ଡଲି ଜେନା
Appearance
ଡଲି ଜେନା | |
---|---|
ଜନ୍ମ | ବିଜୟା ଜେନା |
ବୃତ୍ତି(ସମୂହ) | ଅଭିନେତ୍ରୀ ନିର୍ଦ୍ଦେଶିକା ପ୍ରଯୋଜିକା ଲେଖିକା |
ଡଲି ଜେନା (ଜନ୍ମନାମ: ବିଜୟା ଜେନା) ଜଣେ ଅଭିନେତ୍ରୀ, ନିର୍ଦ୍ଦେଶିକା, ପ୍ରଯୋଜିକା ଏବଂ ଲେଖିକା । ସେ ଓଡ଼ିଆ ସମେତ, ହିନ୍ଦୀ ଓ ଇଂରାଜୀ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ତାଙ୍କ ଜନ୍ମସ୍ଥାନ କଟକ । ଜମିଦାର ପରିବାରୁ ଆସି ମଧ୍ୟ ଅଭିନୟ ପ୍ରତି ତାଙ୍କର ରୁଚି ରହିଥିଲା । ଡଲି ଜେନା ପୁଣେ ଫିଲ୍ମ ଆଣ୍ଡ ଟିଭି ଇନଷ୍ଟିଚ୍ୟୁଟ୍ରୁ (FTI) ସ୍ନାତ୍ତୋକର ହାସଲ କରିଥିଲେ । ହାକିମ୍ ବାବୁ, ଜଗା ବଳିଆ ଭଳି ଏକାଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ଜଗା ବଳିଆ ଚଳଚ୍ଚିତ୍ର ପାଇଁ ସେ ରାଜ୍ୟ ଚଳଚ୍ଚିତ୍ର ସମ୍ମାନ ପାଇଛନ୍ତି ।[୧]
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]୩ ଭାଇ-ଭଉଣୀଙ୍କ ମଧ୍ୟରେ ଡଲି ସର୍ବ କନିଷ୍ଠ କନ୍ୟା ଥିଲେ । ଏଫଟିଅାଇରୁ ଅଭିନୟର ବିଧିବଦ୍ଧ ଶିକ୍ଷାଗ୍ରହଣ କରିବା ପରେ ଅଭିନୟ ଜୀବନ ସେ ଅାରମ୍ଭ କରିଥିଲେ । ଅଭିନୟ ବ୍ୟତିତ ଡଲି ଜେନା ଅାଧାତ୍ମିକ ଜଗତରେ ବେଶ ସକ୍ରିୟ ରହିଛନ୍ତି । ଦେଶ ବିଦେଶରେ ଅାୟୋଜିତ ବିଭିନ୍ନ ଅାଧ୍ୟାତ୍ମିକ କ।ର୍ଯ୍ୟକ୍ରମ ଗୁରୁତ୍ୱପୂର୍ଣ୍ଣ ଭୂମିକା ସେ ତୁଳାଇଛନ୍ତି ।
ଅଭିନୀତ ଓଡ଼ିଆ କଥାଚିତ୍ର
[ସମ୍ପାଦନା]- ରଜିଆ ସୁଲତାନ୍ ହିନ୍ଦୀ ଚଳଚ୍ଚିତ୍ର (୧୯୮୨)
- ଜଗା ବଳିଆ ଓଡ଼ିଆ ଚଳଚ୍ଚିତ୍ର (୧୯୮୩)
- ଆମ୍ମା ହିନ୍ଦୀ ଚଳଚ୍ଚିତ୍ର (୧୯୮୩)
- ଆଶାର ଆକାଶ ଓଡ଼ିଆ ଚଳଚ୍ଚିତ୍ର (୧୯୮୩)
- ହାକିମ୍ ବାବୁ ଓଡ଼ିଆ ଚଳଚ୍ଚିତ୍ର (୧୯୮୪)
- ହୋଲି ହିନ୍ଦୀ ଚଳଚ୍ଚିତ୍ର (୧୯୮୪)
- ହୀରା ନୀଳା ଓଡ଼ିଆ ଚଳଚ୍ଚିତ୍ର (୧୯୮୫)
- ଉପରାନ୍ତ ହିନ୍ଦୀ ଚଳଚ୍ଚିତ୍ର (୧୯୮୭)
- ଦ ଡେସିଭର୍ ଇଂରାଜୀ ଚଳଚ୍ଚିତ୍ର (୧୯୮୮)
- ତାରା ଓଡ଼ିଆ ଚଳଚ୍ଚିତ୍ର (୧୯୯୨)
- ଆଭାଷ ହିନ୍ଦୀ ଚଳଚ୍ଚିତ୍ର (୧୯୯୭)
ସମ୍ମାନ ଓ ସ୍ୱୀକୃତି
[ସମ୍ପାଦନା]- ଜାତୀୟ ଚଳଚ୍ଚିତ୍ର ସମ୍ମ।ନ (ଶ୍ରେଷ୍ଠ ନିର୍ଦ୍ଦେଶିକା) ତାରା[୨]
- ରାଜ୍ୟ ଚଳଚ୍ଚିତ୍ର ସମ୍ମାନ (ଶ୍ରେଷ୍ଠ ଅଭିନେତ୍ରୀ) ଜଗା ବଳିଅା[୩]
- ↑ http://www.nuaodisha.com/eminet_personalities/Dolly-Jena.aspx
- ↑ ହାଲି, ଦିଲୀପ (1 January 2008). "ଓଡ଼ିଆ ଚଳଚ୍ଚିତ୍ରର ଭବିଷ୍ୟତ" (PDF). Archived from the original (PDF) on 26 March 2020. Retrieved 28 August 2018.
{{cite journal}}
: Cite journal requires|journal=
(help) - ↑ http://ollywood-actor-actress.blogspot.in/2009/03/dolly-jena-or-bijaya-jena-born-in.html