ଜ୍ଞାନୀ ଦେବାଶିଷ ମିଶ୍ର
ଦେଖଣା
ଜ୍ଞାନୀ ଦେବାଶିଷ ମିଶ୍ର | |
---|---|
ଜନ୍ମ | ଚାହାଳି, ନୟାଗଡ଼ | ୨୦ ମଇ ୧୯୮୫
ଜାତୀୟତା | ଭାରତୀୟ |
ଜାତୀୟତା | ଭାରତୀୟ |
ଶିକ୍ଷା | ଓଡ଼ିଆ ଭାଷାରେ ଡକ୍ଟରେଟ |
ବୃତ୍ତି | ଅଧ୍ୟାପକ |
ସକ୍ରିୟ ବର୍ଷ | ୨୦୧୩ |
ଚାକିରିକ୍ଷେତ୍ର | ରେଭେନ୍ସା ବିଶ୍ୱବିଦ୍ୟାଳୟ |
ପ୍ରସିଦ୍ଧି | କବି ଓ ସାହିତ୍ୟିକ |
ଉଲ୍ଲେଖନୀୟ କୃତି | ଦାଗ |
ବୈବାହିକ-ସାଥୀ | ପଦ୍ମଜା ମିଶ୍ର |
ପିତାମାତା(s) | ଶରତ ଚନ୍ଦ୍ର ମିଶ୍ର , ନିହାରବାଳା ଦାଶ |
ପୁରସ୍କାର | କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର (ଦାଗ କବିତା ସଙ୍କଳନ ପାଇଁ-୨୦୧୬ରେ) |
ଜ୍ଞାନୀ ଦେବାଶିଷ ମିଶ୍ର, ଜଣେ ଓଡ଼ିଆ କବି ଓ ସାହିତ୍ୟ ସମାଲୋଚକ ।[୧] ସେ ୨୦୧୬ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ପାଇଛନ୍ତି ।[୨] ୨୦୨୪ ମସିହାରେ, ତାଙ୍କୁ ବସନ୍ତ ମୁଦୁଲି କବିତା ପୁରସ୍କାର ପ୍ରଦାନ କରାଯାଇଥିଲା ।[୩]
ଜ୍ଞାନୀ ଦେବାଶିଷ ୧୯୮୫ ମସିହାରେ ନୟାଗଡ଼ ଜିଲ୍ଲାର ଚାହାଳିଠାରେ ଜନ୍ମଗ୍ରହଣ କରିଥିଲେ । ସ୍କୁଲ ଜୀବନରୁ କବିତା ଲେଖିବା ଆରମ୍ଭ କରିଥିବା ଜ୍ଞାନୀ, କଲେଜ ବେଳକୁ କବିତା ପ୍ରତି ବେଶୀ ଗୁରୁତ୍ୱ ଦେବା ଆରମ୍ଭ କରିଥିଲେ । ସେ ୨୦୧୫ ମସିହାରେ ବିଶ୍ୱଭାରତୀ ଶାନ୍ତିନିକେତନରୁ ପିଏଚଡ଼ି ହାସଲ କରିଛନ୍ତି । ୧୯୭୫ ପରବର୍ତ୍ତୀ ଓଡ଼ିଆ ଓ ହିନ୍ଦୀ ଉପନ୍ୟାସ (ତୁଳନାତ୍ମକ ଅଧ୍ୟୟନ’) ତାଙ୍କ ପିଏଚଡ଼ି ଗବେଷଣାର ସନ୍ଦର୍ଭ ଥିଲା । ସେ ବର୍ତ୍ତମାନ ରେଭେନ୍ସା ବିଶ୍ୱବିଦ୍ୟାଳୟର ଓଡ଼ିଆ ଭାଷା ବିଭାଗରେ ଅଧ୍ୟାପକ ଭାବରେ କାର୍ଯ୍ୟରତ । [୪] କବିତା ବ୍ୟତୀତ, ଜ୍ଞାନୀ ନାଟ୍ୟ ସମାଲୋଚନା କ୍ଷେତ୍ରରେ ମଧ୍ୟ ଲେଖନୀ ଚାଳନା କରନ୍ତି ।
ରଚନାବଳୀ
[ସମ୍ପାଦନା]କବିତା
[ସମ୍ପାଦନା]- ଦାଗ(କବିତା) - (ଟାଇମପାସ୍ ପ୍ରକାଶନ ସଂସ୍ଥାଦ୍ୱାରା ପ୍ରକାଶିତ ଏହି ପୁସ୍ତକରେ ୩୩ଟି କବିତା ସ୍ଥାନ ପାଇଛି )[୫]
- ତଥାପି ଜୀବନ(କବିତା)
- ପୟରେ ନ ଲାଗଇ ଧୂଳି (କବିତା)
- ତରା ଓ ଫଜେରା
ସମାଲୋଚନା
[ସମ୍ପାଦନା]- ଅଭିନୟରେ ଜୀବନଚର୍ଯ୍ୟା
- ସମୟ ସହ କେଇ ପାଦ
- ଆଳାପ ଓ ଅନ୍ୱେଷା
- ଅଞ୍ଚଳ ଓ ସାହିତ୍ୟ (ପ୍ରସଙ୍ଗ : ନୟାଗଡ଼)
- ତୁଳନା : ଭୂମି ଓ ଆକାଶ (୧୯୭୫ ପରବର୍ତ୍ତୀ ଓଡ଼ିଆ ଓ ହିନ୍ଦୀ ଉପନ୍ୟାସ )
- କଥାଦୃଷ୍ଟି
- ନାଟ୍ୟ ପରିଚିତି (୨୦୨୧)
ସମ୍ପାଦନ
[ସମ୍ପାଦନା]- ଶୂରଦେଓଙ୍କ କାନ୍ଭାସ୍
- ନଟ ନାଟ୍ୟ ନାଟ୍ୟାୟନ
- ପଦ୍ମମାଳୀ : ଖୋଜାଲୋଡ଼ା
- ମେଘତଳର ଜ୍ୟୋତ୍ସ୍ନା : ପୂତନା (ମିଳିତ ଭାବେ), ପଶ୍ଚିମା ପବ୍ଲିକେଶନ୍ସ୍, ଭୁବନେଶ୍ୱର,୨୦୨୦[୬]
- କ୍ରାନ୍ତିର କୁମ୍ଭାକାର (ମିଳିତ ଭାବେ)
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]- କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର - ୨୦୧୬[୭]
- ରବି ପଟ୍ଟନାୟକ ସ୍ମୃତି ଗଳ୍ପ ପୁରସ୍କାର - ୨୦୧୭(ଗୋଡ଼ ଗଳ୍ପ ପାଇଁ)[୮]
- ବସନ୍ତ ମୁଦୁଲି କବିତା ପୁରସ୍କାର, ୨୦୨୪[୯]
ଆଧାର
[ସମ୍ପାଦନା]- ↑ http://www.telegraphindia.com/1160617/jsp/odisha/story_91645.jsp#.V3ERyRIwDZc
- ↑ "ଆର୍କାଇଭ୍ କପି". Archived from the original on 2016-06-17. Retrieved 2016-06-27.
{{cite web}}
: Cite has empty unknown parameter:|1=
(help) - ↑ Mansingh, Sangita (2024-11-04). "ଭଦ୍ରକ: ଯୁବ କବି ଜ୍ଞାନୀ ଦେବାଶିଷ ମିଶ୍ରଙ୍କୁ ମିଳିଲା 'କବି ବସନ୍ତ ମୁଦୁଲି କବିତା ପୁରସ୍କାର'". OdishaLIVE (in ଆମେରିକୀୟ ଇଂରାଜୀ). Retrieved 2024-11-05.
- ↑ http://www.ravenshawuniversity.ac.in/FacultyInfo.php?faculty=NLJA+fQBGB1KFMQLSSc8cyIS9G0vRgXsEnRoBL8boi0=[permanent dead link]
- ↑ http://thewire.in/43370/raghu-karnads-account-of-indians-in-ww-ii-wins-sahitya-akademi-yuva-puraskar/
- ↑ "ଜ୍ଞାନୀ ଦେବାଶିଷ ମିଶ୍ର". www.ravenshawuniversity.ac.in. ରେଭେନ୍ସା ବିଶ୍ୱବିଦ୍ୟାଳୟ. Retrieved 18 January 2022.
- ↑ http://sahitya-akademi.gov.in/sahitya-akademi/pdf/yuvapuraskar-2016.pdf
- ↑ ସମ୍ବାଦ ୧୩/୦୪/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୮ http://www.sambadepaper.com/Details.aspx?id=346857&boxid=32358660. Retrieved 13 April 2017.
{{cite news}}
: Missing or empty|title=
(help)[permanent dead link] - ↑ Otv, News Desk. "'ବସନ୍ତ ମୁଦୁଲି କବିତା ପୁରସ୍କାର-୨୦୨୪' ପାଇବେ ଯୁବକବି ଜ୍ଞାନୀ ଦେବାଶିଷ ମିଶ୍ର". ‘ବସନ୍ତ ମୁଦୁଲି କବିତା ପୁରସ୍କାର-୨୦୨୪’ ପାଇବେ ଯୁବକବି ଜ୍ଞାନୀ ଦେବାଶିଷ ମିଶ୍ର. Retrieved 2024-11-05.