହାଦୂର ଭାବରେ ପ୍ରତିଷ୍ଠିତ ହୋଇଥିଲେ । ଓଡ଼ିଆ ଭାଷା ଓ ସାହିତ୍ୟର ସେ ଥିଲେ ଜଣେ ପୃଷ୍ଠପୋଷକ । ତତ୍କାଳୀନ ଓଡ଼ିଶାର ବହୁ ସାହିତ୍ୟିକ ତାଙ୍କଦ୍ୱାରା ପ୍ରେରଣା ପାଉଥିଲେ ଓ ପ୍ରୋତ୍ସାହିତ ହେଉଥିଲେ । ବଡ଼ମ୍ବା ରାଣୀଙ୍କଠାରୁ ତାଙ୍କୁ ମିଳିଥିଲା "ବିଦ୍ୟାରତ୍ନ" ଉପାଧୀ । ୧୮୮୫ ସମୟରେ ବାମଣ୍ଡାର ରାଜା ବାସୁଦେବ ସୁଢ଼ଳଦେବଙ୍କଦ୍ୱାରା ଏହି ସମ୍ମାନ ପ୍ରତିଷ୍ଠିତ ହୋଇଥିଲା ଓ ସେ ସମ୍ବର୍ଦ୍ଧିତ ହୋଇଥିଲେ । ବଡ଼ମ୍ବା ଅଞ୍ଚଳର ବହୁ କିର୍ତ୍ତୀ ତାଙ୍କଦ୍ୱାରା ପ୍ରତିଷ୍ଠା ଓ ନାମକରଣ କରାଯାଇଥିଲା । ବାମଣ୍ଡାର ରହଣୀ କାଳରେ ସେ ସମ୍ବଲପୁର ହିତୈଷିଣୀ ପତ୍ରିକାର ସମ୍ପାଦନା କରୁଥିଲେ ।[୨] ଏ ଥିଲା ୧୮୮୭ ମସିହାର କଥା ।[୩] ପରବର୍ତ୍ତୀ ସମୟରେ ଗଞ୍ଜାମର ରମ୍ଭାଠାରେ, ଖଲ୍ଲୀକୋଟ ରାଜ ହରିହର ମର୍ଦ୍ଦରାଜଙ୍କ ପୃଷ୍ଠପୋଷକତାରେ ପ୍ରକାଶ ପାଉଥିବା ପ୍ରଜାବନ୍ଧୁ ପତ୍ରିକାର ସମ୍ପାଦନା କରୁଥିଲେ ।[୪] ଏହି ସମୟରେ, ସେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ସ୍ୱପ୍ନକୁ ସାକାର କରିବା ପାଇଁ କାର୍ଯ୍ୟ କରିଥିଲେ । ୧୯୦୨ ମସିହାରେ ଗଞ୍ଜାମ ଓଡ଼ିଆ ସଭାର ଆୟୋଜନ କରି, ଉତ୍କଳ ସମ୍ମିଳନୀର ପରିକଳ୍ପନା କରାଇଥିଲେ । ୧୯୦୩ ମସିହାରେ କଟକଠାରେ ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ ବସିଥିଲା ।[୫] ସେ ବଡଖେମୁଣ୍ଡିରେ, ରାଜା କୃପାମୟ ଦେବଙ୍କ ପ୍ରକାଶିତ "ଗଞ୍ଜାମ ଗୁଣଦର୍ପଣ" ପତ୍ରିକାର ସମ୍ପାଦନା ମଧ୍ୟ କରୁଥିଲେ । ନିଜେ "ଉତ୍କଳମଧୁପ" ନାମକ ପତ୍ରିକା ପ୍ରକାଶ କରୁଥିଲେ । ଜୀବନର ଶେଷ ଭାଗକୁ ଉତ୍କଳ ଦୀପିକା ପତ୍ରିକାର ମଧ୍ୟ ସମ୍ପାଦନା କରୁଥିଲେ । ସମାଜ ସଂସ୍କାରକ ଭାବରେ, ସେ ବିଧବା ବିବାହ ପ୍ରଚଳନ, ବାଲ୍ୟବିବାହର ବିରୋଧରେ କାର୍ଯ୍ୟ କରୁଥିଲେ । ପୁରୀଠାରେ ଏକ ବିଧବା ଆଶ୍ରମ ପ୍ରତିଷ୍ଠା କରିଥିଲେ ।

ସାରସ୍ୱତ କୃତି[ସମ୍ପାଦନା]

ସମ୍ପାଦନା[ସମ୍ପାଦନା]

  • ଉତ୍କଳ ଦୀପିକା
  • ମ୍ବଲପୁର ହିତୈଷିଣୀ
  • ଉତ୍କଳମଧୁପ
  • ଗଞ୍ଜାମ ଗୁଣଦର୍ପଣ
  • ପ୍ରଜାବନ୍ଧୁ

ରଚନା[ସମ୍ପାଦନା]

  • ବିଷବୈରୀ
  • ରାଜନୀତି
  • ପଶୁ ଚିକିତ୍ସା
  • ପରିମଳ
  • ମଣିମଞ୍ଜୁଷା
  • କୃତନୀତିପରାଗ

୧୯୨୪ ମସିହା ଜୁଲାଇ ୨୬ ତାରିଖରେ ନୀଳମଣି ବିଦ୍ୟାରତ୍ନଙ୍କର ମହାପ୍ରୟାଣ ଘଟିଥିଲା ।[୬]

ଆଧାର[ସମ୍ପାଦନା]

  1. "ଆର୍କାଇଭ୍ କପି". Archived from the original on 2016-03-07. Retrieved 2015-12-14. {{cite web}}: Cite has empty unknown parameter: |1= (help)
  2. http://odisha.gov.in/e-magazine/Orissareview/2014/mar/engpdf/50-51.pdf
  3. "ଆର୍କାଇଭ୍ କପି". Archived from the original on 2016-03-29. Retrieved 2015-12-14. {{cite web}}: Cite has empty unknown parameter: |1= (help)
  4. http://odisha.gov.in/e-magazine/Orissareview/2014/April-May/engpdf/16-29.pdf
  5. Boris Ivanovich Kli︠u︡ev (1981). India: National and Language Problem. Sterling Publ.
  6. "ସ୍ୱଦେଶପ୍ରାଣ ବିଦ୍ୟାରତ୍ନ". ସମ୍ବାଦ ଭୁବନେଶ୍ୱର ସଂସ୍କରଣ ୧୪/୧୨/୨୦୧୫ ପୃଷ୍ଠା ୮. Retrieved 14 December 2015.[permanent dead link]