ତାରା (ଓଡ଼ିଆ କଥାଚିତ୍ର)

ଉଇକିପିଡ଼ିଆ‌ରୁ
(Tara (Odia Film)ରୁ ଲେଉଟି ଆସିଛି)
ତାରା
ନିର୍ଦ୍ଦେଶକଡଲି ଜେନା
ପ୍ରଯୋଜକଡଲି ଜେନା
ଚିତ୍ରନାଟ୍ୟଡଲି ଜେନା
କାହାଣୀବିମଳ ଦତ୍ତ
କଳାକାରଡଲି ଜେନା
ଅଜିତ ଦାସ
ସଙ୍ଗୀତଭୁବନେଶ୍ୱର ମିଶ୍ର
ଧ୍ୟାନେଶ ଖାନ
ଚିତ୍ରଗ୍ରହଣନୀଲାଭ କୌଲ
ସମ୍ପାଦକଗଦାଧର ପୁଟୀ
ମୁକ୍ତିଲାଭ ତାରିଖ
୧୯୯୨
ଦେଶ ଭାରତ
ଭାଷାଓଡ଼ିଆ

ତାରା, ୧୯୯୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ବିମଳ ଦତ୍ତ ।[୧] ଡଲି ଜେନା ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ, ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୨] ଏହି ଚଳଚ୍ଚିତ୍ରଟି ୧୯୯୨ ମସିହାରେ ଜାତୀୟ ଚଳଚ୍ଚିତ୍ର ପ୍ରତିଯୋଗିତାରେ ଶ୍ରେଷ୍ଠ ଆଞ୍ଚଳିକ ଚଳଚ୍ଚିତ୍ର ପୁରସ୍କାର ପାଇଥିଲା ।[୩]

ଅଭିନୟ[ସମ୍ପାଦନା]

ହିନ୍ଦୀ ଚଳଚ୍ଚିତ୍ର ଅଭିନେତା ଇରଫାନ ଖାନ ଏହି ଚଳଚ୍ଚିତ୍ରରେ ଅଭିନୟ କରିବା ପାଇଁ ଚୁକ୍ତି କରିଥିଲେ ଓ ଏଥିପାଇଁ ସେ ଓଡ଼ିଶା ଆସି ସୁଟିଂ କରିଥିଲେ । ପାରିବାରିକ ଅସୁବିଧା ଯୋଗୁ ତାଙ୍କୁ ଏହି ଚଳଚ୍ଚିତ୍ର ଅଧାରୁ ଛାଡିବାକୁ ପଡିଥିଲା ଓ ସେହି ଚରିତ୍ରରେ ଅଜିତ ଦାସ ଅଭିନୟ କରିଥିଲେ ।[୪]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଭୁବନେଶ୍ୱର ମିଶ୍ର ଓ ଧ୍ୟାନେଶ ଖାନ । ସ୍ୱରୂପ ନାୟକ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।

ଆଧାର[ସମ୍ପାଦନା]

  1. ୧.୦ ୧.୧ "ଭଲ ସିନେମାରେ ଅର୍ଥ ବିନିଯୋଗ କରିବା ମନୋଭାବ ଓଡ଼ିଶାରେ ବିରଳ: ଡଲି ଜେନା" (in Odia). ଓଡ଼ିଶା. 18 October 2017. Archived from the original on 14 October 2020. Retrieved 1 October 2018.{{cite news}}: CS1 maint: unrecognized language (link)
  2. ହାଲି, ଦିଲୀପ (1 August 2006). "୭୦ ବର୍ଷର ଓଡ଼ିଆ ଚଳଚ୍ଚିତ୍ରର ଏକ ପର୍ଯ୍ୟାଲୋଚନା" (PDF). ଉତ୍କଳ ପ୍ରସଙ୍ଗ. Retrieved 28 August 2018.
  3. ହାଲି, ଦିଲୀପ (1 January 2008). "ଓଡ଼ିଆ ଚଳଚ୍ଚିତ୍ରର ଭବିଷ୍ୟତ" (PDF). ଉତ୍କଳ ପ୍ରସଙ୍ଗ. Retrieved 28 August 2018.
  4. "'ତାରା'ରେ ଅଭିନୟ ପାଇଁ ଆସିଥିଲେ ଇରଫାନ୍‌, ରିଷିଙ୍କ ସହ ୩ ବର୍ଷ ଧରି ଚାଟିଂ କରୁଥିଲେ ବୁଦ୍ଧାଦିତ୍ୟ ମହାନ୍ତି". sambad.in/. ସମ୍ବାଦ. Archived from the original on 3 May 2020. Retrieved 3 May 2020.

ବାହାର ଆଧାର[ସମ୍ପାଦନା]

  • ଇଣ୍ଟରନେଟ ମୁଭି ଡାଟାବେସରେ ତାରା